ଉଦ୍ଧମପୁରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଉଭୟ ପାଇଲଟ ସୁରକ୍ଷିତ

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣା ଜିଲ୍ଲାର ଶିବଗଡ ଧାର ଅଞ୍ଚଳରେ ଘଟିଛି। ଉଦ୍ଧମପୁର ରେଞ୍ଜ ଡିଜି ସୁଲେମାନ ଚୌଧରୀ କହିଛନ୍ତି ଯେ, ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ପଠାଯାଇଛି। ସେ କହିଛନ୍ତି ଯେ, ଏହି ଅଞ୍ଚଳରେ ଘନ କୁହୁଡି ରହିଛି । ଏହି କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି କି ନା ହେଲିକାପ୍ଟର କ୍ରାସ ଲାଣ୍ଡିଂ ହୋଇଛି ତାହା ଦେଖିବାକୁ ପଡ଼ିବ । ପୋଲିସ ଟିମ୍ ଆସିବା ପରେ ଆଉ କିଛି ସୂଚନା ପ୍ରକାଶ ପାଇବ ।

ଜଣେ ବରିଷ୍ଠ ପୋଲିସ, ଅଧିକାରୀ କହିଛନ୍ତି ଯେ, ଏହା ଏକ ସେନା ହେଲିପକ୍ଟର ବୋଲି ଅନୁମାନ କରାଯାଉଛି । ସର୍ଚ୍ଚ ପାର୍ଟିକୁ ଜଙ୍ଗଲ ଭିତରକୁ ପଠାଯାଇଛି । ତେବେ ସେ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିବ। ସେ କହିଛନ୍ତି ଯେ, ଏହି ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ସର୍ଚ୍ଚ ଅପରେସନ ଅସୁବିଧାର ସମ୍ମୁଖୀନ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ ହେଲିକପ୍ଟରରେ ଥିବା ଉଭୟ ପାଇଲଟ୍ ସୁରକ୍ଷିତ ଅଛନ୍ତି ।

Leave a Reply