ରାୟଗଡ଼ାରେ ଶଙ୍ଖ ନାଦ, କଂଗ୍ରେସରୁ ଭରସା ତୁଟାଇ ବିଜେଡିରେ ଯୋଗଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାୟଗଡ଼ା କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । କଂଗ୍ରେସର ଗୋଷ୍ଠୀ କନ୍ଦଳ ଓ ନେତୃତ୍ବହୀନତା ଉପରେ ଭରସା ରଖିନପାରି ଏହି ନେତାମାନେ ବିଜେଡିରେ ଯୋଗଦେଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାୟଗଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସଦସ୍ୟ ଏନ.ଭାସ୍କର ରାଓଙ୍କ ଉପସ୍ଥିତିରେ ଏହି ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ ବିଜେଡିରେ ସାମିଲ ହୋଇଛନ୍ତି ।

ଏହାଦ୍ବାରା ରାୟଗଡ଼ାରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇଛି । ଆଗାମୀ ଦିନରେ ରାୟଗଡ଼ା ଜିଲ୍ଲାରେ ବିଜେଡି ସଂଗଠନ ଅଧିକ ମଜଭୁତ ହେବ । ଲୋକ ଜାଣିଛନ୍ତି, ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ କାମ କରନ୍ତି । ତେଣୁ ସେମାନେ ବିଜେଡି ଉପରେ ଆଶା ଓ ଭରସା ରଖିଛନ୍ତି । ସେହିଭଳି ବିଜେଡିରେ ମିଶିଥିବା ରାୟଗଡ଼ାର ପୂର୍ବତନ କଂଗ୍ରେସ ନେତା ରାବଳା ମାଝୀ ମଧ୍ୟ ନବୀନଙ୍କ ଲୋକାଭିମୁଖୀ କାମରେ ଉତ୍ସାହିତ ହୋଇ ବିଜେଡିରେ ଯୋଗଦେଇଥିବା କହିଛନ୍ତି ।

Leave a Reply