ଲକ୍ଷ୍ମୀପୁର ଘଟଣାରେ ମୃତକଙ୍କୁ ମିଳିବ ୪୫ ଲକ୍ଷ, ଆହତଙ୍କୁ ୧୦ ଲକ୍ଷ

1 min read

ଲକ୍ଷ୍ନୌ: ଲକ୍ଷ୍ମୀପୁର ଘଟଣାରେ ମୃତାହତ ହୋଇଥିବା କୃଷକଙ୍କୁ ସରକାରଙ୍କ ଅନୁକମ୍ପା ରାଶି ପ୍ରଦାନ  । ମୃତ୍ୟୁ ଘଟିଥିବା ୪ ଜଣ କୃଷକଙ୍କ ପରିବାରକୁ ୪୫ ଲକ୍ଷ ଲେଖାଏଁ ମିଳିବା ନେଇ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର  । ସେହିପରି ଆହତ ହୋଇଥିବା ଚାଷୀଙ୍କୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବେ ଉତ୍ତରପ୍ରଦେଶ ସରକାର  । ଲକ୍ଷ୍ମୀପୁର ଖେରି କୃଷକ ଏବଂ ପ୍ରଶାସନ ମଧ୍ୟରେ ବସିଥିବା ବୈଠକ ସଫଳ ହୋଇଛି  । ଏହି ଆର୍ଥିକ ରାଶି ମିଳିବ ବୋଲି କହିଛନ୍ତି ଉତ୍ତର ପ୍ରଦେଶ ଆଇନ ଶୃଙ୍ଖଳା ADG ପ୍ରଶାନ୍ତ କୁମାର  । ସେହିପରି କୃଷକଙ୍କ ଆନ୍ଦୋଳନ ସ୍ଥଳରେ ପୋଲିସ ଛାଉଣୀ କରାଯିବା ସହ ବିଶେଷ ବାର୍ତ୍ତା ଜାରି କରାଯାଇଛି  । ଘଟଣାସ୍ଥଳରେ ସିଆରପିସିର ୧୪୪ ଧାରା ଜାରି କରାଯାଇଛି  ।

ଲକ୍ଷ୍ମୀପୁର ଅଭିମୁଖେ ଏବେ ରାଜନେତାଙ୍କ କାରକେଡ  । ଆନ୍ଦୋଳନରତ କୃଷକଙ୍କୁ କାର ଚଢାଇ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ଏବେ ଶୀର୍ଷରେ ପହଁଚିଛି  । କଂଗ୍ରେସ ଠାରୁ ସମାଜବାଦୀ ପାର୍ଟ୍ଟି  । ଏମିତିକି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ତମାମ ନେତା ଲକ୍ଷ୍ମୀପୁର ଯାଇ ଘଟଣାସ୍ଥଳ ପରିଦର୍ଶନ କରିବାକୁ ବାହାରିପଡିଛନ୍ତି  । ଏହି ସମୟରେ ଉତ୍ତରପ୍ରଦେଶ ADG ପ୍ରଶାନ୍ତ କୁମାର କଟକଣା କଡ଼ାକଡ଼ି କରିଛନ୍ତି  । ଘଟଣାସ୍ଥଳକୁ କୌଣସି ରାଜନୈତିକ ଦଳ ପ୍ରବେଶ କରିପାରିବେ  ନାହିଁ ବୋଲି ସୂଚନା ଜାରି କରିଛନ୍ତି  ।

କେବଳ ବିଭିନ୍ନ କୃଷକ ସଂଗଠନକୁ ପ୍ରବେଶ ଅନୁମତି ଦେଇଛି ୟୁପି ପୋଲିସ  । କାରଣ ଏହି ଘଟଣା ପରେ ୟୁପିରେ ଆଇନ ଶୃଙ୍କଳା ପରିସ୍ଥିତି ଅଣାୟତ ହୋଇପଡିଛି  । ବ୍ୟାପକ ହିଂସା ଏବଂ ଭଙ୍ଗାରୁଜା ଜାରି ରହିଛି  । ହିଂସା ଘଟଣାରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି  । ସେପଟେ ଏହି ସମୟରେ ଆନ୍ଦୋଳନରତ ଚାଷୀ ଏବଂ ଦୁର୍ଘଟଣା ଘଟିଥିବା ସ୍ଥାନକୁ ଆସୁଥିବା ନେତାଙ୍କ ଉପରେ ରୋକ ଲଗାଇଛି ୟୁପି ପୋଲିସ  ।

Leave a Reply