spot_img
Home Blog Page 5330

‘ହେ ଆଲ୍ଲା ମୋ କୁନିଝିଅଙ୍କୁ ରକ୍ଷାକର’, ଅସହାୟ ବାପର କରୁଣ ଅନୁରୋଧ…

ହେ ଆଲ୍ଲା ମୋ କୁନି କୁନି ପିଲାଙ୍କୁ ବଂଚାଇଦିଅ..ଦେଖୁଛନ୍ତି ଏହି ଫୋଟ.. କେମିତି ଗୋଟିଏ ବାପା ତା କୁନି କୁନି ଝିଅଙ୍କର ଜୀବନ ପାଇଁ ଆଲ୍ହା ଙ୍କ ପାଖରେ ପ୍ରାର୍ଥନା କରୁଛି. କେବଳ ଭଗବାନ ନୁହେଁ ସାଧାରଣ ଜନତାଙ୍କ ପାଖରେ ବି ପ୍ରାର୍ଥନା କରୁଛନ୍ତି..ସହାୟତା ପାଇଁ ଲୋକଙ୍କର ସାହାର୍ଯ୍ୟ ଲୋଡୁଛି..ଜଣେ ବାପା ମା ନିଜ ଦୁଇକୁନି ଜୀବନକୁ ରକ୍ଷା କରିବା ପାଇଁ ସଂମ୍ଫର୍ଣ ରୂପେ ନିରୁପାୟ..କରୋନା କାଳରେ ନା ଅଛି ଚାକିରୀ ନା ରହିଛି କୈାଣସି ପୁଂଜି..ତେବେ ଏହିଭଳି ସ୍ଥିତିରେ ଗୋଟିଏ ମଧ୍ୟବିତ୍ତ ପରିବାର ୩୨କୋଟି ଟଙ୍କା ଯୋଗାଡ କରିବ କେମିତି .. କାହିଁକି ନା ଏହି ଦୁଇ କୁନି ଜୀବନକୁ ରକ୍ଷା କରିବା ପାଇଁ ଦରକାର ୩୨ କୋଟି ଟଙ୍କା..ଏହା ଭାଗ୍ୟର ବିଡମ୍ବନା ନୁହେଁ ତ ଆଉ କଣ ?

ମୁମ୍ବାଇର ସାଫିକ୍ ଚୈାଧୁରୀ ପାଖାପାଖି ବର୍ଷେ ହେଲା ବେରୋଜଗାର ହୋଇ ଘରେ ବସିଛନ୍ତି..କରୋନା ମହାମାରୀ ଓ ଲକଡାଉନ ସତେ ଯେମିତି ସବୁକିଛିରେ ତାଲା ଲଗାଇଦେଇଛି..ନିଜ ପରିବାରର ସାଧାରଣ ଆବଶ୍ୟକତାକୁ ପୁରା କରିବାରେ ବି ସେ ଅସମର୍ଥ..ହେଲେ ଏହିଭଳି ସ୍ଥିତିରେ ସେ ଜୀବନର ଦୁଇଛକରେ ଛିଡାହୋଇଛନ୍ତି..ଗୋଟିଏ ହେଉଛି ଚାକିରୀ ଓ ଅନ୍ୟଟି ଅସହାୟତା.. କାରଣ ସେ ତାଙ୍କର ଦୁଇ ସୁନ୍ଦର ସନ୍ତାନକୁ ଏକ ବିରଳ ଜେନେଟିକ ରୋଗରୁ ରକ୍ଷା କରିବାରେ ଅସମର୍ଥ ହେଉଛନ୍ତି..ତାଙ୍କ ପରି ମଧ୍ୟବିତ୍ତ ପରିବାର ପାଇଁ ୩୨ କୋଟି ଟଙ୍କା ଏକ ସ୍ବପ୍ନ |ଏହି ଦମ୍ପତିଙ୍କ ପ୍ରଥମ ସନ୍ତାନ ଜେନାବ ,ଯିଏ ୨୦୧୯ରେ ଜନ୍ମ ଗ୍ରହଣ କରିଥିଲା ଓ ତାଙ୍କର ଦ୍ବିତୀୟ ସନ୍ତାନ ଜୁନେଏରା ୨୦୨୦ରେ ଜନ୍ମ ଗ୍ରହଣ କରିଥିଲା..ଏହି ଦୁଇ ସୁନ୍ଦର ପରୀଙ୍କୁ ପାଇ ବାପା ମା ଖୁବ ଖୁସି ଥିଲେ.. ହେଲେ ଜେନାବଙ୍କୁ ଯେତେବେଳେ ବର୍ଷେ ହେଲା ସେତେବେଳେ ସେମାନେ ତାର ଶରୀରରେ କିଛି ଗୋଟିଏ ପରିବତ୍ତନ ଦେଖିବାକୁ ପାଇଲେ..ପିଲାଟି ବିଛଣାରେ ଠିକ ଭାବରେ ନିଜ ମେରୁଦଣ୍ଡ ସାହାର୍ଯ୍ୟରେ ଶୋଇପାରୁନଥିଲା..ନିଜ ଖେଳନାକୁ ଧରିବାକୁ ତା ହାତରେ ସତେ ଯେମିତି ବଳ ନଥିଲା..ବହୁତ ଦୁର୍ବଳ ଓ ବେସାହାର ଭଳି ଦେଖାଗଲା ଜେନାବ୍..ହେଲେ ଜୁନେଏରା ଜନ୍ମ ହେବା ପରେ ପିତାମାତା ଖୁସି ଥିଲେ ଯେ ଛୋଟ ଝିଅକୁ ସେହିଭଳି କୈାଣସି ରୋଗ ନାହିଁ..କିନ୍ତୁ କେଇଟା ମାସ ପରେ ସାନ ଝିଅ ଜୁନେଏରା ଭିତରେ ବି ସେହି ସମାନ ଲକ୍ଷଣ ଦେଖିବାକୁ ମିଳିଲା..ବାପା ମା ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ଜଣାପଡିଲା ସେମାନଙ୍କୁ ସ୍ପାଇନାଲ ମସ୍କୁଲାର ଏଟ୍ରୋଫି ଟାଇପ୍-୧ ହୋଇଛି..ଯାହାକି ଏକ ବିରଳ ଜେନେଟିକ ରୋଗ.. ମେରୁଦଣ୍ଡର ମାଂସପେଶୀ ଆଟ୍ରୋଫି (SMA) ହେଉଛି ଏକ ଜେନେଟିକ୍ (ଉତ୍ତରାଧିକାରୀ) ନ୍ୟୁରୋମସ୍କୁଲାର ରୋଗ ଯାହା ମାଂସପେଶୀକୁ ଦୁର୍ବଳ କରି ନଷ୍ଟ କରିଥାଏ | SMA ଥିବା ଲୋକମାନେ ମେରୁଦଣ୍ଡରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ସ୍ନାୟୁ କୋଷ ହରାନ୍ତି (ଯାହାକୁ ମୋଟର ନ୍ୟୁରନ୍ କୁହାଯାଏ) ଯାହା ମାଂସପେଶୀର ଗତିକୁ ନିୟନ୍ତ୍ରଣ କରିଥାଏ |

ଏହି ମୋଟର ନ୍ୟୁରନ୍ ବିନା ମାଂସପେଶୀ ସ୍ନାୟୁ ସଙ୍କେତ ଗ୍ରହଣ କରେ ନାହିଁ ଯାହାଦ୍ବାରା ମାଂସପେଶୀ କାମ କରେ | ଏହିସବୁ ଲକ୍ଷଣ ଏହି ଦୁଇକୁନି ଶିଶୁଙ୍କ ଭିତରେ ପରିଲକ୍ଷିତ ହେଉଛି ଯେଉଁଥିପାଇଁ କାଶ, ଥଣ୍ଡା କିମ୍ବା ଜ୍ୱରରୁ ମୁକ୍ତି ପାଇବାକୁ ମଧ୍ୟ ସେମାନଙ୍କୁ ସପ୍ତାହେ ସମୟ ଲାଗୁଛି | ଏବଂ ସେଥିପାଇଁ, ଏହି ନିରୀହ ଛୋଟ ଶିଶୁମାନେ ଅନେକ ଥର ଆଇସିୟୁରେ ଭର୍ତି ହେଲେଣି | ତେଣୁ ଡାକ୍ତରଙ୍କ କହିବା ଅନୁସାରେ ଜୋଲଗେନ୍ସମା ହେଉଛି SMA ପାଇଁ ଏକମାତ୍ର ଚିକିତ୍ସା | ଏହାର ମୂଲ୍ୟ ୨.୧ ମିଲିୟନ ଡ଼ଲାର (ପାଖାପାଖି ୧୬ରୁ ୧୮ କୋଟି) | ଉଭୟ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କୁ ୩୨ କୋଟିରୁ ବି ଅଧିକ ଟଙ୍କା ଦରକାର ପଡିବ.. ଏହି ଔଷଧକୁ ଆମେରିକାରୁ ଅଣାଯାଇ ପିଲାମାନଙ୍କୁ ଦିଆଯିବ..ତେବେ ବାପା ମା ଏବେ ନିଜ ପାଖରେ ଥିବା ଗହଣା,ଟଙ୍କା ପାଇସା ସବୁକିଛିକୁ ବିକି ପିଲାମାନଙ୍କର ଚିକିସା କରିବାକୁ ଚେଷ୍ଟା ଚଲାଇଛନ୍ତି…ହେଲେ ସେତିକି ଜିନିଷ ସମୁଦ୍ରକୁ ଶଙ୍ଖେ ବୋଲି ସମସ୍ତେ ଜାଣନ୍ତି,ସେଥିପାଇଁ ଏହି ପିତା ମାତା କ୍ରାଉଡ ଫଣ୍ଡିଙ୍ଗ ମାଧ୍ୟମରେ ଲୋକଙ୍କୁ ଠାରୁ ସାହାର୍ଯ୍ୟ ପାଇଁ ଅନୁରୋଧ କରୁଛନ୍ତି..ଯାହାଦ୍ବାରା ସେ ତାଙ୍କ ପିଲାମାନଙ୍କର ଜୀବନ ବଂଚାଇପାରିବେ..

