spot_img
Home Blog Page 5280

ଭଦ୍ରକ ମିଠା ବ୍ୟବସାୟୀଙ୍କୁ ଆନ୍ଧ୍ର ସରକାରଙ୍କ GST ନୋଟିସ୍

ଭଦ୍ରକ: ଓଡ଼ିଶାରେ ମିଠା ଦୋକାନ, ଆନ୍ଧ୍ର ସରକାରଙ୍କ  ଜିଏସଟି ନୋଟିସ  । ଏଭଳି ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ଭଦ୍ରକରେ  ।  72 ଲକ୍ଷ ଟଙ୍କାର ଟିକସ ଫାଙ୍କି ଥିବା ନେଇ ବାରିପଦା ବ୍ୟବସାୟୀଙ୍କୁ  ନୋଟିସ ଆସିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେଉଁ ଫାର୍ମ ନାଁରେ ନୋଟିସ ଦିଆଯାଇଛି , ସେହିଭଳି କୌଣସି ଦୋକାନ କିମ୍ବା କମ୍ପାନୀ ଥିବା ଜାଣି ନାହାନ୍ତି ଦୋକାନୀ ଜଣକ । ତାଙ୍କର କାଗଜପତ୍ରକୁ ଜାଲି କରି କେହି ଟିକସ ଫାଙ୍କି ଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୋକାନୀ ।

ସୂଚନା ମୁତାବକ ମିଠା ଦୋକାନୀ ଜଣଙ୍କ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳର ଅଭିଜିତ ପୁଣ୍ଟିଆ । ଅଭିଜିତଙ୍କର ଏକ ମିଠା ଦୋକାନ ରହିଛି । ଅଭିଜିତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଜ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଆନ୍ଧ୍ର ପ୍ରଦେଶ ସରକାରଙ୍କ ବିକ୍ରିକର ବିଭାଗ ତରଫରୁ ଅସୁରାଳି ୟୁକୋ ବ୍ୟାଙ୍କକୁ ଏକ ନୋଟିସ ଆସିଥିଲା । ଯେଉଁଥିରେ ଅଭିଜିତ ଟ୍ରେଡ଼ର୍ସ ଓ ପ୍ରିୟା ଏଣ୍ଡ କୋ ନାମକ କମ୍ପାନୀ ନାଁରେ 72 ଲକ୍ଷ 19 ହଜାର 627 ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ନେଇ ନୋଟିସ୍‌ ଦିଆଯାଇଛି ।

ବ୍ୟାଙ୍କ ଅଭିଜିତଙ୍କ ବ୍ୟାଙ୍କ ଖାତାକୁ ସିଜ କରିଥିବା ବେଳେ ଅଭିଜିତ କହିଛନ୍ତି ଯେ ସେ କିଛି ଜାଣି ନାହାନ୍ତି । କିଏ ଜିଏସଟି ଆକାଉଣ୍ଟ ଖୋଲିଛି ସେ କଥା ମଧ୍ୟ ଜାଣିନାହାନ୍ତି । ତାଙ୍କ କାଗଜପତ୍ରକୁ ଜାଲ କରି କେହି ଠକିଥିବା କହିଛନ୍ତି ଅଭିଜିତ । ଏନେଇ ସେ ଯାଜପୁର ସ୍ଥିତ ଜିଏସ୍‌ଟି ଅଫିସ ଯାଇ ସାଇବର କ୍ରାଇମର ଶିକାର ହୋଇଥିବା ଜାଣିଛନ୍ତି । ସେ ଧୂସୁରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସେପ୍ଟେମ୍ବର ମାସରେ ସଂପୂର୍ଣ୍ଣ କୋହଳ ହେବନି କଟକଣା

ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ସଂପୂର୍ଣ୍ଣ କୋହଳ ହେବନି କଟକଣା । ଆଗକୁ ତୃତୀୟ ଲହର ଆସୁଥିବାରୁ ପରିସ୍ଥିତିକୁ ଦେଖି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର । ସେପ୍ଟେମ୍ବରରେ କଣ ରହିବ ନୂଆ ଗାଇଡଲାଇନ ସେନେଇ ତଥ୍ୟ ସଂଗ୍ରହ ଚାଲିଛି । କେନ୍ଦ୍ର ସରକାରଙ୍କ ନୀତି, ଡବ୍ଲୁଏଚଓ ଫର୍ମୁଲା, ସଂକ୍ରମଣ ହାର, ବିଶେଷଜ୍ଞଙ୍କ ମତ ଓ ଲୋକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ନୂଆଗାଇଡ୍ ଲାଇନ ପ୍ରସ୍ତୁତ କରାଯିବ ।

କେତେକ ସ୍ଥାନରୁ ସପ୍ତାହାନ୍ତ ସଟ୍ଡାଉନ୍ ହଟିଯିବା ସମ୍ଭାବନା ରହିଛି । ସକାଳ ୬ରୁ ରାତି ୧୦ଟା ଯାଏଁ ଦୋକାନ ଖୋଲିବାକୁ ମିଳିପାରେ ଅନୁମତି । ସେହିପରି ନାଇଟ୍ କର୍ଫ୍ୟୁ ଅବଧି କମିପାରେ । ତୃତୀୟ ଲହରରେ ଓଡ଼ିଶା ଉପରେ ଅଧିକ ପ୍ରଭାବନ ପଡିବ ନାହିଁ । କାନପୁର ଆଇଆଇଟି ଓଡ଼ିଶା ପାଇଁ ଆଶ୍ବସ୍ତିକର ରିପୋର୍ଟ ଦେଇଛି । ଯଦି ଭୂତାଣୁ ରୂପ ବଦଳାଏ ତେବେ ତୃତୀୟ ଲହରର ଅଧିକ ପ୍ରଭାବଶାଳୀ ହେବ ।

ବିଶେଷଜ୍ଞଙ୍କ କହିବା ମୁତବାକ ସେପ୍ଟେମ୍ବର ଓ ଅକ୍ଟୋବର ତୃତୀୟ ଲହର ଆସିବ । ଦେଶରେ ଦୈନିକ ୪ରୁ ୫ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେବେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ତେଣୁ ଏପରି ସ୍ଥିତିରେ ଆଗୁଆ ମୁକାବିଲା ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି  ।

ଅସ୍ତବ୍ୟସ୍ତ ଆଫଗାନ, ଭାରତରେ ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ:  ଆଫଗାନ ସମସ୍ୟା ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ସ୍ଥିତିର ସମୀକ୍ଷା ସହ ବିଭିନ୍ନ ରାଜନୈତିକ ଦଳକୁ ତାଜା ସ୍ଥିତି ନେଇ ଅବଗତ କରାଇବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଯୁଦ୍ଧ ବିଧ୍ବସ୍ତ ଆଫଗାନିସ୍ତାନରୁ ବିପନ୍ନଙ୍କୁ ଉଦ୍ଧାର, ତାଲିବାନ ସହ ଭାରତର ଆଭିମୁଖ୍ୟ, ବୈଦେଶିକ ସ୍ତରରେ ଭାରତର ଭୂମିକା ଆଦି ପ୍ରସଙ୍ଗରେ ସବୁ ଦଳର ସଂସଦୀୟ ନେତାକୁ ଜୟଶଙ୍କର ଅବଗତ କରାଇବେ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ।

ଆଫଗାନିସ୍ତାନ ବ୍ୟାପାରରେ ସର୍ବଦଳୀୟ ବୈଠକ ଡାକିବା ଲାଗି ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ବିଶେଷ ଭାବେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତାଲିବାନ କବଳକୁ ଆଫଗାନିସ୍ତାନ ଯିବା ପରେ ସେଠାରେ ନାରକୀୟ ତାଣ୍ଡବ ଜାରି ରହିଛି । ନାନା ପ୍ରକାର ଅମାନୁଷିକ ଘଟଣାର ଚିତ୍ର ପ୍ରତିଦିନ ଆସୁଛି ।

