spot_img
Home Blog Page 5336

ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଦିଲ୍ଲୀରେ ବିପୁଳ ସ୍ୱାଗତ ସମ୍ୱର୍ଦ୍ଦନା: ଅନୁଭୂତି ବଖାଣିଲେ ଖେଳାଳି

ନୂଆଦିଲ୍ଲୀ: ଦରିଆ ପାରିରେ ଇତିହାସ ରଚି ଦିଲ୍ଲୀ ଫେରିଲେ ଭାରତୀୟ ଅଲିମ୍ପିଆନ । ସାଇନିଂ ଷ୍ଟାରଙ୍କୁ ରାଜଧାନୀ ଦିଲ୍ଲୀରେ ଶାନଦାର ସ୍ୱାଗତ । ଅଲିମ୍ପିକ୍ସ ହିରୋଙ୍କ ସ୍ୱାଗତ ପାଇଁ ଉତ୍ସବମୁଖର ହେଲା ଦିଲ୍ଲୀ ଏୟାରପୋର୍ଟ । ଅସମ୍ଭାଳ ଭିଡ଼ ଭିତରେ ଢୋଲ, ମହୁରୀ ବଜାଇ ଟୋକିଓ ହିରୋଙ୍କୁ ପାଛୋଟି ନେଲେ ରାଜଧାନୀବାସୀ । ସ୍ୱାଗତ କରିବାକୁ ଦିଲ୍ଲୀ ବିମାନବନ୍ଦର ବାହାରେ ଭବ୍ୟ ଆୟୋଜନ କରାଯାଇଥିଲା । ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ରୌପ୍ୟ ବିଜେତା ରବି ଦହିୟା ଓ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ସ୍ୱାଗତ କରାଯାଇଥିଲା । ସେହିପରି ବକ୍ସର ଲଭଲିନା ଓ ପୁରୁଷ ହକି ଟିମକୁ ବିମାନବନ୍ଦର ବାହାରେ ଗ୍ରାଣ୍ଡ ସ୍ୱାଗତ କରିଥିଲା ଦିଲ୍ଲୀ । ସମସ୍ତ ବିଜେତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମଞ୍ଚ ଉପରେ ଅଲିମ୍ପିକ୍ସ ଅଭିଜ୍ଞତା ବଖାଣିଥିଲେ ବିଜେତା । ଏହି ଅବସରରେ ଦେଶବାସୀ ଅଜସ୍ର ଭଲ ପାଇବା ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ସମସ୍ତ ଖେଳାଳି । ସମାରୋହରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ପୂର୍ବତନ କ୍ରୀଡା ମନ୍ତ୍ରୀ କିରଣ ରିଜୁଜୁ ସାମିଲ ହୋଇଥିଲେ । ଟୋକିଓ ଅଲିମ୍ପିକ୍ସରେ ୭ଟି ପଦକ ଜିତି ଇତିହାସ ରଚିଛି ଭାରତ । ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତି ଅଲିମ୍ପିକ୍ସ ଇତିହାସରେ ନୂତନ ଫର୍ଦ୍ଦ ଯୋଡ଼ିଛନ୍ତି ହରିୟାଣାର ନୀରଜ ଚୋପ୍ରା। ମଣିପୁରର ଆଇରନ୍ ଲେଡି ମୀରାବାଇ ଚାନୁ ଦେଶପାଇଁ ପ୍ରଥମ ରୌପ୍ୟ ଜିତିଛନ୍ତି । ରେସଲିଂରେ ରବି କୁମାର ଦହିୟା ଦେଶ ପାଇଁ ଦ୍ୱିତୀୟ ରୌପ୍ୟ ପଦକ ଜିତିଛନ୍ତି । ବକ୍ସିଂରେ ବ୍ରୋଞ୍ଜ ଜିତିଛନ୍ତି ଆସାମର ଲଭଲିନା । କୁସ୍ତିରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ଜିତିଥିବା ବେଳେ ହକିରେ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିଛି । ୪୧ ବର୍ଷ ପରେ ମେଡାଲ୍ ଜିତି ଇତିହାସ ରଚିଛନ୍ତି ପୁରୁଷ ହକି ଦଳ। ଟିମ୍‌ ସେମିରେ ହାରିବା ପରେ ପ୍ଲେ-ଅଫରେ ବେଲଜିୟମକୁ ହରାଇଥିଲା। ସେହିପରି ବ୍ୟାଡ୍‌ମିଣ୍ଟନରେ ବ୍ରୋଞ୍ଜ ଜିତିଛନ୍ତି ହାଇଦ୍ରାବାଦର ପିଭି ସିନ୍ଧୁ । ଅଲିମ୍ପିକ୍ସର ପ୍ରଥମ ଦିବସରେ ଭାରତ ରୌପ୍ୟ ଜିତିଥିବା ବେଳେ ସ୍ୱର୍ଣ୍ଣ ଜିତି ଅଭିଯାନ ଶେଷ କରିଥିଲା ।

