spot_img
Home Blog Page 5288

ଝାରପଡ଼ାରେ ନିର୍ମାଣ ହେବ ଅତ୍ୟାଧୁନିକ ପାର୍କ

ଭୁବନେଶ୍ୱର: ଭୁବନେଶ୍ୱରର ଝାରପଡ଼ାରେ ନିର୍ମାଣ ହେବ ଅତ୍ୟାଧୁନିକ ପାର୍କ। ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ପାର୍କର ଆଜି ଶିଳାନ୍ୟାସ କରିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା।

ସୂଚନା ଅନୁଯାୟୀ, ପାର୍କରେ ବରିଷ୍ଠ ନାଗରିକଙ୍କ ପାଇଁ ଯୋଗ ମଣ୍ଡପ ଓ ଚେୟାର ବ୍ୟବସ୍ଥା, ଜିମ, ପିଲାଙ୍କ ପାଇଁ ଖେଳ ଉପକରଣ, ପାନୀୟ ଜଳ ବ୍ୟବସ୍ଥା ଓ ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଆଲୋକୀକରଣ ବ୍ୟବସ୍ଥା ରହିବ ।

ଅପରପକ୍ଷରେ ଏହା ସହିତ ୩୩ ନମ୍ୱର୍ ୱାର୍ଡରେ ଥିବା ଅନ୍ୟ ସମସ୍ୟାର ଖୁବଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ଏହି କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଦିଲ୍ଲୀପ ଜେନା ପରିଚାଳନା କରିଥିଲେ।

ଢେଙ୍କାନାଳ ବନଖଣ୍ଡ ଘୂରି ବୁଲୁଛି କଲରାପତରିଆ; ସିସିଟିଭିରେ କଏଦ ଭିଡ଼ିଓ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଅଞ୍ଚଳରେ ଘୂରି ବୁଲୁଛି କଲରାପତରିଆ ବାଘ । ବନବିଭାଗ ପକ୍ଷରୁ ଲାଗିଥିବା ସିସିଟିଭି କ୍ୟାମେରାରେ ବାଘ ବୁଲୁଥିବା ଭିଡିଓ କଏଦ ହୋଇଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଢେଙ୍କାନାଳ ଡିଏଫଓ ।

ଢେଙ୍କାନାଳ ଜିଲ୍ଲାର ୮ଟି ରେଞ୍ଜରେ ୭ଟି ବାଘ ବୁଲୁଥିବା ନନ୍ଦିଘୋଷ ଟିଭି ଆଗରେ କହିଛନ୍ତି ଡିଏଫଓ । ଆଗାମୀ ଦିନରେ ଅଧିକ ସଂଖ୍ୟକ ସିସିଟିଭି ଲଗାଇ ବାଘର ଗତିବିଧି ଉପରେ ନଜର ରଖାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।

ସାଧା ପାଣି ବଦଳରେ ‘ବ୍ଲାକ୍ ଓ୍ୱାଟର’ ପିଅନ୍ତି ବିରାଟ କୋହଲି, ଜାଣନ୍ତୁ କେତେ ରହିଛି ଦାମ୍…

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ନିଜର ଦମଦାର ପ୍ରଦର୍ଶନ ଓ ଫିଟନେସ୍ ପାଇଁ ଖୁବ୍ ଚର୍ଚ୍ଚାରେ। ତାଙ୍କ ଫ୍ୟାନ୍ ଫଲୋଇଙ୍ଗ ବି କିଛି କମ୍ ନୁହେଁ। ଟିମ୍ ଇଣ୍ଡିଆର ଅଧିନାୟକଙ୍କ ଫିଟନେସ୍ କେବଳ ବ୍ୟାୟାମ ପାଇଁ ନୁହେଁ ବରଂ ଏଥିପାଇଁ ତାଙ୍କୁ ଡାଏଟ୍ ପ୍ରତି ଧ୍ୟାନ୍ ଦେବାକୁ ପଡିଥାଏ । ନିକଟରେ ତାଙ୍କ ଡାଏଟକୁ ନେଇ ବଡ଼ ଖୁଲାସା ହୋଇଛି । ସେ ସାଧା ପାଣି ବଦଳରେ ଏଭଳି ପାଣି ପିଅନ୍ତି ଯାହାର ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ।

