spot_img
Home Blog Page 5287

ଏମ୍‌ପି ଆସନ ସଂଖ୍ୟା ହ୍ରାସକୁ ନେଇ କେନ୍ଦ୍ର ଉପରେ ଉତକ୍ଷିପ୍ତ ହେଲେ ମାଡ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରକୁ ମହଙ୍ଗା ପଡିପାରେ ବିଭିନ୍ନ ରାଜ୍ୟରେ ଏମ୍‌ପି ଆସନ ସଂଖ୍ୟା ହ୍ରାସ। ଦୁଇଟି ଏମ୍‌ପି ଆସନ ସଂଖ୍ୟା ହ୍ରାସ କରାଯାଇଥିବାରୁ ତାମିଲନାଡୁକୁ କ୍ଷତିପୂରଣ ବାବଦରେ ୫.୬୦୦ କୋଟି ଟଙ୍କା ମିଳିବା ଉଚିତ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ। ପ୍ରଥମରୁ ରହିଆସିଥିବା ୪୧ଟି ଆସନକୁ ହ୍ରାସ କରି ୩୯ଟି ଆସନ କରାଯିବା ଘଟଣାରେ ଉତକ୍ଷିପ୍ତ ହୋଇଛନ୍ତି ଅଦାଲତ। ଜାତୀୟ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ରାଜ୍ୟରେ ଜନସଂଖ୍ୟା ହ୍ରାସ କରାଯାଇପାରିଥିବାରୁ ସେତେବେଳେ ତତକାଳୀନ କେନ୍ଦ୍ର ସରକାର ଏମପି ଆସନ ସଂଖ୍ୟା ହ୍ରାସ କରିଥିଲେ।

ରାଜ୍ୟରେ ଜନସଂଖ୍ୟା ହ୍ରାସ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ଦିଆଯିବା କଥା। ମାତ୍ର ଏହାର ଅର୍ଥନୁହେଁ ସାଂସଦ ଆସନ ସଂଖ୍ୟା ହ୍ରାସ କରିବା। ଜଷ୍ଟିସ ଏନ. କିରୁବାକାରନ ଓ ଜଷ୍ଟିସ ବି. ପୁଗାଲେନ୍ଧିଙ୍କୁ ନଇ ଗଠିତ ଖଣ୍ଡପୀଠ କହିଛନ୍ତି ୧୯୬୨ ଯାଏଁ ରାଜ୍ୟରେ ୪୧ଟି ଲୋକସଭା ଆସନ ଥିଲା। ମାତ୍ର ୧୯୬୭ରେ ଏହି ସଂଖ୍ୟା ୩୯କୁ ହ୍ରାସ କରାଯାଇଥିଲା।ରାଜ୍ୟରେ ଜନସଂଖ୍ୟା ହ୍ରାସ ପାଇବା ପରେ ଏହି ପଦକ୍ଷେପ ନିଆଯାଇଥିଲା।

ସିଟ ସଂଖ୍ୟା ହ୍ରାସ କରି ରାଜ୍ୟର ସ୍ୱାର୍ଥକୁ ବଳି ପକାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। କେବଳ ତାମିଲନାଡୁ ନୁହେଁ, ଆନ୍ଧ୍ରପ୍ରଦେଶ ଓ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ୨ଟି ଲେଖାଏଁ ଏମପି ସିଟ୍ ହ୍ରାସ କରାଯାଇଥିଲା। କୋର୍ଟ କହିଛନ୍ତି ବର୍ତ୍ତମାନ ଦେଶର ଜନସଂଖ୍ୟା ୧୩୮ କୋଟିରୁ ଅଧିକ ହେଲାଣି। ୨୦୫୦ ସୁଦ୍ଧା ଭାରତ ବିା୍‌ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ହେବ।