 

 

ବିଧାନ ପରିଷଦ ଗଠନ ସଂକଳ୍ପକୁ ଅନୁମୋଦନ ପାଇଁ ଉଠିଲା ଦାବି: କେନ୍ଦ୍ର ପାଖରେ ଶାଣିତ ହେବ ସ୍ୱର

ଭୁବନେଶ୍ୱର: ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶାରେ ହେବ ବିଧାନ ପରିଷଦ  । ଏନେଇ ସର୍ବ ସହମତି କ୍ରମେ ସଂକଳ୍ପ ବିଧାନସଭାରେ ପାରିତ ହୋଇଛି । ୩ବର୍ଷ ହେବ କେନ୍ଦ୍ରକୁ ସଂକଳ୍ପ ପଠାଯାଇଥିଲେ ମଧ୍ୟ ଏ ଯାଏଁ ସଂସଦର ଅନୁମୋଦନ ମିଳିପାରୁନି । ତୁରନ୍ତ ବିଧାନ ପରିଷଦ ଗଠନ କରିବା ପାଇଁ କଂଗ୍ରେସ ଓ ବିଜେଡି ଦାବି କରିଛନ୍ତି  । ଅନ୍ୟପଟେ ପରିଷଦ ଗଠନ ନେଇ ମାପିଚୁପି ମତ ରଖିଛି ବିଜେପି  ।

ପୁଣି ଫେରିଲା ବିଧାନ ପରିଷଦ ଗଠନ ପ୍ରସଙ୍ଗ । କେନ୍ଦ୍ରର ପାଖରେ ସ୍ୱର ଶାଣିତ କରିବ ରାଜ୍ୟ । ସଂକଳ୍ପକୁ ଅନୁମୋଦନ ପାଇଁ ଉଠିଲା ଦାବି  । ୨୦୧୫ ଜାନୁୟାରୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ବିଧାନ ପରିଷଦ କମିଟି ବିହାର ତେଲଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଗସ୍ତ କରି ସେଠାରେ କିପରି ବିଧାନ ପରିଷଦ କାର୍ଯ୍ୟକାରୀ ହେଉଛି ଅନୁଧ୍ୟାନ କରିଥିଲା । ଅନୁଧ୍ୟାନ ପରେ କମିଟି ରିପୋର୍ଟ ବି ଦେଇଥିଲା  । ୬ ସେପ୍ଟେମ୍ବର  ୨୦୧୮, ବିଧାନସଭାରେ ସର୍ବ ସମ୍ମତି କ୍ରମେ ବିଧାନ ପରିଷଦ ସଂକଳ୍ପ ପାରିତ ହୋଇଥିଲା । ଏହାପରେ ସଂକଳ୍ପକୁ କେନ୍ଦ୍ରକୁ ପଠାଯାଇଥିଲା  । ଏହାରି ଭିତରେ ୩ ବର୍ଷ ବିତିଯାଇଛି  । ହେଲେ ଏଯାଏଁ ସଂସଦରେ ଏ ସଂକ୍ରାନ୍ତରେ ବିଲ କେନ୍ଦ୍ର ଆଣୁନାହିଁ  । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି  । ପୁନଃର୍ବାର ବିଧାନପରିଷଦ ବିଲ ଆଣିବା ପାଇଁ କେନ୍ଦ୍ର ପାଖରେ ରାଜ୍ୟ ଦାବି କରିବ ବୋଲି ବିଜେଡି କହିଛି  ।

ରାଜ୍ୟସଭା ପରି ଓଡ଼ିଶାରେ ବିଧାନପରିଷଦ କାର୍ଯ୍ୟକ୍ଷମ ହେବ  । ନିୟମ ଅନୁସାରେ ବିଧାନ ପରିଷଦର ୪୯ ଜଣ ସଦସ୍ୟ ରହିବେ  । ବିଭିନ୍ନ ବର୍ଗର ଲୋକ ବିଧାନ ପରିଷଦର ସଦସ୍ୟ ଭାବେ ମନୋନୀତ ହେବେ  । ଏଣୁ କେନ୍ଦ୍ର ସରକାର ଆଉ ଡେରି ନକରି, ଅନ୍ୟ ରାଜ୍ୟ ପରି ବିଧାନପରିଷଦ ବିଲକୁ ସଂସଦରେ ପାରିତ କରିବା ପାଇଁ ଦାବି କରିଛି କଂଗ୍ରେସ  । ବିଜେପି କିନ୍ତୁ ଅନ୍ୟ ରାଜ୍ୟର ଉଦାହରଣ ଦେଇ ଏ ପ୍ରସଙ୍ଗକୁ ଏଡାଇ ବାକୁ ଚେଷ୍ଟା କରିଛି  । ବିଧାନପରିଷଦର ସଂକଳ୍ପ କେବେ ସଂସଦରେ ପାସ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବ ତାକୁ ଅପେକ୍ଷା ।

ଏଥିସହିତ ପଢ଼ନ୍ତୁ: ୮୯ ବହୁମୁଖୀ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରଶଂସା

ଗ୍ରୀନ୍ କରିଡର ମଧ୍ୟରେ ଶିଶୁକୁ ଏମ୍ସରେ ଭର୍ତ୍ତି କରାଗଲା: ଇଂଲଣ୍ଡ ଓ ଆମେରିକାର ଡାକ୍ତରଙ୍କ ପରାମର୍ଶରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର: ନବଜାତଙ୍କ ପାଇଁ ଗ୍ରୀନ କରିଡର ହେଲା ଟ୍ୱିନ୍ ସିଟି। ମାତ୍ର ୨୦ ମିନିଟରେ କଟକ ଶିଶୁଭବନରୁ ଏମ୍ସରେ ପହଞ୍ଚିଲା ଆମ୍ବୁଲାନ୍ସ। କମିଶନରେଟ ପୋଲିସର ଉଦ୍ୟମରେ ଗ୍ରୀନ କରିଡର କରାଯିବ ସହ ସଫଳତାର ସହ ସ୍ଥାନାନ୍ତର କରାଯାଇଛି। ଏମ୍ସର ଡାକ୍ତର ପଙ୍କଜ ମହାନ୍ତି ନବଜାତଙ୍କ ଚିକିତ୍ସା କରୁଛନ୍ତି। ଲଣ୍ଡନର ଡାକ୍ତର ପ୍ରକାଶ ଦେ, ଡାକ୍ତର ରବିନ ଓ ଆମେରିକାର ଡାକ୍ତର ଦେବାଶିଷ ରାୟଙ୍କ ପରାମର୍ଶ ଅନୁସାରେ ଶିଶୁର ଚିକିତ୍ସା ଚାଲିଛି । ନୟାଗଡ଼ ଶରଣକୂଳର ଛବି ନାଏକ କଟକ ଏସସିବିରେ ଏକାଥରକେ ୪ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପରବର୍ତ୍ତୀ ସମୟରେ ୩ଜଣ ଶିଶୁକନ୍ୟା ଆଖିବୁଜି ଥିଲେ। ଏସସିବିର ସ୍ୱତନ୍ତ୍ର ଡାକ୍ତରୀ ଦଳ ଛବିଙ୍କ ପ୍ରସବ କରାଇଥିଲେ । ଛବି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ, ତାଙ୍କର ପ୍ରସବଜନିତ ସମସ୍ୟା ଥିଲା। ତାଙ୍କର ଏ ଦୁଃସମୟରେ ସହାୟତା କରିଥିଲେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର । ଘରୋଇ ଆମ୍ବୁଲାନ୍ସ ସହ ଡାକ୍ତରୀ ଦଳର ବ୍ୟବସ୍ଥା କରି କଟକ ଏସସିବି ପଠାଇବା ସହ ଚିକିତ୍ସା ସୁବିଧା କରାଇଥିଲେ। ଏସସିବିରେ ଟେଷ୍ଟ ପରେ ସେ ରକ୍ତଶିକୁଳି, ଜଣ୍ଡିସ ଓ ଆନେମିଆରେ ପୀଡ଼ିତ ଥିବା ଜଣାପଡିଥିଲା ।

ଏଥିସହିତ ପଢ଼ନ୍ତୁ: ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ଦାବିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

 

 

କେତେ ଟ୍ୟାକ୍ସ ଦେବେ ନୀରଜ? ଜାଣନ୍ତୁ କୋଟି କୋଟି ଟଙ୍କା ଉପହାର ପାଇଲେ ଟ୍ୟାକ୍ସ ଦେବା ଜରୁରୀ କି ନୁହେଁ ?

ନାଁ ରଖିଲେ ସୁନାପୁଅ ନୀରଜ, ଦେଶ ପାଇଁ  ସୁନାମ ଅର୍ଜନ କରି ନିଜର ପ୍ରଥମ ଅଲମ୍ପିକ ଖେଳି ବର୍ତ୍ତମାନ ଭାରତକୁ ଫେରିଆସିଛନ୍ତି ନୀରଜ ଚୋପ୍ରା ନୀରଜଙ୍କ ସଫଳତା ପାଇଁ ସାରା ଦେଶ ଗର୍ବିତ |  ସେଥିପାଇଁ ନୀରଜଙ୍କୁ ଉପହାରର ବର୍ଷା ହେଉଛି..କୋଟି କୋଟି ଟଙ୍କାର ଉପହାର ନୀରଜଙ୍କୁ ମିଳୁଛି..ତେବେ ଏହାରି ଭିତରେ ମନକୁ ନିଶ୍ଚୟ ପ୍ରଶ୍ନ ଆସୁଥିବ ଖେଳାଳିମାନଙ୍କୁ ଯେଉଁ ସବୁ କୋଟି କୋଟି ଟଙ୍କା ଉପହାରରେ ମିଳୁଛି..ସେଥିପାଇଁ କଣ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ? ଅଧିକ ଆୟ ଉପରେ ଟ୍ୟାକ୍ସ ଦେବା ନିହାତି ଜରୁରୀ.. ତେବେ ଏହିଭଳି ସ୍ଥିତିରେ କଣ କରିବେ ଉପହାର ପାଇଥିବା ଖେଳାଳି..ଚାଲନ୍ତୁ ଜାଣିବା ସେ ବିଷୟରେ |

ଆୟକର ଅଧିନିୟମର ଧାରା ୧୦(୧୭ଏ) ଅନୁସାରେ , ଯଦି କେନ୍ଦ୍ର ଓ ରାଜ୍ୟ ସରକାର କୈାଣସି ବିଜେତା ଖେଳାଳିଙ୍କୁ କିଛି ବି ପୁରସ୍କାର ଦିଅନ୍ତି |  ତେବେ ଏହା ସମ୍ପୂର୍ଣ୍ଣ ଟ୍ୟାକ୍ସ ମୁକ୍ତ ରହିବ |  କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (ସିବିଡିଟି) ୨୦୧୪ରେ ଅଲମ୍ପିକ ଗେମ୍ସ , ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିୟ ଗେମ୍ସରେ ପଦକ ବିଜେତାଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଉପହାର ସ୍ବରୂପ ମିଳୁଥିବା ଟଙ୍କା କିମ୍ବା ବସ୍ତୁ ପାଇଁ ଟ୍ୟାକ୍ସ ଫ୍ରୀ କରିବାର ଆଦେଶ ଦିଆଯାଇଥିଲା | ତେଣୁକରି ଏହିଭଳି ସ୍ଥିତିରେ ବିଜେତା ଖେଳାଳିଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ |  ତେବେ ରାଜ୍ୟ ଓ କେନ୍ଦ୍ର ଛଡା ଯଦି ଅନ୍ୟ କେହି ଖେଳାଳୀଙ୍କୁ ଉପହାର ଦିଅନ୍ତି ତେବେ ସେଥି ପାଇଁ ଟ୍ୟାକ୍ସ ଦେବାକୁ ପଡିବ..ଯେମିତିକି ଆନନ୍ଦ ମହିନ୍ଦ୍ରା ନୀରଜ ଚୋପ୍ରଙ୍କୁ କାର୍ ଉପହାରରେ ଦେଇଛନ୍ତି |  ସେଥିପାଇଁ ନୀରଜ ଚୋପ୍ରାଙ୍କୁ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ | ଏହା ମାଗଣା ହୋଇପାରିବ ନାହିଁ |

 

ଆୟକରର ଆଇନ ଅନୁସାରେ ,କେବଳ ବିଜେତା ଖେଳାଳିଙ୍କ ଦ୍ବାରା ପ୍ରାପ୍ତ ପୁରସ୍କାର ହିଁ ଟ୍ୟାକ୍ସମୁକ୍ତ ରହିବ.. ଅନ୍ୟ ଖେଳାଳି,କୋଚ୍ ଇତ୍ୟାଦିଙ୍କୁ ମିଳିଥିବା ପୁରସ୍କାରରେ  ଟ୍ୟାକ୍ସ ଦେବାକୁ ପଡିବ.. ଯଦି ଉଦାହରଣ ନେବା ତେବେ ମହିଳା ଦଳର ୯ ଜଣ ସଦସ୍ୟଙ୍କୁ  ହରିୟାଣା ସରକାର ଦେଇଥିବା ପୁରସ୍କାର ରାଶି ଉପରେ ଟିକସ ଦେବାକୁ ପଡିବ..

ଏବେ ଚାଲନ୍ତୁ ନଜର ପକାଇବା ସୁନା ଜିତିଥିବା ନୀରଜ ଚୋପ୍ରା କେତେ ପୁରସ୍କାର ପାଇଲେ?

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ହରିୟାଣା ସରକାର ୬ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।

ପଞ୍ଜାବ ସରକାର ନୀରଜ ଚୋପ୍ରାଙ୍କୁ ୨ କୋଟି ଟଙ୍କା ନଗଦ ପୁରସ୍କାର ଘୋଷଣା କରିଛନ୍ତି।

ରେଳବାଇ ୩ କୋଟି ଟଙ୍କା ଏବଂ ମଣିପୁର ସରକାର ୧ କୋଟି ଟଙ୍କା ଘୋଷଣା କରିଛି।

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ବିସିସିଆଇ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛି..

ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି।

ମହିନ୍ଦ୍ର ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ନୀରଜଙ୍କୁ XUV700 ପୁରସ୍କାର ଦେବାର ଘୋଷଣା କରିଛନ୍ତି..

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ମଧ୍ୟ ନୀରଜ ଚୋପ୍ରାଙ୍କ ପାଇଁ  ୭୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ଆପଣମାନେ ଜାଣିବା ଦରକାର ୫୦ ହଜାରରୁ ଅଧିକ ଟଙ୍କା କିମ୍ବା ପୁରସ୍କାର ଉପରେ ଟିକସ ଦେବାକୁ ପଡିଥାଏ | ପ୍ରଚଳିତ ନିୟମ ଅନୁଯାୟୀ, ଯଦି ଆପଣ ୫୦ହଜାରରୁ ଅଧିକ ମୂଲ୍ୟର ଉପହାର ଗ୍ରହଣ କରନ୍ତି, ତେବେ ଆପଣଙ୍କୁ ଏହା ଉପରେ ଟିକସ ଦେବାକୁ ପଡିବ | ବେଳେବେଳେ ଆପଣ ଗୋଟିଏ ବର୍ଷରେ ଅନେକ ଥର ଉପହାର ପାଆନ୍ତି ଏବଂ ଏହାର ମୋଟ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହୋଇପାରେ | ଏପରି ପରିସ୍ଥିତିରେ, ଆୟକର ରିଟର୍ଣ୍ଣ ଦାଖଲ କରିବାବେଳେ ଏହାକୁ ଧ୍ୟାନରେ ରଖିବା ଉଚିତ୍ | ଆପଣଙ୍କୁ ଆୟକରରେ ୫୦ହଜାର ରୁ ଅଧିକ ଉପହାର ବିଷୟରେ ସୂଚନା ଦେବାକୁ ପଡିବ | ଯଦି ଆପଣ ଏହି ସୂଚନା ଆୟକର ବିଭାଗକୁ ଲୁଚାନ୍ତି, ତେବେ ଆପଣ ପରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ତେଣୁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ନୀରଜଙ୍କୁ ପୁରସ୍କାର ବାବଦରେ ଯେଉଁ ଟଙ୍କା ଦେବେ ତାଉପରେ କର ଲାଗିବ ନାହିଁ କିନ୍ତୁ ଅନ୍ୟ କୌଣସି ସଂଗଠନ କିମ୍ବା ବ୍ୟକ୍ତିବିଶେଷ ଯଦି ଟଙ୍କା ଦିଅନ୍ତି ନୀରଜଙ୍କୁ ସେଥିପାଇଁ ଟ୍ୟାକ୍ସ ଦେବାକୁ ପଡିବ ।