ମିଡିଆ ରିପୋର୍ଟ ମୁତାବକ, ବିରାଟ ଯେଉଁ ପାଣି ପିଅନ୍ତି ତାକୁ ବ୍ଲାକ୍ ଓ୍ୱାଟର କୁହାଯାଏ । ଏହା କୗେଣସି ସାଧାରଣ ପାଣି ହୋଇନଥିଲା ବେଳେ ଏହା ହାଇଡ୍ରେଟ୍ କରିବାରେ ସହାୟକ ହୋଇଥାଏ । ଏଥିରେ ପିଏଚ୍ ପାରିମାଣ ଅଧିକ ରହିଥିବା ବେଳେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରଖିଥାଏ । ଏମିତି ବି କୁହାଯାଏ ଯେ ପାଣି ଆପଣଙ୍କୁ ଫିଟ୍ ରଖିବା ସହ ତ୍ୱଚାର କ୍ୱାଲିଟି ବଢାଇଥାଏ । ହାଇ ବ୍ଲଡ୍ ପ୍ରେସର, ଡାଏବେଟିସ୍ ଓ ହାଇ କୋଲେଷ୍ଟ୍ରୋଲରେ ପିଡିତ ରୋଗୀଙ୍କ ପାଇଁ ବହୁତ ଉପଯୋଗୀ ।

https://www.instagram.com/p/CR8TmXZN6ga/?utm_source=ig_web_copy_link

ତେବେ କଳା ପାଣିର ମୂଲ୍ୟ ଲିଟର ପିଛା ପ୍ରାୟ 3000-4000 ଟଙ୍କା ବୋଲି ରିପୋର୍ଟରୁ ପ୍ରକାଶ । ଏହାପୂର୍ବରୁ ଖବର ସୂଚନା ମିଳିଥିଲା ​​ଯେ କୋହଲି ଫ୍ରାନ୍ସରୁ ଆମଦାନୀ ହେଉଥିବା ‘ଇଭିଆନ୍’ ନାମକ ଏକ ସ୍ୱତନ୍ତ୍ର ମିନେରାଲ୍ ପାଣି ପିଉଥିଲେ, ଯାହାର ମୂଲ୍ୟ ଲିଟର ପିଛା ୬ଶହରୁ ଅଧିକ ଟଙ୍କା ରହିଥିଲା।

 

ଯାତ୍ରୀଙ୍କ ପାଇଁ ବିଶେଷ ସୂଚନା; ୨୩ରୁ ୩୧ ଯାଏଁ ଏସବୁ ଟ୍ରେନ୍ ବାତିଲ…

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ ମହାମାରୀ ସମୟରେ ଟ୍ରେନର ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି କେତେକ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ଅଗଷ୍ଟ ୨୩ରୁ ୩୧ ତାରିଖ ଯାଏଁ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜାଣନ୍ତୁ କେଉଁ ସବୁ ଟ୍ରେନ୍ ବାତିଲ…

A. 08432/08431 ପୁରୀ-କଟକ-ପୁରୀ ବିଶେଷ ଟ୍ରେନ

B. 08493/08494 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ

C. 08412/08411 ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

D. 08438/08437 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

E. 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

F. 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୨୮ରୁ ୩୦ ଅଗଷ୍ଟ, ୨୦୨୧ ପର୍ଯ୍ୟନ୍ତ ଟ୍ରେନ୍ ବାତିଲ୍ 

A. 08428/08427 ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ

B. 08433/08434 ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ବିଶେଷ ଟ୍ରେନ

C. 02892/02891 ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ବିଶେଷ ଟ୍ରେନ

D. 08456/08455 ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ବିଶେଷ ଟ୍ରେନ

E. 08414/08413 ପୁରୀ-ପାରାଦୀପ- ପୁରୀ ବିଶେଷ ଟ୍ରେନ

F. 08414/08413 ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ

ପୁରୀ-ଅନୁଗୁଳ ବିଶେଷ ଟ୍ରେନ ଆଂଶିକ ବାତିଲ 

08428/08427 ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ ଉଭୟ ଦିଗରୁ ୨୩ରୁ ୨୭ ତାରିଖ ଏବଂ ୩୧ ଅଗଷ୍ଟ ୨୦୨୧ ଦିନ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ଉଭୟ ଦିଗରୁ ତାଳଚେର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ।

