spot_img
Home Blog Page 5329

ଦର୍ଶନ ଦେଉଛି କାଳିଆ ସାଆନ୍ତ, ଆଜିଠୁ ସେବାୟତ ପରିବାର ଯାଇ ପାରିବେ ଶ୍ରୀମନ୍ଦିର

ପୁରୀ: ଦୀର୍ଘଦିନର ଅପେକ୍ଷା । ଭକ୍ତର ଧୌର୍ଯ୍ୟରେ ଯବନିକା  । ଏତେ ଦିନ ପରେ ଆଜି କାଳିଆ ସାଆନ୍ତଙ୍କୁ ସ୍ୱଚକ୍ଷୁରେ ଦେଖିବ ଭକ୍ତ  । ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ସଦସ୍ୟ ଜଗା ଦର୍ଶନ କରିବେ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ । ମଙ୍ଗଳ ଆଳତିଠାରୁ ରାତି ପହୁଡ ଯାଏଁ ସେବାୟତଙ୍କ ପରିବାର ଦର୍ଶନ କରିବେ । ମନ୍ଦିରରେ ପ୍ରବେଶ ପୂର୍ବରୁ ସେମାନେ ସ୍ବାସ୍ଥ୍ୟକାର୍ଡ ଓ ଆଧାର କାର୍ଡ ଦେଖାଇବେ । ସେବାୟତଙ୍କ ସାଥୀରେ ଅନ୍ୟ କୌଣସି ଲୋକଙ୍କୁ ଅନୁମତି ଅଧିକାର ମିଳିବ ନାହିଁ । ସମସ୍ତ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦର ରହିବ ।

ଆସନ୍ତା ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀ ପୌରାଞ୍ଚଳରର ଲୋକମାନଙ୍କୁ ଦର୍ଶନ ଲାଗି ମିଳିବ ଅନୁମତି । ଆସନ୍ତା ୨୩ ତାରିଖରୁ ସମସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ଲାଗି ଅନୁମତି ମିଳିବ । ସାଧାରଣ ଭକ୍ତ ଦୁଇଟି ଡୋଜ ନେଇଥିବାର ପ୍ରମାଣ ପତ୍ର ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ସେମାନେ ଫଟୋ ପରିଚୟପତ୍ର ଦେଖାଇବେ । ସମସ୍ତ ବାହାର ଭକ୍ତ ସିଂହଦ୍ବାର ଦେଇ ପ୍ରବେଶ କରିବେ ଏବଂ ଉତ୍ତରଦ୍ବାର ଦେଇ ବାହାରିବେ । ଏହାସହ କରୋନା ନିୟନ୍ତ୍ରଣ ଲାଗି ପ୍ରମୁଖ ପର୍ବପର୍ବାଣୀରେ ଶ୍ରୀମନ୍ଦିର ବନ୍ଦ ରହିବ ।

ସେହିପରି ସମସ୍ତ ଭକ୍ତଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନେ ମନ୍ଦିରରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ କରିବେ । ଭକ୍ତ କୌଣସି ମୂର୍ତ୍ତିକୁ ଛୁଇଁବେ ନାହିଁ । ଶ୍ରୀମନ୍ଦିର ଭିତରକୁ ଫୁଲ, ଭୋଗ ନିଆଯାଇପାରିବ ନାହିଁ । ମନ୍ଦିର ଭିତରେ ଦୀପ ଜାଳିବାକୁ ଅନୁମତି ମିଳିବ ନାହିଁ । ତମାଖୁ, ପାନ, ଛେପ ପକାଇବାକୁ ନିଷିଦ୍ଧ କରାଯାଇଛି । ପଲିଥିନ ବ୍ୟାଗକୁ ନିଷିଦ୍ଧ କରାଯାଇଥିବା ବେଳେ ଏଥିଲାଗି ୧୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି । ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ଖାଇବା ମନା ହୋଇଛି । ଭିନ୍ନକ୍ଷମଙ୍କ ଲାଗି ସ୍ବତନ୍ତ୍ର କ୍ୟୁ ବ୍ୟବସ୍ଥା ହେବ । ୬୫ ବର୍ଷରୁ ଅଧିକ ବୟସର ଲୋକ, ରୋଗୀ, ୧୦ ବର୍ଷରୁ କମ ବୟସର ଶିଶୁଙ୍କୁ ନ ଆସିବା ଲାଗି ପରାମର୍ଶ ଦିଆଯାଇଛି ।

ସ୍ପେସରେ ମିଳିବ ପିଜା ଖାଇବାର ସୁଯୋଗ, ଏହିସବୁ ସାମଗ୍ରୀ ଧରି ଉଡାଣ ଭରିଲା ରକେଟ୍

ୱାଶିଂଟନ୍: ନର୍ଥ୍ରୋପ୍ ଗ୍ରୁମ୍ୟାନ୍ ପକ୍ଷରୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯୋଗାଣ ପାଇଁ Cygnus resupply spacecraftର ଲଞ୍ଚ କରାଯାଇଛି। ଯାହା ୭ ଜଣ ମହାକାଶଚାରୀଙ୍କ ଲାଗି ପିଜାର ସ୍ପେଶାଲ ଡେଲିଭରି କରିବା ପାଇଁ ଉଡାଣ ଭରିଛି ।