ଅଭିନେତା ପ୍ରକାଶ ରାଜ୍‌ଙ୍କ ଦୁର୍ଘଟଣା: ସର୍ଜରୀ ପାଇଁ ମେଡିକାଲରେ ଭର୍ତ୍ତି

ହାଇଦ୍ରାବାଦ: ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ସାଉଥ୍‌ ଅଭିନେତା ପ୍ରକାଶ ରାଜ୍ । ଉଭୟ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ନିଜ ନେଗେଟିଭ୍ ଚରିତ୍ର ପାଇଁ ବେଶ ପରିଚିତ ପ୍ରକାଶ ରାଜ୍‌ଙ୍କ ଫ୍ୟାକଚର ହୋଇଛି । ଏଣୁ ତାଙ୍କୁ ସର୍ଜରୀ ନିମନ୍ତେ ହାଇଦ୍ରାବାଦ ନିଆଯାଇଛି । ତେବେ ବିଶେଷ ବଡ଼ ଧରଣ କୌଣସି ଅସୁବିଧା ହୋଇନଥିବା ନିଜେ ଟ୍ୱିଟ୍ କରି ପ୍ରଶଂସକଙ୍କୁ ଜଣାଇଛନ୍ତି ପ୍ରକାଶ । ପଡ଼ି ଯିବାରୁ ଛୋଟ ଫ୍ୟାକଚର ହୋଇଛି ଏବଂ ସେ ସର୍ଜରୀ ଲାଗି ହାଇଦ୍ରାବାଦ ଯାଉଛନ୍ତି । ଡା ଗୌରବ ରେଡ୍ଡୀ ତାଙ୍କ ସହିତ ଅଛନ୍ତି ଚିନ୍ତା କରିବା କୌଣସି କାରଣ ନାହିଁ ବୋଲି ଟ୍ୱିଟ୍‌ରେ ଲେଖିଛନ୍ତି ପ୍ରକାଶ ରାଜ ।

ସୂଚନା ଯୋଗ୍ୟ ଯେ, ଖୁବଶୀଘ୍ର ପ୍ରକାଶ ରାଜ୍‌ଙ୍କୁ ଫିଲ୍ମ ପାଦାରେ ଦେଖିବାକୁ ମିଳିବ । ସେ ଏହି ଫିଲ୍ମ ପୋଷ୍ଟରକୁ  ସୋସିଆଲ୍ ମିଡିଆରେ ସେୟାର କରିଥିବା ବେଳେ ଏହାର ଟିଜର୍ ଖୁବଶୀଘ୍ର ରିଲିଜ୍ ହେବ ବୋଲି କହିଛନ୍ତି । ସେ ଏହି ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ନିଜ ସାଥି କଳାକାରଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ସହ କାମ କରିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଭୁବନର କୋଟିପତି ପିଇଓ

ଢେଙ୍କାନାଳ: ଗିରଫ ହେଲେ ଭୁବନର କୋଟିପତି ପିଇଓ । ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ଓ ମଠକରଗୋଳା ପଞ୍ଚାୟତର ପିଇଓ ସନ୍ତୋଷ କୁମାର ସାହୁଙ୍କୁ ଗରିଫ କରିଛି ଭିଜିଲାନ୍ସ ଟିମ୍ । ଆଜି ଏକକାଳୀନ ପିଇଓଙ୍କ ଢେଙ୍କାନାଳ ଓ କାମାକ୍ଷାନଗରର ସହ ୫ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ । ତଦନ୍ତ ବେଳେ ସନ୍ତୋଷ ସାହୁ ଓ ପରିବାରଙ୍କ ନାଁରେ ଏକ କୋଟିରୁ ଅଧିକ ସମ୍ପତ୍ତି ଠାବ କରିଛି । ଏହାସହ ଅନେକ କୋଠା ମଧ୍ୟ ରହିଥିବା ଜଣାପଡ଼ିଛି । ଯାହାର ମୂଲ୍ୟ ୮୪ଲକ୍ଷରୁ ଅଧିକ ହେବ । ଚଢ଼ାଉରେ ଜଣେ ଡିଏସପିଙ୍କ ସମେତ ୭ଜଣ ଇନସ୍ପେକ୍ଟର ସାମିଲ ରହିଛନ୍ତି । ଢେଙ୍କାନାଳ ଭିଜିଲାନ୍ସ ଡିଏସ୍‌ପି ଅନିରୁଦ୍ଧ ନାୟକଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ । କାମାକ୍ଷାନଗର ଜିରିଡାମାଳି ନିକଟରେ ୩ ମହଲା କୋଠା ସହ ଅନ୍ୟ ଦୁଇଟି ସ୍ଥାନରେ ଏକ ମହଲା ଘର ରହିଛି ।

