spot_img
Home Blog Page 5334

କଂଗ୍ରେସ ଠାରୁ ୫ ଗୁଣା ବଢ଼ିଛି ବିଜେପିର ଆୟ

ନୂଆଦିଲ୍ଲୀ: କ୍ଷମତାକୁ ଆସିବା ପରେ ଆଖିଦୃଶିଆ ବଢ଼ିଛି ବିଜେପିର ଆୟ । ଅନ୍ୟ ୪-୫ ଜାତୀୟ ଦଳର ଆୟର ମିଶ୍ରଣଠାରୁ ୩-୪ଗୁଣା ଅଧିକ ଆୟ କରିଛି ବିଜେପି । ଆୟ ବଢ଼ିବା ସାଙ୍ଗକୁ ଦଳର ବ୍ୟୟ ବି ବଢ଼ିଛି । ୨୦୧୮-୧୯ର  ତୁଳନାରେ ୨୦୧୯-୨୦ରେ ବିଜେପିର ଉଭୟ ଆୟ ଓ ବ୍ୟୟ ବୃଦ୍ଧି ପାଇଛି । ଆୟ ୫୦ ପ୍ରତିଶତ ବଢ଼ିଥିବା ବେଳେ ଓ ୬୪ ପ୍ରତିଶତ ଅଧିକ ଖର୍ଚ୍ଚ କରିଛି ଶାସକ ଭାରତୀୟ ଜନତା ପାର୍ଟି ।

BJP's income rises 50% in FY20, over five times of Congress

ନିର୍ବାଚନୀ ବର୍ଷ ୨୦୧୯-୨୦ରେ  ୫୦ ପ୍ରତିଶତ ବଢ଼ିଛି ବିଜେପିର ଆୟ । ୨୦୧୮-୧୯ରେ ଦଳର ଆୟ ୨ ହଜାର ୪୧୦ କୋଟି ଥିବା ବେଳେ ୨୦୧୯-୨୦ରେ ଏହା ୩ ହଜାର ୬୨୩ କୋଟି ହୋଇଛି । ସେହିପରି ଦଳର ଖର୍ଚ୍ଚ ମଧ୍ୟ ନିର୍ବାଚନୀ ବର୍ଷରେ ଢ଼େର ବଢ଼ିଛି । ପୂର୍ବବର୍ଷ ଏକ ହଜାର ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୯-୨୦ରେ ଏହା ୬୪ ପ୍ରତିଶତ ବୃଦ୍ଧି ପାଇ ୧,୬୫୧ କୋଟି ହୋଇଛି । ବାର୍ଷିକ ଅଡିଟ୍ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ୨୦୧୯-୨୦ ବର୍ଷ ପାଇଁ ନିର୍ବାଚନ କମିଶନ ପକ୍ଷରୁ କରାଯାଇଥିବା ଅଡିଟରେ ଏହି ରିପୋର୍ଟ ସାମ୍ନାକୁ ଆସିଛି ।

BJP's income rises 50% in FY20, over five times of Congress

୨୦୧୯-୨୦ରେ କଂଗ୍ରେସର ଆୟ ୬୮୨ କୋଟି ରହିଥିବା ବେଳେ ବିଜେପିର ଆୟ କଂଗ୍ରେସଠାରୁ ୫.୩ ଗୁଣା ଅଧିକ ହୋଇଛି । ୨୦୧୯ ଆର୍ଥିକ ବର୍ଷରେ କଂଗ୍ରେସର ଆୟ ୧୭% ହ୍ରାସ ପାଇଛି । ସେହିଭଳି ମମତା ବାନାର୍ଜୀଙ୍କ ଟିଏମସି ୧୦୦.୪୬ କୋଟି, ଶରଦ ପାୱାରଙ୍କ ଏନସିପି ୨୯.୨୫ କୋଟି, ଶିବସେନା ୪୧ କୋଟି, ଡିଏମକେ ୪୫ କୋଟି, ଆରଜେଡି ୨.୫ କୋଟି ଓ ଅରବିନ୍ଦ କେଜରିୱାଲଙ୍କ ଆପ୍ ୧୮ କୋଟି ଟଙ୍କା ନିର୍ବାଚନୀ ବଣ୍ଡରୁ ପାଇଛନ୍ତି ।

ସ୍ୱାମୀ ଘରେ ଲୁଚାଇ ରଖିଥିଲା ଚୋରା ବନ୍ଧୁକ ହେଲେ ପୋଲିସ୍‌କୁ କହିଦେଲା ସ୍ତ୍ରୀ

ଭୁବନେଶ୍ୱର: ସ୍ୱାମୀ ରଖିଥିଲେ ଚୋରା ବନ୍ଧୁକ, ହେଲେ ପୋଲିସକୁ କହିଦେଲେ ସ୍ତ୍ରୀ। ଆଉ ଚୋରା ବନ୍ଧୁକ ଜବତ କଲା ପୋଲିସ। ରାଜଧାନୀ ଭୁବନେଶ୍ୱରରୁ ଚୋରା ଦେଶୀ ବନ୍ଧୁକ ଜବତ ହୋଇଛି। ନୟାପଲ୍ଲୀ ବେହେରା ସାହିରୁ ଚୋରା ବନ୍ଧୁକ ଜବତ କରିଛି ପୋଲିସ। ବନ୍ଧୁକ ରଖିଥିବା ଅଭିଯୋଗରେ ବାବନ ଓରଫ ବାସୁଦେବ ସାହୁ ଗିରଫ କରାଯାଇଛି।

ନୟାପଲ୍ଲୀ ପୋଲିସ ପାଖରେ ଅଭିଯୋଗ ପରେ ରେଡ଼ କରିଥିଲା ପୋଲିସ। ପତ୍ନୀଙ୍କୁ ଧମକ, ଯୌତୁକ ନିର୍ଯ୍ୟାତନା ନେଇ ଥାନାରେ ଅଭିଯୋଗ ବି ହୋଇଥିଲା। ତେବେ କରୋନା କାଳରେ ରାଜ୍ୟରେ ନିଶା ଠାରୁ ଆରମ୍ଭ କରି ଚୋରି, ଛିନତାଇ, ଲୁଟ ଏବଂ ବନ୍ଧୁକ ବେପାର ବଢ଼ି ଚାଲିଛି। ପୋଲିସ୍‌କୁ ଚ୍ୟାଲେଞ୍ଜ ଦେଉଛନ୍ତି ଅପାରଧୀ।

ଅଲମ୍ପିକ୍ସରେ କେବେ ଖେଳ ହୋଇଥିଲା କ୍ରିକେଟ୍ ?