ଅନ୍ୟପଟେ ଦିନକୁ ଦିନ ଆଫଗାନିସ୍ତାନ ସହ ବ୍ୟାପାରକୁ ନେଇ ବିଶ୍ବ ରାଜନୀତି ବଦଳୁଥିବାରୁ ଭାରତ ଲାଗି ଆଫଗାନ ବ୍ୟାପାରରେ ଦୃଷ୍ଟିଭଙ୍ଗୀକୁ ଗୁରୁତ୍ବ ଦିଆଯାଉଛି । ସେପଟେ ଆଫଗାନ ନାଗରିକଙ୍କୁ ପୂର୍ବରୁ ଦିଆଯାଇଥିବା ଭିସାକୁ ବାତିଲ କରିଛି ଭାରତ । ଏଣିକି ସେମାନେ ଭାରତ ଆସିବା ଲାଗି ଇ- ଭିସା ଆବେଦନ କରିବେ । ଆଫଗାନିସ୍ତାନକୁ କବଳିତ କରିଥିବା ତାଲିବାନକୁ ପ୍ରତ୍ୟାଖାନ କରିଆସିଛି ଭାରତ  । ତେଣୁ ଯଦି ଆଗାମୀ ଦିନରେ ତାଲିବାନ ସରକାର ଗଢେ, ତେବେ ଆଫଗାନ ସହ ଭାରତର ସମ୍ପର୍କ ଛିନ୍ନ ହେବା ନେଇ ଆଶା କରାଯାଉଛି  ।

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ବସିବ । ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । ହେରିଟେଜ କରିଡର ସହିତ ସେବାୟତଙ୍କର କଲ୍ୟାଣ, ନୂତନ ସବକମିଟି ଗଠନ ନେଇ ବୈଠକରେ ଆଲୋଚନା ହୋଇପାରେ । ଏହାଛଡା ଗତ ରଥଯାତ୍ରାର ସମୀକ୍ଷା ମଧ୍ୟ ହୋଇପାରେ ।

ସୂଚନା ମୁତାବକ ପୁରୀରେ ଗୁରୁକୁଳ ନିର୍ମାଣ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ଉଠିପାରେ । ଶ୍ରୀମନ୍ଦିର ସମ୍ପର୍କିତ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଏଜେଣ୍ଡା ରହିଥଇବା ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି । ଅନ୍ୟପଟେ ଆସନ୍ତାକାଲି ରେଖା ପଞ୍ଚମୀ ଅବସରରେ ମହାପ୍ରଭୁଙ୍କୁ ସୁବର୍ଣ୍ଣର ରାହୁରେଖା ଲାଗି କରାଯିବ । ଏଥିପାଇଁ ଅପରାହ୍ନ ଦୁଇଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ମହାପାତ୍ର, ଟେଷ୍ଟ କିଟ୍‌ ମହଜୁଦ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଜରୁରିକାଳୀନ ଭିତ୍ତିରେ ହେବ କୋଭିଡ ଚିକିତ୍ସା । ଏନେଇ ୨ୟ ପର୍ଯ୍ୟାୟ ଗାଇଡଲାଇନ ଜାରି କଲେ ACS ପ୍ରଦୀପ୍ତ ମହାପାତ୍ର । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ କୁମାର ମହାପାତ୍ର । ଆବଶ୍ୟକ ପରିମାଣର ଟେଷ୍ଟ କିଟ୍‌ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି । ଜରୁରୀ ସେବା ପାଇଁ ୮ପ୍ରକାର ଔଷଧ ସହ ଅକ୍ସିଜେନ ମହଜୁଦ ରଖିବାକୁ ବି ନିର୍ଦ୍ଦେଶ ରହିଛି ।

ଆବଶ୍ୟକ ପରିମାଣର ICU ବେଡ୍‌ ରଖିବାକୁ ପରାମର୍ଶ ଦିଆଯାଇଛି । ଶେଷ ବର୍ଷ ଡାକ୍ତରୀ ଛାତ୍ରଛାତ୍ରୀ ଚିକିତ୍ସା ସେବା ଦେଇପାରିବେ । ତଦାରଖ ପାଇଁ ଜଣେ ଡାକ୍ତରଙ୍କୁ ୨ଜିଲ୍ଲା ଦାୟିତ୍ୱ ପ୍ରଦାନ । ସବୁ ହସ୍ପିଟାଲରେ ଆମ୍ବୁଲାନ୍ସ ସେବାକୁ ବ୍ୟବସ୍ଥିତ କରିବା ପାଇଁ କୁହାଯାଇଛି । ସମ୍ଭାବ୍ୟ କୋଭିଡର ତୃତୀୟ ଲହରକୁ ଆଗକୁ ରଖି ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଁଚାଇଛନ୍ତି  ।