ଏଥିସହିତ ପଢ଼ନ୍ତୁ: ବିରାମ ନେଲା କ୍ରୀଡ଼ା ମହାକୁମ୍ଭ ଟୋକିଓ: ଆମେରିକାର ହାତେଇଲା ସର୍ବାଧିକ ପଦକ, ଶେଷରେ ଭାରତକୁ ସ୍ୱର୍ଣ୍ଣ

ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବା ନେଇ କ୍ଷମତା ପାଇବ ରାଜ୍ୟ: ବିଲ୍‌କୁ ମିଳିଛି ବିରୋଧୀଙ୍କ ସମର୍ଥନ

ନୂଆଦିଲ୍ଲୀ: ରାଜ୍ୟ ହାତକୁ ଆସିବ ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବା କ୍ଷମତା । ଲୋକସଭାରେ ଆଗତ ହୋଇଛି ଓବିସି ବିଲ୍  । ୭ ରାଜ୍ୟର ନିର୍ବାଚନ  ମୁଣ୍ଡ ଉପରେ ଥିବାବେଳେ ଓବିସି ବିଲ୍ ଗୃହୀତ କରିବା ଲାଗି ଜୋରଦାର କସରତ ଚାଲିଛି। ପେଗାସସ ମାମଲାରେ ସରକାରଙ୍କୁ ବିରୋଧ କରୁଥିବା ବିରୋଧୀ ଓବିସି ବିଲକୁ କିନ୍ତୁ ସମର୍ଥନ କରିଛନ୍ତି ।

କେନ୍ଦ୍ର କରୁଥିଲା ଏଣିକି ରାଜ୍ୟ କରିବ  । ରାଜ୍ୟ ହାତକୁ ଆସିବ ପଛୁଆ ବର୍ଗଙ୍କ ତାଲିକା ପ୍ରସ୍ତୁତ କରିବା କ୍ଷମତା । ସଂସଦ ଅଧିବେଶନର ଶେଷ ପର୍ଯ୍ୟାୟରେ ବିଲ୍ ପାଇଁ କସରତ । ଆଗକୁ ୭ ରାଜ୍ୟ ନିର୍ବାଚନ ଓ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଲ୍‌କୁ ସମର୍ଥନ କରିଛନ୍ତି ୧୫ ବିରୋଧୀ ଦଳ । ମରାଠାଙ୍କ ଲାଗି ସଂରକ୍ଷଣ ସୁବିଧା ସୁପ୍ରିମକୋର୍ଟରେ ଖାରଜ ପରେ ବିଲ୍ ଆଣିବାକୁ ତତ୍ପର ହୋଇଥିଲା କେନ୍ଦ୍ର । ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଲେ ରାଜ୍ୟମାନେ ତିଆରି କରିବେ ଓବିସି ତାଲିକା । ୧୦୨ତମ ସମ୍ବିଧାନ ସଂଶୋଧନ ଯୋଗୁ ଓବିସି ତାଲିକା ପ୍ରସ୍ତୁତ କରିବା କ୍ଷମତା ରାଜ୍ୟ ହାତରୁ ଚାଲିଯାଇଥିଲା । ଯଦି ରାଜ୍ୟଗୁଡିକର ତାଲିକା କରିବା କ୍ଷମତା ରହିବ ନାହିଁ ତେବେ ଦେଶରେ ୬୭୧ ଓବିସି ଜାତି ଏହି ସୁବିଧାରୁ ବଞ୍ଚିତ ହେବେ । ସେପଟେ ବିଲକୁ ସମର୍ଥନ କରିଛି ବିଜେଡି । ହେଲେ ରାଜ୍ୟ ତାର ସ୍ୱତନ୍ତ୍ର ପଛୁଆ ବର୍ଗଙ୍କ ଗଣନା କରିବ ବୋଲି ବିଜେଡି କହିଛି  ।

