ଗାନ୍ଧି ଜୟନ୍ତୀରେ ଟ୍ୱିଟରରେ ଗଡସେ ଟ୍ରେଣ୍ଡ୍, ବରୁଣ କହିଲେ ଏଭଳି ଲୋକ ଦେଶକୁ ଲଜ୍ଜିତ କରୁଛନ୍ତି

ନୂଆଦିଲ୍ଲୀ : ଗାନ୍ଧି ଜୟନ୍ତୀରେ ସୋସିଆଲ ମିଡିଆରେ ନାଥୁରାମ ଗଡସେ ଜିନ୍ଦାବାଦ ଟ୍ରେଣ୍ଡିଂ କରୁଛି । ଯାହାକୁ ନେଇ ବିଜେପି ନେତା ବରୁଣ ଗାନ୍ଧି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଏଭଲି ବ୍ୟକ୍ତିମାନଙ୍କ ପାଇଁ ଦେଶ ଲଜ୍ଜିତ ହେଉଛି । ଏଭଳି ବ୍ୟକ୍ତିମାନେ ଦାୟିତ୍ୱହୀନ ଭାବେ ଦେଶକୁ ଲଜ୍ଜିତ କରୁଛନ୍ତି । ସୂଚନାଯୋଗ୍ୟ ଯେ, ୧୯୪୮ ଜାନୁଆରୀ ୩୦ ତାରିଖରେ ମହାତ୍ମା ଗାନ୍ଧିଙ୍କ ହତ୍ୟା ହୋଇଥିଲା । ପରେ ଏହି ହତ୍ୟା ପାଇଁ ନାଥୁରାମ ଗଡସେଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା ।
ଟ୍ୱିଟରରେ ଶନିବାର ସକାଳୁ ନାଥୁରାମ ଗଡସେ ଜିନ୍ଦାବାଦ୍ ଟ୍ରେଣ୍ଡ୍ କରିବା ଆରମ୍ଭ କରିଥିଲା । ଯାହାକୁ ବିରୋଧ କରି ବରୁଣ ଟ୍ୱିଟ୍ କରିଥିଲେ ଯେ, ଭାରତ ସବୁବେଳ ଆଧ୍ୟାତ୍ମିକ ମହାଶକ୍ତି ଥିଲା । କିନ୍ତୁ ସିଏ କେବଳ ମହାତ୍ମା ଗାନ୍ଧୀ ଥିଲେ ଯିଏ ଆମ ଦେଶର ଆଧ୍ୟାତ୍ମିକ ଆଧାରକୁ ନିଜ ଅସ୍ଥିତ୍ୱ ମାଧ୍ୟମରେ ବ୍ୟକ୍ତ କରିଛନ୍ତି ଓ ଆମକୁ ଏକ ନୈତିକ ଆଧାର ପ୍ରଦାନ କରିଛନ୍ତି ଯାହା ଆଜି ଆମର ସବୁଠାରୁ ବଡ଼ ଶକ୍ତି ।

ଗାନ୍ଧି ଜୟନ୍ତୀରେ ଟ୍ରେଣ୍ଡ୍ କରିଲା ଗଡସେ ଜିନ୍ଦାବାଦ୍

୧୮୬୯ ମସିହା ଅକ୍ଟୋବର ଦୁଇ ତାରିଖରେ ମହାତ୍ମା ଗାନ୍ଧିଙ୍କ ଜନ୍ମ ଗୁଜୁରାଟର ପୋର ବନ୍ଦରରେ ହୋଇଥିଲା । ଅକ୍ଟୋବର ୨ ତାରିଖ ଭାରତରେ ଗାନ୍ଧୀ ଜୟନ୍ତୀ ଭାବେ ପାଳିତ ହୁଏ । କିନ୍ତୁ ଆଜି ସକାଳୁ ସକାଳୁ ଗଡସେ ଜିନ୍ଦାବାଦ ଟ୍ୱୁଟ୍ ଟ୍ରେଣ୍ଡ୍ କରିଥିଲା । ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ପ୍ରାୟ ୬୧ ଏହି ଟପିକକୁ ଟ୍ୱିଟ୍ କିମ୍ବା ରିଟ୍ୱିଟ୍ କରିଥିଲେ । ଯାହାକୁ ସୋସିଆଲ ମିଡିଆରେ ଅଧିକରୁ ଅଧିକ ସଂଖ୍ୟାରେ ବିରୋଧ କରାଯାଉଛି ।

Leave a Reply