ସ୍ପେସରେ ମିଳିବ ପିଜା ଖାଇବାର ସୁଯୋଗ-

ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ଥିବା ମହାକାଶଚାରୀମାନେ ଏହା ମାଧ୍ୟମରେ ପିଜା ଖାଇବାକୁ ସୁଯୋଗ ପାଇବେ । ଏହି ସ୍ପେସ୍ କ୍ରାଫ୍ଟ ଗୁରୁବାର ସୁଦ୍ଧା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ପହଞ୍ଚିବ। ସ୍ପେସ୍ ଷ୍ଟେସନକୁ ଉଡାଣ ଭରିଥିବା  ଏହି ସ୍ପେସ୍ କ୍ରାଫ୍ଟ ହେଉଛି Northrop Grummanର ୧୬ତମ କାର୍ଗୋ ଫ୍ଲାଇଟ୍ । ଏଥି ସହିତ ବାଣିଜ୍ୟିକ ଯୋଗାଣ ସେବାରେ ଏହା ହେଉଛି ପଞ୍ଚମ ବିମାନ ।

ପ୍ରାୟ ୮୨୦୦ ପାଉଣ୍ଡର ଏହି ସିପମେଣ୍ଟରେ ମହାକାଶଚାରୀଙ୍କ ପାଇଁ ସାଇନ୍ସ ଓ ରିସର୍ଚ୍ଚ କ୍ରୁ ସପ୍ଲାଇ, ଭେହିକିଲ୍ ହାର୍ଡୱେର୍, ISS ଏବଂ କ୍ରୁଙ୍କ ନିକଟକୁ ପଠାଯାଇଛି | ରିପୋର୍ଟ ଅନୁଯାୟୀ, ଏହି ସିପମେଣ୍ଟରେ ପିଜା କିଟ୍, ଚିଜ୍ ସ୍ମୋରଗସବୋର୍ଡ, ଟମାଟୋ ଏବଂ କିୱି ଭଳି ସାମଗ୍ରୀ ମଧ୍ୟ ରହିଛି। ନାସାର ୱାଲପ୍ସ ଫ୍ଲାଇଟ୍ ସୁବିଧାରେ କମ୍ପାନୀର ଆଣ୍ଟାରେସ୍ ରକେଟରୁ ଏହି କ୍ୟାପସୁଲ୍ କୁ ଛଡାଯାଇଛି । ତେବେ ଏହା ଏଯାବତ୍ ନିର୍ମିତ ସବୁଠାରୁ ଭାରୀ ରକେଟ୍ ।

ସୂଚନା ଅନୁଯାୟୀ, Cygnus spacecraft ନଭେମ୍ବର ପର୍ଯ୍ୟନ୍ତ ସ୍ପେସ୍ ଷ୍ଟେସନରେ ରହିବ । କିନ୍ତୁ ପୃଥିବୀର ବାୟୁମଣ୍ଡଳରେ ଏହାର ରି-ଏଣ୍ଟ୍ରି ଡିସ୍ଟକ୍ଟିବ ହୋଇଯିବ । ଯେତେବେଳେ ଏହା ହଜାର ହଜାର ପାଉଣ୍ଡ ଆବର୍ଜନା ପକାଇ ପୃଥିବୀରେ ପ୍ରବେଶ କରିବ । CRS-16 ସାଇଗ୍ନସ୍ ମହାକାଶଯାନର ନାମକରଣ ଆମେରିକାର ମହାକାଶଚାରୀ ଏଲିସନ ଓନିଜୁକାଙ୍କ ନାମରେ କରାଯାଇଛି । ସେ ଏଭଳି ପ୍ରଥମ ଏସୀୟ ଆମେରିକୀୟ ଥିଲେ, ଯିଏକି ମହାକାଶକୁ ଯାଇଥିଲେ ।

ଆଜିଠୁ +2 ନାମଲେଖା ପାଇଁ ଆବେଦନ, SAM’s ପୋର୍ଟାଲରେ କରିବେ ଆପ୍ଲାଏ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ।  SAM’s ପୋର୍ଟାଲରେ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଆଡମିଶନ ନେଇ ଆବେଦନ କରିପାରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ହାଇ ପାଓ୍ବାର କମିଟି ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ନାମଲେଖା ପରେ ୟୁଜିସି ଗାଇଡଲାଇନ ମୁତାବକ ପାଠପଢ଼ା ଆରମ୍ଭ ହେବ । କମିଟିର ନିଷ୍ପତି ମୁତାବକ କରୋନା ପାଇଁ କୌଣସି ଆଡ଼ମିଶନ ଫି ବୃଦ୍ଧି କରାଯିବନାହିଁ ।

ଅକ୍ଟୋବରରୁ କ୍ଳାସ ଆରମ୍ଭ ପାଇଁ ୟୁଜିସି ସମୟ ଦେଇଛି । ଯୁକ୍ତ ଦୁଇରେ ମୋଟ 54 ହଜାର 900ସିଟ୍ ବୃଦ୍ଧି କରାଯାଇଛି । 72 ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ କରିଥିଲେ ବିଭିନ୍ନ ସ୍କୁଲ । କଳାରେ ସିଟ୍ ବୃଦ୍ଧି ପାଇଁ 40ହଜାର ଆବେଦନ ଆସିଥିଲା କିନ୍ତୁ 38ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି । ବିଜ୍ଞାନରେ ସିଟ୍ ବୃଦ୍ଧି ପାଇଁ 25ହଜାର ଆବେଦନ ଆସିଥିଲା 13 ହଜାରକୁ ଅନୁମତି ଦିଆଯାଇଛି । ବାଣିଜ୍ୟରେ 4ହଜାର ଆବେଦନରୁ 3 ହାଜର 900 ସିଟକୁ ଅନୁମତି ମିଳିଛି ।

ରାଜ୍ୟରେ ବର୍ଷକରେ ୩ ଗୁଣା ବଢ଼ିଛି ନକଲି ନୋଟ୍, ସମ୍ବଲପୁରରୁ ସତ…

ଭୁବନେଶ୍ୱର: ସମ୍ବଲପୁର ପୋଲିସ ହାତରେ ବଡଧରଣର ଜାଲ୍ ନୋଟ ରାକେଟ ଧରା ପଡ଼ିବା ପରେ ରାଜ୍ୟରେ ଏହାର କାରବାରକୁ ନେଇ ଆରମ୍ଭ ହୋଇଛି ଧରପଗଡ଼ । କେଉଁଠୁ ଏସବୁ ଆସୁଛି, କିଏ ଏହାର ମାଷ୍ଟରମାଇଣ୍ଡ ଜାଣିବା ପାଇଁ ଚେକିଂକୁ ବ୍ୟାପକ କରାଯାଇଛି । ବର୍ଷକରେ ୩ ଗୁଣା ବଢ଼ିଛି ନକଲି ନୋଟ୍ କାରବାର । ନକଲି ୨ ଶହ ଟଙ୍କିଆ ନୋଟରେ ୧୫୧ ପ୍ରତିଶତ ବୃଦ୍ଧି । ଟାର୍ଗେଟରେ ଅଶିକ୍ଷିତ ଓ ଗାଁରେ ରହୁଥିବା ଲୋକେ । ଜଳପଥରେ ବୋଟ୍ ଯୋଗେ ହେଉଛି କାରବାର । ସମ୍ବଲପୁରରୁ ୧୪ ଲକ୍ଷ ଟଙ୍କାର ଜାଲି ନୋଟ ଜବତ ହେବା ଘଟଣାରେ ୬ ଜଣଙ୍କୁ କାବୁ କରିଛି ପୋଲିସ୍ ।

ବାଲେଶ୍ୱରରୁ ଭାୟା ସୁନ୍ଦରବନ ଦେଇ ଜଳେଶ୍ୱର ଓ ରାଜକନିକା ରାସ୍ତାରେ ଓଡିଶାକୁ ଆସୁଛି ନକଲି ନୋଟ୍ । ୨୦୧୯ ରେ ୧ ଲକ୍ଷ ୬୬ ହଜାର ନକଲି ନୋଟ ଜବତ ହୋଇଥିବା ବେଳେ ୨୦୧୮ରେ ଜବତ ହୋଇଛି ୧ ଲକ୍ଷ ୯୨ ହଜାର ନୋଟ୍ । ୨୦୨୦-୨୧ ମଧ୍ୟରେ ଜବତ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଛି । ଦେଶର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଆତଙ୍କୀ ଗୋଷ୍ଠୀ ଏଭଳି କାମକୁ ଅପରେଟ କରୁଥିବା ଅଭିଯୋଗ ହୋଇଥିବାବେଳେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଓଡିଶା ତୁଳନାରେ ଜାତୀୟ ସ୍ତରରେ ନକଲି ନୋଟ କାରବାର ଅଧିକ ।

ସେପଟେ ନୂଆ ୨ଶହ ଟଙ୍କିଆ ଜାଲି ନୋଟ କାରବାର ୧୫୧ ପ୍ରତିଶତ ବଢିଥିଲା ବେଳେ ୫୦ ଟଙ୍କିଆ ଓ ୫ ଶହ ଟଙ୍କିଆ ନୋଟ ବେଶି ନକଲି ହେଉଛି । ୨୦୧୬ ନୋଟବନ୍ଦୀ ପରେ ଏହି କାରବାର ହୁ ହୁ ହୋଇ ବଢ଼ି ଚାଲିଛି । ଏନସିଆରବି ରେକର୍ଡ ଆରବିଆଇର ଚିନ୍ତା ବଢ଼ାଇଛି । ଏହାକୁ ରୋକିବାକୁ ସ୍ଥଳ ଓ ଜଳପଥ ମାନଙ୍କରେ ଚେକିଂକୁ ବ୍ୟାପକ କରିବାକୁ କୁହାଯାଇଛି । ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ ଅନୁଯାୟୀ ସମସ୍ତ ବ୍ୟାଙ୍କ ସମ୍ମୁଖରେ ସଚେତନତା ବାର୍ତ୍ତା ଦିଆଗଲେ ଲୋକେ ଅନ୍ତତଃ ଠକାମୀରୁ ଭର୍ତ୍ତି ପାରନ୍ତେ ବୋଲି କହିଛନ୍ତି ବିଶେଷଜ୍ଞ ।

ଶ୍ରମନ୍ଦିର ଆକାଶରେ ଅପୂର୍ବ ଦୃଶ୍ୟ: ସୋସିଆଲ ମିଡିଆରେ ଭାଇରାଲ, ମୁଖ୍ୟମନ୍ତ୍ରୀ ମଧ୍ୟ କଲେ ସେୟାର

ପୁରୀ: ଗୁରୁବାର ଠାରୁ ଖୋଲିବ ଶ୍ରୀମନ୍ଦିର । ଭକ୍ତ ପାଇପାରିବେ ଭଗବାନଙ୍କ ଦର୍ଶନ । ପ୍ରଥମେ ସେବାୟତଙ୍କ ପରିବାର ଦର୍ଶନ କରିବେ । ପରେ ପୁରୀବାସୀ ଓ ତା’ପରେ ସର୍ବସାଧାରଣ କରିପାରିବେ ଜଗା ଦର୍ଶନ । ଏଭଳି ସମୟରେ ଶ୍ରୀମନ୍ଦିର ଆକାଶରେ ଦେଖିବାକୁ ମିଳିଛି ଏକ ଅପୂର୍ବ ଦୃଶ୍ୟ । ଶ୍ରୀମନ୍ଦିର ଆକାଶରେ ଥିବା ମେଘା ମାଳା ମଧ୍ୟରୁ ବିଛୁରିତ ହୋଇପଡ଼ୁଥିଲା ସୂର୍ଯ୍ୟଙ୍କ କିରଣ । ଯାହା ଆସି ଠିକ୍ ଶ୍ରୀମନ୍ଦିର ନୀଳଚକ୍ର ଉପରେ ପଡ଼ିଥିଲା । ଏଭଳି ମନରୋମ ଦୃଶ୍ୟ ଯାହାକୁ କ୍ୟାମେରାରେ କଏଦ କରିଥିଲେ ଯୁବ ଫଟୋଗ୍ରାଫର ସମରେନ୍ଦ୍ର ଦାଶ । ଏଭଳି ଦୃଶ୍ୟ ଯାହାକୁ ଥରେ ଆଉ ଥରେ ଦେଖିବାକୁ ଇଚ୍ଛା ହୁଏ ।

ତେବେ ଏଭଳି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେଉଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଥିବା ଦେଖିବାକୁ ମିଳିଛି । ଏବଂ ଏଭଳି ସୁନ୍ଦର ଫଟୋ ଉତ୍ତୋଳନ ଲାଗି ମୁଖ୍ୟମନ୍ତ୍ରୀ ଫଟୋଗ୍ରାଫରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କରୋନା କଟକଣା କିଛିଟା କୋହଲ ହେବା ପରେ ଆସନ୍ତାକାଲିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ । ଏଭଳି ସମୟରେ ଏପରି ଅପୂର୍ବ ଦୃଶ୍ୟକୁ ଭକ୍ତ ଭଗାବନ ଲୀଲ ଭାବେ ଅଭିହିତ କରିଛନ୍ତି ।

ସପିଂ ମଲ୍‌ର ଓପନିଂ ଡେ’ରେ ଅସମ୍ଭାଳ ଭିଡ଼: କରୋନା କଟକଣାର ଖୋଲା ଖୋଲି ଉଲ୍ଲଂଘନ

ପିପିଲି: ଜୀବନ ଅପେକ୍ଷା ନିଜର ଫ୍ୟାସନକୁ ଅଧିକ ଗୁରୁତ୍ୱ ଦେଲେ ସାଧାରଣ ଜନତା। ଜୀବନ ଓ ଜୀବିକା ଉଭୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ସରକାର କହୁଥିବା ବେଳେ ସପିଂ ମଲ୍‌ ମାଲିକ କିନ୍ତୁ ନିଜର ସ୍ୱାର୍ଥ ପାଇଁ କେବଳ ଜୀବିକାକୁ ଦେଖିଲେ। କରୋନା କଟକଣାକୁ ଖୋଲା ଖୋଲି ଉଲ୍ଲଂଘନ ସହ ଚାଲିଥିଲା କିଣାବିକା । ନା ଥିଲା ଭୂତାଣୁର ଭୟ ନା ସାମାଜିକ ଦୂରତା  ।

