ମେଡିସିନ୍ ପାଇଁ ୨ ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ମେଡିସିନ୍ ପାଇଁ ଘୋଷଣା ହେଲା ନୋବେଲ୍ ପୁରସ୍କାର । ୨୦୨୧ ବର୍ଷ ପାଇଁ ମେଡିସିନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୨ଜଣଙ୍କୁ ଯୁଗ୍ମ ଭାବେ ମିଳିବ ନୋବେଲ୍ ପୁରସ୍କାର । ନୋବେଲ୍ ପାଇବେ ଡେଭିଜ୍ ଜୁଲିଅସ୍ ଓ ଆରଡେମ୍ ପଟାପୋଟିଆନ୍ । ଶରୀର ତାପମାତ୍ରା ଓ ସ୍ପର୍ଶ ପାଇଁ ଉଦ୍ଧିଷ୍ଟ ରିସେପ୍ଟର ଉଦ୍ଭାବନ ପାଇଁ ମିଳିବ ପୁରସ୍କାର ।

ଏହି ଦୁଇ ଆମେରିକୀୟ ଭେଷଜ ବିଜ୍ଞାନୀଙ୍କୁ ପୁରସ୍କାର ବାବଦରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଏବଂ ୧୦ ନିୟୁତ ସ୍ୱିଡେନ କ୍ରୋନୋର ଅର୍ଥାତ ଭାରତୀ ମୁଦ୍ରାରେ 8,47,28,562 ଟଙ୍କାର ଆର୍ଥିକ ରାଶି ମିଳିବ । ଯକୃତ ସମ୍ପର୍କିତ ହେପାଟାଇଟିସ୍ ସି ଭାଇରସ ଆବିଷ୍କାର କରିଥିବାରୁ ଗତ ବର୍ଷ ୩ ଜଣ ବୈଜ୍ଞାନିକଙ୍କୁ  ନୋବେଲ ପୁରସ୍କାର ମିଳିଥିଲା।  ଯାହା ଲିଭରୁ  ମାରାତ୍ମକ ରୋଗରୁ  ଉପଶମ ଦେଇପାରିବ।

ଆଲଫ୍ରେଡ ନୋବେଲଙ୍କ ନାମରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ପାଇଁ ଚୟନ ନେଇ କେତେକ ନିର୍ଦ୍ଧିଷ୍ଟ ମାନଦଣ୍ଡ ରଖିଛନ୍ତି। ସେହିଅନୁଯାୟୀ,  ଫିଜିଓଲୋଜି କିମ୍ବା  ମେଡିସିନରେ  ଉତ୍କର୍ଷତା ଲାଭ କରୁଥିବା ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଆଲଫ୍ରେଡ କହିଥିଲେ ଯେ, ମୁଁ ଏମିତି ଏକ ଆବିଷ୍କାର ସନ୍ଧାନରେ ରୁହେ ଯାହା ମାନବ ସମାଜ ପାଇଁ କଲ୍ୟାଣକାରୀ ହେବ। ତେଣୁ  ନିର୍ଦ୍ଧାରିତ  ମାନଦଣ୍ଡ ପୂରଣ କରୁଥିବା ବ୍ୟକ୍ତିବିଶେଷ ହିଁ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି।  ୧୮୯୫ ଆଲଫ୍ରେଡ୍‌ ମୃତ୍ୟୁ ପରଠାରୁ ତାଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

 

Leave a Reply