spot_img
Home Blog Page 5304

ଶହେ ଉପରେ ଶିଶୁ ମାନଙ୍କର ରହୁଛି ଦୈନିକ ସଂକ୍ରମଣ, ଚିକିତ୍ସା ପାଇଁ ପ୍ରସ୍ତୁତ ରହିଛି ୩ ହଜାର ବେଡ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି କମୁଛି। କରୋନା ସଂକ୍ରମଣରେ ଆକ୍ରାନ୍ତ ଶିଶୁ ମାନଙ୍କର ଗଣନା ଏବେ ରାଜ୍ୟ କରାଯାଉଛି।  ରାଜ୍ୟରେ ଦୈନିକ ୧୦୦ ଉପରେ ରହୁଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରଥମ ଓ ଦ୍ୱିତୀୟ ଲହରରେ ମଧ୍ୟ ଶିଶୁ ସଂକ୍ରମଣ ଏଭଳି ସଂଖ୍ୟାରେ ରହୁଥିଲା। ତେବେ ଶିଶୁ ମାନଙ୍କର ସଂକ୍ରମଣକୁ ଦୃଷ୍ଟରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରିକ୍ୱେସନ ନିଆଯାଉଛି ବୋଲି କହିଛନ୍ତି ଡାକ୍ତର ବିଜୟ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହି କହୁଛନ୍ତି, ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ। ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପିକ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଜେନେରାଲ ବେଡ଼, ଆଇସିୟୁ ବେଡ଼, ଏଚଡିୟୁ ବେଡ଼, ଭେଣ୍ଟିଲେଟର ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି।

ସେପଟେ ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ, ସବ୍‌ ଡିଭିଜନାଲ ହସ୍ପିଟାଲ, ସିଏଚସି ଗୁଡ଼ିକରେ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବେଡ଼ ବ୍ୟବସ୍ଥା ହୋଇଛି। ସମ୍ଭାବ୍ୟ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୩ ହଜାର ବେଡ଼ ବ୍ୟବସ୍ଥା କରାଯାଇଛି। ତାଛଡ଼ା ଆହୁରି ବେଡ଼ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି ରହିଛି। ଯଦି ଆବଶ୍ୟକ ହୁଏ, ସ୍ୱତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ କରାଯିବ। କୋଭିଡ ହସ୍ପିଟାଲଗୁଡ଼ିକରେ ମଧ୍ୟ ଶିଶୁଙ୍କ ଲାଗି ବେଡ଼ ସରଂକ୍ଷଣ କରାଯାଇଛି। ବର୍ତ୍ତମାନ ସ୍ଥିତିରେ କେହି ଆତଙ୍କିତ ହେବା ଅନୁଚିତ। ସରକାର ପ୍ରତିଦିନ ମନିଟରିଂ କରୁଛନ୍ତି ଏବଂ ସଠିକ ସମୟରେ ପଦକ୍ଷେପ ନେବେ ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି।

ରୋଷେଇ ବେଳେ ଫାଟିଲା ଗ୍ୟାସ୍‌ ଟାଙ୍କି, ୫ ଜଣ ଗୁରୁତର ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରିମୁଣ୍ଡାରେ ଅଘଟଣ। ଗ୍ୟାସ ଟାଙ୍କି ଫାଟି ୫ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଭୁବନେଶ୍ୱରର ଏମ୍‌ସ୍‌କୁ ସ୍ଥାନାନ୍ତର କରାଯାଇଛି। ଗମ୍ଭାରିମୁଣ୍ଡା ଗାଁର ଦେବ ପ୍ରଧାନଙ୍କ ଘରେ ଗ୍ୟାସ ଚୁଲା ଲଗାଇଲା ବେଳେ ଲିକ୍ ହୋଇ ଘରେ ନିଆଁ ଲାଗିଯାଇଥିଲା। ନିଆଁରୁ ଫ୍ରିଜ୍ କଂପ୍ରେସର ବିସ୍ଫୋରଣରୁ ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ଗୁରୁତର ମାନେ ହେଲେ ଦେବ ପ୍ରଧାନଙ୍କ ପଡୋଶୀ ବୁଧୀରାମ ବାରିକ, ପ୍ରସନ୍ନ ବାରିକ, ପ୍ରମୋଦ ବରାଳ, ବୁଟୁ ବରାଳ, ସମୀର ବରାଳଙ୍କ ସହ ଅନ୍ୟ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ମାନଙ୍କ ଶରୀରର ୮୦ ପ୍ରତିଶତରୁ ଅଧିକ ପୋଡି ଯାଇଥିବା ଅନୁମାନ କରାଯାଇଛି। ଘଟଣାସ୍ଥଳରେ ଗମ୍ଭାରି ମୁଣ୍ଡା ଫାଣ୍ଡି ପୋଲିସ୍ ସହ ଚିଲିକା ଅଗ୍ନିଶମ ବାହୀନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି।