ଏହିଭଳି କରୋନା କଟଣାର ଖୋଲାଖୋଲି ଉଲଂଘନ ଦେଖିବାକୁ ମିଳିଛି ପିପିଲିର ଏକ ସପିଂ ମଲ୍‌ରେ । ପିପିଲି ବଜାରରେ ଆଜି ନୂତନ ଭାବେ ଖୋଲିଥିବା ଏମ୍ ବଜାର ସପିଂ ମଲ୍‌ । ଏଣୁ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହେଲେ ସାମାଜିକ ଦୂରତା ପ୍ରତି କାହାର ଯେମିତି ନିଘା ନଥିଲା । ନା ସପିଂ ମଲ୍ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇଥିଲା ନା ଲୋକଙ୍କ ଠାରୁ ଦେଖିବାକୁ ମିଳିଥିଲା ସତର୍କତା । ଅପରପକ୍ଷରେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ପିପିଲି ତହସିଲଦାର । ଲୋକଙ୍କୁ ତାଗିଦ୍ କରିବା ସହ ସାମାଜିକ ଦୂରତା ରକ୍ଷା ପାଇଁ ନିବେଦନ କରିଥିଲେ ।

ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ କରୋନା ନେଇ ରାଜ୍ୟବାସୀଙ୍କୁ ସମ୍ୱୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଯେଉଁଥିରେ ଲୋକେ ଯଦି ଅନଲକ୍ ଚାହୁଁଛନ୍ତି ତେବେ ନିୟମ ମାନନ୍ତୁ ବୋଲି କହିଥିଲେ । ନଚେତ୍ ପୁଣି ଥରେ ଲକ୍‌ଡାଉନ୍ ଫେରିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଦେଇଥିଲେ । ପ୍ରଶାସନ ଓ ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଇ ଏହାର ପାଳନ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିବା ସହିତ ବ୍ୟତିକ୍ରମ କ୍ଷେତ୍ରରେ ଜରିମାନା ଓ ସିଲ୍‌ ଭିଳ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ହେଲେ ପିପିଲି ପ୍ରଶାସନ କିନ୍ତୁ ସବୁ ଦେଖି ଶୁଣି ନିରବ କେବଳ ତାଗିଦ୍ କରି କାମ ଶେଷ କରିଦେଇଛନ୍ତି ।

ଦଶପୁରରେ ମିଶ୍ରଣ ପର୍ବ: କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡିରେ ମିଶିଲେ ବହୁ କର୍ମୀ

ଧର୍ମଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଜନହିତକର କାର୍ଯ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି ଲୋକେ । ତେଣୁ ଏହି ସ୍ରୋତରେ ନିଜକୁ ସାମିଲ କରିବାକୁ ଦଳକୁ ବିଭିନ୍ନ ରାଜନୈତିକ କର୍ମୀଙ୍କ ସୂଅ ଛୁଟୁଛି । ଆଜି ଏହି ସାମୁହିକ ବିକାଶ ଧାରାରେ ନିଜକୁ ସାମିଲ କରିଛନ୍ତି କଳାହାଣ୍ଡି ଜିଲ୍ଲାର କଂଗ୍ରେସ ଓ ବିଜେପି କର୍ମୀ । ଗୋଲାମୁଣ୍ଡା ବ୍ଲକ ଦଶପୁରେ କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ୬୦ରୁ ଊର୍ଦ୍ଧ୍ୱ କର୍ମୀ । ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ଏହି ମିଶ୍ରଣ ପର୍ବ । ଆୟୋଜିତ କର୍ମୀ ସମ୍ମିଳନୀରେ ବୟୋଜ୍ୟେଷ୍ଠ ବୃଦ୍ଧବୃଦ୍ଧାକୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ବିଜେପି ଏବଂ କଂଗ୍ରେସର ବହୁ ନେତା ଓ କର୍ମୀ

ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ମଧ୍ୟ ରାଜ୍ୟ ମୁଖ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳର ବହୁ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ ।  ସାଧାରଣ ଲୋକଙ୍କ ସେବା କରିବା ଲାଗି ଏହି ସବୁ ଦଳ ଆଉ ରାଜ୍ୟରେ ପ୍ରକୃଷ୍ଠ ପ୍ଲାଟଫର୍ମ ହୋଇ ନାହିଁ ବୋଲି ସେମାନେ ବିଜେଡି ମୁହାଁ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନ ଆଉ ଅଳ୍ପ କିଛିଦିନ ବାକିଥିବାବେଳେ ଏହି ସମାବେଶ ତୃଣମୂଳ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି ଆଶା କରାଯାଇଛି।