ଜାତୀୟ ସ୍ତରରେ ଦେଖିବାକୁ ଗଲେ ଜଣେ ସାଂସଦ ୫ ବର୍ଷରେ ଯେଉଁ ଅବଦାନ କରିଥାନ୍ତି ତାହାର ପରିମାଣ ୨୦୦ କୋଟି ଟଙ୍କା ହେବ। ତେଣୁ ତାମିଲନାଡୁରେ ଗୋଟିଏ ନିର୍ବାଚନ ଲାଗି ଏହି କ୍ଷତି ବାବଦରେ ୪୦୦ କୋଟି ଟଙ୍କା ମିଳିବା ଉଚିତ। ବର୍ତ୍ତମାନ ସୁଦ୍ଧା ତାମିଲନାଡୁରେ ୧୪ଟି ନିର୍ବାଚନ ହେଲାଣି। ତେଣୁ ସମସ୍ତ ନିର୍ବାଚନ ବାବଦରେ ରାଜ୍ୟକୁ ମୋଟ କ୍ଷତିପୂରଣ ପରିମାଣ ୫ ହଜାର ୬୦୦ କୋଟି ଟଙ୍କା ଦିଆଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ୧୯୯୯ରେ ଗୋଟିଏ ଭୋଟ ଲାଗି ଅଟଳ ବିହାରୀ ବାଜପାୟୀ ସରକାରର ପତନ ଉଦାହରଣ ଦେଇ କୋର୍ଟ କହିଛନ୍ତି ଯଦି ଗୋଟିଏ ଭୋଟରେ ଗୋଟିଏ ସରକାରର ପତନ ହୋଇପାରୁଛି ତେବେ ଦୁଇଟି ଏମପି ଆସନ ହ୍ରାସ କରାଯାଇପାରିବ କିପରି।

ତୃତୀୟ ଲହରରେ ଶିଶୁ ମାନଙ୍କୁ ଦୃଷ୍ଟିରେ ରଖି ଶିଶୁଭବନରେ ବଢ଼ିବ ସ୍ୱାସ୍ଥ୍ୟ ବ୍ୟବସ୍ଥା

କଟକ: କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରାଯାଇଛି। କରୋନାରେ ଶିଶୁ ସଂକ୍ରମଣର ମୁକାବିଲା ପାଇଁ  ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ ରହିବ। ପ୍ରତି ବେଡକୁ ଅକ୍ସିଜେନ୍ ଗ୍ୟାସ ପାଇପଲାଇନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଛି। ଶିଶୁଭବନ ପ୍ରଥମ ଫ୍ଲୋରରେ ବେଡ୍ ବ୍ୟବସ୍ଥା କରାଯିବ। କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। କୋଭିଡ ନିୟମରେ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ଆବଶ୍ୟକ ପରିମାଣର ଏସି ମଧ୍ୟ ସ୍ଥାପନ କରାଯିବ। ସୁପରିନଟେଣ୍ଡେଣ୍ଟ ଦେଇଥିବା ତାଲିକା ଅନୁଯାୟୀ ସରଞ୍ଜାମ ଯୋଗାଣ ସେପ୍ଟେମ୍ବର ପହିଲା ସୁଦ୍ଧା ସବୁ ସରଞ୍ଜାମ ସ୍ଥାପନ କରିବାକୁ ନିଷ୍ପତ୍ତି କରାଯାଇଛି। ରାଜ୍ୟ ଅର୍ଥରେ ସବୁ ବ୍ୟବସ୍ଥା କରାଯିବ।

