ଋଷର ୟୁନିଭର୍ସିଟିରେ ଆଖିବୁଜା ଗୁଳିକାଣ୍ଡ; ୮ ମୃତ, ଭୟରେ ବିଲ୍ଡିଂରୁ ଡେଇଁ ପଡିଲେ ଛାତ୍ରଛାତ୍ରୀ

1 min read

ମସ୍କୋ: ଋଷର ଏକ ୟୁନିଭର୍ସିଟିରେ କେହି ଅଜଣା ବନ୍ଧୁକଧାରୀ ବ୍ୟକ୍ତି ଅଚାନକ ଆଖିବୁଜା ଗୁଳି ଚାଳନା କରିଥିଲା । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଆଉ ଏଭଳି ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ଯାଇ କିଛି ଛାତ୍ରଛାତ୍ରୀ ସଭାଗୃହ ଓ ହଲରେ ଲୁଚି ଯାଇଥିଲେ । ସୋସିଆଲ୍ ମିଡିଆରେ ଶେୟାର କରାଯାଇଥିବା ଏକ ଭିଡିଓକୁ ଦେଖିଲେ ଯେକେହିବି ଚକିତ ହୋଇପଡିବ । ଗୁଳିମାଡ଼ରୁ ବର୍ତ୍ତିବାକୁ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ନିଜକୁ ଗୃହରେ ବନ୍ଦ କରିଥିଲେ । ଆଖିବୁଜା ଗୁଡ଼ିମାଡ଼ରୁ ଜୀବନ ରକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ଛାତ ଓ ଝରକାରୁ ଡ଼େଇଁଥିବା ନଜର ଆସିଥିଲା।

ଋଷିଆ ଟୁଡେର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ପର୍ମ ଷ୍ଟେଟ୍ ୟୁନିଭର୍ସିଟିରେ ଏହି ଅଘଟଣ ହୋଇଥିଲା ।

ତେବେ ଗଣମାଧ୍ୟମ ମୁତାବକ, ସମ୍ପୃକ୍ତ ସୁଟର ଜଣକ ୧୮ ବର୍ଷୀୟ ତିମୁର ବେକମାନସୁରୋଭ ବୋଲି ଜଣାପଡିଛି । ଯିଏକି ଶରୀରରେ ଗୁଳି ବାଜିବା ଯୋଗୁଁ ନିଜେ ମଧ୍ୟ ମୃତ୍ୟୁବରଣ କରିଛି । ସେହିପରି ଅନ୍ୟ ଏକ କ୍ଲିପରେ ଆଉ ଜଣେ ବ୍ୟକ୍ତି ହାତରେ ହତିଆର ଧରି ପର୍ମ ସହର ସ୍ଥିତ ୟୁନିଭର୍ସିଟିର ବିଲ୍ଡିଂ ଆଡକୁ ଯାଉଥିବା ନଜର ଆସିଛି ।  ଉକ୍ତ ଆତତାୟୀର ପରିଚୟ ମିଳି ନଥିବାବେଳେ କାହିଁକି ସେ ଏହି କାଣ୍ଡ ଘଟାଇଲା ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ । ୟୁନିଭରସିଟି ପରିସରରେ ଆତଙ୍କ ଖେଳାଇ ଥିବା ଏହି ଗନ୍ ମ୍ୟାନକୁ କାବୁ କରିଛି ପୋଲିସ ।

Leave a Reply