କେରଳରେ ଗମ୍ଭୀର ହେଉଛି କରୋନା ସ୍ଥିତି: ୪୦ ହଜାରରୁ ଅଧିକ ଲୋକଙ୍କୁ ପୁଣି କରୋନା

କେରଳରେ ଘନୀଭୂତ ହେଉଛି କୋଭିଡ ସ୍ଥିତି । ଦୁଇଟି ଯାକ ଡୋଜ ଟିକା ନେଇଥିବା ୪୦ ହଜାରରୁ ଅଧିକ ଲୋକଙ୍କୁ ପୁଣି ହୋଇଛି କୋଭିଡ । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ହାରାହାରି ୨୨ ହଜାର ରହିଥିବାବେଳେ ଟିକା ନେଇଥିବା ବ୍ୟକ୍ତି ପୁଣି ସଂକ୍ରମିତ ହେବା ଚିନ୍ତାର କାରଣ ହୋଇଛି । ଏହି ରାଜ୍ୟରେ ଭାଇରସ ଅଧିକ ମାତ୍ରାରେ ମ୍ୟୁଟେଟ କରିଛି ଏବଂ ଟିକାଦାନ ସତ୍ତ୍ୱେ ଏହା ଅଧିକ ଆକ୍ରମଣାତ୍ମକ ଭାବେ ସଂକ୍ରମିତ ହୋଇଛି । ତେବେ ରାଜ୍ୟରେ ଡେଲଟା ଭାରିଆଣ୍ଟ ବା ଏହାର କୌଣସି ମ୍ୟୁଟାଣ୍ଟ ଅଧିକ ସଂକ୍ରମଣ ଜାରି ରଖିଛି ତାହା ସ୍ପଷ୍ଟ ହୋଇନାହିଁ ।

ଏଥିସହିତ ପଢ଼ନ୍ତୁ: ମିକ୍ସ ଟିକା କ୍ଲିନିକାଲ ଟ୍ରାଏଲକୁ ଡିସିଜିଆଇର ସବୁଜ ସଙ୍କେତ

ଟିକା ନେଇଥିବା ବ୍ୟକ୍ତିଙ୍କୁ ଯେ ପୁଣି ସଂକ୍ରମଣ ହୋଇପାରେ ଏହା ବୈଜ୍ଞାନିକମାନେ କହିଆସୁଛନ୍ତି । ମାତ୍ର କେରଳରେ କାହିଁକି ଏତେ ସଂଖ୍ୟକ ଲୋକ ପୁନଃସଂକ୍ରମିତ ହେଉଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି ।

 

ହିମାଚଳ ପ୍ରଦେଶରେ ମାଟିତଳେ ଫସିଗଲା ବସ୍, ଟ୍ରକ୍ ଓ କାର: ୧୧ ଜଣଙ୍କ ମୃତ୍ୟୁ

ହିମାଚଳ ପ୍ରଦେଶର ରେକୋଙ୍ଗ ପିଓ-ସିମଳା ଜାତୀୟ ରାଜପଥ-୫ରେ ଭୂସ୍ଖଳନ । ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ମାଟି ତଳେ ଫସିଥିବା ଆଶଙ୍କା କରାଯାଉଛି । ବିଶାଳ ପଥର ଓ ମାଟି ଅତଡ଼ା ଖସିବା ଯୋଗୁ ପୋତି ହୋଇଯାଇଥିଲା ବସ, ଟ୍ରକ ଓ କାର । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଆଇଟିବିପି, ଏନଡିଆରଏଫ, ସିଆଇଏସଏଫ ଯବାନ । ରେସ୍କ୍ୟୁ ଅପରେସନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ । ହିମାଚଳର ରେକୋଙ୍ଗ ପିଓ-ସିମଳା ଜାତୀୟ ରାଜପଥରେ ଭୂସ୍ଖଳନ ଯୋଗୁ ଅନେକ ମୃତାହତ ଆଶଙ୍କା । ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି ଆଇଟିବିପିର ତିନିଟି ବାଟାଲିୟନର ୨୦୦ରୁ ଅଧିକ ଯବାନ । ଏହା ସହ ବି ସାମିଲ ହୋଇଛନ୍ତି ଏନଡିଆରଏଫ, ସିଆଇଏସଏଫ ଯବାନ ଓ ପୋଲିସ ବାହିନୀ ।