ତେବେ ଓବିସି ସଂରକ୍ଷଣରୁ ୫୦ ପ୍ରତିଶତ ସୀମାକୁ ହଟାଇବା ଲାଗି ଦାବି କରିଛି କଂଗ୍ରେସ । ଦଳ କହିଛି ସଂରକ୍ଷଣ ସୀମା ୫୦ପ୍ରତିଶତ ହଟାଇଲେ ରାଜ୍ୟ ବିଶେଷ ଲାଭବାନ ହେବ । ତେଣେ କଂଗ୍ରେସ ଏହି ଦାବିକୁ ଅଧିକ ଜୋର ଦେଲେ ଏହାକୁ ଅଣଦେଖା କରିବ ନାହିଁ ବିଜେପି ।

ଲୋକଙ୍କ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଛି ଟିକା: ଶିଶୁଙ୍କୁ ନେଇ କିଛି ଏଭଳି କହିଲେ ବିଶେଷଜ୍ଞ

ଭୁବନେଶ୍ୱର: ୩ ମାସ ସତର୍କ ରହିଲେ ଆସିବନି ତୃତୀୟ ଲହର । ଲୋକଙ୍କ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବାରୁ ତୃତୀୟ ଲହର ରାଜ୍ୟରେ ସେତେଟା ପ୍ରଭାବ ପକାଇବ ନାହିଁ । ଏଯାଏଁ ୧କୋଟି ୭୮ଲକ୍ଷ ଲୋକ ଟିକା ନେଇ ସାରିଥିବା ବେଳେ ଆଗକୁ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯିବ । ତେବେ ତୃତୀୟ ଲହରରେ ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।

ରାଜ୍ୟରେ ଦିଆଗଲାଣି ୧କୋଟି ୭୮ଲକ୍ଷ ଡୋଜ୍‌ ଟିକା। ୧କୋଟି ୩୭ଲକ୍ଷ ପ୍ରଥମ ଡୋଜ ନେଇଥିବା ବେଳେ ୪୧ ଲକ୍ଷ ଦ୍ୱିତୀୟ ଡୋଜ ନେଇଛନ୍ତି । ସେହିପରି ୫୭ ହଜାର ଗର୍ଭବତୀଙ୍କୁ ଦିଆଯାଇଛି ଭ୍ୟାକସିନ୍‌ । ରାଜ୍ୟରେ ଲୋକଙ୍କ ଶରୀରରେ ୬୫ରୁ ୭୦ ପ୍ରତିଶତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ବୟସ୍କଙ୍କ କ୍ଷେତ୍ରରେ ୮୨ ପ୍ରତିଶତ ଓ ଶିଶୁଙ୍କ କ୍ଷେତ୍ରରେ ୫୪ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ଅଧିକାଂଶ ଲୋକଙ୍କ ଶରୀରରେ ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଥିବାରୁ ରାଜ୍ୟକୁ ତୃତୀୟ ଲହର ଆସିବା ସମ୍ଭାବନା ବହୁତ କମ୍‌ ରହିଛି। ଆଗାମୀ ୩ରୁ ୪ ମାସ ସଚେତନ ରହିଲେ ଆଉ ସଂକ୍ରମଣ ଆସିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ରାଜ୍ୟରେ ତୃତୀୟ ଲହର ସେତେଟା ପ୍ରଭାବ ପକାଇବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଛି। ଯଦି ତୃତୀୟ ଲହର ଆସେ ତେବେ ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏଥିପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ ଓ ତାଲିମ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଆଗଧାଡ଼ିର ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ତାଲିମ ଦିଆଯାଇଛି । ଏବେ ୬ଟି ବ୍ୟାଚରେ ଶିଶୁ ଚିକିତ୍ସକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏଣିକି ହ୍ୱାଟସ୍‌ଆପ୍ ନମ୍ବର ଜରିଆରେ ଟିକାକରଣ ସାର୍ଟିଫିକେଟ ଡାଉନଲୋଡ କରିହେବ । ଏଥିଲାଗି ସରକାରଙ୍କ ପକ୍ଷରୁ ନମ୍ବର ଜାରି କରାଯାଇଛି। ଜାରି ହୋଇଥିବା ନମ୍ବରଟି ହେଉଛି- ୯୦୧୩୧୫୧୫୧୫ । ସେପଟେ ରାଜ୍ୟରେ ତଳମୁହାଁ କରୋନା। ଦ୍ୱିତୀୟ ଲହରରେ ପ୍ରଥମ ଥର ପାଇଁ ହଜାରେ ତଳକୁ ଖସିଛି ଦୈନିକ ସଂକ୍ରମଣ। ଦିନକରେ ୮୮୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୪ଶହ ୬୩ ।

