ଟିମ୍‌କୁ ଏକ ନମ୍ବର କରିବାକୁ ହେଲେ ଛାଡ଼ିବାକୁ ପଡ଼ିବ ଚା ଏବଂ ଏସି, ରମିଜ୍‌ଙ୍କ PCBକୁ ଉପଦେଶ

1 min read

ଲାହୋର: ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ କ୍ରିକେଟର ରମିଜ ରାଜା। ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କଲା ପରେ ରମିଜ ରାଜା ଏବେ ଚର୍ଚ୍ଚାକୁ ଆସିଛନ୍ତି। ରମିଜ ଏବେ ପିସିବିର ଭିତରେ ଅନେକ ଜିନିଷ ବଦଳାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଖବର ଆସୁଛି। ଅଫିସ୍‌ ଭିରେ ଚା ଠାରୁ ଆରମ୍ଭ କରି ଏସି ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। କର୍ମଚାରୀ ମାନଙ୍କୁ ଚା ଗୋଟଏ କପ୍‌, ଏସିର ବହୁତ କମ ବ୍ୟବହାର ଏବଂ ଅଫିସ ସରିବା ପରେ ଠିକ୍‌ ସମୟରେ ଲାଇଟ ମନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବତନ ବ୍ୟାଟ୍ସମ୍ୟାନ୍ ପିସିବିର ମୁଖ୍ୟ ଭାବେ ତାଙ୍କ କାର୍ଯ୍ୟକାଳ ଆରମ୍ଭରୁ ହିଁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ନ୍ୟୁଜିଲ୍ୟାଣ୍ଡ ପରେ ଇଂଲଣ୍ଡର ପୁରୁଷ ଏବଂ ମହିଳା ଦଳ ସେମାନଙ୍କର ଯାତ୍ରା ବାତିଲ କରିଦେଇଛନ୍ତି। ଯେଉଁଥିପାଇଁ ପିସିବିକୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ବର୍ତ୍ତମାନ ପାକିସ୍ତାନରୁ ଆସିଥିବା କିଛି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ ପାକିସ୍ତାନ କ୍ରିକେଟର ଉନ୍ନତି ତଥା ବିକାଶ ପାଇଁ ସଂଗଠନ ମଧ୍ୟରେ ଖର୍ଚ୍ଚ ହ୍ରାସ କରିବାକୁ ରମିଜ ବୋର୍ଡ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେବଳ ଏତିକି ନୁହେଁ, ଲାହୋରର ଗାଡ୍ଡାଫି ଷ୍ଟାଡିୟମରେ ବିପୁଳ ବେତନ ପାଉଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ଆଲୋଚନା କରିଛନ୍ତି। ପରୋକ୍ଷରେ ସେମାନଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି ରମିଜ ରାଜା। ଏକ ରିପୋର୍ଟ ଅନୁଯାୟୀ, ରମିଜ ବୋର୍ଡର ଅଧିକାରୀ, ଗ୍ରାଉଣ୍ଡ ଷ୍ଟାଫ୍ ଏବଂ ମ୍ୟାନେଜମେଣ୍ଟକୁ କହିଛନ୍ତି ଯେ ଆମ ସ୍ଥିତିକୁ ଯଥାର୍ଥତା ଦେବା ପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡିବ। ଯଦି ଦଳ ନମ୍ବର -୧ ନହୁଏ ତେବେ ଆମେ ସମସ୍ତେ ଏଠାରେ ରହିବାର କୌଣସି ଅର୍ଥ ନାହିଁ।

ରମିଜ ରାଜା କହିଛନ୍ତି, ‘ବୋର୍ଡର ଖର୍ଚ୍ଚ କାଟିବାକୁ ପଡ଼ିବ। ୨ ବଦଳରେ ୧ କପ୍ ଚା ପିଅନ୍ତୁ, କମ୍ ଏୟାର କଣ୍ଡିସନର ବ୍ୟବହାର କରନ୍ତୁ ଏବଂ ଯେତେବେଳେ ଆପଣ ଅଫିସ୍ ଛାଡନ୍ତି ସେତେବେଳେ ଲାଇଟ୍ ବନ୍ଦ କରନ୍ତୁ ବୋଲି ସମସ୍ତ ଷ୍ଟାଫଙ୍କୁ କହିଛନ୍ତି ରମିଜ। ଯଦି ଦେଖିବା ତେବେ ରମିଜ ରାଜାଙ୍କ ନିଯୁକ୍ତି ପରେ ପାକିସ୍ତାନ କ୍ରିକେଟ ଟିମ୍‌ରେ ଏକ ନୂଆ ଉତ୍ସାହ ଦେଖାଦେଇଛି। ନିଜକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ତୃଣମୂଳ ସ୍ତରରେ କ୍ରିକେଟର ଉନ୍ନତି ପାଇଁ ରାଜା ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ଘରୋଇ ସ୍ତରର କ୍ରିକେଟରେ ପିଚ୍‌ର ଉନ୍ନତି ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply