ଗୁଜରାଟ ବିଜେପିରେ ଅସନ୍ତୋଷ, ଟଳିଲା ଶପଥ ଗ୍ରହଣ ସମାରୋହ

ନୂଆଦିଲ୍ଳୀ: ଆଜି ଅପରାହ୍ନ ୨ଟା ବେଳେ ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ କିଛି ସମୟ ପାଇଁ ସ୍ଥଗିତ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ କ୍ୟାବିନେଟରେ ପ୍ରାୟ ୯୦ ପ୍ରତିଶତ ନୂଆ ମନ୍ତ୍ରୀ ରହିବେ, ଯେଉଁଥିପାଇଁ ଶପଥ ଗ୍ରହଣକୁ ଘୁଞ୍ଚାଇ ଦିଆଯାଇଛି। କେବଳ ଏତିକି ନୁହେଁ  ଭୁପେନ୍ଦ୍ର ପଟେଲ ପୂର୍ବତନ ମୁଖ୍ୟମନ୍ତ୍ରୀ ରୁପାନିଙ୍କ ପୁରା କ୍ୟାବିନେଟକୁ ବଦଳାଇବାକୁ ଚାହୁଁଛନ୍ତି, ଯେଉଁ କାରଣରୁ ଦଳରେ ବିବାଦ ଦେଖାଦେଉଥିବା ନଜର ଆସିଛି ।

ଭୁପେନ୍ଦ୍ର ପଟେଲଙ୍କ କ୍ୟାବିନେଟରେ ବହୁ ବରିଷ୍ଠ ନେତାଙ୍କ ଛୁଟି ହୋଇଯିବ ହୋଇଛି ବୋଲି କଳ୍ପନାଜଳ୍ପନା କରାଯାଉଛି। ସେମାନଙ୍କ ମଧ୍ୟରେ ବିଜୟ ରୁପାନିଙ୍କ ସମୟରେ ଡେପୁଟି ସିଏମ୍ ଥିବା ନିତିନ ପଟେଲଙ୍କ ନାମ ମଧ୍ୟ ସାମିଲ ରହିଛି । ଏଭଳି ସମୟରେ ଅସନ୍ତୁଷ୍ଟ ମନ୍ତ୍ରୀମାନେ ପଦରୁ ହଟିବା ଭୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଘରେ ପହଞ୍ଚିଥିଲେ, ଯେଉଁଠି ଦୀର୍ଘ ସମୟ ଧରି ବୖେଠକ ଚାଲିଥିଲା।

ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଗତ ଶନିବାର ଦିନ ବିଜୟ ରୁପାଣୀ ଇସ୍ତଫା ଦେଇଥିଲେ । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ସହ ସାକ୍ଷାତ କରି ରୁପାଣୀ ନିଜ ଇସ୍ତଫା ହସ୍ତାନ୍ତର କରିଥିଲେ। ଯାହା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା।

 

Leave a Reply