ଯଦି ସବୁକିଛି ଠିକ୍ ଚାଲେ ଓ ICCର ଉଦ୍ୟମ ସଫଳ ହୁଏ ତେବେ ଲସ ଏଞ୍ଜଲସ ଅଲମ୍ପିକ୍ସରେ ଚୌକା ଛକା ପଡିବ । ଆଉ ବିରାଟ, ସାର୍ ଜାଡେଜା ଯଦି ରିଟାୟରମେଣ୍ଟ ନେଇ ନଥିବେ ତେବେ ସେମାନଙ୍କୁ ଅଲମ୍ପିକ୍ସ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ । ଆଇସିସି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ଉଦ୍ୟମ କରିବ ବୋଲି ଘୋଷଣା କରିଛି । ଏହି ଖବର ଶୁଣି ଭାରତୀୟଙ୍କ ମନ ଚୌକା, ଛକା ମାରିବଣି । କାରଣ କ୍ରିକେଟର ଗୋଟିଏ ପଦକ ପକ୍କା ହୋଇଯିବ । ତେବେ ଆପଣ କ’ଣ ଜାଣିଛନ୍ତି ଯେ, ଗୋଟିଏ ସମୟରେ ଅଲମ୍ପିକ୍ସରେ ମଧ୍ୟ କ୍ରିକେଟ୍ ସାମିଲ ଥିଲା ?

ଅଲମ୍ପିକ୍ସରେ କ୍ରିକେଟ୍
ଅଲମ୍ପିକ୍ସରେ ଏବା କ୍ରିକେଟ୍ ଖେଳା ଯାଉନାହିଁ । କିନ୍ତୁ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ, ୧୮୯୬ର ପ୍ରଥମ ଅଲମ୍ପିକ୍ସରେ କ୍ରିକେଟ୍ ସ୍ଥାନ ପାଇଥିଲା । କିନ୍ତୁ କ୍ରିକେଟ୍ ସହିତ ‘ଖେଲା’ ହୋଇ ଯାଇଥିଲା । ଅଲମ୍ପିକ୍ସ ତାଲିକାରେ କ୍ରିକେଟ୍ ତ’ ଥିଲା କିନ୍ତୁ ଖେଳିବାକୁ ଟିମ୍ ନଥିଲେ । ତେଣୁ ବାଧ୍ୟ ହୋଇ ଆୟୋଜକ କ୍ରିକେଟ ମ୍ୟାଚ୍ ବାତିଲ କରିଥିଲେ ।

ଏହା ପରେ ଆସିଥିଲା ୧୯୦୦ ମସିହାର ପ୍ୟାରିସ୍ ଅଲମ୍ପିକ୍ସ । ପ୍ୟାରିସ ମାନେ ଫ୍ରାନ୍ସ । ଆଉ ଏହି ଅଲମ୍ପିକ୍ସରେ କ୍ରିକେଟ୍ ମ୍ୟାଚ୍ ହୋଇଥିଲା । ଏଠି କହି ରଖୁଛୁ ଯେ, ପ୍ୟାରିସ ଅଲମ୍ପିକ୍ସରେ ମୋଟ ୧୯ ବିଭାଗରେ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିରୁ ଗୋଟିଏ ଥିଲା କ୍ରିକେଟ୍ ।

କେତେ ଟିମ୍ ଭାଗ ନେଇଥିଲେ ?
ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟ୍ ଖେଳିବାକୁ ୪ଟି ଦେଶ ନାମ ଦେଇଥିଲେ । ଏହି ୪ ଦେଶ ଥିଲେ ନେଦରଲ୍ୟାଣ୍ଡ, ବେଲଜିୟମ, ବ୍ରିଟେନ୍ ଓ ଫ୍ରାନ୍ସ । ଆପଣ ନାମ ତାଲିକା ପଢି ଆଶ୍ଚର୍ଯ୍ୟ ହେଉଥିବେ । କାରଣ ଏହି ତାଲିକାରେ ଯେଉଁ ନାମ ସବୁ ଅଛି ତାହା ମଧ୍ୟରୁ କିଛି ଦେଶରେ ଏବେ କ୍ରିକେଟ୍ ଖେଳା ଯାଉଥିବା କଥା ଆପଣଙ୍କ କାନରେ ପଡ଼ିନଥିବ । କିନ୍ତୁ ଏହା ସତ । ସେତେବେଳେ ବେଲଜିୟମ, ନେଦରଲ୍ୟାଣ୍ଡ୍ ଓ ଫ୍ରାନ୍ସ ଭଳି ଦେଶ ନିଜ କ୍ରିକେଟ୍ ଟିମକୁ ଅଲମ୍ପିକ୍ସ ଖେଳିବାକୁ ପଠାଇଥିଲେ । କିନ୍ତୁ ଅଲମ୍ପିକ୍ସର ଦ୍ୱିତୀୟ ଏଡିସନରେ କ୍ରିକେଟ୍ ସହିତ ପୁଣି ଗୋଟିଏ କାଣ୍ଡ ଘଟିଥିଲା । ପ୍ରଥମ ଅଲମ୍ପିକ୍ସ ଖେଳିବାକୁ କୌଣସି କ୍ରିକେଟ୍ ଟିମ୍ ଯାଇନଥିଲେ, ଆଉ ଦ୍ୱିତୀୟ ଅଲମ୍ପିକ୍ସର ମୁକାବିଲା ଆରମ୍ଭର ଠିକ୍ ପୂର୍ବରୁ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ କହିଲେ ଆମେ ଖେଳିବୁନି । ଏବେ ପ୍ରତିଯୋଗୀତାରେ ଦୁଇଟି ଦଳ ଥିଲେ । ଫ୍ରାନ୍ସ ଓ ଇଂଲଣ୍ଡ । ଏହି ଦୁଇ ଦଳ ମଧ୍ୟରେ କେବଳ ଗୋଟିଏ ମ୍ୟାଚ୍ ଖେଳ ହୋଇଥିଲା ଓ ଆୟୋଜକ ଏହି ଗୋଟିଏ ମ୍ୟାଚକୁ ହିଁ ଫାଇନାଲ ବୋଲି ଘୋଷଣା କରିଦେଲେ । ମାନେ ଲିଗ୍ ମ୍ୟାଚ୍ ଯୋଉଦିନ ଆରମ୍ଭ ହେଲା ସେହିଦିନ ଫାଇନାଲ ବି ଫାଇନାଲ ହେଇଗଲା ।

