ଅଟକ ରଖିଲା ପୋଲିସ, ଝାଡୁ ମାରିଲେ ପ୍ରିୟଙ୍କା,

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସୀତାପୁରରେ ଅଟକ ରଖିଛି ପୋଲିସ । ଲକ୍ଷ୍ମୀପୁରରେ ଚାଷୀଙ୍କୁ ହତ୍ୟା ଘଟଣାରେ ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ସୀତାପୁରଠାରେ ପ୍ରିୟଙ୍କାଙ୍କୁ ପୋଲିସ ଅଟକାଇବା ସହ ଏକ ଗେଷ୍ଟ ରୁମରେ ରଖିଛି । ପୋଲିସ ତାଙ୍କୁ ଅଟକ ରଖିଥିବା ରୁମକୁ ପ୍ରିୟଙ୍କା ସଫା କରୁଥିବା ଦେଖାଯାଇଛି । ପ୍ରିୟଙ୍କା ସେହି ଘର ଝାଡୁ ମାରିବା ପରେ ତଳେ ବସିଥିବାର ଭିଡିଓ ଭାଇରାଲ ହେଉଛି ।

ସେପଟେ ପ୍ରିୟଙ୍କାଙ୍କୁ ସମର୍ଥନ କରି ଭାଇ ତଥା ସାଂସଦ  ରାହୁଲ ଗାନ୍ଧୀ ସେହି ଚିତ୍ରକୁ ଟ୍ୱିଟ କରିଛନ୍ତି  । କହିଛନ୍ତି, ସେମାନେ ତୁମ ସାହସ ଦେଖି ଡରି ଯାଇଛନ୍ତି । ମୁଁ ଜାଣିଛି ତୁମେ କେବେ ପଛକୁ ହଟିବ ନାହିଁ ବୋଲି  । ହରଗାଁ ପୋଲିସ ଥାନା ଅଞ୍ଚଳରେ ଆଜି ଭୋରରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକାଇଥିଲା । ପରେ ତାଙ୍କୁ ସୀତାପୁର ଜିଲ୍ଲାର ଏକ ଗେଷ୍ଟ ହାଉସକୁ ନିଆଯାଇଛି । ସେ ତିକୁନିଆ ଅଞ୍ଚଳକୁ ଯାଇ ସେଠାରେ ମୃତକଙ୍କ ପରିବାରକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିଲା ।

Leave a Reply