ଆସନ୍ତା ୨୩ରୁ ରାଜଧାନୀରେ ଭକ୍ତଙ୍କ ପାଇଁ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଭକ୍ତଙ୍କ ପାଇଁ ଖୁସି ଖବର । ଆସନ୍ତା ୨୩ରୁ ରାଜଧାନୀରେ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନେଇ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ଏ ନେଇ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ତେବେ କୋଭିଡ ଗାଇଡଲାଇନ୍ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ତେବେ ୨୩ ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ନେଇପାରିବେ ନିଷ୍ପତ୍ତି । ଏନେଇ ବିଭିନ୍ନ ଧର୍ମର ନେତୃବୃନ୍ଦଙ୍କ ସହ ଭର୍ଚୁଆଲରେ ହୋଇଥିଲା ଆଲୋଚନା। ସିଂହଦ୍ଵାର ଓ ଆଡକାଠ ଠାରୁ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି । ଭୋଗ ଲାଗିବା ଉପରେ ବି ରୋକ ଲଗାଯାଇଛି । ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି । ୨୫ରୁ ଅଧିକ ଭକ୍ତଙ୍କ ଏକାଠି ଦର୍ଶନ ମନା। ଛେପ ପକାଇବା ଓ ଗୁଟଖା ଖାଇବା ଉପରେ ରୋକ ଲଗାଯାଇଛି ।ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା, ୧୮ବର୍ଷରୁ କମ ବୟସ୍କ ଓ ଅନ୍ୟ ସମ୍ବେଦନଶୀଳ ବର୍ଗଙ୍କୁ ଧାର୍ମିକ ଅନୁଷ୍ଠନ ଯିବା ଉପରେ ବି କଟକଣା।

ଏଥିସହିତ ପଢ଼ନ୍ତୁ: Cabinet Decision: ୮୯ ଗୋଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣକୁ ମଞ୍ଜୁରୀ

ଉତ୍ତର ଭୁବନେଶ୍ୱରରେ ନିର୍ମାଣ ହେବ ଇନ୍‌ଡୋର ଷ୍ଟାଡିୟମ୍: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ସୁଶାନ୍ତ ରାଉତ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ କ୍ରୀଡା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ୮୯ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛି କ୍ୟାବିନେଟ । ଏଥି ପାଇଁ ୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଛି । ଯାହା ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ । ସେହିପରି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ମଧ୍ୟ ୯ କୋଟି ୫୫ ଲକ୍ଷ ବ୍ୟୟରେ ଏକ ଇନଡୋର ଷ୍ଟାଡିଅମ ନିର୍ମାଣ କରାଯିବ । ତେବେ ଏହି ଷ୍ଟାଡିଅମ ନିର୍ମାଣ ହେବା ଦ୍ୱାରା ରାଜ୍ୟରୁ ବହୁ ପ୍ରତିଭାବାନ କ୍ରୀଡ଼ାବିତ ବାହାରିବେ ବୋଲି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏକ ସାମ୍ବାଦିକ ସମିଳନୀରେ କହିଛନ୍ତି । ସେହିପରି ଏଭଳି ଇନ୍‌ଡୋର ଷ୍ଟାଡିୟମ୍ ଉତ୍ତର ଭୁବନେଶ୍ୱରରେ ନିର୍ମାଣ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯୁବ କ୍ରୀଡାବିତ୍ ।

ଏଥିସହିତ ପଢ଼ନ୍ତୁ: Cabinet Decision: ୮୯ ଗୋଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣକୁ ମଞ୍ଜୁରୀ

୧୬ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଅପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ୱ କେନାଲର ପୁନରୁଦ୍ଧାରକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରୁ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମକୁ ବ୍ୟତୀତ ଅନ୍ୟ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ ।