ରାଜ୍ୟରେ ଥିକ୍ ଟେଲ ସ୍ଥିତିରେ ରହିଛି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ। ୭ଶହ ତଳେ ରହିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା। ଏଭଳି ପରିସ୍ଥିତିରେ ଓଡ଼ିଶାରେ କୋରନାର ଥିକ ଟେଲ ସ୍ଥିତି ରହିଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଭୁବନେଶ୍ୱରରେ ବି ଆଗ ଅପେକ୍ଷା କରୋନା ସଂକ୍ରମଣ କମିଛି। ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏହି ସମୟରେ ପାର୍ବଣ ଋତୁ ଥିବାରୁ ଲୋକମାନେ ବାହାରକୁ ଆସି ଭିଡ଼ ନକରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। କୋଭିଡ ନିୟମ ସମସ୍ତେ ପାଳନ କରିବାକୁ କହିଛନ୍ତି। ପ୍ରଥମ ଲହରରେ ଶିଶୁ ମାନେ ସଂକ୍ରମିତ ହେଉଥିଲେ ଏବେ ବି ହେଉଛନ୍ତି। ଯେହେତୁ ୧୮ ବର୍ଷରୁ କମ ପିଲାଙ୍କ ପାଇଁ ଟୀକା ଦିଆଯାଇନି ତେଣୁ ସେମାନେ ସଂକ୍ରମିତ ହେବାର ସମ୍ଭାବନା ରହୁଛି। ଟୀକା ନେବା ପରେ ବି ଲୋକମାନେ ସଂକ୍ରମିତ ହେବେ କିନ୍ତୁ ସିଭିୟରିଟି ହେଉ ନାହାନ୍ତି ବୋଲି ସେ କହିଛନ୍ତି। ତଥାପି ଆମେ ଶିଶୁ ମାନଙ୍କ ଉପରେ ଏବେ ଅଧିକ ଧ୍ୟାନ ଦିଆଯାଉଛି ।

 

ଆଜିଠାରୁ ଟୋକିଓ ପାରାଅଲମ୍ପିକ୍ସ ୨୦୨୦, ଭାରତରୁ ଭାଗନେଲେ ୫୪ ଖେଳାଳି

ନୂଆଦିଲ୍ଲୀ: ଆଜିଠୁ ଟୋକିଓରେ ଆୟୋଜନ ହେଉଛି ୨୦୨୦ ପାରାଅଲିମ୍ପିକ୍ସ। ୯ଟି ପ୍ରତିଯୋଗିତାରେ ୫୪ ଜଣ ପାରା ଆଥଲେଟ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି। ପାରାଅଲିମ୍ପିକ ଖେଳରେ ଅଂଶଗ୍ରହଣ କରୁଥିବା ଏହା ସବୁଠାରୁ ବଡ ଭାରତୀୟ ଦଳ। ୨୨ ଟି କ୍ରୀଡାରେ ୫୯୩ଟି ଇଭେଣ୍ଟ ଆୟୋଜନ କରାଯିବ। ୨୦୧୬ ରିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ ହାଇ ଜମ୍ପ ମାରିଆପାନ୍ ଥାଙ୍ଗାଭେଲୁ ଉଦଘାଟନୀ ସମାରୋହରେ ଭାରତର ପତାକା ଧରିବେ। ପାରାଅଲିମ୍ପିକ୍ସ ପାଇଁ ଭାରତର ପୂର୍ବ ସର୍ବବୃହତ କଣ୍ଟିଜେଣ୍ଟ ରିଓ ୨୦୧୬ରେ ଥିଲା। ସେଠାରେ ୧୯ ଜଣ ଆଥଲେଟ୍ସ ଦେଶକୁ ପାଞ୍ଚଟି କ୍ରୀଡ଼ାରେ ପ୍ରତିନିଧିତ୍ୱ କରିଥିଲେ। ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭାବରେ ମୋଟ ଚାରିଟି ପଦକ ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଥିଲା। ଏଥର ମଧ୍ୟ ଅଧିକ ପଦକ ଜିତିବା ଆଶାରେ ଅଛି ଭାରତ। ଓଡ଼ିଶାରୁ ପ୍ରମୋଦ ଭାଗବତ୍ ପ୍ରତିନିଧିତ୍ୱ କରୁଥିବା ବେଳେ ତାଙ୍କଠାରୁ ପଦକ ଆଶା ରଖିଛି ଭାରତ।

ଜଳେଶ୍ୱର ପାଲଟିଛି ଧଳାଜହରର ଆଡ୍ଡାସ୍ଥଳୀ, ଜବତ ହେଲା ୬୦ ଲକ୍ଷ ଟଙ୍କାର ଧଳାଜହର

ବାଲେଶ୍ୱର: ଜଳେଶ୍ୱରରୁ ପୁଣି ବ୍ରାଉନସୁଗାର ଜବତ। କରୋନା କାଳରେ ବଢ଼ିଚାଲିଛି ଧଳାଜହର ବେପାର। ଗତ କାଲି ବିଳମ୍ବିତ ରାତିରେ ରାଜପୁର ବସ୍ତି ଉପରେ ପୋଲିସ ଚଢ଼ାଉ କରି ଆନୁମାନିକ ୬୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଘଟଣାରେ ଜଣେ ମହିଳାକୁ ଅଟକ ରଖିଛି ପୋଲିସ।   ଅଟକ ମହିଳା ଜଣକ ହେଲେ ସେକ ସରିଫଙ୍କ ସ୍ତ୍ରୀ ଜୟୀଗୁନ ବିବି।

ଜଳେଶ୍ୱର ପୋଲିସ କୌଣସି ସୁତ୍ରରୁ ଖବର ପାଇ ସେକ ସରିଫଙ୍କ ଘର ଉପରେ ଚଢ଼ାଉ କରିଥିଲା। ଜବତ ବ୍ରାଉନ ସୁଗାରର ବଜାରର ମୂଲ୍ୟ ୬୦ ଲକ୍ଷ ଟଙ୍କାର ଅଧିକ ହେବ ବୋଲି କହିଛି ପୋଲିସ। ଚଢ଼ାଉ ବେଳେ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ସହ ୨୫ ଜଣିଆ ଟିମ ଉପସ୍ଥିତ ଥିଲେ।

ମାଲକାନଗିରିରେ ରଦ୍ଧ ହେଲା ୪୮ଟି ଲଘୁ ଖଣିଜ ଲିଜ୍

ମାଲକାନଗିରି: ମାଲକାନଗିରିରେ ରଦ୍ଧ ହେଲା ୪୮ଟି ଲଘୁ ଖଣିଜ ଲିଜ୍। ଟେଣ୍ଡର ପ୍ରକ୍ରିୟାରେ ଅନୀୟମିତତା ଅଭିଯୋଗରେ ଏହି ଲଘୁ ଖଣିଜ ଟେଣ୍ଡରକୁ ବାତିଲ କରାଯାଇଛି। ଟେଣ୍ଡରରେ ଅନିୟମିତତା ନେଇ ଅଭିଯୋଗ କରିଥିଲେ ପ୍ରଦୀପ ମାଝି। ଭିଜି ଗ୍ରାନାଇଟର ମାଲିକ ବେଣୁ ଗୋପାଳ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ୭ଟି ଖଣି ପାଇଥିଲେ।

ତତ୍କାଳୀନ ଜିଲ୍ଲାପାଳ ନିଜ ଘରେ ସମସ୍ତ ଟେଣ୍ଡର ବକ୍ସ ନେଇ ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ତଦନ୍ତ କରାଯାଇ ବେଣୁ ଗୋପଳ ଦାଖଲ କରିଥିବା ସୋଲବେନ୍ସି ସାର୍ଟିଫିକେଟକୁ ମଧ୍ୟ ବାତିଲ କରାଯାଇଥିଲା।

ମାଲକାନଗିରିରେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିବା ବିଶାଳ ସିଂ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ପରେ ଏଥିରେ ହେରଫେର ହୋଇଥିବା ଜଣାପଡିଥିଲା। ଫଳରେ ଏବ ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରାଯାଇଛି।