Cricket Was Played in 1900 Paris Olympics

ଏହି ମ୍ୟାଚ୍ ଦୁଇ ଦିନ ଧରି ଖେଳାଯାଇଥିଲା । କାରଣ ସେତେବେଳେ ୱାନଡେ ଫର୍ମାଟ୍ ଆସିନଥିଲା, ତେଣୁ ଟେଷ୍ଟ୍ କ୍ରିକେଟକୁ ଦୁଇ ଦିନିଆ କରି ଖେଳା ଯାଇଥିଲା । ଏବଂ ପ୍ରତି ଟିମରେ ଥିଲେ ୧୨ ଜଣ ଖେଳାଳି । ଟାଇପ୍ ମିଷ୍ଟେକ୍ ନୁହେଁ ଆପଣ ଠିକ୍ ପଢୁଛନ୍ତି ପ୍ରତିଦଳରେ ୧୧ ବଦଳରେ ୧୨ ଜଣ ଖେଳାଳି ଥିଲେ । ଯେଉଁଦିନ ମଙ୍ଗନ ସେଇଦିନ ବାହାଘର ଭଳି ହୋଇଥିବା ଏହି ଫାଇନାଲ ମ୍ୟାଚରେ ଇଂଲଣ୍ଡ ଜିତିଥିଲା । କିନ୍ତୁ ସ୍ୱର୍ଣ୍ଣ ପଦକ ବଦଳରେ ପାଇଥିଲା ରୌପ୍ୟ ଓ ଫ୍ରାନ୍ସ ପାଇଥିଲା ବ୍ରୋଞ୍ଜ ।

ଦୁଇ ଦେଶର ଟିମ୍ ଜାଣିନଥିଲେ ସେମାନେ ଅଲମ୍ପିକ୍ସ ଖେଳୁଛନ୍ତି !
ଏବେ ସବୁଠାରୁ ରୋଚକ କଥା । ଅଲମ୍ପିକ୍ସ ଖେଳୁଥିବା ଏହି ଦୁଇ କ୍ରିକେଟ୍ ଟିମ୍ ଜାଣିନଥିଲେ ଯେ, ସେମାନେ ଅଲମ୍ପିକ୍ସ ଖେଳୁଛନ୍ତି । କଥା ହେଲା ବ୍ରିଟେନ୍ ତା’ର ଜାତୀୟ ଦଳକୁ ଫ୍ରାନ୍ସ ନପଠାଇ କ୍ଲବ ସ୍ତରୀୟ ଦଳକୁ ପଠାଇଥିଲା । ଦୁଇ ଦଳ ଭାବୁଥିଲେ ଯେ, ସେମାନେ ବିଶ୍ୱ ବାଣିଜ୍ୟ ମେଳା ଅବସରରେ ଆୟୋଜିତ ମ୍ୟାଚ୍ ଖେଲୁଛନ୍ତି । କାରଣ ଅଲମ୍ପିକ୍ସ ବେଳେ ହିଁ ପ୍ୟାରିସ ବାଣିଜ୍ୟ ମେଳା ଚାଲୁଥିଲା । ତେବେ ଏହି ମ୍ୟାଚ ଖେଳାଯିବାର ୧୨ ବର୍ଷ ପରେ ଅଲମ୍ପିକ୍ସର ଆଧିକାରିକ ତଥ୍ୟରେ କ୍ରିକେଟ୍ ମ୍ୟାଚକୁ ସାମିଲ କରାଯାଇଥିଲା । ଆଉ ସେତେବେଳେ ଇଂଲଣ୍ଡକୁ ପୁଣିଥରେ ରୌପ୍ୟ ବଦଳରେ ସ୍ୱର୍ଣ୍ଣ ଓ ଫ୍ରାନ୍ସକୁ ରୌପ୍ୟ ମିଳିଥିଲା ।

ପ୍ୟାରିସ୍ ଅଲମ୍ପିକ୍ସ କାଳରେ ହିଁ ପରବର୍ତ୍ତି ସେଣ୍ଟ୍ ଲୁଇ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ପୁଣି କ୍ରିକେଟ୍ ସହିତ କାଣ୍ଡ ଘଟିଥିଲା । ସେଣ୍ଟ୍ ଲୁଇ ଅଲମ୍ପିକ୍ସରେ କ୍ରିକେଟ୍ ଖେଳିବାକୁ କୌଣସି ଟିମ୍ ମିଳିନଥିଲେ । ଫଳରେ କ୍ରିକେଟ ମ୍ୟାଚ୍ ବାତିଲ ହୋଇଥିଲା । ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ଅଲମ୍ପିକ୍ସର ଦୁଆର ମାଡିନି କ୍ରିକେଟ୍ । ୨୦୨୮ରେ ଯଦି ଅଲମ୍ପିକ୍ସରେ କ୍ରିକେଟ୍ ସାମିଲ ହୁଏ ତେବେ ଚତୁର୍ଥ ଥର ପାଇଁ ଏମିତି ହେବ । ଅବଶ୍ୟ ଆଗରୁ ତିନିଥର କ୍ରିକେଟ୍ ଅଲମ୍ପିକ୍ସରେ ସାମିଲ ହୋଇଥିଲେ ମଧ୍ୟ ମାତ୍ର ଥରେ କ୍ରିକେଟ୍ ମ୍ୟାଚ୍ ହୋଇ ପାରିଛି । ଏବେ ପ୍ରଶ୍ନ ହେଉଛି ଯଦି ବି ୨୦୨୮ ଅଲମ୍ପିକ୍ସରେ କ୍ରିକେଟ୍ ସାମିଲ ହୁଏ ତେବେ କ୍ରିକେଟ୍ ଖେଳୁଥିବା ସବୁ ଦେଶ ନିଜର ଜାତୀୟ ଦଳକୁ ପଠାଇବେ ନା କ୍ରିକେଟ୍ ବୋର୍ଡ ସବୁ ଟଙ୍କା ଚକ୍କରରେ ପଡି ବି’ ଟିମକୁ ପଠାଇବେ ? ଅବଶ୍ୟ ଏହାର ଉତ୍ତର ଭବିଷ୍ୟତ ଦେବ..

ଟୋକିଓରୁ ଫେରିବା ପରେ ଆଗାମୀ ଲକ୍ଷ୍ୟ ନେଇ କ’ଣ କହିଲେ ମନପ୍ରୀତ…

ନୂଆଦିଲ୍ଲୀ: ଟୋକିଓରୁ ରୌପ୍ୟ ପଦକ ଜିତି ଦିଲ୍ଲୀ ଫେରିଛି ଭାରତୀୟ ପୁରୁଷ ହକି ଟିମ୍ । ଦିଲ୍ଲୀରେ ଭାରତୀୟ ପୁରୁଷ ହକି ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ମନପ୍ରୀତ ସିଂ ନନ୍ଦିଘୋଷ ଟିଭିକୁ ଦେଇଛନ୍ତି ଏକ୍ସକ୍ଲୁସିଭ୍ ସାକ୍ଷାତକାର । ୪୧ ବର୍ଷ ପରେ ପଦକ ଜିତିଥିବାରୁ ବହୁତ ଖୁସି ଲାଗୁଥିବା କହିଛନ୍ତି ମନପ୍ରୀତ ।