ଭୁବନେଶ୍ୱର-କେନ୍ଦୁଝରଗଡ ବିଶେଷ ଟ୍ରେନ ଚଳାଚଳ 

08456/08455 ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ୨୩ରୁ ୨୭ ତାରିଖ ଏବଂ ୩୧ ଅଗଷ୍ଟ ୨୦୨୧ରେ ଉଭୟ ଦିଗରୁ ପୁନଃ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ କୋଭିଡ-୧୯ ସଂକ୍ରମଣକୁ ସୀମିତ ରଖିବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ହ୍ରାସ କରାଯାଇଥିଲା।

ସୂଚନାଯେଗ୍ୟ, Covid19 ପାଇଁ ପ୍ରତିଷେଧକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଲକଡାଉନ୍ ବଳବତ୍ତର ଥିବା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ କେନ୍ଦ୍ର ଗୁଡିକୁ ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ଖୋଲା ରଖିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଝିଅର ଚିକିତ୍ସା ପାଇଁ ଆକୁଳ ନିବେଦନ; ସହାୟତା ଅପେକ୍ଷାରେ ଦୃଷ୍ଟିହୀନ ଦମ୍ପତ୍ତି

ଭୁବନେଶ୍ୱର: ଉଭୟଙ୍କ ଅନ୍ଧାରୀ ଜୀବନରେ ରଙ୍ଗୀନ ଦୁନିଆ ଦେଖିବାର ମାଧ୍ୟମ ସାଜି ଆସିଥିଲା ଝିଅ ପୂଜା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ମାତ୍ର ୭ ମାସ ଅତିକ୍ରାନ୍ତ ପରେ ବାମ ଆଖି ଏବଂ ଏବେ ଦୁଇ ବର୍ଷ ନପୁରୁଣୁ ଡାହାଣ ଆଖି ହରାଇବାକୁ ଯାଉଛି କୋମଳମତି ଶିଶୁ ପୂଜାର୍ଚ୍ଚନା ନାୟକ। ମାଆ ଓ ବାପାଙ୍କର ସିନା ଆଖି ନାହିଁ ହେଲେ ଝିଅ ଆଖିର ଚିକିତ୍ସା ପାଇଁ ସହାୟତା କରିବାକୁ ନିବେଦନ କରିଛନ୍ତି ଏ ଦୃଷ୍ଟିହୀନ ଦମ୍ପତ୍ତି।

ପାଟି ଖୋଲୁନି କି ଯନ୍ତ୍ରଣାସିକ୍ତ ଶରୀର ବୋଲମାନୁନି। ଖନି ମରା ପାଟିରେ ଦୃଷ୍ଟିହୀନ ମାଆଙ୍କୁ କହୁଛି ଯନ୍ତ୍ରଣା କଥା। ଦୃଷ୍ଟିହୀନ ଦମ୍ପତ୍ତି ଅଶୋକ ନାୟକ ଓ ସୁମିତ୍ରା ନାୟକଙ୍କ କୋଳରେ ନୂଆ ସମ୍ଭାବନା ସାଜି ଆସିଥିଲା ପୂଜାର୍ଚ୍ଚନା ନାୟକ। ଝିଅ ଆଖିରେ ଦୁନିଆଁ ଦେଖିବେ ବୋଲି ଖୁସିରେ ଆତ୍ମହରା ହୋଇପଡିଥିଲେ ବାପା ମାଆ। ହେଲେ ୭ ମାସ ପରେ ରଙ୍ଗୀନ ଦୁନିଆର ସ୍ୱପ୍ନ ମିଳେଇଗଲା ଅନ୍ଧାରୀ ରାଇଜରେ। ମୁଣ୍ଡରେ ମାଡ ହେବାରୁ ଗୋଟିଏ ଆଖି କ୍ୟାନସର ହୋଇଗଲା। ମାଗିଯାଚି ଝିଅର ଗୋଟିଏ ଆଖି ଚିକିତ୍ସା କରାଇଥିଲେ ମାଆା ବାପା । ହେଲେ ଦୁର୍ଭାଗ୍ୟବଶତଃ ଅନ୍ୟ ଆଖିରୁ ଏବେ କମିକମି ଯାଉଛି ଦୃଷ୍ଟି ଶକ୍ତି।

ସୂଚନା ଅନୁଯାୟୀ, ପୂଜାର ଚିକିତ୍ସା ପାଇଁ ଦରକାର ୩ ଲକ୍ଷ ଟଙ୍କା। ଚେନ୍ନାଇର ଏକ ଘରୋଇ ହସ୍ପିଟାଲ ଅସ୍ତ୍ରୋପଚାର ପାଇଁ ସମ୍ମତି ପ୍ରକାଶ କରିଛି। ହେଲେ ପେଟପାଟଣା ପାଇଁ ଅନବରତ ସଂଘର୍ଷ କରୁଥିବା ଏହି ଦମ୍ପତ୍ତି ଏବେ ସହାୟତା ଅପେକ୍ଷାରେ ।

କାଲିଠୁ ଟୋକିଓରେ ଆୟୋଜିତ ହେବ ପାରାଅଲମ୍ପିକ୍ସ

ଟୋକିଓ: ଆସନ୍ତାକାଲିଠୁ ଟୋକିଓରେ ଆୟୋଜନ ହେବ ୨୦୨୦ ପାରାଅଲମ୍ପିକ୍ସ। ପ୍ରାୟ ୯ଟି ପ୍ରତିଯୋଗିତାରେ ୫୪ ଜଣ ପାରା ଆଥଲେଟ ଭାରତକୁ ପ୍ରତିନିଧିତ୍ୱ କରିବେ । ପାରାଅଲମ୍ପିକ ଖେଳରେ ଅଂଶଗ୍ରହଣ କରୁଥିବା ଏହା ସବୁଠାରୁ ବଡ ଭାରତୀୟ ଦଳ । ୨୨ଟି କ୍ରୀଡାରେ ୫୯୩ଟି ଇଭେଣ୍ଟ ଆୟୋଜନ କରାଯିବ ।

୨୦୧୬ ରିଓ ପାରା ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ ହାଇ ଜମ୍ପର ମାରିଆପାନ୍ ଥାଙ୍ଗାଭେଲୁ ଉଦଘାଟନୀ ସମାରୋହରେ ଭାରତର ପତାକା ଧରିବେ । ପାରାଲିମ୍ପିକ୍ସ ପାଇଁ ଭାରତର ପୂର୍ବ ସର୍ବବୃହତ କଣ୍ଟିଜେଣ୍ଟ ରିଓ ୨୦୧୬ରେ ଥିଲା । ସେଠାରେ ୧୯ ଜଣ ଆଥଲେଟ୍ସ ଦେଶକୁ ପାଞ୍ଚଟି କ୍ରୀଡ଼ାରେ ପ୍ରତିନିଧିତ୍ୱ କରିଥିଲେ ।

ଅପରପକ୍ଷେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭାବରେ ମୋଟ ଚାରିଟି ପଦକ ଜିତିଥିଲା । ତନ୍ମଧ୍ୟରେ ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ରହିଥିଲା। ଏଥର ମଧ୍ୟ ଅଧିକ ପଦକ ଜିତିବା ଆଶାରେ ଅଛି ଭାରତ। ସେହିପରି ଓଡ଼ିଶାରୁ ପ୍ରମୋଦ ଭାଗବତ୍ ପ୍ରତିନିଧିତ୍ୱ କରୁଥିବାବେଳେ ତାଙ୍କଠାରୁ ପଦକ ଆଶା ରଖିଛି ଭାରତ।

କଟକ ବଡ଼ ଡାକ୍ତରଖାନାରେ ମିଳିବ ଏକମୋ ଚିକିତ୍ସା, ୨୭ରେ ହେବ ଶୁଭାରମ୍ଭ

କଟକ: ସ୍ୱାସ୍ଥ୍ୟ ବିଭାଗ ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ । ଏଣିକି କଟକ ବଡ଼ ଡାକ୍ତରଖାନାରେ ମିଳିବ ବ୍ୟୟବହୁଳ ଏକମୋ ଚିକିତ୍ସା। ଆସନ୍ତା ୨୭ ତାରିଖରେ ଏସସିବିରେ ଏକମୋ ୟୁନିଟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଅନୁଯାୟୀ, ଏଥିଲାଗି ୯ଟି ଏକମୋ ମେସିନ ପ୍ରସ୍ତୁତ ହୋଇ ରହିଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ। ପୂର୍ବରୁ ଏକମୋ ଚିକିତ୍ସା ଲାଗି ଲୋକମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ହେଲେ ଏବେ ଆଉ ଲୋକମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ।

ଅପରପକ୍ଷେ ଏକମୋ ୟୁନିଟ ଶୁଭାରମ୍ଭ ହେବା ପରେ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କୁ ଏହି ଚିକିତ୍ସା ମାଗଣାରେ ଦିଆଯିବ। ଏକମୋ ମେସିନ ଏସସିବିରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବା ସହ ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିବା ଜଣାପଡିଛି।

ମିଶନ ଶକ୍ତି SHGଙ୍କ ପାଇଁ ଗାଁ ଗହଳିରେ ପହଞ୍ଚି ପାରିଛି ବ୍ୟାଙ୍କିଂ ସେବା

କଟକ: ଅପହଞ୍ଚ ଅଞ୍ଚଳରେ ବରିଷ୍ଠ ନାଗରିକ ମାନଙ୍କୁ ଏବେ ଘର ନିକଟରେ ମିଳିପାରୁଛି ବ୍ୟାଙ୍କିଂ ସେବା । ଅପହଞ୍ଚ ଅଞ୍ଚଳରେ ଏଭଳି ଗ୍ରାହକ ଅନୁକୂଳ ବିଜିନେସ୍‌ କରେସ୍‌ପଣ୍ଡେଣ୍ଟ ଏଜେଣ୍ଟ ଏସ୍‌ଏଚ୍‌ଜିମାନଙ୍କ ଦ୍ୱାରା ସେବା ଯୋଗାଇ ଦିଆଯାଉଛି । ଯାହା ବ୍ୟାଙ୍କ ସଖୀ ନାମରେ ଜଣାଶୁଣା।

କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ର କାଠଖୁଣ୍ଟା ଗ୍ରାମ ପଞ୍ଚାୟତର ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ବ୍ୟାଙ୍କ ସେବା ପାଇଁ ଆଉ ଦୀର୍ଘ ପଥ ଯିବାକୁ ପଡ଼ୁନାହିଁ ।

ସେହି ଗାଁର ବ୍ୟାଙ୍କ ସଖୀ ଭାବେ ନିୟୋଜିତ ସରସ୍ୱତୀ ମହାଳିକ କୁହନ୍ତି, “କୋଭିଡ୍‌ ମହାମାରୀ ସମୟରେ ନିଜ ଘର ପାଖରେ ଏଭଳି ଅତ୍ୟାବଶ୍ୟକୀୟ ବ୍ୟାଙ୍କ ସେବା ଯୋଗାଇଦେବା ସ୍ଥାନୀୟ ଜନସାଧାରଣଙ୍କୁ ବେଶ୍‌ ଆଶ୍ୱସ୍ତି ପ୍ରଦାନ କରିଛି ।

ଜଣେ ବୟସ୍କ ପେନ୍‌ସନ୍‌ଭୋଗୀ ଗଙ୍ଗା ନାୟକ କୁହନ୍ତି, ‘କେବଳ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ମୋ ଗାଁଠାରୁ ବେଶ୍‌ କିଛି କିଲୋମିଟର ଦୂରରେ ଥିବା ବ୍ୟାଙ୍କକୁ ଯିବା ପାଇଁ ମୁଁ ଆଉ ଜଣଙ୍କ ସହାୟତା ନେଉଥିଲି ଏବଂ ପେନ୍‌ସନ୍‌ ଟଙ୍କାରୁ କିଛି ଅର୍ଥ ମୋତେ ଯାତାୟତ ବାବଦକୁ ଖର୍ଚ୍ଚ କରିବାକୁ ପଡ଼ୁଥିଲା।

ବ୍ୟାଙ୍କ ସଖୀମାନଙ୍କ ଜରିଆରେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ମାନଙ୍କ ନିକଟରେ ପହଞ୍ଚୁଥିବା ଏହି ସେବା ସେମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ଯେଉଁ ଗ୍ରାମ ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ୍‌ ନାହିଁ ସେଠାରେ ସାଧାରଣ ଲୋକଙ୍କୁ ସୁବିଧାରେ ବ୍ୟାଙ୍କ୍‌ ସେବା ଯୋଗାଇଦେବା ଏକ ବଡ ଆହ୍ୱାନ ଥିଲା।

ସୂଚନା ଅନୁଯାୟୀ, ସହଯୋଗୀ ବ୍ୟାଙ୍କଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ଜନସାଧାରଣଙ୍କ ପାଇଁ ମୌଳିକ ବ୍ୟାଙ୍କ୍‌ ସେବା ଉପଲବ୍ଧ କରାଇବା ନିମନ୍ତେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସଖୀ ଭାବେ ନିୟୋଜିତ କରାଯାଇଛି।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌, ୟସ୍‌ ବ୍ୟାଙ୍କ୍‌, ଆଇସିଆଇସିଆଇ ବ୍ୟାଙ୍କ୍‌, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ସହଭାଗିତାରେ ଏ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ୧୨୫୨ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି ବ୍ୟାଙ୍କିଂସେବାରେ ନିୟୋଜିତ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଏହି ସେବା ଆରମ୍ଭ ହେବାର ପ୍ରଥମ ୬ ମାସ ପର୍ଯ୍ୟନ୍ତ ରାଜ୍ୟ ସରକାର ବ୍ୟାଙ୍କ ସଖି ମାନଙ୍କୁ ମାସିକ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ଏପର୍ଯ୍ୟନ୍ତ ବ୍ୟାଙ୍କ ସଖିଙ୍କ ଦ୍ୱାରା ପ୍ରାୟ ୨୩୦ କୋଟି ଟଙ୍କାର ଆର୍ଥିକ କାରବାର କରାଯାଇଛି । ବ୍ୟାଙ୍କ ସଖି ମାନେ ମାସିକ ୩ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି । ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଯୋଗୁ ଯେଉଁ ଗାଁ ଗୁଡିକ ବ୍ୟାଙ୍କ ସେବା ପାଇବାରୁ ବଂଚିତ ହୋଇଥିଲେ ଏବେ ସେମାନଙ୍କ ପାଖରେ ମଧ୍ୟ ବ୍ୟାଙ୍କ ସେବା ପହଂଚି ପାରିଛି ।

‘ଆମ ପିଲା ସୁଯୋଗ ପାଇଲେ ଇତିହାସ ସୃଷ୍ଟି କରିପାରିବେ’

ହିଞ୍ଜିଳିକାଟୁ: ଆମ ପିଲାଙ୍କ ପାଖରେ ପ୍ରଚୁର ସମ୍ଭାବନା ରହିଛି । ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟି ସ୍ମାର୍ଟ୍ ସ୍କୁଲକୁ ଲୋକାର୍ପିତ କରି ଏଭଳି କହିଛନ୍ତି ।  ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରେ ଆୟୋଜିତ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ଦ୍ୱାର ସମ୍ଭୋଧିତ କରି ମୁଖ୍ୟମନ୍ତ୍ରୀ ହକିକୁ ଉଦାହରଣ ଭାବେ ରଖିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ଆମ ଓଡିଶାର ପିଲାମାନେ ପ୍ରତିଭାରେ କାହା ଠାରୁ କମ୍ ନୁହନ୍ତି। ସେମାନଙ୍କ ପାଖରେ ଭରପୂର ସମ୍ଭାବନା ରହିଛି। ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ। ଏହି ପ୍ରସଙ୍ଗରେ ହକି ଖେଳର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘‘ହକି ଖେଳରେ ଆମର ପ୍ରଚୁର ସମ୍ଭାବନା ଥିଲା। ଯେତେବେଳେ ସେମାନଙ୍କୁ ପ୍ରୋତ୍ସାହନ ମିଳିଲା, ସେମାନେ ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକରେ ମେଡାଲ ଜିତି ଆମ ପାଇଁ ଗୌରବ ଆଣିଲେ। ଓଡିଶା ସରକାର ହକିର ପ୍ରାୟାେଜକ ରହିଛନ୍ତି ।  ଓଡିଶାର ଦୁଇ ଜଣ ଖେଳାଳୀ ଦେଶପାଇଁ ଖେଳି ଆମର ମର୍ଯ୍ୟାଦା ବଢାଇଛନ୍ତି।