  •  ଅପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ୱ କେନାଲର ପୁନରୁଦ୍ଧାର କରାଯିବ । ଏଥିପାଇଁ ୧୪୮ କୋଟି ୧୨ ଲକ୍ଷ ୬୫ ହଜାର ୮୯୪ ଦଶମିକ ୩୦କୋଟି ଟଙ୍କା ଖର୍ଚ୍ଚ କରାଯିବ ।
  •  ଓଡ଼ିଶା ଅର୍ଥସେବା କ୍ୟାଡରର ପୁନର୍ଗଠନ । ପଦବୀ ସଂଖ୍ୟା ୯୧୨ରୁ ୧ହଜାର ୧୬କୁ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ।
  •  ଓଡ଼ିଶା ଅଗ୍ନିଶମ ସେବା A ଓ B ବର୍ଗ ଅଧିକାରୀମାନଙ୍କୁ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ ।
  •  ଓଡ଼ିଶା ଦ୍ରବ୍ୟ ଓ ସେବାକର ଅଧିନିୟମ ୨୦୧୭କୁ ସଂଶୋଧନ ।
  •  ଅଞ୍ଜନ କୁମାର ମାଣିକଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି ।
  • ଓଡ଼ିଶା କାରିଗର କିମ୍ବା ସୁଧାର ଅମଲା ସେବା ନିୟମାବଳୀ-୨୦୨୧ ପ୍ରଣୟନ କରାଯାଇଛି । ଯାହାଦ୍ୱାରା କନିଷ୍ଠ କିରାଣି ତଥା ଟାଇପିଷ୍ଟ, କନିଷ୍ଠ ହିସାବ ରକ୍ଷକ, ବରିଷ୍ଠ କିରାଣି ତଥା ହିସାବ ରକ୍ଷକ ନିଯୁକ୍ତି ପଦ୍ଧତି ଏବଂ ସେବା ଚାକିରି ଓ ପଦୋନ୍ନତିର ବ୍ୟବସ୍ଥା କରାଯାଇଛି ।
  • ଓଡ଼ିଶା ଘରୋଇ ସୁରକ୍ଷା ଏଜେନ୍ସି-୨୦୨୧ର ସଂଶୋଧନ । ଏଣିକି ଅନଲାଇନରେ ଓ ଅଫଲାଇନ ମାଧ୍ୟମରେ ଘରୋଇ ସୁରକ୍ଷା ଏଜେନ୍ସି ଲାଇସେନସ୍ ଓ ଡାଟାବେସ୍ ଆବେଦନ କରିପାରିବେ ।
  • ଓଡ଼ିଶା ଶ୍ରମ ସେବା ସର୍ତ୍ତାବଳୀ ନିୟମାବଳୀ ୨୦୧୯ରେ ସଂଶୋଧନ । ଏହାଦ୍ୱାରା ଖାଲି ପଡ଼ିଥିବା ଜିଲ୍ଳା ଶ୍ରମ ଅଧିକାରୀ ପଦ ପୂରଣ ହୋଇପାରିବ ।
  • ସମ୍ବଲପୁର ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସ୍ ପାଇଁ ରାଜ୍ୟ ସରକାର ଜମି ଯୋଗାଇବେ । ଆଉ ୧୮ ଦଶମିକ ୨୩ଏକର ଜମି ଯୋଗାଇବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।
  • ବାଗ୍‌ଚୀ ଶ୍ରୀଶଙ୍କର କ୍ୟାନସର ସେଣ୍ଟର ପାଇଁ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବ । 2 କୋଟି 96 ଲକ୍ଷ ଟଙ୍କା ଛାଡ଼ କରାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ।
  •  ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପରୁ କ୍ୟାବିନେଟର ମୋହର । ୧୮ମାସରେ ସମ୍ପୂର୍ଣ୍ଣ ହେବ କାର୍ଯ୍ୟ । ପ୍ରୋଜେକ୍ଟ ପାଇଁ ବ୍ୟୟବରାଦ ହୋଇଛି ୩୩୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ।
  • ଓଡ଼ିଶା ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନଗାର ନିଯୁକ୍ତି ଏବଂ ସେବା ସର୍ତ୍ତାବଳୀ ନିୟମ ସଂଶୋଧନ -୨୦୨୧ ପ୍ରସ୍ତାବ ଆଗତ ।
  •  ଓଡ଼ିଶା ଅଗ୍ନିଶମ ସେବାର ସି’ ବର୍ଗର ଅଧିକାରୀମାନଙ୍କ ନିଯୁକ୍ତି ସର୍ତ୍ତାବଳୀ-୨୦୨୧, ଓଡ଼ିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ ଧାରା ୨୬-୨-(ସି) ଅନୁଯାୟୀ ପ୍ରସ୍ତୁତି କରାଯାଇଛି ।
  •  ବାଗଚୀ ଶ୍ରୀକର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ଏବଂ ବାଗଚୀ କରୁଣାଶ୍ରୟ ପାଲିଏଟିଭ ସେବାକେନ୍ଦ୍ର ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ । ଏହି ଦୁଇ ପ୍ରତିଷ୍ଠାନ ପାଇଁ ଜମି ଯୋଗାଇବେ ରାଜ୍ୟ ସରକାର ।

ଏଥିସହିତ ପଢ଼ନ୍ତୁ: Cabinet Decision: ୮୯ ଗୋଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣକୁ ମଞ୍ଜୁରୀ

 

Cabinet Decision: ୮୯ ଗୋଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୮୯ ଗୋଟି ବହୁମୁଖୀ କ୍ରୀଡ଼ା ବିପର୍ଯ୍ୟୟ ଆଶ୍ରୟସ୍ଥଳ ଏବଂ ଚିକିତ୍ସାଳୟ ଉପଯୋଗୀ ଇନଡୋର ଷ୍ଟାଡିୟମ ନିର୍ମାଣକୁ ମଞ୍ଜୁରୀ ମିଳିଛି ।

‘ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ଯୋଜନାରେ ୮୯ ଗୋଟି ‘ବହୁମୂଖୀ ଇନଡୋର ଷ୍ଟାଡିୟମ’ ନିର୍ମାଣ ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିପାଇଁ ୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଛି । ଏହା ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ ।

Odisha Cabinet Decision, 89 Multi Purpose Indore Stadium To Built In State

ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ାର ବିକାଶ ନିମନ୍ତେ ନିରନ୍ତର ଧ୍ୟାନ କେନ୍ଦ୍ରୀତ କରିଆସୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ା ଆୟୋଜନର ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଅଛି । 5T କାର୍ଯ୍ୟସୂତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ଏହି ପ୍ରକଳ୍ପ ପରିକଳ୍ପନା କରାଯାଇଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନ ପ୍ରତିନିଧି ଓ କ୍ରୀଡ଼ାବିତ ମାନଙ୍କୁ ନେଇ ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡ଼ା ଭିତ୍ତିଭୂମିର ଆବଶ୍ୟକୀୟ ନକ୍ସା ପ୍ରସ୍ତୁତ ହୋଇଛି ।

Odisha Cabinet Decision, 89 Multi Purpose Indore Stadium To Built In State

‘ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ବିକାଶ ନିମନ୍ତେ ଉଦ୍ଦିଷ୍ଠ । ଏହି ପ୍ରକଳ୍ପ ଅଧୀନରେ ୮୯ ଗୋଟି ‘ବହୁମୂଖୀ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ’ କରିବା ନିମନ୍ତେ ଯୋଜନା କରାଯାଇଅଛି, ଯେଉଁଠି ବର୍ତ୍ତମାନ ଉନ୍ନତ ଭିତ୍ତିଭୂମି ଉପଲବ୍ଧ ନାହିଁ ।

Odisha Cabinet Decision, 89 Multi Purpose Indore Stadium To Built In State

ଏହି ଇନଡୋର ଷ୍ଟାଡିୟମଗୁଡ଼ିକ ବହୁମୂଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ । ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍, ଭାରୋତ୍ତଳନ ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳାର ବ୍ୟବସ୍ଥା ମଧ୍ୟ ଉକ୍ତ ଷ୍ଟାଡିୟମରେ ରହିବ । ଏହି ଆନ୍ତଃଗୃହ ଗୁଡ଼ିକ ଉକ୍ତ ଅଞ୍ଚଳର ଅନ୍ୟାନ୍ୟ ଲୋକପ୍ରିୟ ଇନଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇ ପାରିବ । ଇନଡୋର ଷ୍ଟାଡିୟମ ଗୁଡ଼ିକ ଘଣ୍ଟାପ୍ରତି ୨୦୦ କି.ମି. ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ ଯଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ମହାବାତ୍ୟା ଏବଂ ବନ୍ୟା ଆଦି ସମୟରେ ଏଗୁଡ଼ିକ ଆଶ୍ରୟ କେନ୍ଦ୍ର ରୂପେ ବ୍ୟବହୃତ ହୋଇପାରିବ ।

ମହାମାରୀ ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଷ୍ଟାଡିୟମ ଗୁଡ଼ିକ ୫୦ ଗୋଟି ଶଯ୍ୟା ବିଶିଷ୍ଟ ଏବଂ ପୌରାଞ୍ଚଳରେ ୧୦୦ ଗୋଟି ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇ ପାରିବ । ଏହା ବାଦ୍ ତାଲିମ୍ ପ୍ରଦାନ, ସଭା ପରିଚାଳନା, ପରୀକ୍ଷା କେନ୍ଦ୍ର ଇତ୍ୟାଦି କାର୍ଯ୍ୟ ପାଇଁ ମଧ୍ୟ ଉକ୍ତ ଷ୍ଟାଡିୟମ ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଆହୁରି ଦୃଢ଼ୀଭୁତ ହେବ ।

