ରୋହିତ, ବିରାଟ ଏବଂ ରାହୁଲଙ୍କ ମଧ୍ୟରୁ କିଏ କରିବେ ଟି-୨୦ ବିଶ୍ୱକପ୍‌ରେ ଓପନିଂ, IPL ସ୍କୋର ବଢ଼ାଇଲା ଚିନ୍ତା

1 min read

ଭୁବନେଶ୍ୱର: ଆଗକୁ ଆସୁଛି ୨୦-୨୦ ଏବଂ ୫୦-୫୦ ବିଶ୍ୱ କପ୍‌। ଯାହାକୁ ପୁରା ବିଶ୍ୱ ଅପେକ୍ଷା କରିଛି। ବିଶ୍ୱକପ୍‌ ଟାଇଟଲକୁ ହାତେଇବା ପାଇଁ ଆରମ୍ଭ ହୋଇ ସାରିଛି ଅଭ୍ୟାସ। ତେବେ ଯଦି ଭାରତୀୟ କ୍ରିକେଟ ଟିମ୍‌ କଥା ଆମେ କହିବା ତେବେ ଓପନିଂ କିଏ କରିବ ତାହାରି ଉପରେ ସମସ୍ତଙ୍କ ନଜର। କାରଣ ଭାରତୀୟ ଟିମ୍‌ରେ ଏବେ ଓପନିଂ କରିବା ପାଇଁ ୩ ଜଣ ଆଗଧାଡ଼ିର ଖେଳାଳି ରହିଛନ୍ତି।

ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ସେ ଟି -୨୦ ବିଶ୍ୱକପରେ ଓପନିଂ କରିପାରନ୍ତି। ଅକ୍ଟୋବର ୧୭ରୁ ୟୁଏଇରେ ବିଶ୍ୱକପ୍ ପାଇଁ କ୍ୱାଲିଫାଇଁ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ, ୟୁପିରେ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚ୍ ଖେଳାଯାଉଛି। ଯଦି ଦେଖିବା ଏହି ଆପିଏଲ୍‌ ମ୍ୟାଚ୍‌କୁ ଟି-୨୦ ବିଶ୍ୱକପ ପାଇଁ ଏକ ପ୍ରସ୍ତୁତି ରୂପେ ଦେଖାଯାଉଛି। ଟୁର୍ଣ୍ଣାମେଣ୍ଟରେ ଓପନର୍ ଭାବରେ ବିରାଟ କୋହଲି, ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ପ୍ରଦର୍ଶନକୁ ଦେଖି ରୋହିତ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିପାରିନାହାନ୍ତି। ଯାହା ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇ ଦେଇଛି। କାରଣ ଭଲଫର୍ମରେ ଥିବା ରୋହିତ ଏବେ ତାଙ୍କର ଫର୍ମକୁ ହରାଇ ବସିଛନ୍ତି।

ୟୁଏଇରେ ଆୟୋଜିତ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚ୍ ବିଷୟରେ ଯଦି କହିବା ତେବେ ରୋହିତ ତାଙ୍କର ଭଲ ପ୍ରଦର୍ଶନ କରିପାରିନାହାନ୍ତି। ରୋହିତ ଶର୍ମା ଓପନର ଭାବରେ ୪ ଇନିଂସରେ ଯଥାକ୍ରମେ ୩୩, ୪୩, ୮ ଏବଂ ୭ ରନ୍ କରିଛନ୍ତି। ରୋହିତ ଏପର୍ଯ୍ୟନ୍ତ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇନାହାଁନ୍ତି ଏବଂ ୪ ଟି ମ୍ୟାଚ୍‌ରେ ମାତ୍ର ୯୧ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ମଧ୍ୟ ଭଲ ନାହିଁ।

ସେପଟେ ଯଦି ଦେଖିବା ବିରାଟ କୋହଲି ୟୁଏଇରେ ଏପର୍ଯ୍ୟନ୍ତ ୫ ଟି ଇନିଂସରେ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ପାଞ୍ଚଟି ଇନିଂସରେ ବିରାଟ ୫,୫୩,୫୧,୨୫ ଏବଂ୨୫ ରନ୍ ସ୍କୋର କରିଥିଲେ। ବିରାଟ ଏବଂ ରୋହିତଙ୍କ ମଧ୍ୟରେ ତୁଳନା କଲେ ବିରାଟ ରୋହିତଙ୍କ ଠାରୁ ଅଧିକ ରନ୍‌ କରିଛନ୍ତି । ୫ଟି ଇନିଂସରେ ବିରାଟ ୧୫୯ ରନ୍ ସ୍କୋର କରିଛନ୍ତି। କିନ୍ତୁ ପାୱାରପ୍ଲେ ପରେ ତାଙ୍କ ଷ୍ଟ୍ରାଇକ୍ ହାର ହ୍ରାସ ହେବା ନେଇ ପ୍ରଶ୍ନ ଉଠିଛି। ହେଲେ ବିଶ୍ୱକପ ସମୟରେ ୟୁଏଇର ପିଚ୍ ଆହୁରି ମନ୍ଥର ହୋଇପାରେ। ଆଉ ସ୍ଲୋ ପିଚ୍‌ରେ କୋହଲିଙ୍କ ଓପନର୍ ଭାବରେ ପ୍ରଦର୍ଶନକୁ ଅଣଦେଖା କରାଯାଇପାରିବ ନାହିଁ।

କେଏଲ ରାହୁଲ ଏପର୍ଯ୍ୟନ୍ତ ୪ ଟି ମ୍ୟାଚରେ ୪୯,୨୧,୬୭ ଏବଂ ୨୧ ରନ କରିଛନ୍ତି। ଅର୍ଥାତ୍ ସେ ପ୍ରତ୍ୟେକ ମ୍ୟାଚ୍ ରେ ଭଲ ଆରମ୍ଭ କରିଛନ୍ତି। ସେ ୪ଟି ଇନିଂସରେ ୧୫୮ ରନ୍ ସଂଗ୍ରହ କରିଛନ୍ତି। ଏଭଳି ପରିସ୍ଥିତିରେ ଯଦି ଆମେ ତିନିଜଣ ଖେଳାଳିଙ୍କ ପ୍ରଦର୍ଶନକୁ ଦେଖିବା, ତେବେ ରାହୁଲ ଏକ ନମ୍ବରରେ, କୋହଲି ଦ୍ୱିତୀୟ ଏବଂ ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି। ଏଭଳି ପରିସ୍ଥିତିରେ ଟି -୨୦ ବିଶ୍ୱକପରେ ଓପନର୍ ଭାବରେ ଦଳକୁ କିଏ ପିଚ୍‌କୁ ଓହ୍ଲାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply