ଚିନ୍ତା ବଢାଉଛି ତୈଳ ଦାମ୍; ମାଲକାନଗିରିରେ ଶହେ ଟପିଲା

1 min read

ଭୁବନେଶ୍ୱର: ଚିନ୍ତା ବଢାଉଛି ତୈଳ ଦର। ଅକ୍ଟୋବରରେ କ୍ରମାଗତ ଭାବେ ତୖେଳ ଦର ବଢୁଥିବା ବେଳେ ଆଜି ମଧ୍ୟ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଥିବା ବେଳେ ପେଟ୍ରୋଲ ଦର ୧୦୨ ଟଙ୍କାରେ ପହଞ୍ଚିଛି। ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି ।

ବର୍ତ୍ତମାନ ସମୟରେ ଦେଶର ସମସ୍ତ ସ୍ଥାନରେ ତୈଳ ଦର ଅଧିକ ସଂଖ୍ୟାରେ ବୃଦ୍ଧି ହେବାରେ ଲାଗିଛି। ମୁମ୍ବାଇକୁ ଟପିଛି ମାଲକାନଗିରି । ମାଲକାନଗିରି କାଲିମେଳାରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୬୪ ପଇସାରେ ପହଞ୍ଚିଛି । ସେହିପରି ଡିଜେଲର ଦର ଲିଟର ପିଛା ୧୦୫ଟଙ୍କା ୧ପଇସା ରହିଛି । ବର୍ତ୍ତମାନ ଓଡିଶା ସମେତ ମଧ୍ୟପ୍ରଦେଶ , ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ତାନ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ ଓ କଶ୍ମୀର ଏବଂ ସିକ୍କିମ୍ ଭଳି ୧୪ ରାଜ୍ୟରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ପାର କରିସାରିଲାଣି । ଏହାମଧ୍ୟରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗରଠାରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୭୩ ପଇସା ଏବଂ ୧୦୩ ଟଙ୍କା ୯୦ ପଇସା ଛୁଇଁଛି ।

ମଧ୍ୟପ୍ରଦେଶରେ ସିବନୀରେ ସର୍ବାଧିକ ୧୧୩ଟଙ୍କା ୧୮ପଇସା ରହିଛି ପେଟ୍ରୋଲ ଲିଟର ପିଛା ଦର । ମୁମ୍ବାଇରେ ପେଟ୍ରୋଲ ଦର ୧୦୮ଟଙ୍କା ୧୯ପଇସା ଥିବା ବେଳେ ଡିଜେଲ ଦର ୯୮ଟଙ୍କା ୧୬ପଇସା ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୨ଟଙ୍କା ୧୪ପଇସା ଓ ଡିଜେଲ ଦର ୯୦ଟଙ୍କା ୪୭ପଇସା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୯୯ଟଙ୍କା ୮୦ପଇସା ଓ କୋଲକାତାରେ ପେଟ୍ରୋଲ ଦର ୧୦୨ଟଙ୍କା ୭୭ପଇସା ରହିଛି ।

Leave a Reply