ମାଲକାନଗିରିରୁ ଆରମ୍ଭ ହେବ BSKY ଡିଜିଟାଲ କାର୍ଡ ବଣ୍ଟନ, ଆସନ୍ତାକାଲି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟ କ୍ଷେତ୍ରରେ ଗରିବ ଜନତା ପାଇଁ ସବୁଠୁ ବଡ଼ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଲୋକଙ୍କୁ ବଣ୍ଟାଯିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ। ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ମାଲକାନଗିରି ଜିଲ୍ଲାରେ ଏହି BSKY ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ମାଲକାନଗିରି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ପାଇଁ ବିଜୁ ଜନତା ଦଳର କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ବରିଷ୍ଠ ମନ୍ତ୍ରୀମାନେ ମାଲକାନଗିରିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି।

କାର୍ଯ୍ୟକ୍ରରେ ୧୦ ଜଣ ନିଗମ ଅଧକ୍ଷ ମଧ୍ୟ ଯୋଗ ଦେବେ। ସ୍ଥାନୀୟ ସଂସ୍କୃତି ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଜିଲ୍ଲାରେ ମୋଟ ୧ ଲକ୍ଷ ୫୫ ହଜାର ୮୨୩ ହେଲଥ୍‌ କାର୍ଡ ବଣ୍ଟନ କରାଯିବ। ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଯାଏ ପ୍ରତିବର୍ଷ ସ୍ୱାସ୍ଥ୍ୟ ବୀମା ମିଳିପାରିବ। କାଲିମେଳା ବ୍ଲକରେ ସର୍ବାଧିକ ୩୬ ହଜାର ୮୬୨ ଜଣ ହିତାଧିକାରୀ ରହିଥିବା ବେଳେ, ମାଲକାନଗିରି ବ୍ଲକରେ ୨୬ ହଜାର ୮୩୯, ମାଥିଲିରେ ୨୨ ହଜାର ୮୯୯, କୋରୁକୋଣ୍ଡାରେ ୧୮ ହଜାର ୫୫୦, ଚିତ୍ରକୋଣ୍ଡାରେ ୧୬ ହଜାର ୭୮୮, ଖଇରପୁଟରେ ୧୪ ହଜାର ୭୩୮, ପଡିଆ ବ୍ଲକରେ ୧୧ ହଜାର ୭୭୯, ମାଲକାନଗିରି ପୌର ପରିଷଦରେ 5୫ହଜାର ୧୭୩ ଏବଂ ବାଲିମେଳା ଏନଏସିରେ ୨ ହଜାର ୨୦୫ ହିତାଧିକାରୀ ଏହି ସୁବିଧା ପାଇବେ।

ଏଥିପଇଁ ୩୮୧ଟି ସ୍ୱାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ଆସନ୍ତା ୨୧ରୁ ୨୫ ତାରିଖ ମଧ୍ୟରେ ସମସ୍ତ କାର୍ଡ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦକୁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ପଡିଆ ବ୍ଲକ ପାଇଁ ମନ୍ତ୍ରୀ ନବକିଶୋର ଦାସ, ମାଲକାନଗିରି ବ୍ଲକ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ, କାଲିମେଳା ବ୍ଲକ ପାଇଁ ଜଗନ୍ନାଥ ସାରକା, କୋରକୋଣ୍ଡା ବ୍ଲକ ପାଇଁ ପଦ୍ମିନୀ ଦିଆନ୍, ମାଥିଲି ବ୍ଲକ ପାଇଁ ମନ୍ତ୍ରୀ ଅରୁଣ ସାହୁ, ଖଇରପୁଟ ବ୍ଲକ ପାଇଁ ବିକ୍ରମ କେଶରୀ ଆରୁଖ, ଚିତ୍ରକୋଣ୍ଡା ବ୍ଲକ ପାଇଁ ତୁଷାରକାନ୍ତି ବେହେରା, ମାଲକାନଗିରି ପୌର ପରିଷଦ ପାଇଁ ମନ୍ତ୍ରୀ ପଦ୍ମନାଭ ବେହେରା, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପାଇଁ କୁନା ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ପଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ତାଲିବାନ ଅକ୍ତିଆରକୁ ଆଫଗାନିସ୍ତାନ ଯିବା ପରେ ଭାରତ ସହ ତୁଟିଲା ସମ୍ପର୍କ