Image

ରାଜ୍ୟ ପ୍ରଶାସନର ସ୍ୱତନ୍ତ୍ର ଟିମ୍ ବି ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରୁଛନ୍ତି । ଆଜି ରେକୋଙ୍ଗ ପିଓ ଅଞ୍ଚଳରୁ ଏକ ବସ ସିମଳା ଯାଉଥିବାବେଳେ ନିଗୁଲସାରିଠାରେ ଘଟିଥିଲା ଅଘଟଣ । ଭୂସ୍ଖଳନରେ ବିଶାଳ ମାଟି ଖଣ୍ଡ ଧସିବା ଯୋଗୁ ରାଜପଥରେ ଥିବା ଟ୍ରକ, ବସ ଓ କାର ଆଦି ପୋତି ହୋଇଯାଇଥିଲା । କିଛି ଯାତ୍ରୀ ବି ମାଟି ତଳେ ରହିଯାଇଥିଲେ । ଭୂସ୍ଖଳନର ଭୟଙ୍କର ଚିତ୍ରରେ ଥରହର ହୋଇଯାଇଥିଲେ ସମସ୍ତେ । ବସରେ ୪୦ରୁ ଅଧିକ ଯାତ୍ରୀ ଥିବା କୁହାଯାଇଛି । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି । ସେପଟେ ଜୟରାମଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଦିଆଯିବା ବୋଲି କହିଛନ୍ତି ଗୃହମନ୍ତ୍ରୀ । ଘଟଣାସ୍ଥଳରେ କିନୌର ବିଧାୟକ ଜେ.ଏସ. ନେଗୀ ବି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । କିନୌର ଡେପିୁଟି ପୋଲିସ କମିଶନର ଆବିଦ ହୁସେନ ସିଦ୍ଦିକ କହିଛନ୍ତି- ହିମାଚଳ ସଡକ ପରିବହନ ନିଗମର ଏକ ବସରେ ୪୦ ଯାତ୍ରୀ ଯାଉଥିବାବେଳେ ରେକୋଙ୍ଗ ପିଓଠାରେ ଏହି ଦୁର୍ଘଟଣା ଘଟିଥିଲା ।

Image

ବସର ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ କିଛି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଗତ କିଛି ସପ୍ତାହ ଧରି ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଥିବାବେଳେ ବାରମ୍ବାର ଭୂସ୍ଖଳନ ଘଟି ଧନଜୀବନ ନଷ୍ଟ ହେଉଛି । କିଛି ଦିନ ତଳେ ସିରମୌର ଜିଲ୍ଲାରେ ୧୦୦ ମିଟର ରାସ୍ତା ବି ଭୂସ୍ଖଳନରେ ଧ୍ବଂସ ହୋଇଯାଇଥିଲା । ଗତମାସରେ ଭୂସ୍ଖଳନ ଘଟି କିନୌର ଜିଲ୍ଲାର ସାଙ୍ଗଲା ଉପତ୍ୟକାରେ ୮ ପର୍ଯ୍ୟଟକ ଓ ଡ୍ରାଇଭର ପ୍ରାଣ ହରାଇଥିଲେ ।

ଏଥିସହିତ ପଢ଼ନ୍ତୁ: ହିମାଚଳ ପ୍ରଦେଶରେ ବଡ଼ ଧରଣର ଭୂସ୍ଖଳନ: ମାଟି ଭିତରେ ଫସି ରହିଛନ୍ତି ୮୦ରୁ ଅଧିକ ଯାତ୍ରୀ

ପାଠ ପାଇଁ ପୁଅକୁ ଜୀବନରୁ ମାରିଦେଲା ମା,ତାପରେ ନିଜେ କଲା ଏମିତି କାମ….

ମହାରାଷ୍ଟ୍ର : ‘’ମା ମୁଁ ପାଠ ପଢିବିନି,ମୁଁ ଖେଳିବି, ମୋତେ ସେ କ୍ୟାମେରା ଆଗରେ ବସି ପଢିବାକୁ ଭଲଲାଗୁନି,ମୋ ମୁଣ୍ଡ ବିନ୍ଧୁଛି,ମୋତେ ତମେ ବାଧ୍ୟ କରନି..’’

କିଛି ଏମିତି ଥିଲା କୁନିପିଲାଟିର ନିବେଦନ,ପାଠ ପଢିବାକୁ ଇଚ୍ଛା ନାହିଁ ବୋଲି ମା ଆଗରେ ଜିଦ୍ ଧରି ବସୁଥିଲା.କୁନି ବୟସରେ ତାକୁ ଭାରୀ ପଡିଯାଉଥିଲା ପାଠପଢାର ବୋଝ..ଯେଉଁ ବୟସରେ ଖେଳକୂଦ ଓ ବାପା ମାଙ୍କ ସ୍ନେହ ଆଦରରେ ସମୟ କାଟିବା କଥା ସେହି ବୟସରେ ଏତେ ମାତ୍ରାରେ ପାଠ ପଢିବାର ବୋଝ ସମ୍ଭାଳିପାରୁନଥିଲା ୩ ବର୍ଷର ପିଲା.. ହେଲେ ମା କେମିତି ବୁଝିପାରୁନଥିଲା ପିଲାର ଯନ୍ତ୍ରଣା, କଥାରେ ପରା ଅଛି ପିଲାମାନେ ଯେତେ ଦୁଷ୍ଟ କିମ୍ବା ଅଝଟ ହେଲେ ବି ମା ସେ ସବୁକୁ ଭୁଲିଯାଇ ନିଜ ପିଲାର ଦୋଷ ଘୋଡାଇଦିଏ….କିନ୍ତୁ ଆଜିର ଘଟଣା ଶୁଣିଲେ ଆପଣ ଅବାକ୍ ହୋଇଯିବେ,ମହାରାଷ୍ଟ୍ରର ନାସିକରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି..