ଆବଶ୍ୟକ ଆଇସିୟୁ ବେଡ, ଆବଶ୍ୟକ କିଟ ଏବଂ ମେଡିସିନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଶାସନ ସଚିବ  । ଏଥିପାଇ ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଗାଇଡଲାଇନ ଜାରି କରାଯାଇଛି  । ଏହି ସମସ୍ତ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି  । ଏଥି ସହିତ ସମସ୍ତ ହସ୍ପିଟାଲରେ ଆମ୍ବୁଲାନ୍ସ ମଧ୍ୟ ରଖିବାକୁ ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର  ।

ଆଦିବାସୀ ପରିବାରକୁ ଆର୍ଥିକ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ, ଦୁର୍ଘଟଣାରେ ୩ଜଣଙ୍କ ଘଟିଥିଲା ମୃତ୍ୟୁ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ମୃତ 3 ଆଦିବାସୀ ପରିବାରକୁ ଆର୍ଥିକ ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ପରିବାରକୁ 50ହଜାର ଟଙ୍କା ପ୍ରଦାନ କଲେ ନବୀନ । ମନ୍ତ୍ରୀ ପଦ୍ମିନୀ ଦିଆନ ନିଜେ ପରିବାର ଲୋକଙ୍କୁ ପ୍ରଦାନ କଲେ ଏହି ଅର୍ଥ ରାଶି ।

ଗତ 21 ତାରିଖରେ ମାଲକାନଗିରି ଥାନା ଅନ୍ତର୍ଗତ ମୁଣ୍ଡାଗୁଡାରେ ଏକ ଟ୍ରକ ଓ ଟ୍ରାକ୍ଟର ମୁହାଁମୁହିଁ ହୋଇଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇଜଣ ମଜୁରିଆ ମୃତ୍ୟୁବରଣ କରିଥିଲେ। ଏହି ସୂଚନା ପାଇବା ପରେ ମୃତ ଆଦିବାସୀ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ଆପତ୍ତି ଜନକ ମନ୍ତବ୍ୟ, ଥାନାରେ ଅଭିଯୋଗ

ବାଲେଶ୍ୱର: ମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ଆପତ୍ତି ଜନକ ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ଥାନାରେ ଅଭିଯୋଗ କଲେ ବିଜୁ ଛାତ୍ର ଜନତା ସଭାପତି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ଗାଁର ଜଣେ ଯୁବକ ସୋସିଆଲ ମିଡିଆରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସମେତ ବିଜେଡି ଦଳକୁ ଅଶାଳୀନ ମନ୍ତବ୍ୟ ଦେଇଥିଲେ ।

ସେପଟେ ଏପରି ମନ୍ତବ୍ୟକୁ ନେଇ  ବିଜୁ ଛାତ୍ର ସଭାପତି ବିଜୟ କୁମାର ସାହୁ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଏଭଳି ମନ୍ତବ୍ୟକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଯେଉଁ ବ୍ୟକ୍ତି ଏପରି ମନ୍ତବ୍ୟ ପ୍ରଦାନ କରିଛନ୍ତି ତାଙ୍କ  ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ର ନେତା ଦାବି କରିଛନ୍ତି ।