ଛତିଶଗଡ଼ରେ ମାଓବାଦୀ ଓ ଯବାନ ମୁହାଁମୁହିଁ, ୨ ଜଣ ମାଓବାଦୀଙ୍କ ମୃତ୍ୟୁ

ମାଲକାନାଗିରି: ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀ ଓ ଯବାନ ମୁହାଁମୁହିଁ। ଗୁଳି ବିନିମୟରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ନକ୍ସଲ କମାଣ୍ଡର ନିହତ ହୋଇଥିବା ଜଣାପଡିଛି। ସୁକୁମା ଜିଲ୍ଲା କୋଣ୍ଟା ବ୍ଲକର ଗୋମ୍ପାଡ଼ ଜଙ୍ଗଲରେ ଡିଆରଜି ଓ ସିଆରପିଏଫ ଯବାନ ଏରିଆ ଡମିନେସନ ବେଳେ ଗୁଳି ବନିମୟ ହୋଇଥିଲା। ସକାଳ ୫ଟାରୁ ୯ଟା ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ଗୁଳି ବିନିୟମ। ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ।

ଭିଜିଲାନ୍ସ ଜାଲରେ ଫସିଲେ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର

ଭୁବନେଶ୍ୱର: ଭିଜିଲାନ୍ସ କବଜାରେ ଆଉ ଜଣେ ବଡ ବାବୁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଛାପା ମାରୁଛି ଭିଜିଲାନ୍ସ। ଭଦ୍ରକ ଜିଲ୍ଲା ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଚଢ଼ାଉ ହୋଇଛି। ଭିଜିଲାନ୍ସର ୪ଟି ଟିମ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରୁଛି। ଆରଡ଼ି ଛକରେ ଥିବା ସୁପର ଭାଇଜର ବାସଭବନ ସହ ଆମ୍ୱରୋଲୀରେ ଥିବା ପୈତ୍ରିକ ଘରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି। ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସର ଗୋଟିଏ ଟିମ ଚଢ଼ାଉ କରିଥିବା ସୂଚନା ରହିଛି।

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ, ୬୨୫ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଉଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ମାତ୍ର ୬୨୫ କରୋନା ଆକ୍ରାନ୍ତ। କ୍ୱାରେଣ୍ଟାଇନରୁ ୩୬୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୨୫୯। ଜନ୍ମରୁ ୧୮ ବର୍ଷ ମଧ୍ୟରେ ଆକ୍ରାନ୍ତ ହୋଇଛନ୍ତି ୮୦ ଜଣ ପିଲା। ତେବେ ଭାଇରସ ନେଇଛି ଆଉ ୬୭ ଜଣଙ୍କ ଜୀବନ। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୧୪ ଜଣ ଥିବା ବେଳେ, କଟକରୁ ୫୬, ବାଲେଶ୍ୱରରୁ ୫୦ ଓ ଷ୍ଟେଟ ପୁଲରୁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଜଗତସିଂହପୁରରୁ ୩୮ ଜଣ ଥିବା ବେଳେ, ଯାଜପୁରରୁ ୩୪, ପୁରୀରୁ ୨୯, ଅନୁଗୁଳ, ସମ୍ବଲପୁର ଓ କେନ୍ଦୁଝରରୁ ୧୮ ଜଣ ଲେଖାଏଁ, ରାୟଗଡ଼ାରୁ ୧୨, କୋରାପୁଟରୁ ୧୧, ନୟାଗଡ଼ରୁ ୧୦, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ୯ ଜଣ ଲେଖାଏଁ, ଭଦ୍ରକରୁ ୮, ମୟୂରଭଞ୍ଜରୁ ୭, ଢେଙ୍କାନାଳ, ଗଞ୍ଜାମ, ବରଗଡ଼ ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, କନ୍ଧମାଳ ଓ ଗଜପତିରୁ ୨ ଜଣ ଲେଖାଏଁ, ମାଲକାନଗିରି ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ରାଜ୍ୟରୁ ହଜାରେ ୩୨ ଜଣ ସୁସ୍ଥ ହୋଇଥିବା ବେଳେ, ମୋଟ ଆରୋଗ୍ୟ ହେଲେଣି ୯ ଲକ୍ଷ ୮୬ ହଜାରରୁ ଅଧିକ। ସେହିପରି ଆକ୍ଟିଭ୍ କେସ୍ ରହିଛି ୮ ହଜାର ୪୪୩।

