ସୁଦୃଢ଼ ହେଉଛି ମହିଳାଙ୍କ ଆର୍ଥିକ ସ୍ଥିତି, ମାଧ୍ୟମ ସାଜିଛି ‘ମିଶନ ଶକ୍ତି’

1 min read

ପୁରୁଷୋତ୍ତମପୁର/ଜଗତସିଂହପୁର: ରାଜ୍ୟରେ ସଶକ୍ତ ହେଉଛନ୍ତି ମହିଳା । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ଆର୍ଥିକ ଉନ୍ନତି ହେଉଛି । ରାଜ୍ୟ ସରାକରଙ୍କ ଉଦ୍ୟମରେ ଗାଁ ଗାଁରେ ଏସଏଚଜି ଗଠନ କରି ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ‘ମୋ ଖତ’ ପ୍ରସ୍ତୁତ କରି ମହିଳା ସ୍ୱାବଲମ୍ୱୀ ହୋଇଛନ୍ତି । ଜଗତସିଂହପୁରରେ ମୋ ଉପକାରୀ ବଗିଚା ମହିଳାଙ୍କୁ ରୋଜଗାର ଦେଇଛି ।

ମହିଳାଙ୍କୁ ସ୍ୱାବଲମ୍ୱୀ କରିଛି `ମୋ ଖତ’ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ବର୍ଜ୍ୟବସ୍ତୁରୁ ଜୈବିକ ଖତ ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି ଏସଏଚଜି ମହିଳା । ବ୍ୟାଟେରୀ ଚାଳିତ ଗାଡ଼ିରେ ଓ୍ୱାର୍ଡରୁ ଓ୍ୱାର୍ଡକୁ ବୁଲି ଅଳିଆ ସଂଗ୍ରହ ପରେ ପ୍ରକ୍ରିୟାକରଣ ଦ୍ୱାରା ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି । ଏହି କାର୍ଯ୍ୟରେ ୧୦ଜଣ ମହିଳା ନିୟୋଜିତ ହୋଇଥିବାବେଳେ ବାର୍ଷିକ ୨ ଦଶମିକ ୫ମେଟ୍ରିକ୍ ଟନ ଖତ ପ୍ରସ୍ତୁତ ହେଉଛି । ଖତକୁ କେଜି ପ୍ରତି ୨୦ଟଙ୍କାରେ ବିକି ଲାଭବାନ ହେଉଛନ୍ତି ।

ସେପଟେ ଜଗତସିଂହପୁରରେ ବଡ଼ି ପ୍ରସ୍ତୁତି, ମହିଳାଙ୍କ ରୋଜଗାରର ନୂଆ ମାଧ୍ୟମ ସାଜିଛି । ବିରିଡି ବ୍ଲକ୍ ବମ୍ବିଲୋ ଗାଁର ମହିଳାମାନେ ବଡ଼ି ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକୁଛନ୍ତି । ଏହା ସହିତ ମୋ ଉପକାରୀ ବଗିଚା ମଧ୍ୟ ରୋଜଗାର ଦେଉଛି । ସେହିପରି ଅନେକ ମହିଳା ଗୋ-ପାଳନ କରି ଅର୍ଥ ଉପାର୍ଜନ କରୁଛନ୍ତି ।

ମହିଳାଙ୍କୁ ସଶକ୍ତ କରିଛି ମିଶନ ଶକ୍ତି । ଋଣ ଯୋଗାଇ ଦେବା ସହ ସାମାଜିକ ଓ ଆର୍ଥିକ ସ୍ତରରେ ଉନ୍ନତି ପାଇଁ ସହଯୋଗ କରୁଛି । ଯାହାଦ୍ୱାରା ଗାଁ ଗାଁରେ ମହିଳାମାନେ ଆତ୍ମନିର୍ଭର ହୋଇପାରିଛନ୍ତି ।

 

Leave a Reply