Tokyo Olympics, Indian Men's Hockey Team Captain Manpreet Hails Naveen Patnaik

ଏଥିସହ ହକିକୁ ସାହାଯ୍ୟ କରି ଭାରତୀୟ ହକି ଦଳର ଓଡ଼ିଶା ପ୍ରାୟୋଜକ ରହି ବିଭିନ୍ନ ବଡ଼ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଛି । ପଦକ ଜିତିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇ ମନୋବଳ ବଢ଼ାଇଥିବା କହିଛନ୍ତି ମନପ୍ରୀତ । ଓଡ଼ିଶାରେ ହକି ବେଶ୍ ଲୋକପ୍ରିୟ । ବହୁତ ଲୋକ ଓଡ଼ିଶାରେ ହକି ଖେଳୁଛନ୍ତି । ଓଡ଼ିଶାର ଏମିତି ସମର୍ଥନ ଜାରି ରହୁ । ଆସନ୍ତାବର୍ଷ ଏସିଆନ୍ ଗେମ୍ସ ରହିଛି । ଆମେ ସେଠି ସ୍ୱର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛୁ । କମନ ୱେଲଥ ଗେମ୍ସ ଓ ୱାର୍ଲ୍ଡ କପ ଉପରେ ନଜର ରହିଥିବା କହିଛନ୍ତି ସେ ।

Tokyo Olympics, Indian Men's Hockey Team Captain Manpreet Hails Naveen Patnaik

ଭାରତୀୟ ହକି ଦଳର ମୁଖ୍ୟ କୋଚ୍ ନନ୍ଦିଘୋଷ ଟିଭିକୁ ଏସକ୍ଲୁସିଭ୍ ସାକ୍ଷାତକାର ଦେଇ କହିଛନ୍ତି- ଭାରତୀୟ ଟିମ୍ ଭଲ ଖେଳିଛି । ଏଥିସହ ଓଡ଼ିଶା ସରକାର ହକିକୁ ସହଯୋଗ କରୁଥିବାରୁ ସେ ପ୍ରଶଂସା କରିଛନ୍ତି । ଆଗକୁ ଓଡ଼ିଶା ଆହୁରି ହକି ମ୍ୟାଚ ଆୟୋଜନ କରୁ ବୋଲି ସେ କହିଛନ୍ତି । ପୁରୁଷ ହକି ଦଳର କୋଚ୍ ନନ୍ଦିଘୋଷ ଟିଭିକୁ ଏସକ୍ଲୁସିଭ୍ ସାକ୍ଷାତକାର ଦେଇଛନ୍ତି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ବିଜେପି ଏବଂ କଂଗ୍ରେସର ବହୁ ନେତା ଓ କର୍ମୀ

ଖୋର୍ଦ୍ଧା: ରାଜ୍ୟରେ ଭାଙ୍ଗି ଚାଲିଛି ବିଜେପି ଓ କଂଗ୍ରେସର ସଂଗଠନ। କର୍ମୀମାନେ ଦଳ ଉପରେ ଆସ୍ଥା ହରାଇ ଦଳ ଛାଡ଼ୁଛନ୍ତି। ସାଧାରଣ ଲୋକଙ୍କ ସେବା କରିବା ଲାଗି ଏହି ସବୁ ଦଳ ଆଉ ରାଜ୍ୟରେ ପ୍ରକୃଷ୍ଠ ପ୍ଲାଟଫର୍ମ ହୋଇ ନାହିଁ ବୋଲି ସେମାନେ ବିଜେଡି ମୁହାଁ ହୋଇଛନ୍ତି। ମଙ୍ଗଳବାରଦିନ ଭୁବନେଶ୍ୱରର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହା ସ୍ପଷ୍ଟ ଦେଖିବାକୁ ମିଳିଛି। ଏହି ସମାବେଶରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଏକଦା କଂଗ୍ରେସ ଓ ବିଜେପିର ତୃଣମୂଳ ସଂଗଠନ ମଙ୍ଗ ଧରିଥିବା ତଥା ପୂର୍ବରୁ ପଞ୍ଚାୟତ ଓ ଜିଲ୍ଲା ପରିଷଦର ନେତୃତ୍ୱ ନେଇଥିବା ପ୍ରତିନିଧି ମାନେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନ ଆଉ ଅଳ୍ପ କିଛିଦିନ ବାକିଥିବାବେଳେ ଏହି ସମାବେଶ ତୃଣମୂଳ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି ଆଶା କରାଯାଇଛି।

ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜଙ୍କ ପୌରୋହିତ୍ୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି କଂଗ୍ରେସ ଓ ବିଜେପି ନେତୃବୃନ୍ଦଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରତାପ ଜେନା, ବରିଷ୍ଠ ନେତା ତଥା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ, ଖୋର୍ଦ୍ଧା ବିଧୟାକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ରହି ଏହି ନବାଗତ ସଦସ୍ୟଙ୍କୁ ଦଳକୁ ସ୍ୱାଗତ କରି ଥିଲେ।

ମିଶ୍ରଣ ପର୍ବରେ ଟାଙ୍ଗୀ ବ୍ଳକର ଜନଜାଗରଣ ମହାମେଣ୍ଟ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଓ ନିରାକାରପୁର ପଞ୍ଚାୟତ ସମିତି ସଭ୍ୟ ବିପିନ୍ କୁମାର ଜୟସିଂହ, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶୁଭମ୍ ଦାସ, ରାମେଶ୍ୱର ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠୀ, ବିଜେପିର ୯ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟା ମମତା ଜେନା, ଡିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ମମତା ବେହେରା, ରାମେଶ୍ୱର ପଞ୍ଚାୟତ ସମିତି ସଭ୍ୟା ପ୍ରଭାସିନୀ ସ୍ୱାଇଁ ଉଜ୍ଜଳା ଗୋପୀନାଥପୁର ଗ୍ରାମପଞ୍ଚାୟତ ସରପଞ୍ଚ ମାନକୁସି ସରକାର, ଉଜ୍ଜଳା ଗୋପୀନାଥପୁର ପଞ୍ଚାୟତ ସମିତି ସଭ୍ୟା ସୁପ୍ରିୟା ମାଦଳ, ସୁନ୍ଦରପୁର ପଞ୍ଚାୟତ ସଭ୍ୟ ଯୁଧିଷ୍ଠିର ସାହୁ, ଭୁଷଣ୍ଡପୁର ପଞ୍ଚାୟତ ସମିତି ସଭ୍ୟ ରାଜ କିଶୋର ନାୟକ, ପୂର୍ବତନ ସରପଞ୍ଚ ପ୍ରଭାକର ରାଉତରାୟ, ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ବିନୋଦ ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଘୁନାଥ ମାଝି, ରୀନା ସାମଲ, ପାରିଓରଡ଼ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ପ୍ରଧାନ, ସରପାରି ପଞ୍ଚାୟତ ସମିତି ସଭ୍ୟ ପ୍ରଶାନ୍ତ ଦାସ, କାଶୀପୁର କୋ ଅପରେଟିଭ ସୋସାଇଟି ସଭାପତି ଲକ୍ଷ୍ଣଣ ନାୟକ, ରାମେଶ୍ୱର କୋ ଅପରେଟିଭ ସୋସାଇଟି ସଭାପତି ସୁଧାଂଶୁ ଶେଖର ତ୍ରିପାଠୀ, ବସନ୍ତ କୁମାର ରାଉତରାୟ, ପ୍ରଭାସ ଚନ୍ଦ୍ର ମଣ୍ଡଳ, ରାମେଶ୍ୱର ଓ୍ୱାର୍ଡ ସଭ୍ୟ ଜବର ଖାନ୍, ରାମେଶ୍ୱର ନାଏବ ସରପଞ୍ଚ ଗୀତାଞ୍ଜଳି ଛୋଟରାୟ, ବିଜେପି ୯ନଂ ଜୋନ୍‌ର ମଣ୍ଡଳ ସମ୍ପାଦକ ବିଜୟ ରାଉତରାୟ, ସସ୍ମିତା ବେହେରା, ସରପାରି ଗ୍ରାମ ପଞ୍ଚାୟତ ସରପଞ୍ଚ ଧନେଶ୍ୱର ବେହେରା ଓ ପ୍ରଫୁଲ୍ଲ ସାହୁଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀର ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ନାୟକ, ଛତାବର ଗ୍ରାମପଞ୍ଚାୟତ ସମିତି ସଭ୍ୟା ମୋହିନୀ ନାୟକ, କଂଗ୍ରେସର ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ବେହେରା, କଂଗ୍ରେସ ଓ୍ୱାର୍ଡ ସଭ୍ୟ ଭାଗିରଥୀ ବେହେରା, ଅପର୍ତ୍ତୀ ସାହୁ, କଂଗ୍ରେସ ଦଳିତ ମହାସଂଘ ସଭାପତି ରଘୁନାଥ ନାୟକ, ପୂର୍ବତନ ଓ୍ୱାର୍ଡ ସଭ୍ୟ ପିଙ୍କୁ ବେହେରା, କଂଗ୍ରେସ ପୂର୍ବତନ ଓ୍ୱାର୍ଡ ସଭ୍ୟ ଭଗବାନ ନାୟକ, ପୁଷ୍ପଲତା ଜେନା, ଗୋବର୍ଦ୍ଧନ ମୁଦୁଲି, ଜ୍ୟୋତ୍ସାରାଣୀ ସାହୁ, କଂଗ୍ରେସ ଯୁବ ନେତା ପବିତ୍ର ଲେଙ୍କା, ମଦନପୁର ସମିତି ସଭ୍ୟା ଗୌରୀ ଦେହୁରୀ, କଂଗ୍ରେସ ଓ୍ୱାର୍ଡ ସଭ୍ୟ ରାଧୁ ନାୟକ ଓ କେଦାର ଲେଙ୍କାଙ୍କ ସମେତ ଶତାଧିକ କର୍ମୀ କଂଗ୍ରେସ ଓ ବିଜେପି ଦଳରୁ ଇସ୍ତଫା ଦେଇ ଆଜି ବିଜେଡିରେ ଯୋଗଦେଇଥିଲେ  । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସମ୍ପାଦକ ଅମରେଶ ଜେନା ଓ ଖୋର୍ଦ୍ଧା ନଗର ବିଜେଡି ସଭାପତି ମହମ୍ମଦ ଆରିଫଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

୧୨ ସମୁଦ୍ର କୂଳିଆ ସହର ପାଇଁ ମାଡ଼ି ଆସୁଛି ବଡ଼ ବିପଦ

ଭୁବନେଶ୍ୱର: ବିଶ୍ୱ ପାଇଁ ବିପଦ ଆଣୁଛି ତାପମାତ୍ରା ବୃଦ୍ଧି । ଦିନକୁ ଦିନ ତାପମାତ୍ରା ବଢ଼ିବା ସହ ବରଫ ତରଳିବାରେ ଲାଗିଛି । ଆଉ ୭୯ ବର୍ଷ ପରେ… ଅର୍ଥାତ୍ ୨୧ ଶହ ମସିହା ବେଳକୁ ପାରାଦୀପ ସହ ଭାରତର ୧୨ ସମୁଦ୍ର କୂଳିଆ ସହର ୩ ଫୁଟ ପାଣି ଭିତରେ ଜଳ ସମାଧି ନେବେ । ବିଶ୍ୱ ତାପନ ବୃଦ୍ଧି ସହ ଉତ୍ତର ଓ ଦକ୍ଷିଣ ମେରୁରେ ଜମାଥିବା ବରଫ ତରଳିବା ଯୋଗୁଁ ସମୁଦ୍ରର ଜଳସ୍ତର ବଢ଼ିବ । ଆଉ ଆସିବ ଜଳ ପ୍ରଳୟ । ଏଭଳି ଚେତାବନୀ ଦେଇଛି ନାସା । ଏହି ଚେତାବନୀକୁ ଗମ୍ଭୀରତାର ସହିତ ନେବାକୁ ପଡିବ, କାରଣ ଆମ ପାଖରେ ସାତଭାୟାର ଉଦାହରଣ ଅଛି । ସମୁଦ୍ର ଆଁରେ କେମିତି ମାଟି ମିଳେଇ ଯାଏ ସାତଭାୟାଠାରୁ ତା’ର ବଡ଼ ଉଦାହରଣ ଆଉ କିଛି ନାହିଁ । ହୁଏତ ଆପଣଙ୍କୁ ଏହା ମିଛ, ମନଗଢା କାହାଣୀ ଭଳି ଲାଗି ପାରେ କିନ୍ତୁ ଏହା ହେଉଛି ଭବିଷ୍ୟତର ସତ…