CM Sanctioned 10 Lakhs Medical Advance For Addl. Tahasildar Of Lakhanpur

ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ଉଦ୍ଦେଶ୍ୟରେ ଆହୁରି ମଧ୍ୟ କହିଛନ୍ତି ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ। ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଭାବେ ଗଢି ତୋଳିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ।  5Tର ପ୍ରତ୍ୟେକ ନୀତିର ପ୍ରୟୋଗ ବିଦ୍ୟାଳୟ ରୂପାନ୍ତରଣକୁ ସଫଳ କରିଛି।  ହିଞ୍ଜିଳିରୁ ଆରମ୍ଭ ହୋଇଥିବା ସ୍କୁଲ ମାନଙ୍କର ଏ ରୂପାନ୍ତରଣ ଓଡ଼ିଶାର ଶିକ୍ଷା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ପାରିଛି।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର  ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। 5T ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ତେବେ ୫ଟି ପର୍ଯ୍ୟାୟରେ ପ୍ରାୟ ୫୦ଟି ସ୍କୁଲର ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ରଘୁନନ୍ଦନ ଦାସ ଓ ବିଧାୟକ ମାନଙ୍କ ସମେତ ଲୋକସେବା ଭବନରୁ ମୋ ସ୍କୁଲର ଅଧ୍ୟକ୍ଷ ସସ୍ମିତା ବାଗଚୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ।

 

 

ବସୁନ୍ଧରା ସ୍କିମ ଦୁର୍ନୀତି ଅଭିଯୋଗ; ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ

କଟକ: ବସୁନ୍ଧରା ସ୍କିମ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ମାନଙ୍କ ମଧ୍ୟରେ ଜଣେ ତହସିଲଦାର ଓ ୪ ପୂର୍ବତନ ଆରଆଇ ଅଛନ୍ତି। ଆଜି ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରର ମୋଟ ୯ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ସୂଚନା ଅନୁଯାୟୀ, ଅପରାଧିକ ଯୋଜନା, ଅନିୟମିତତା , ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର କରି ବ୍ୟାପକ ଠକେଇ କରିଥିବା ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ଏନେଇ ପୂର୍ବତନ କୁଜଙ୍ଗ ତହସିଲଦାର ତଥା ବର୍ତ୍ତମାନ ତିହିଡିର ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଜଗତସିଂହପୁରର ପୂର୍ବତନ ସବ କଲେକ୍ଟର ମହେନ୍ଦ୍ର ପ୍ରସାଦ ମହାନ୍ତି, ଝିମାଣୀ ସର୍କଲର ପୂର୍ବତନ ଆରଆଇ ସନ୍ତୋଷ କୁମାର ମଲ୍ଲିକ, ପାରାଦ୍ୱୀପଗଡ଼ର ପୂର୍ବତନ ଆରଆଇ ନରେନ୍ଦ୍ର କୁମାର ଲେଙ୍କା, କୁଜଙ୍ଗର ପୂର୍ବତନ ଆରଆଇ ସୁବାସ ଚଦ୍ର ଦାସ ଓ ପଣ୍ଡୁଆ ସର୍କଲର ପୂର୍ବତନ ଆରଆଇ ଜ୍ୟୋତି ଭୂଷଣ ବାରିକଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି।

ତେବେ ରେଡ୍ ସମୟରେ ସଂପୃକ୍ତ ଅଧିକାରୀଙ୍କ କୋଠା, ବ୍ୟାଙ୍କ ବାଲାନ୍ସ, ସୁନା, ଗହଣା, ଜମି ଓ ଗାଡି ଥିବା ଠାବ କରିଛି ଟିମ। ସରକାରୀ ଅଫିସର ମାନେ ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟମାନଙ୍କୁ ଚଞ୍ଚକତା କରି ସରକାରଙ୍କ ମୂଲ୍ୟବାନ ଜମିକୁ ସେମାନଙ୍କ ହାତକୁ ଜମି ଟେକି ଦେଇଥିବା ଅଭିଯୋଗ ହୋଇଛି।