ବିପଦ ଆଣିବ ତାପମାତ୍ରା ବୃଦ୍ଧି, ୨ ଡିଗ୍ରୀ ବଢ଼ିବ ପାରଦ

ନୂଆଦିଲ୍ଲୀ: ଗ୍ଲୋବାଲ୍ ୱାର୍ମିଂ ବିପଦ ବଢ଼ୁଛି । ଇଣ୍ଟର ଗର୍ଭମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ ଚେଞ୍ଜ (IPCC) ତାଜା ରିପୋର୍ଟରେ ଚେତାବନୀ ଦେଇଛି । ବର୍ଷ ୨୧୦୦ ସୁଦ୍ଧାର ପୃଥିବୀର ସର୍ବନିମ୍ନ ତାପମାତ୍ରା ଆଉ ୨ ଡିଗ୍ରୀ ବୃଦ୍ଧି ପାଇବ । ଏଥିପାଇଁ ବିପୁଳ ମାତ୍ରାରେ ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗତ କମ୍ କରିବାକୁ କହିଛି IPCC । ଆସିଥିବା ଷଷ୍ଠ ଆକଳନ ରିପୋର୍ଟର ପ୍ରଥମ ଭାଗରେ ପୃଥିବୀର ଜଳବାୟୁ ସ୍ଥିତିର ତାଜା ମୂଲ୍ୟାଙ୍କନ, ପରିବର୍ତ୍ତନ ଓ ଗ୍ରହ ଉପରେ ଏହାର ପ୍ରଭାବ ଆଦି ତଥ୍ୟ ରହିଛି । ପୃଥିବୀର ଜଳବାୟୁ ସ୍ଥିତି ଉପରେ ଏହି ରିପୋର୍ଟ ବ୍ୟାପକ ଭାବେ ସ୍ୱୀକୃତ ବୈଜ୍ଞାନିକ ରାୟ ଅଟେ ।

Climate Change Report On Earth Climate Predict Above 2 Degree Rise In Temperature By 2100

ଆକଳନ ରିପୋର୍ଟର ପ୍ରଥମ ଭାଗରେ ଜଳବାୟୁ ପରିବର୍ତ୍ତନ ନେଇ ତଥ୍ୟ ରହିଛି । ୧୮୫୦ରୁ ୧୯୦୦ ମଧ୍ୟରେ ବିଶ୍ୱର ତାପମାତ୍ରା ପୂର୍ବ-ଇଣ୍ଡଷ୍ଟ୍ରିଆଲ୍ ଟାଇମ ତୁଳନାରେ ୧.୧ ଡିଗ୍ରୀ ବୃଦ୍ଧି ପାଇଛି । ଏଥିସହ ଏହି ରିପୋର୍ଟରେ ଆଇପିସି ୨୦୪୦ ମଧ୍ୟରେ ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଚେତାବନୀ ଦେଇଛି ।

Climate Change Report On Earth Climate Predict Above 2 Degree Rise In Temperature By 2100

୨୦୧୫ ପ୍ୟାରିସ୍ ଚୁକ୍ତି ଅନୁସାରେ, ଜଳବାୟୁ ପରିବର୍ତ୍ତନକୁ ବିଶ୍ୱର ତାପମାତ୍ରା ଅନୁସାରେ ୨ ଡିଗ୍ରୀ ସେଲସିୟସରୁ କମ୍ ରଖିବାକୁ ହେବ । ବିଶେଷକରି ୧.୫ ଡିଗ୍ରୀ ଭିତରେ ରଖିବାକୁ ହେବ । ବୈଜ୍ଞାନିକଙ୍କ ଅନୁସାରେ, ୨ ଡିଗ୍ରୀରୁ ଅଧିକ ତାପମାତ୍ରା ବୃଦ୍ଧି ପୃଥିବୀର ଜଳବାୟୁକୁ ସବୁଦିନ ଲାଗି ବଦଳାଇ ଦେବ । ଏହା ଫଳରେ ମନ୍ୟୁଷ ଓ ଅନ୍ୟ ପାଣୀ ବଞ୍ଚିବା କଷ୍ଟକର ହୋଇ ପଡ଼ିବ ।