 Sea Level Rise Danger To 12 Indian Cities Including Paradeep

ଆମେରିକା ଅନ୍ତରୀକ୍ଷ ଅନୁସନ୍ଧାନକାରୀ ସଂସ୍ଥା ନାସାର ସି ଲିଭେଲ ପ୍ରୋଜେକ୍ସନ୍ ଟୁଲକୁ ଆଧାର କରି ଜଳ ପ୍ରଳୟର ଚେତାବନୀ ଦେଇଛି ଇଣ୍ଟରଗର୍ଭମେଣ୍ଟାଲ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ । IPCCର ରିପୋର୍ଟ ଅନୁସାରେ, ୨୧ ଶହ ମସିହା ବେଳକୁ ଅସହ୍ୟ ଗରମ ହେବ, ଅଙ୍ଗରକାମ୍ଲ ଗ୍ୟାସ୍ ଓ ପ୍ରଦୂଷଣକୁ ନ ରୋକିଲେ ତାପମାତ୍ରା ପାଖାପାଖି ୪.୪ ଡିଗ୍ରୀ ବଢ଼ିଯିବ । ଆଗାମୀ ୧୦ ବର୍ଷ ମଧ୍ୟରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ । ଏତେ ମାତ୍ରାରେ ତାପମାତ୍ରା ବଢ଼ିବା ଦ୍ୱାରା ଗ୍ଲେସିୟର୍ ତରଳିବ । ଆଉ ସେହି ପାଣି ସମତଳ ଓ ସମୁଦ୍ର ଅଞ୍ଚଳରେ ଆଣିବ ବନ୍ୟା ।

 Sea Level Rise Danger To 12 Indian Cities Including Paradeep

୨୧୦୦ ମସିହା ବେଳକୁ ଭାରତର ୧୨ ସହରରେ ସମୁଦ୍ର ଜଳ ପ୍ରାୟ ଅଧା ଫୁଟରୁ ନେଇ ୩ ଫୁଟ୍ ଯାଏଁ ବଢ଼ିଯିବ । ଯେତେ ଗରମ ହେବ, ସେତେ ଅଧିକ ସମୁଦ୍ରର ଜଳସ୍ତର ବଢ଼ିବ । ଆକଳନ ଅନୁସାରେ ପାରାଦୀପ ସମୁଦ୍ରର ଜଳସ୍ତର ୧.୯୩ ଫୁଟ୍ ବୃଦ୍ଧି ପାଇବ । ଭାରତର ଭାବନଗରରେ ସମୁଦ୍ର ଜଳସ୍ତର ୨.୬୯ ଫୁଟ୍ ବଢ଼ିବ । କୋଚ୍ଚିରେ ସମୁଦ୍ର ଜଳସ୍ତର ୨.୩୨ ଫୁଟ୍, ଓଖାରେ ୧.୯୬ ଫୁଟ୍, ମୁମ୍ବାଇରେ ୧.୯୦ ଫୁଟ୍, ମାଙ୍ଗାଲୋରରେ ୧.୮୭ ଫୁଟ, ଚେନ୍ନାଇରେ ୧.୮୭ ଫୁଟ୍, ଓ ବିଶାଖାପାଟ୍ଟଣମରେ ୧.୭୭ ଫୁଟ୍ ବୃଦ୍ଧି ପାଇବ ।

 Sea Level Rise Danger To 12 Indian Cities Including Paradeep

ସମୁଦ୍ର କୂଳିଆ ଅଞ୍ଚଳରେ ବନ୍ଦର ରହିଥିବାରୁ ଜଳସ୍ତର ବଢ଼ିବା ଚିନ୍ତାର କାରଣ । ଏହା ବ୍ୟବସାୟର କେନ୍ଦ୍ର ହୋଇଥିବା ବେଳେ ମାଛ ଓ ତୈଳ କାରବାର ହୁଏ । ସମୁଦ୍ରର ଜଳସ୍ତର ବଢ଼ିବା ଦ୍ୱାରା ଆର୍ଥିକ କ୍ଷତି ହେବ । ଆଗାମୀ ୧୦ ବର୍ଷ ମଧ୍ୟରେ ବନ୍ଦରନଗରୀ ପାରାଦୀପରେ ସମୁଦ୍ର ଜଳସ୍ତର ୨.୭୫ ଇଞ୍ଚ ବଢ଼ିଯିବ ବୋଲି ଆକଳନ କରାଯାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗାମୀ ୨ ଦଶନ୍ଧି ମଧ୍ୟରେ ବିଶ୍ୱର ତାପମାତ୍ରା ନିଶ୍ଚିତ ଭାବେ ୧.୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି- ୫୦ ବର୍ଷରେ ଥରେ ହେଉଥିବା ଭୀଷଣ ଗରମ ଏବେ ପ୍ରତି ୧୦ ବର୍ଷରେ ହେବ ।

IPCCର ରିସର୍ଚ୍ଚ ରିପୋର୍ଟ ଅନୁସାରେ, ବିଗତ ୪୦ ବର୍ଷରେ ଗରମ ଯେତିକି ବଢ଼ିଛି, ସେତିକି ଗରମ ୧୮୫୦ ପରେ ୪ ଦଶନ୍ଧି ମଧ୍ୟରେ ବଢ଼ି ନଥିଲା । ବୈଜ୍ଞାନିକ ଆହୁର ଚେତାବନୀ ଦେଇ କହିଛନ୍ତି- ଯଦି ଆମେ ପ୍ରଦୂଷଣ ନିୟନ୍ତ୍ରଣ ନ କରିବା ତ ଭୀଷଣ ଗରମ ସହ ଅନିୟନ୍ତ୍ରିତ ଜଳବାୟୁର ସାମ୍ନା କରିବାକୁ ପଡ଼ିବ । ଜଳବାୟୁ ପରିବର୍ତ୍ତନ ଭବିଷ୍ୟତର ସମସ୍ୟା ନୁହେଁ, ଏହା ଏବେର ବୋଲି କହିଛନ୍ତି ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକ । ଏହା ପୂରା ଦୁନିଆ ଉପରେ ପ୍ରଭାବ ପକାଉଛି । ଏମିତି ଜଳବାୟୁ ପରିବର୍ତ୍ତନ ହେଲେ ଭବିଷ୍ୟତରେ ସ୍ଥିତି ଆହୁରି ଭୟାନକ ହେବ ।

 Sea Level Rise Danger To 12 Indian Cities Including Paradeep

ତାପମାତ୍ରା ଲଗାତାର ବଢ଼ୁଥିବା ବେଳେ କାଲିଫର୍ଣ୍ଣିଆ, ଅଷ୍ଟ୍ରେଲିଆ ଓ ତୁର୍କୀର ଜଙ୍ଗଲରେ ନିଆଁ ଲାଗିବା ଭଳି ଘଟଣା କମୁ ନାହିଁ । ଏଭଳି ନିଆଁ ଲାଗିଲେ ସମ୍ଭାଳିବା ସମ୍ଭବ ହେବନାହିଁ । ଯଦି ବରଫ ସରିଯିବ ଓ ଜଙ୍ଗଲ ଜଳିଯିବ ତ ପାଣି ଓ ପବନର ଅଭାବ ଦେଖା ଦେବ । ଉତ୍ତର ଓ ଦକ୍ଷିଣ ମେରୁର ବରଫ ତରଳିରେ ସମୁଦ୍ରର ଜଳସ୍ତର ବଢ଼ିବ । ସମୁଦ୍ର ଜଳସ୍ତରର କିଛି ଇଞ୍ଚ ଉପରେ ଥିବା କେତେକ ଦେଶ ବୁଡ଼ିଯିବେ । ଆଉ ଜଙ୍ଗଲ ନିଆଁ ଫଳରେ ଲୋକଙ୍କ ବଞ୍ଚିବା ମୁସ୍କିଲ୍ ହୋଇଯିବ ।