ଗୋଟିଏ ସାଢେ ତିନି ବର୍ଷର ଛୁଆକୁ ମାରି ମା’ ଆତ୍ମହତ୍ୟା କରିଛି..ସେହି ମା ଯିଏ ତାକୁ ଦଶମାସ ଦଶଦିନ ଗର୍ଭରେ ଧରି ପ୍ରସବ ଯନ୍ତ୍ରଣା ସହି ଜନ୍ମଦେଇଥିଲା..କେମିତି ସେହି ମା ତାର ପିଲାକୁ ମାରିଦେବାକୁ ହାତ ଯାଇଥିବ ତାହା କଳ୍ପନା କଲେ ବି ଆଶ୍ଚର୍ଯ୍ୟ ଲାଗୁଛି.. ମୃତ୍ୟୁ ପଛର କାରଣ ଜାଣିଲେ ଆପଣଙ୍କ ପାଦ ତଳୁ ବି ମାଟି ଖସି ଯିବ..୩ ବର୍ଷର ଶିଶୁକୁ ପାଠ ପଢିବାକୁ ମାନସିକ ନିର୍ଯାତନା ଦିଆଯାଉଥିଲା..ସ୍କୁଲର ପାଠପଢା ଓ ଘରେ ଅନଲାଇନ କ୍ଲାସ କରି କରି ଥକି ପଡିଥିଲା କୁନି ଜୀବନ..୩ ବର୍ଷର ଶିଶୁଟିର ଆଉ ପାଠପଢିବାକୁ ଇଚ୍ଛା ନଥିଲା,ସେଥିପାଇଁ ସେ ମା ଆଗରେ ଜିଦ୍ କରିବସିଥିଲା.. କୌଣସି କାରଣରୁ ରାଗି ଯାଇଥିଲେ ଶିଶୁର ମା’..ଆଉ କ୍ରୋଧିତ ହୋଇ ନିଜ ଛୁଆକୁ ତକିଆ ଚାପି ମାରିଦେଇଥିଲା ମା..ବୋଧହୁଏ ନିଜ ରାଗକୁ ଆୟତ୍ତ ନ କରିପାରି ଏତେବଡ କାଣ୍ଡ ଘଟାଇଥିଲା ସେହି ୩ବର୍ଷ ପିଲାର ମା’.. ଯେତେବେଳେ ପିଲାଟିର ପାଟିରୁ ରକ୍ତ ବାହାରି ତାର ନିଶ୍ବାସ ବନ୍ଦ ହୋଇଗଲା ସେତେବେଳେ କେତେ ବଡ ଭୁଲ କରିଛି ବୋଲି ମା ଜାଣିପାରିଥିଲା..

କିନ୍ତୁ ନିଜ ଭୁଲର ପ୍ରାୟଶ୍ଚିତ କରିବାକୁ ଯାଇ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲା..ଫାସୀରେ ଝୁଲି ମୃତ୍ୟୁବରଣ କରିଦେଲା ମା..ଏବଂ ସୂଚନା ଅନୁସାରେ ତାଙ୍କ ମୃତଶରୀର ପାଖରେ ଏକ ସୁଇସାଇଡ ନୋଟ୍ ପୋଲିସକୁ ମିଳିଥିଲା..ଯେଉଁଥିରୁ ପୁରା ଘଟଣା ବିଷୟରେ ଜଣାପଡିଥିଲା..ମା ଟିଏ ନିଜ ୩ ବର୍ଷର ପିଲାକୁ ପାଠପଢିବାକୁ କହିବାରୁ ପିଲାଟି ଅଝଟ ହୋଇଥିଲା ଓ ଏଇ ଛୋଟିଆ କଥାରୁ ନିଜ ପିଲାକୁ ମାରିବାକୁ ପଛାଇନଥିଲା ମା.. ଏତିକି କଥାରୁ ଏତେବଡ ଘଟଣା ଘଟିଥିବ ବୋଲି କେହି ବି ବିଶ୍ବାସ କରିବା ଖୁବ କଷ୍ଟକର..ରାଗ ମଣିଷର ପରମ ଶତ୍ରୁ ଏହାର ବଡ ଉଦାହରଣ ପାଲଟିଛି ଏହି ମହାରାଷ୍ଟ୍ର ନାସିକର ଘଟଣା..