ପାହାଡ଼ ବ୍ଲାଷ୍ଟ କରି ମାଫିଆ ଲୁଟି ଚାଲିଛନ୍ତି ଟ୍ରକ୍‌ ଟ୍ରକ୍‌ ଗ୍ରାନାଇଟ୍‌ ପଥର

ନୟାଗଡ଼: ଖଣି ଲୁଟି ଚାଲିଛନ୍ତି ଖଣି ମାଫିଆ। ଦିନ ରାତି ଚାଲିଛି ବେଆଇନ ପାହାଡ଼ ବ୍ଲାଷ୍ଟିଂ ଓ ଲୁଟ। ନୟାଗଡ଼ ଜିଲ୍ଲା ରଣପୁର ତହସିଲ କୋଟଗଡ଼ ମୌଜାରେ ଦେଖିବାକୁ ମିଳିଛି ପଥର ମାଫିଆ ମାନଙ୍କର ରାଜ୍‌। ଦିନ ଦ୍ୱିପ୍ରହରରେ ଲଣ୍ଡା ହେଉଛି ପାହାଡ଼।। ଏ ଚିତ୍ର ହେଉଛି କୋଟଗଡ଼ ଗ୍ରାନାଇଟ ପଥର ଖଣିର। ଦିନ ରାତି ବ୍ଳାଷ୍ଟିଙ୍ଗ କରି ଫୁଟାଉଛନ୍ତି ଖଣି ଏବଂ ନିର୍ଧାରିତ ଠାରୁ ଢ଼େର ଅଧିକା ପାହାଡ଼ ଖୋଳୁଛନ୍ତି ପଥର ମାଫିଆ। ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ଅର୍ଥ ହାନି ହେବାରେ ଲାଗିଛି।

ଏପଟେ ମାଲେମାଲ ହେଉଛନ୍ତି ଖଣି ମାଫିଆ। ପାହାଡ଼କୁ ଏମିତି ବ୍ଲାଷ୍ଟିଂ କରୁଛନ୍ତି ଯେ ଆଉ କିଛି ଦିନ ପରେ ଏହା ଭୁଲୁଣ୍ଠିତ ହେବ। ଚାରିପରେ ଚାଷ ଜମି ଆଉ ମଝିରେ ରହଛି ଏହି ପାହାଡ଼। ଏଥିପାଇଁ ବ୍ଲାଷ୍ଟିଂ ସମୟରେ ଚାଷ କାର୍ଯ୍ୟ ମଧ୍ୟ ବହୁତ ମାତ୍ରାରେ ପ୍ରଭାବିତ ହେଉଛି। ଦିନରେ ପାହାଡ଼ ଫୁଟାଉଥିବାରୁ ଭୟରେ ଚାଷ ଜମିକୁ ଯାଉନାହାନ୍ତି ଚାଷୀ।

ଏପଟେ ଚାଷୀ ମାନେ ଏହାର ପ୍ରତିବାଦ କଲେ ଖଣି ମାଫିଆ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। କିନ୍ତୁ ଏତେ ସବୁ ପରେ ମଧ୍ୟ ପୋଲିସ ପ୍ରଶାସନ ପୁରା ଚୁପ। ସରକାରୀ ନୀତି ନିୟମ ଫୁ କରି ବେଧଡ଼କ ଭାବେ ଡ଼ିନାମାଇଟ ଲଗାଇ ଖଣି ଫୁଟାଉଛନ୍ତି। ଏପଟେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ କହିଛନ୍ତି ଯେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।