Climate Change Report On Earth Climate Predict Above 2 Degree Rise In Temperature By 2100Predict Above 2 Degree

ରିପୋର୍ଟରେ କୁହାଯାଇଛି, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ବଡ଼ ପରିମାଣରେ ରୋକିପାରିଲେ ମଧ୍ୟ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ପାର କରି ୧.୬ ଡିଗ୍ରୀ ସେଲସିୟସ୍ ପହଞ୍ଚି ଯିବ । ପରେ ଏହା ୧.୫ ଡିଗ୍ରୀକୁ ଆସିପାରେ ।

ଆଇଏଏସ୍ ଏବଂ ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଇଏଏସ୍ ଓ ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେହିଭଳି ପଞ୍ଚାୟତିରାଜ ନିର୍ଦ୍ଦେଶକ ଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ଢେଙ୍କାନାଳ ଜିଲ୍ଲାପାଳ ଥିବା ଭୂମେଶ ଚନ୍ଦ୍ର ବେହେରାଙ୍କୁ ଆୟୁଷ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ଅନ୍ୟପକ୍ଷରେ ସରୋଜ କୁମାର ସେଠୀଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆୟୁଷ ବିଭାଗ ନିର୍ଦ୍ଦେଶକ ଭାବେ ବର୍ତ୍ତମାନ କାର୍ଯ୍ୟ କରୁଥିବା ତ୍ରିଲୋଚନ ମାଝିଙ୍କୁ ଭଦ୍ରକ ଜିଲ୍ଲପାଳ ଭାବେ ନୂଆ ନିଯୁକ୍ତି ମିଳିଛି ।

କଣ୍ଟ୍ରୋଲରେ ଥିଲି ବୋଲି ୨୨ ଚାପୁଡ଼ା ମାରିଲି, ନହେଲେ ଆହୁରି ଅଧିକ ପଡ଼ିଥାନ୍ତା

ଲକ୍ଷ୍ନୌ: କିଛିଦିନ ତଳେ ଲକ୍ଷ୍ନୌର ଟ୍ରାଫିକରେ ଜଣେ କ୍ୟାବ ଡ୍ରାଇଭରଙ୍କୁ ଜଣେ ଯୁବତୀ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଥିଲେ । ତାହା ପୁଣି କ୍ୟାବ ଡ୍ରାଇଭରଙ୍କ ଭୁଲ୍ ନଥାଇ । ଉକ୍ତ ଘଟଣାରେ ଏବେ ପୁଣି ଆହୁରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ମାଡ଼ ମାରିଥିବା ଯୁବତୀ ପ୍ରିୟଦର୍ଶିନୀ । କହିଛନ୍ତି- ପୂର୍ବରୁ ମୁଁ ଜଣେ ବାଇକ୍ ଆରୋହୀଙ୍କୁ ବହୁତ ମାରିଥିଲି । ଜଣେ ମଦ ପିଇ ମୋତେ ଛୁଇଁବାକୁ ଚାହୁଁଥିଲେ, ମୁଁ ତାଙ୍କୁ ଚାପୁଡ଼ା ସହ ଧକ୍କା ମାରିଥିଲି ।

Lucknow Slapgate Priyadarshini Said I Was In Control Or Else Would Have Slapped 25 Times

କ୍ୟାବ ଚାଳକଙ୍କୁ ମୁଁ ତ ହାତକୁ କଣ୍ଟ୍ରୋଲରେ ରଖି ମାରିଥିଲି । ନିଜକୁ ବଞ୍ଚାଇବା ଲାଗି କିଛି ବି କଲେ ତା ଠିକ୍ । ଯିଏ କେହି ବି ନିକଟ ହୁଏ ମୁଁ ତାକୁ ପ୍ରଥମେ ଧକ୍କା ପରେ ଚାପୁଡ଼ା ମାରେ ବୋଲି ମନ୍ତବ୍ୟ ଦେଇଛନ୍ତି ପ୍ରିୟଦର୍ଶିନୀ । ଘଟଣା ଦିନ ଆର୍ମି ଯବାନ ମୋତେ ଅଟକାଇ ଦେଇଥିଲେ । ନହେଲେ ସ୍ଥିତି ଆହୁରି ସାଂଘାତିକ ହୋଇଥାନ୍ତା । ୨୨ରୁ ୨୫ ଚାପୁଡ଼ା ମାରିଥାନ୍ତି ।