ଏଥିସହ ପଢ଼ନ୍ତୁ: ବିପଦ ଆଣିବ ତାପମାତ୍ରା ବୃଦ୍ଧି, ୨ ଡିଗ୍ରୀ ବଢ଼ିବ ପାରଦ

ଟୋକିଓରୁ ରୌପ୍ୟ ଜିତିଥିବା ରବି ଦହିୟାଙ୍କ କୋଠରୀ, ଯେଉଁଠି ରୁହନ୍ତି ୪ କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ ମଲ୍ଲ ଯୋଦ୍ଧା ରବି ଦହିୟା ଟୋକିଓ ଅଲିମ୍ପିକ୍ସରେ ପୁରୁଷ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ହରିୟାଣାର ସୋନିପାତ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ରବି ଦହିୟା ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଟ୍ରେନିଂ ନିଅନ୍ତି। ଯେଉଁଠାରୁ ଭାରତ ପୂର୍ବରୁ ଦୁଇଜଣ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ଏବଂ ଯୋଗେଶ୍ୱର ଦତ୍ତଙ୍କୁ ପାଇଛି। ରବି ରହୁଥିବା ଜାଗାଟିକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେନି ଯେ ଦେଶକୁ ବିଶ୍ୱସ୍ତରରେ ଗୌରବାନ୍ୱିତ କରିଥିବା ଯୋଦ୍ଧା ଏଭଳି ଅବସ୍ଥାରେ ରହୁଛନ୍ତି।

ଛତ୍ରସାଲ ଷ୍ଟାଡିୟମରେ ରବି ଦହିୟା ଗତ ୧୧ ବର୍ଷ ଧରି ରହୁଥିବା କୋଠରୀଟି ଦେଖିଲେ ଆପଣ ଆଶ୍ଟର୍ଯ୍ୟ ହୋଇଯିବେ। ଏହି କୋଠରୀଟି ବହୁତ ଛୋଟ।  ପାଖାପାଖି ୧୨/୧୨ ମାପର ଏକ ଛୋଟିଆ କୋଠରୀରେ କବଳ ରବି ନୁହେଁ ତାଙ୍କ ସହ ଆଉ ତିନିଜଣ ମଲ୍ଲ ଯୋଦ୍ଧା ମଧ୍ୟ ରୁହନ୍ତି। ଆଉ ସବୁଠୁ ବଡ଼ କଥା ହେଲା ପୂର୍ବତନ ଅଲିମ୍ପିକ୍ ପଦକ ବିଜେତା ଯୋଗେଶ ଦତ୍ତ ମଧ୍ୟ ଏହି କୋଠରୀରେ ରହୁଥିଲେ। ଏହି କୋଠରୀଟି ସମ୍ପୂର୍ଣ୍ଣ ଭାବେ ପକ୍କା ହୋଇନାହିଁ, ଯଦିଓ ବର୍ତ୍ତମାନ ଏଥିରେ ଏକ ଏୟାର କଣ୍ଡିସନର ଲଗାଯାଇଛି । ତଥାପି ଏହା ୪ ଜଣ ରହିବା ଭଳି ତ ଆଦୌ ହୋଇନାହିଁ।

କେମିତି ଏହି ଷ୍ଟାଡିୟମରେ ପହଞ୍ଚିଲେ ଦହିୟା?

ପିତା ରାକେଶ କୁମାର ୧୨ ବର୍ଷ ବୟସରେ ରବିଙ୍କୁ ଛତ୍ରସାଲ ଷ୍ଟାଡିୟମକୁ ପଠାଇଥିଲେ। ତାଙ୍କ ପିତା ପ୍ରତିଦିନ ଘରୁ ୬୦ କିଲୋମିଟର ଦୂରରେ ଥିବା ଛତ୍ରସାଲ ଷ୍ଟାଡିୟମକୁ କ୍ଷୀର ଏବଂ ଲହୁଣୀ ଯୋଗାଉଥିଲେ। ତେ ସେ ମଧ୍ୟ ନିଜ ପିତାଙ୍କୁ ସାହାଯ୍ୟ କରୁ କରୁ କୁସ୍ତି ପାଇଁ ମନ ବଳାଇଥିଲେ ଓ ତାଙ୍କ ପିତା ତାଙ୍କୁ ଏଠି ଭର୍ତ୍ତି କରାଇଥିଲେ।

ରବି

ଦହିୟା ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସ ପାଇଁ ଟିକେଟ୍ ପାଇଥିଲେ। ଯାହାପରେ ତାଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଫିଟନେସ ଟ୍ରେନର କମଲ ମଲିକୋଭ ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ (TOPS) ଅଧୀନରେ ଏପ୍ରିଲ ୨୦୨୧ରୁ ନିଯୁକ୍ତ ହୋଇଥିଲେ।  କିନ୍ତୁ ପୋଲାଣ୍ଡ ଓପନ୍ ରେସଲିଂ ସ୍ୱର୍ଣ୍ଣ ପଦକ ମ୍ୟାଚରେ ଆମେରିକାଠୁ ହାରିବା ଉଭୟ ଦହିୟା ଏବଂ ତାଙ୍କ ପ୍ରଶିକ୍ଷକଙ୍କୁ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଦେଇଥିଲା। ଆଉ ବର୍ତ୍ତମାନ ସେ ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତି ନିଜ ନାଁକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରାଇପାରିଛନ୍ତି।

