ଉପାନ୍ତ ଅଞ୍ଚଳରେ ବରଦାନ ସାଜିଛି ବିଏସ୍‌କେଓ୍ୱାଇ ଯୋଜନା: ମାଗଣା ଅପରେସନ ପରେ ଘରକୁ ଫେରିଲେ ପିତ୍ତ ରୋଗୀ

1 min read

କାଲିମେଳା: ସାହା ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ । ଅପରେସନ ପରେ ସୁସ୍ଥ ରୋଗୀ । ଉପାନ୍ତ ଅଞ୍ଚଳରେ ବରଦାନ ସାଜିଛି ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ମାର୍ଟ ହେଲ୍ଥକାର୍ଡରେ ଉତ୍ତମ ସ୍ବାସ୍ଥ୍ୟସେବା ପାଉଛନ୍ତି ହିତାଧିକାରୀ ।

ମାଲକାନଗିରି ଜିଲ୍ଲା ଏମଭି-୭୪ ଗାଁରେ ପ୍ରଭା ଦାସ । ଦୀର୍ଘ ଦିନ ହେଲା ପିତ୍ତରୋଗରେ ପୀଡ଼ିତ ହୋଇ ସଂଘର୍ଷ କରୁଥିଲେ । ଅପରେସନ ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ରୋଗଶଯ୍ୟାରେ ପଡିରହିଥିଲେ ପ୍ରଭା । ମାତ୍ର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ସହାୟତାରେ ମାଗଣାରେ ତାଙ୍କର ଅପରେସନ ହୋଇଛି  । ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବିଏସ୍‌କେୱାଇ ସ୍ମାର୍ଟକାର୍ଡରେ କାଲିମେଳା ବ୍ଲକର ୫ଜଣ ହିତାଧିକାରୀ ସ୍ବାସ୍ଥ୍ୟସେବା ପାଇ ସୁସ୍ଥ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଖ୍ରୀଷ୍ଟିଆନ ହସ୍ପିଟାଲରେ ସମସ୍ତଙ୍କର ମାଗଣାରେ ଚିକିତ୍ସା କରାଯାଇଛି ।  ସ୍ମାର୍ଟକାର୍ଡରେ ହିତାଧିକାରୀ ମାଗଣାରେ ଚିକିତ୍ସା ସେବା ପାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ବିଏସ୍‌କେୱାଇ ସ୍ମାର୍ଟକାର୍ଡରେ ରାଜ୍ୟର ସମସ୍ତ ଡାକ୍ତରଖାନା ସହ ରଜ୍ୟ ବାହାରର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ମିଳୁଛି  । ଏଥିରେ  ମହିଳାଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳୁଛି ।

Leave a Reply