ନୂଆଦିଲ୍ଲୀ: ଭାରତ ଆଫଗାନିସ୍ତାନ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ଫାଟ। ଆଫଗାନିସ୍ତାନ ତାଲିବାନ ଅକ୍ତିଆରକୁ ଯିବା ପରେ ଭାରତ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିଛି। ରବିବାର ଠାରୁ ଭାରତ ଓ ଆଫଗାନ ମଧ୍ୟରେ ସମସ୍ତ ପ୍ରକାରର ଆମଦାନୀ- ରପ୍ତାନୀ ଉପରେ ରୋକ ଲାଗିଛି। ତାଲିବାର ଭାରତ ସହ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀରେ ରୋକ ଲଗାଇଛି ବୋଲି ଫେଡେରେସନ ଅଫ୍ ଇଣ୍ଡିଆ ଏକ୍ସପୋର୍ଟ ଅର୍ଗାନାଇଜେସନର ଡ. ଅଜୟ ସହାୟ ଏହି ସୂଚନା ଦେଇଛନ୍ତି।

ପାକିସ୍ତାନ ରୁଟ୍‌ ଦେଇ ଭାରତ-ଆଫଗାନିସ୍ତାନ ମଧ୍ୟରେ ଆମଦାନୀ, ରପ୍ତାନୀ ହୋଇଥାଏ। ହେଲେ ଏବେ ତାଲିବାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍‌ ଦେଇ ଚଳାଚଳ କରୁଥିବା କାରଗୋଗୁଡ଼ିକ ଉପରେ ରୋକ ଲଗାଇଛି। ଯାହାଫଳରେ ଏକ୍ସପୋର୍ଟ-ଇମପୋର୍ଟରେ ବାଧା ସୃଷ୍ଟି ହୋଇଛି। ତାଲିବାନର ସମସ୍ତ ସ୍ଥିତି ଉପରେ ଭାରତ ନଜର ରଖିଛି ବୋଲି ଡ. ସହାୟ କହିଛନ୍ତି। ୨୦୨୧ରେ ଆଫଗାନିସ୍ତାନକୁ ୮୩୫ ନିୟୁତ ଡଲାର ପରିମାଣର ସାମଗ୍ରୀ ରପ୍ତାନୀ ହେବା ଲକ୍ଷ୍ୟରହିଛି। ତେବେ ପରିବହନ ବନ୍ଦ ହୋଇଯିବା ଯୋଗୁଁ ବ୍ୟାପକ କ୍ଷତିର ସାମ୍ନା କରିବ ଭାରତ।

ଆସନ୍ତା ମାସ ସୁଦ୍ଧା ଦେଶରେ ଛୋଟ ପିଲାଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଆସନ୍ତା ମାସ ସୁଦ୍ଧା ଦେଶରେ ପିଲାଙ୍କ ଲାଗି ଉପଲବ୍ଧ ହେବ କୋଭିଡ ଟିକା। ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ଆଇସିଏମଆର-ଏନଆଇଭିର ନିର୍ଦ୍ଦେଶିକା ପ୍ରିୟା ଆଭାରାମ। ସେ କହିଛନ୍ତି, କୋଭିଡର ମୁକାବିଲା ଲାଗି ଭାରତୀୟ ମେଡିକାଲ ଗବେଷଣା ପରିଷଦ ଓ ପୁଣେସ୍ଥିତ ଜାତୀୟ ଭୂତାଣୁ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ଗବେଷଣା ଜାରି ରହିଛି। ଗତବର୍ଷ ଟିକା ଉତ୍ପାଦନ ଲାଗି ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ ବା ବିବିଆଇଏଲକୁ ଦାୟିତ୍ୱ ଦିଆଯାଇଥିଲା। ବର୍ତ୍ତମାନ ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଲାଗି ଉଦ୍ଦିଷ୍ଟ କୋଭାକ୍ସିନର ଫେଜ୍ ୨ ଓ ଫେଜ୍ ୩ ପ୍ରକ୍ରିୟା ଚାଲୁ ରହିଛି।

ଖୁବ ଶୀଘ୍ର ଏନେଇ ସକାରାତ୍ମକ ଫଳ ମିଳିବ। ପରେ ନିୟାମକ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ମିଳିଲେ ଟିକାଦାନ ଆରମ୍ଭ ହେବ। ସେହିପରି ଜାଇଡସ କାଡିଲା ଟିକାର ବି ଟ୍ରାଏଲ ଜାରି ରହିଛି। ଏହାକୁ ବି ଖୁବ୍ ଶୀଘ୍ର ଅନୁମତି ଦିଆଯାଇପାରେ। ଜାଇଡସ କାଡିଲା ଟିକା ହେଉଛି ପ୍ରଥମ ଡିଏନଏ ଟିକା, ଯାହାକି ବ୍ୟବହାର ଉପଯୋଗୀ ହେବ। ସେହିପରି ଜେନୋଭ ବାୟୋ ଫାର୍ମାସ୍ୟୁଟିକାଲର ଏମ ଆରଏନଏ ଟିକା ବାୟୋଲୋଜିକାଲ-ଇ ଭ୍ୟାକ୍ସିନ, ସେରମ ଇନଷ୍ଟିଚ୍ୟୁଟର ନୋଭାଭାକ୍ସ ବି ଉପଲବ୍ଧ ହେବ।

ଏହାସହ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଇଣ୍ଟରନାଜାଲ ଭାକ୍ସିନ ମଧ୍ୟ ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ଭୂତାଣୁ ସମ୍ପର୍କରେ ସେ କହିଛନ୍ତି, ଡେଲଟା ଭାରିଆଣ୍ଟ ତୁଳନାରେ ଡେଲଟା ପ୍ଲସ ଭାରିଆଣ୍ଟ କମ୍ ସଂକ୍ରମଣ କରିବ। ଡେଲଟା ଭାରିଆଣ୍ଟ ୧୩୦ରୁ ଅଧିକ ଦେଶରେ ଦେଖାଦେଇଛି। ଏହା ଅତି ଶକ୍ତିଶାଳୀ। ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଦେଇଛି ଯେ, ସେମାନଙ୍କ ଆଣ୍ଟିବଡି ସୃଷ୍ଟି ପରିମାଣ ଦୁଇ-ତିନି ଗୁଣ ହ୍ରାସ ପାଇଛି। ତେବେ ଟିକା ନେବା ଜରୁରୀ ବୋଲି ସେ ଦର୍ଶାଇଛନ୍ତି।

ରାଜ୍ୟରେ କମୁଛି ବଢ଼ୁଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୧ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କମୁଛି ବଢ଼ୁଛି କରୋନା ସଂକ୍ରମଣ। ଆଜି ପୁଣି ଆଉ ହଜାରେ ୪୧ପଜିଟିଭ ଚିହ୍ନଟ। ଶୂନରୁ ୧୮ ବର୍ଷ ବୟସର ୧୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୬୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ରୁ ୪୩୬ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮୪୫ ଆକ୍ରାନ୍ତ।

ଖୋର୍ଦ୍ଧାରୁ ସର୍ବାଧିକ ୩୯୮, କଟକରୁ ୧୭୬, ଷ୍ଟେଟପୁଲରୁ ୮୮, ଯାଜପୁରରୁ ୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁରରୁ ୪୩, କେନ୍ଦ୍ରାପଡାରୁ ୩୭, ମୟୂରଭଞ୍ଜରୁ ୩୬, ପୁରୀରୁ ୩୪, ଅନୁଗୁଳରୁ ୨୯, ବାଲେଶ୍ୱରରୁ ୨୨, ଭଦ୍ରକ ଓ ଢେଙ୍କାନାଳରୁ ୧୫ଜଣ ଲେଖାଏଁ, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୧୩ଜଣ ଲେଖାଏଁ, କେନ୍ଦୁଝରରୁ ୧୨, ସମ୍ବଲପୁରରୁ ୯, ବରଗଡ଼, ଦେବଗଡ଼ରୁ ୭ଜଣ ଲେଖାଏଁ, ଗଞ୍ଜାମ ଓ ରାୟଗଡ଼ାରୁ ୫ଜଣ ଲେଖାଏଁ, କଳାହାଣ୍ଡିରୁ ୪,ମାଲକାନଗିରି ଓ ନବରଙ୍ଗପୁରରୁ ୩ଜଣ ଲେଖାଏଁ, ବଲାଙ୍ଗୀର,କନ୍ଧମାଳ, କୋରାପୁଟରୁ ୨ଜଣ ଲେଖାଏଁ, ବୌଦ୍ଧ, ଗଜପତି, ଝାରସୁଗୁଡା, ନୂଆପଡା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୮ହଜାର ୧୮୭ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୮୧ହଜାର ୩୧୬ ରହିଛି। ଆକ୍ଟିଭ କେସ୍ ୯ହଜାର ୬୬୪।

ଦ୍ୱିତୀୟ ଡୋଜ୍‌ ପରେ ବି ବଢ଼ୁଛି କରୋନା, ଏବେ ବୁଷ୍ଟର ଡୋଜ୍‌ ନେବା ପାଇଁ ସରକାର କଲେ ଘୋଷଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମିଥିଲେ ମଧ୍ୟ ଭୟ ଏବେ ବି ଲାଗି ରହିଛି। କାରଣ ସଂକ୍ରଣ ପ୍ରତି ସମୟର ତାର ଅଲଗା ଏକ ରୂପ ଧାରଣ କରୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ କେବଳ ଟିକା ହିଁ ଧିଲା ଏକମାତ୍ର ଉପାୟ। କିନ୍ତୁ ଏବେ ଟିକା ବି ଫେଲ ମାରିବାକୁ ଲାଗିଲାଣି। ଟିକାର ଡବଲ ଡୋଜ୍‌ ନେବା ପରେ ମଧ୍ୟ କମୁନି କରୋନା ସଂକ୍ରମଣ। ଡବଲ ଡୋଜ ନେବା ପରେ ବି ବଢୁଛି କରୋନା ସଂକ୍ରମଣ ଭୟ। ଏଥିପାଇଁ ଆମେରିକାରେ ବୁଷ୍ଟର ଡୋଜ ଦେବା ପାଇଁ ଘୋଷଣା କରିଛନ୍ତି ସରକାର।

ସେପ୍ଟେମ୍ବର ୨୦ରୁ ସମସ୍ତ ଆମେରିକାବାସୀ ବୁଷ୍ଟର ଡୋଜ ନେବେ। ଯେଉଁମାନେ ଦୁଇଟି ଯାକ ଡୋଜ ନେଇଛନ୍ତି ସେମାନଙ୍କୁ ପ୍ରାଥମିକତା ଦୃଷ୍ଟିରୁ ବୁଷ୍ଟର ଡୋଜ ଦିଆଯିବ। ଆମେରିକାରେ କରୋନାର ଡେଲଟା ଭ୍ୟାରିଏଣ୍ଟ ଯୋଗୁଁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଡବଲ ଡୋଜ ନେବା ପରେ ବି ଲୋକେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି।

ଯାହାକୁ ନେଇ ଆମେରିକା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବୁଷ୍ଟର ଡୋଜ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଯେଉଁ ଦେଶ ଚାହିଁବେ ସେମାନେ ବୁଷ୍ଟର ଡୋଜ ଦେଇପାରିବେ ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଇଥିଲା।

ରାଜଧାନୀରେ ବଢ଼ିଚାଲିଛି ଡ଼େଙ୍ଗୁ ଆତଙ୍କ, ୨୪ ଘଣ୍ଟାରେ ୧୧୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ସଚେତନତା ଓ ସତର୍କ ପରେ ବି ରାଜଧାନୀରେ ମାଡ଼ି ଚାଲିଛି ଡେଙ୍ଗୁ ଆତଙ୍କ। ଚିନ୍ତା ବଢାଉଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ମୋଟ ୧୧୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧ ହଜାର ୪୭୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧ ହଜାର ୩୬ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୦ ରହିଛି। ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ୨୦ ହଜାର ୨୬୯ଟି ଘରେ ମୋଟ ୮୬ହଜାର ୪୩୭ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି। ୫୨ ହଜାର ୩୫୪ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ ୫୩ ହଜାର ୬୬୪ଟି ସ୍ଥାନରୁ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଛି।

ନିରଞ୍ଜନଙ୍କ ବିରୋଧରେ ବିଷ ଓଗାଳିଲେ ତାରା, ଦଳ ଛାଡ଼ିବା ନେଇ ଧମକ ଦେଲେ ମିନାକ୍ଷୀ

ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନ ନେଇ ରାଜ୍ୟ କଂଗ୍ରେସରେ ପୁଣି ଅନ୍ତକନ୍ଦଳ  ।  ଏବେ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି  । ସେପଟେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ତଥା ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ମଧ୍ୟ ପିସିସି ସଭାପତିଙ୍କ ବିରୋଧରେ ବିଷ ଓଗାଳିଛନ୍ତି  ।

ତାରା କହିଛନ୍ତି, ପିସିସ ସଭାପତି  ଓଡ଼ିଶା କଂଗ୍ରେସ ଚଳାଇବାକୁ ଅଯୋଗ୍ୟ । କୋରାପୁଟ ଏମପିଙ୍କ ସହ ମିଶି ନିରଞ୍ଜନ ଦଳରେ ବିଶୃଙ୍ଖଳା କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଦଳୀୟ ସମସ୍ୟା ନେଇ ଦିଲ୍ଲୀ ହାଇକମାଣ୍ଡ ପାଖରେ ଜଣେଇବେ ବୋଲି ତାରା କହିଛନ୍ତି । ସେପଟେ ପତ୍ନୀ ଅଭିଯୋଗ ଆଣି କହିଛନ୍ତି ନିରଞ୍ଜନ ଜିଲ୍ଲାରେ ଅଶାନ୍ତି ସୃ୍ଷ୍ଟି କରିଛନ୍ତି  । ଜିଲ୍ଲା ସଭାପତିଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେ ବ୍ୟବହାର ଖରାପ କରିଛନ୍ତି  । ତେଣୁ ସେ ଆସନ୍ତା ଦିନରେ ରାଜ୍ୟା କଂଗ୍ରେସ ଭବନରେ ଇସ୍ତପା ଦେବେ ବୋଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି  ।

ଦର୍ଶନ ଦେବେ ପ୍ରଭୁ ଲିଙ୍ଗରାଜ, ସେପ୍ଟେମ୍ବର ପହିଲାରେ ଖୋଲିବ ମନ୍ଦିର

ଭୁବନେଶ୍ୱର: ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଏମସିର କୋଭିଡ ନିର୍ଦ୍ଦେଶାବଳୀ ଅନୂଯାୟୀ ଶ୍ରୀ ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ପହିଲାରୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ବୈଠକରେ ମହାପ୍ରଭୁଙ୍କର ରୂପାର ପ୍ରଭା, ନୂଆ ବିମାନ ଓ ନୂଆ ପାଲିଙ୍କି ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା ଭୁବନେଶ୍ବରୀ, ମା ପାର୍ବତୀଙ୍କ ପାଇଁ ତିନି ଗୋଟି ରୂପାର ପ୍ରଭା ତିଆରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ମହାପ୍ରଭୁଙ୍କର ଶତାଧିକ ବର୍ଷର ପୁରୁଣା ବିମାନ ଓ ପାଲିଙ୍କି ନୂଆ ତିଆରି କରିବା ପାଇଁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛନ୍ତି । ଏହି ପାଲିଙ୍କି ଓ ବିମାନ ନିର୍ମାଣ କରିବାର ସମସ୍ତ ଖର୍ଚ୍ଚ ସୋଆ ବିଶ୍ବ ବିଦ୍ୟାଳୟ ବହନ କରିବ ।