ଥମୁନି ବ୍ରାଉନସୁଗର ବେପାର, ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହର

ଭୁବନେଶ୍ୱର: କରୋନା କାଳରେ ବଢ଼ି ଚାଲିଛି ନିଶାଖୋର ମାଫିଆଙ୍କ ରାଜ। ପୋଲିସ୍‌ କୁ ଚ୍ୟାଲେଞ୍ଜ ଦେଉଛନ୍ତି ଧଳା ଜହର ବେପାରୀ। ଗିରଫ ପରେ ମଧ୍ୟ ସୁଧୁରୁ ନାହାଁନ୍ତି। ରାଜଧାନୀରୁ ପୁଣି ଜବତ ହୋଇଛି ବ୍ରାଉନସୁଗର। ସାଲିଆସାହିରୁ ୯୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଜବତ ହେବା ପରେ ଲେଡି ବ୍ରାଉନସୁଗାର ବେପାରି ନର୍ମଦା ସାହୁଙ୍କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ସ୍କ୍ୱାର୍ଡ। ଜବତ ବ୍ରାଉନସୁଗରର ମୂଲ୍ୟ ଦଶ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଗିରଫ ପରେ ମହିଳା ଜଣକ ବିସ୍ପୋରକ ବୟାନ ଦେଇଛନ୍ତି। ଧାର ଟଙ୍କା ବାକି ସୁଝିବାକୁ ବ୍ରାଉନସୁଗର କାରବାର ଆରମ୍ଭ କରିଥିଲେ । ମହିଲାଙ୍କ ଘର ଗଞ୍ଜାମ, ମାମୁଢ଼ିଅରେ। ୨ ବର୍ଷ ହେଲା ମହିଳା ସହାୟକ ସଂଘରୁ ୩ ଲକ୍ଷ ଓ ଅନ୍ୟ ଲୋକ ମାନଙ୍କ ଠାରୁ ୭ ଲକ୍ଷ ଟଙ୍କା ବାକି ଆଣିଥିଲା। ଟଙ୍କା ନ ସୁଜିବାରୁ ଗତ ୬ ମାସ ହେଲା ବ୍ରାଉନସୁଗର କାରବାର ଆରମ୍ଭ କରିଥିଲେ। କୋଡ୍ ୱାର୍ଡ଼ ଥିଲା ମାଲ୍‌- ପୁଡିଆ। ୩୮୦ ଟଙ୍କାରେ କିଣି ୫୦୦ ଟଙ୍କାରେ ବିକୁ ଥିଲେ। ଖୋର୍ଦ୍ଧାରୁ ବ୍ରାଉନସୁଗର ଆଣୁଥିଲା। ଜଣେ ଅଟୋ ଚାଳକ ସହ ମିଶି ଧଳା ଜହର ଅଣୁଥିଲା। ଏକାଧିକ ମହିଳା ହାତ ଥିବା ଭୁବନେଶ୍ୱର ଅବକାରୀ ବିଭାଗ ତଦନ୍ତରେ ଜାଣିବାକୁ ପାଇଛି।

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ଭିତରେ ଦେବାକୁ ହେବ ଅପରାଧିକ ତଥ୍ୟ

ନୂଆଦିଲ୍ଲୀ: ରାଜନୀତିରେ ଅପରାଧ ସମ୍ପର୍କିତ ଏକ ମାମଲାର ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପ୍ରାର୍ଥୀ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀଙ୍କ ସମ୍ପର୍କିତ ସମସ୍ତ ଜଣାଇବାକୁ ପଡ଼ିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ, ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଥିବ ଅଥବା କୌଣସି ମାମଲାରେ ସେ ଅଭିଯୁକ୍ତ ଥିବେ । ତା’ହେଲେ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ପ୍ରାର୍ଥୀଙ୍କ ବାବଦରେ ସମସ୍ତ ତଥ୍ୟ ଦେବେ ।

Supreme Court Verdict Contempt Proceedings Against Political Party Details

ରାଜନୈତିକ ଦଳ ନିର୍ବାଚନ ପାଇଁ ଚୟନ କରିଥିବା ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ପ୍ରକାଶିତ କରିବେ । ଏହାକୁ ନେଇ ୨୦୨୦ ଫେବ୍ରୁଆରୀ ୧୩ରେ ସୁପ୍ରିମକୋର୍ଟ ଏନେଇ ଦେଇଥିବା ନିଷ୍ପତ୍ତିରେ ସଂଶୋଧନ କରିଛନ୍ତି । ୨୦୨୦ ନିଷ୍ପତ୍ତିର ପାରାଗ୍ରାଫ ୪.୪ରେ ପ୍ରାର୍ଥୀ ଚୟନର ୪୮ ଘଣ୍ଟା ଅଥବା ନାମାଙ୍କନ ଦାଖଲ ପୂର୍ବରୁ ଅତି କମରେ ୨ ସପ୍ତାହ ପୂର୍ବରୁ ଅପରାଧିକ ତଥ୍ୟ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ନିର୍ବାଚନ ଆୟୋଗ, ସୁପ୍ରିମକୋର୍ଟଙ୍କୁ କହିଥିଲେ- ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଦେଉ ନଥିବା ଜାତୀୟ ଦଳ ଆଦେଶ ଉଲ୍ଲଂଘନ କଲେ ନିର୍ବାଚନ ଚିହ୍ନକୁ ଫ୍ରିଜ୍ କରି ଦିଆଯିବ । ସୁପ୍ରିମକୋର୍ଟ ଆଦେଶ ଉଲ୍ଲଂଘନ କଲେ ନିର୍ବାଚନକୁ ନିଲମ୍ବନ କରାଯିବା ନେଇ ନିର୍ବାଚନ ଆୟୋଗ ପରାମର୍ଶ ଦେଇଥିଲେ ।

SAMS ପୋର୍ଟାଲରେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ +୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। SAMS ପୋର୍ଟାଲରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିବେ। ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ୫୪ ହଜାର ୯୦୦ଟି ସିଟ୍‌ ବୃଦ୍ଧି କରାଯାଇଛି। ତେବେ ୭୨ ହଜାର ସିଟ ବୃଦ୍ଧି ପାଇଁ ଆବେଦନ କରିଥିଲେ ବିଭିନ୍ନ ସ୍କୁଲ। ଯଦି ଦେଖିବା କଳାରେ ସିଟ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା କିନ୍ତୁ ୩୮ହଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଥିଲା।

ସେହିଭଳି ବିଜ୍ଞାନରେ ୨୫ ହଜାର ସିଟ ବୃଦ୍ଧି ପାଇଁ  ଆବେଦନ ଆସିଥିଲା କିନ୍ତୁ ୧୩ ହଜାର ସିଟ୍‌ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି। ବାଣିଜ୍ୟରେ ୪ହଜାର ଆବେଦନରୁ ୩୯୦୦ ସିଟକୁ ଅନୁମତି ଦିଆଯାଇଛି। ସେପଟେ କରୋନା ପାଇଁ କୌଣସି ଆଡ଼ମିଶନ ଫି ବୃଦ୍ଧି ହେବନାହିଁ। ଆଡମିସନ ପରେ ଅକ୍ଟୋବରରୁ କ୍ଳାସ ଆରମ୍ଭ ହେବ ବୋଲି ୟୁଜିସି କହିଛି। ଚଳିତ ସପ୍ତାହ ସୁଦ୍ଧା ବାକିଥିବା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ। ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।