ଏଥିସହିତ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ହିମାଚଳ ପ୍ରଦେଶରେ ବଡ଼ ଧରଣର ଭୂସ୍ଖଳନ: ମାଟି ଭିତରେ ଫସି ରହିଛନ୍ତି ୮୦ରୁ ଅଧିକ ଯାତ୍ରୀ

 ହିମାଚଳ ପ୍ରଦେଶର ବଡ଼ ଧରଣର ଭୂସ୍ଖଳନ । ମାଟି ଓ ପଥରେ ଭିତରେ ୮୦ରୁ ଅଧିକ ଯାତ୍ରୀ ଫସିରହିଥିବା ଆଶଙ୍କା । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ଆଇଟିବିପି ଓ ଏନଡିଆରଏଫ ଯବାନ । ହିମାଚଳର କିନୌର ଜିଲ୍ଲା ଅନ୍ତର୍ଗତ ରେକୋଙ୍ଗ ପିଓ-ସିମଳା ରାଜପଥରେ ଆଜି ଅପରାହ୍ଣରେ ଘଟିଛି ଦୁର୍ଘଟଣା ।

 

ଏହି ପଥରେ ଏକ ବସ ଓ ଅନ୍ୟ କିଛି ଯାନବାହନ ଯାଉଥିବାବେଳେ ହଠାତ୍ ଭୟଙ୍କର ଭୂସ୍ଖଳନ ଘଟିଥିଲା । କିଛି ଯାନବାହନର ଚିହ୍ନବର୍ଣ୍ଣ ନଥିବା କୁହାଯାଉଛି । ଉଦ୍ଧାର କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । NDRF ଓ ITBP ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏ ପର୍ଯ୍ୟନ୍ତ ୪ଜଣଙ୍କୁ ଉଦ୍ଧାର କରାଯାଇଛି । ଗତ କିଛି ସପ୍ତାହ ଧରି ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଥିବାବେଳେ ବାରମ୍ବାର ଭୂସ୍ଖଳନ ଘଟି ଧନଜୀବନ ନଷ୍ଟ ହେଉଛି । କିଛି ଦିନ ତଳେ ସିରମୌର ଜିଲ୍ଲାରେ ୧୦୦ ମିଟର ରାସ୍ତା ବି ଭୂସ୍ଖଳନରେ ଧ୍ୱଂସ ହୋଇଯାଇଥିଲା ।

ଜରୁରୀକାଳୀନ ସେବା ନେଇ ଜାରି ନମ୍ୱରକୁ ଆସୁଛି ଫେକ୍ କଲ୍: କହୁଛନ୍ତି ଏଭଳି ସବୁ କଥା

ଭୁବନେଶ୍ୱର: ଜରୁରୀକାଳୀନ ସେବା ୧୦୪କୁ ଆସୁଛି ଫେକ୍ କଲ୍‌ । ମହାମାରୀ ସମୟରେ ଫେକ୍‌ କଲ୍‌ କରି ମଜାକ ଉଡ଼ାଉଛନ୍ତି କିଛି ଅସାମାଜିକ ଲୋକ । ଭାଉଜ କହୁଛି.. ୧୦୦ ଟଙ୍କା ଦେବ ମଦ ପିଇବି । ଏପରି ଅନେକ କଥା କହି କିଛି ଅସାମାଜିକ ଲୋକ ମଜାକ୍‌ ଉଡାଉଥିବା ଜଣାପଡିଛି । ସର୍ବସାଧାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ଏହି ୨୪ ଘଣ୍ଟିଆ କୋଭିଡ ହେଲ୍ପ ଲାଇନ ନମ୍ବର ୧୦୪ ପାଲଟିଛି ମଜାକ୍‌ର ଫୋନ୍‌ କଲ୍‌ ସେବା । କୋଭିଡ ସମ୍ବନ୍ଧୀୟ ଡାକ୍ତରଙ୍କ ସହ କଥା ହେବାକୁ ଏହି ନମ୍ବର ଜାରି କରାଯାଇଥିବା ବେଳେ ଏଠାକୁ ଆସୁଛି ଫେକ୍‌ କଲ୍‌ । ଏନେଇ 104 ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ହୋଇଛି । ହେଲେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ ହୋଇ ବସିଛି ପୋଲିସ । ଶୁଣନ୍ତୁ ଫୋନ କରି କିଭଳି କଥା ବାର୍ତ୍ତା କରୁଛନ୍ତି କିଛି ଲୋକ ।

ଏଥିସହିତ ପଢ଼ନ୍ତୁ: ଜରୁରୀକାଳୀନ ସେବା ନେଇ ଜାରି ନମ୍ୱରକୁ ଆସୁଛି ଫେକ୍ କଲ୍: କହୁଛନ୍ତି ଏଭଳି ସବୁ କଥା

୨ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ: ୨୦ଟି ବିଧେୟକ ପାସ୍

ନୂଆଦିଲ୍ଲୀ: ଲୋକସଭାକୁ ସାଇନ୍ ଏ ଡାଏ ଘୋଷଣା କଲେ ବାଚସ୍ପତି ଓମ୍ ବିର୍ଲା । ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଆଲୋଚନା ହୋଇପାରୁ ନଥିବାରୁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ବାଚସ୍ପତି। ଚଳିତ ଅଧିବେଶନରେ ଗୃହରେ ଆଲୋଚନା ହୋଇ ନପାରିବାକୁ ବାଚସ୍ପତି କ୍ଷୋଭ ପ୍ରକାଶ କରିଛନ୍ତି । ଆଶା ଅନୁଯାୟୀ ଗୃହ ଚାଲିପାରିଲାନି ବୋଲି ବାଚସ୍ପତି କହିଛନ୍ତି । ଚଳିତ ଅଧିବେଶନରେ ୨୦ଟି ବିଧେୟକ ପାସ୍ ହୋଇଛି । ସଂସଦ ଚଳାଇବାରେ ଟିକସଦାତାଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବାରମ୍ବାର ନିବେଦନ ପରେ ବି ବିରୋଧୀ ସାଂସଦ ପ୍ଲାଂକାର୍ଡ ଧରି ଗୃହରେ ହୋହଲ୍ଲା କରିବା ସହ ଗୃହର ମର୍ଯ୍ୟାଦା ହାନୀ କରିଥିଲେ । ଗୃହରେ ସକରାତ୍ମକ ଆଲୋଚନା ହେବା ଜରୁରୀ । ଭବିଷ୍ୟତରେ ସମସ୍ତ ସାଂସଦ ଗୃହର ମର୍ଯ୍ୟାଦା ରକ୍ଷା କରିବାକୁ ବାଚସ୍ପତିଙ୍କ ଅପିଲ୍ କରିଛନ୍ତି । ସେପଟେ ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଭାବପ୍ରବଣ ହୋଇଛନ୍ତି ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁ । ସେ କହିଛନ୍ତି ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଯୋଗୁ ଗୃହର ପବିତ୍ରତା ନଷ୍ଟ ହୋଇଛି । ଗତକାଲି ସଂସଦରେ ବିରୋଧୀଙ୍କ ଆଚରଣ ତାଙ୍କୁ ବ୍ୟଥିତ କରିଛି । ଏଥିପାଇଁ ସେ ରାତିରେ ଶୋଇ ପାରିନଥିବା କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।

୯ ବହୁମୁଖୀ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରଶଂସା

ମିକ୍ସ ଟିକା କ୍ଲିନିକାଲ ଟ୍ରାଏଲକୁ ଡିସିଜିଆଇର ସବୁଜ ସଙ୍କେତ

ଭୁବନେଶ୍ୱର : ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜର ଗବେଷଣା ଓ କ୍ଲିନିକାଲ ଟ୍ରାଏଲକୁ ଅନୁମତି ଦେଇଛନ୍ତି ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ବା ଡିସିଜିଆଇ। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା ଏହାର ପରୀକ୍ଷା କରାଯିବ ବୋଲି ନୀତି ଆୟୋଗ ସ୍ୱାସ୍ଥ୍ୟ ବିଭାଗ ସଦସ୍ୟ ଡାକ୍ତର ଭି.କେ. ପଲ ସୂଚନା ଦେଇଛନ୍ତି।

ଗତ ଜୁଲାଇ ୨୯ରେ ଏହି ଦୁଇ ଡୋଜର ମିକ୍ସଡ ପ୍ରୟୋଗ ଲାଗି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(ସିଡିଏସସିଓ)ର ବିଷୟଗତ ବିଶେଷଜ୍ଞ କମିଟି ସ୍ୱୀକୃତି ଦେଇଥିଲା। ପୂର୍ବରୁ ଉତ୍ତରପ୍ରଦେଶରେ ବିଭିନ୍ନ ବୟସର ଉଭୟ ପୁରୁଷ ଓ ମହିଳାଙ୍କୁ ପ୍ରଥମେ କୋଭିସିଲଡ ଦିଆଯିବା ପରେ ଏହାର ୬ ମାସ ପରେ କୋଭାକ୍ସିନ ଦିଆଯାଇଥିଲା। ତେବେ ମିକ୍ସଡ ଡୋଜ ନେଲେ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ଆଇସିଏମଆର କହିଥିଲା।

ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମିକ୍ସ ଟିକା ଦେବାକୁ ବୈଜ୍ଞାନିକ ଅନୁମତି ମିଳିନି। କିଛି ଦେଶରେ ମିକ୍ସ ଟିକା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢାଇବାରେ ସହାୟକ ହୋଇଛି। ଏହା ବିଶ୍ୱରେ ନୂଆ ନୁହେଁ। ପୂର୍ବରୁ ଇସ୍ରାଏଲ, ୟୁକେରେ ମିକ୍ସ ଟିକା ନିଆଯାଇଛି। ଫାଇଜର ଓ ମଡର୍ଣ୍ଣା ପରି ଟିକା ମିକ୍ସ କିର ମଧ୍ୟ ଦିଆଯାଇଛି। ଦେଶରେ ମଧ୍ୟ ମିକ୍ସ ଟିକାର ଟ୍ରାଏଲ ପାଇଁ ଅନୁମତି ମିଳିଛି। ତେବେ ଭାରତ ସରକାର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଲେ ମିକ୍ସ ଟିକା ଦେଶରେ କାର୍ଯ୍ୟକାରୀ କରାଯିବ। ମିକ୍ସ ଟିକାକୁ ଅନୁମତି ମିଳିଲେ ଟିକାକରଣ ସରଳ ହେବ ବୋଲି ବୋଲି ସିବିକେ ମହାନ୍ତି କହିଛନ୍ତି କହିଛନ୍ତି।