ବିଶ୍ୱ ନଜରରେ ବିଶ୍ୱ ନେତା: ମୋଦି-ବାଇଡେନ ବୈଠକରେ କଣ ରହିବ ପ୍ରମୁଖ ପ୍ରସଙ୍ଗ ?

1 min read

ୱାସିଂଟନ: ବିଶ୍ୱର ଦୁଇ ଶୀର୍ଷ ନେତାଙ୍କ ହେବ ବୈଠକ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରିଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ  । ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ  ପ୍ରସଙ୍ଗରେ ଦୁଇ ଦେଶର ନେତା ବୈଠକ କରିବା ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି  । ସବୁଠାରୁ ବଡ଼ କଥା ହେଉଛି ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ସହ ତାଙ୍କର ଏହା ପ୍ରଥମ ସାକ୍ଷାତ ହେବ  । ସେପଟେ ଜାତିସଂଘ ସାଧାରଣ ଆସେମ୍ବ୍ଲି ବୈଠକରେ ମେଗାପ୍ଲାନ । ଚୀନକୁ ଚକମା ଦେବା ଲାଗି କ୍ବାଡ ରାଷ୍ଟ୍ରଗୋଷ୍ଠୀ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ସୂଚନା ପ୍ରକାଶ ପାଇଛି ।

ଆଫଗାନିସ୍ତାନ ବ୍ୟାପାରରେ ତାଲିବାନକୁ ଚୀନ ସମର୍ଥନ ଦେବା ଅବକାଶରେ କ୍ବାଡ ସଦସ୍ୟ ରାଷ୍ଟ୍ର କରିପାରନ୍ତି ବଡ ଯୋଜନା । ଏହା ସହ ଚୀନ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିବ କ୍ବାଡ । ଭାରତ-ପ୍ରଶାନ୍ତ ଅଞ୍ଚଳରେ ଚୀନର ପ୍ରଭାବ ହ୍ରାସ, କୋଭିଡର ଉତ୍ପତ୍ତି ନେଇ ଚୀନର ଭୂମିକା, ନୂଆ ଟିକା ଯୋଗାଣ ପ୍ରକ୍ରିୟା ଆଧି ପ୍ରସଙ୍ଗରେ ଆଲୋଚନା ହେବ । ଏଥିରେ ଚୀନକୁ ସାଇଡଲାଇନ କରିବାର ଆଭିମୁଖ୍ୟ ରହିଛି । ବର୍ତ୍ତମାନ ଚୀନ ସର୍ବାଧିକ ରାଷ୍ଟ୍ରକୁ ଟିକା ଯୋଗାଉଛି । ଏହି ପ୍ରକ୍ରିୟା ବନ୍ଦ ଲାଗି ନିଆଯିବ ପଦକ୍ଷେପ । ଏଥିଲାଗି ଭାରତରେ ୧୦୦ କୋଟି ଟିକା ଉତ୍ପାଦନ କରିବାକୁ ନିଷ୍ପତ୍ତି ହୋଇଛି ।

ସେହିପରି ଆଫଗାନିସ୍ତାନରେ ଚୀନର ବିବାଦୀୟ ଭୂମିକା ବିରୋଧରେ ମେଳି ବାନ୍ଧିବ କ୍ବାଡ । ଅନ୍ୟପଟେ ଗୁରୁବାର କ୍ବାଲକମ, ଆଡୋବ, ବ୍ଲାକଷ୍ଟୋନ, ଜେନରାଲ ଆଟୋମିକ୍ସ, ଫାଷ୍ଟ ସୋଲାରର ସିଇଓଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ହାଇପ୍ରୋଫାଇଲ ଭେଟଘାଟ । ୨୫ରେ ହେବାକୁ ଥିବା ୟୁଏନଜିଏ ବୈଠକରେ ଭାରତ ଉଠାଇପାରେ ସୀମାପାର ଆତଙ୍କବାଦ, ଓ ନିରାପତ୍ତା ପ୍ରସଙ୍ଗ । ଆମେରିକା ସହ କୌଶଳଗତ ସହଭାଗିତାକୁ ଶକ୍ତିଶାଳୀ କରିବା ଲାଗି ଭାରତ ଉଦ୍ୟମ କରିବ ।

Leave a Reply