ସିଟି ଜିଏସଟିର ବଡ଼ ଧରଣର ଚଢ଼ାଉ, ରାଜ୍ୟର ଅଧିକାଂଶ ଜୁଏଲର୍ସ ଦୋକାନରେ ରେଡ୍

ଭୁବନେଶ୍ୱର: ରାଜ୍ୟରେ ସୁନା ଅଳଙ୍କାର ଦୋକାନ ଗୁଡ଼ିକରେ ସିଟି ଜିଏସଟି ବିଭାଗର ବଡ଼ ଧରଣର ଚଢ଼ାଉ । ୧୮ଟି ସହରର ୧୭ ଟି ଜୁଏଲାରୀ ଦୋକାନରେ ଚାଲିଛି ରେଡ୍ । ସୁନାର ଓଜନ, ମାନ ପରୀକ୍ଷା, ବିନା ବିଲ୍‌ରେ ବିକ୍ରି ନେଇ ଯାଞ୍ଚ ଚାଲିଛି । ଜିଏସଟି ଠକେଇ ହୋଇଛି କି ନାହିଁ ଖୁଲାସା କରିବ ବିଭାଗ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ବରଗଡ଼, ପଟାମୁଣ୍ଡାଇ, ନିଆଳି, ବାରିପଦା, ଅନୁଗୁଲ, ରାୟଗଡ଼ା, ଜୟପୁର, ଯାଜପୁର, ସମ୍ବଲପୁର, ନୂଆପଡ଼ା, ରାଉରକେଲା ଭଳି ବିଭିନ୍ନ ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ ।

ଭୁବନେଶ୍ୱର ଭବାନୀ ମଲ, ତ୍ରିଜଳା ଏଣ୍ଟରପ୍ରାଇଜର୍ସ , ରାଉରକେଲା ସେକ୍ଟର ୨୦ ପାର୍ବତୀ ଅଳଙ୍କାର, ଶ୍ରୀରାମ ଜୁଏଲର୍ସ, ସମ୍ବଲପୁର ମୁଁନ୍ଦରା ଜୁଏଲର୍ସ, ବରଗଡ଼ ହରିଓମ ଜୁଏଲର୍ସ, ବ୍ରହ୍ମପୁର ସାନବଜାର ଶିବାନୀ ଜୁଏଲାରୀ, ରାୟଗଡ଼ା ସାନଗୋଲ ଜୁଏଲର୍ସ, ବାରିପଦା ଗୋପାଳ ଜୁଏଲର୍ସ , ନୂଆପଡା ରାମଚନ୍ଦ୍ର ଜୁଏଲର୍ସ, ଗୋବିନ୍ଦ ଜୁଏଲର୍ସ, ସୋନପୁର ମା ଵଗଲା ଜୁଏଲର୍ସ, କଟକ ଲିଲି ଜୁଏଲାରୀ ଓ ପଟାମୁଣ୍ଡାଇ ଲକ୍ଷ୍ମୀ ଅଳଙ୍କାର ଦୋକାନରେ ରେଡ୍ ଜାରି ରଖିଛି ସିଟି ଜିଏସଟି   ।

Leave a Reply