କେରଳରେ ତୃତୀୟ ଲହର ସମ୍ଭାବନା, ଦିନକରେ ୩୧ ହଜାର ସଂକ୍ରମିତ

କେରଳ: ମହଙ୍ଗା ପଡିଲା ଓନାମ । କେରଳରେ ୩୦ ପ୍ରତିଶତ ବଢିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ସଂକ୍ରମିତ ହୋଇଛନ୍ତି ୩୧ ହଜାର ୪୪୫ ଜଣ । ଏହା ସହ ୨୪ ଘଣ୍ଟାରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୨୧୫ଜଣ । ଏବେ ରାଜ୍ୟରେ ପଜିଟିଭିଟି ହାର ରହିଛି ୧୯.୦୩ ପ୍ରତିଶତ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୩୮ ଲକ୍ଷ ୮୩ ହଜାର ୪୨୯ ।

ପ୍ରାଣ ହରାଇଲେଣି ୧୯ ହଜାର ୯୭୨ ଲୋକ । ଏର୍ଣ୍ଣାକୁଲମରେ ସର୍ବାଧିକ ୪ ହଜାର ୪୮ ଜଣ ସଂକ୍ରମିତ ହୋଇଛନ୍ତି । ଗତ ୨୧ ତାରିଖରେ କେରଳରେ ଓନାମ ପାଳିତ ହୋଇଥିଲା । ଏହି ଉତ୍ସବ ପାଳନ ଉପରେ କଟକଣା ଜାରି କରିବା ବଦଳରେ ରାଜ୍ୟ ସରକାର ଏହାକୁ ଅନୁମତି ଦେଇଥିଲେ । ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ତୀବ୍ର ସମାଲୋଚନା କରିବା ସହ ଅନ୍ୟ ରାଜ୍ୟକୁ ସତର୍କବାଣୀ ଶୁଣାଇଛନ୍ତି । ସଂକଟ କାଳରେ ପର୍ବପର୍ବାଣୀକୁ ଅନୁମତି ଦେଲେ ସ୍ଥିତି ଗମ୍ଭୀର ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ମଲା ସାପ କାମୁଡାରେ ରୋଷେୟା ମୃତ

ନନ୍ଦିଘୋଷ ବ୍ୟୁରୋ: ମୃତ୍ୟୁ କେବେ ଓ କେମିତି ଆସିବ, ତାହା କିଏ ବା ଜାଣେ ? ମଣିଷର ଜୀବନର ପାଣି ଫଟୋକା ଭଳି | କେତେବେଳେ ଯେ ଫାଟିଯିବ ତାହା କହିବା ଅସମ୍ବବ | ଆପଣ ମାନେ ଜାଣନ୍ତି କି ଦୁନିଆରେ ପ୍ରତିବର୍ଷ ସାପ କାମୁଡ଼ିବା କାରଣରୁ ୧ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥାନ୍ତି | ସାପର ବିଷ ହିଁ ମଣିଷ ଜୀବନ ନେଇଯାଏ | କିନ୍ତୁ ସାପ ସିନା ଜୀବତ ଅବସ୍ଥାରେ ଥିଲେ ମଣିଷର କ୍ଷତି କରିବ ,ମଲା ପରେ କଣ ସାପ ମଣିଷକୁ କାମୁଡିପାରିବ ? କିନ୍ତୁ ଏମିତି ଅସମ୍ଭବ କଥା ସମ୍ବବ ହୋଇଛି | ନିକଟରେ ଚୀନ୍ରୁ ସାମ୍ନାକୁ ଆସିଥିବା ଏକ ମାମଲାରେ, ଏକ କୋବ୍ରା ଜଣେ ରୋଷେୟାଙ୍କୁ ତାର ମୃତ୍ୟୁର ୨୦ ମିନିଟ୍ ପରେ ହତ୍ୟା କରିଥଲା ,,ରୋଷେୟା ଜଣକ କୋବ୍ରା ସାପର ସୁପ୍ ବନାଉଥିଲେ.. ଆଉ ସେହି ସୁପ୍ ହିଁ ତାଙ୍କୁ ମହଙ୍ଗା ପଡିଲା .. କୋବ୍ରା ସାପର ମୁଣ୍ଡକୁ କାଟି ସୁପ୍ ବନାଉଥିଲେ,ସେହି କଟିଯାଇଥିବା ମୁଣ୍ଡକୁ ଏକ ଥାଳିରେ ମଧ୍ୟ ରଖିଥିଲେ। ହେଲେ ଆଶ୍ଚର୍ଯ୍ୟ ଯେ ସାପଟି ମରିବାର ୨୦ମିନିଟ ପରେ ସମାନ ଥାଳିରୁ ରୋଷେୟାଙ୍କୁ କାମୁଡି ଦେଲା |

ଏହି ଅଜବ ମାମଲା ଚାଇନାରୁ ଆସିଛି। ଦକ୍ଷିଣ ଚାଇନାରେ କୋବ୍ରା ସାପର ଚର୍ମରୁ ପ୍ରସ୍ତୁତ ସୁପ ର ଚାହିଦା ଖୁବ ଅଧିକ| ଏହି ବିଷଧର ସାପର ଚର୍ମକୁ ବାହାର କରିବା ପରେ ଏହାର ମାଂସ ରନ୍ଧାଯାଏ ଏବଂ ସେଥିରୁ ସୁପ୍ ପ୍ରସ୍ତୁତ କରାଯାଏ | କିନ୍ତୁ ଚୀନ୍ର ଫୋଶାନରେ ରହୁଥିବା ରୋଷେୟା ପେଙ୍ଗ ଫ୍ୟାନ ଙ୍କ ପାଇଁ କୋବ୍ରା ସୁପ୍ ତିଆରି କରିବା ମହଙ୍ଗା ପଡିଗଲା। ମୃତ ସାପ କାମୁଡ଼ିବା କାରଣରୁ ସେ ମୃତ୍ୟୁବରଣ କଲେ .. ପେଙ୍ଗ ତାଙ୍କ ରେଷ୍ଟୁରାଣ୍ଟର ମ୍ୟାନୁରେ କୋବ୍ରା ସୁପ୍ କୁ ସାମିଲ କରିଥିଲେ| ତାଙ୍କ ରେଷ୍ଟୁରାଣ୍ଟକୁ ଆସୁଥିବା ଲୋକମାନେ ଏହି ସୁପ୍ କୁ ବହୁତ ଭଲ ପାଉଥିଲେ | ଏହାକୁ ପ୍ରସ୍ତୁତ କରିବା ପାଇଁ, ଘଟଣା ଦିନ ପେଙ୍ଗ ସାପକୁ କାଟି ନିଜ ରୋଷେଇ ଘରେ ରଖିଥିଲେ। ପେଙ୍ଗ କୋବ୍ରାର ବେକକୁ ଅଲଗା କରି ଶରୀରକୁ ଛୋଟ ଛୋଟ ଖଣ୍ଡରେ କାଟିଦେଇଥିଲେ | ସାପଟିକୁ କାଟି ଅଲଗା କରିବା ପରେ ସେ ରୋଷେଇ ଘର ସଫା କରିବାରେ ବ୍ୟସ୍ତ ହୋଇଗଲେ । ଏବଂ ଦୀର୍ଘ ୨୦ ମିନିଟ ପରେ ସେ ସାପଟିର ମୁଣ୍ଡଟିକୁ ଡଷ୍ଟବିନରେ ଫିଙ୍ଗିବା ପାଇଁ ଧରିବା ମାତ୍ରେ ତାଙ୍କୁ ସାପଟି ଚୋଟ ମାରିଥିଲା.. ମୃତ୍ୟୁର ୨୦ ମିନିଟ୍ ପରେ ମଧ୍ୟ ସାପର ମୁଣ୍ଡରେ ଜୀବନ ଥିଲା ଏବଂ ପେଙ୍ଗ ଏହାର ବିଷରୁ ମୃତ୍ୟୁ ବରଣ କଲେ।

କୋବ୍ରା ବିଷ ଅତ୍ୟନ୍ତ ବିପଜ୍ଜନକ | ଏପରିକି ଏହାର ଏକ ବୁନ୍ଦା ବିଷ ହିଁ ଜଣଙ୍କ ଜୀବନ ନେବା ପାଇଁ ଯଥେଷ୍ଟ | କୋବ୍ରା ବିଷରେ ନ୍ୟୁରୋଟକ୍ସିନ୍ ଥାଏ, ଯାହାର ଏକ ବୁନ୍ଦା ମାତ୍ର ୩୦ ମିନିଟରେ କାହାକୁ ମାରିପାରେ | କୋବ୍ରା କାମୁଡ଼ିବା ପରେ ଲୋକଙ୍କୁ ପକ୍ଷାଘାତ ହୋଇଯାଏ, ଯାହା ପରେ ସେମାନଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥାଏ | କୋବ୍ରା ବିଷକୁ କାଟୁଥିବା ଆଣ୍ଟି ଭେନମର ବଜାରରେ ଉପଲବ୍ଧ କିନ୍ତୁ ତୁରନ୍ତ ଏହାକୁ ଗ୍ରହଣ କରିବାକୁ ପଡିବ |ପେଙ୍ଗଙ୍କ କ୍ଷେତ୍ରରେ ଏହା ହୋଇନଥିଲା, ତେଣୁକରି ସେ ଅଧ ଘଣ୍ଟା ମଧ୍ୟରେ ମୃତ୍ୟୁ ବରଣ କରିଥିଲେ  ।

ଚୀନ୍ ବ୍ୟତୀତ କୋବ୍ରା ସୁପ୍ ଦୁନିଆର ଅନେକ ସ୍ଥାନରେ ଖୁବ ପ୍ରସିଦ୍ଧ| ମୃତ୍ୟୁର ୨୦ ମିନିଟ ପରେ କୋବ୍ରା କାମୁଡିଥିବା ଖବରକୁ ଅନେକ ଲୋକ ବିଶ୍ୱାସ କରିପାରିନଥିଲେ। କିନ୍ତୁ ଏହା ସମ୍ଭବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସାପ ବିଷ ତାଙ୍କ ଶରୀରରେ ସକ୍ରିୟ ରହିଥାଏ | ଏପରି ପରିସ୍ଥିତିରେ, ଯେତେବେଳେ ପେଙ୍ଗ୍ ମୁଣ୍ଡ କାଟିବାର ୨୦ ମିନିଟ୍ ପରେ କୋବ୍ରାଙ୍କ ମୁଣ୍ଡକୁ ଛୁଇଁଲା, ସେତେବେଳେ ମୁଣ୍ଡ ଟି ଅଚାନକ ଜିଇଁଉଠିଲା ଓ ରୋଷେୟାଙ୍କୁ କାମୁଡି ଦେଲା | ଏହି ଘଟଣା ପରେ ରେଷ୍ଟୁରାଣ୍ଟରେ ଖାଇବାକୁ ଆସିଥିବା ଲୋକମାନେ ସୁପ୍ ନ ପିଇ ଚାଲିଯାଇଥିଲେ | ଏହି ଅଜବ ଘଟଣା ବିଷୟରେ ଅନେକ ମହଲରେ ଆଲୋଚନା ହେଉଛି..ଏମିତି ଘଟଣା କଣ ସତରେ ସମ୍ଭବ ବୋଲି ଲୋକେ ପ୍ରଶ୍ନ ଉଠାଉଛନ୍ତି

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର 4 ମୃତ

ରାଉରକେଲା: ଝାଡ଼ଖଣ୍ଡ ଚିରିଗିଢିପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ରାଉରକେଲା ପାନପୋଷ ଅଞ୍ଚଳର ଗୋଟିଏ ପରିବାରର 4ଜଣ ମୃତ । ମୃତକଙ୍କ ମଧ୍ୟରେ ୨ଜଣ ନାବାଳକ ଥିବା ସୂଚନା । ଦୁର୍ଘଟଣାରେ ୨ଜଣ ଆହତ ହୋଇଛନ୍ତି । ମୃତକ ହେଲେ କହ୍ନେୟା ଜୈନ, ପତ୍ନୀ ରୋମା ଜୈନ, 3ବର୍ଷର ଝିଅ ମିଥିଳା ଜୈନ ଓ 7ଵର୍ଷର ପୁଅ ରିଶଭ ଜୈନ ।

ସୂଚନା ମୁତାବକ ପୁରୁଲିଆ ରଘୁନାଥପୁର ଅଞ୍ଚଳରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଛି । ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି  । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ରହିଛି  ।