କମିଶନରେଟ୍ ପୋଲିସ ହାତରେ କୁଖ୍ୟାତ ଚୋର: ୧୯୮୬ ମସିହାରୁ କରିଆସୁଥିଲା ଚୋରି

1 min read

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ କୁଖ୍ୟାତ ଚୋର କ୍ରୋ-ବାର୍-ମ୍ୟାନ୍ । ୧୯୮୬ ମସିହାରୁ ରାଜ୍ୟ ଓ ରାଜ୍ୟ ବାହାରେ କରୁଥିଲା ଚୋରି । ଏ ପର୍ଯ୍ୟନ୍ତ ୫୦୦ ଚୋରି କରିଥିବାବେଳେ ପ୍ରାୟ ୫ କୋଟି ଟଙ୍କାର ଚୁନ ଲଗାଇଛି ଏହି ଚୋର । ଏହି କୁଖ୍ୟାତ ଚୋରର ନାଁ ହେଉଛି ହେମନ୍ତ ଦାସ । ସେ ଭୁବନେଶ୍ୱରବାସିନ୍ଦା । ଚୋରି ପଇସାରେ ବିଭିନ୍ନ ଜାଗା ବୁଲୁଥିଲେ ହେମନ୍ତ । ଭୁବନେଶ୍ୱରରେ କେବଳ ହେମନ୍ତଙ୍କ ନାଁରେ ରହିଛି ୧୦୨ଟି ମାମଲା । ଚୋରି ପଇସାରେ ଗ୍ୟାଙ୍ଗଟକ , ଚେନ୍ନାଇ , ବମ୍ବେରେ ଷ୍ଟାର ହୋଟେଲରେ ରହିବା ସହ କଲ ଗାର୍ଲଙ୍କ ପଛରେ ଟଙ୍କା ଉଡ଼ାଉଥିଲା । ବିଜେବି କଲେଜରେ ପାଠ ପଢା ବେଳେ ଗଣ୍ଡଗୋଳ କରି ଜେଲ ଯାଇଥିଲେ ହେମନ୍ତ । ଜେଲରେ ଏକ ଚୋର ସହ ଏକ ସମ୍ପର୍କ ସ୍ଥାପନ ହୋଇଥିଲା । ଏହା ପରେ ଜେଲରୁ ବାହାରି ଚୋରି ଆରମ୍ଭ କରିଥିଲେ ହେମନ୍ତ ଦାସ । ଅନ୍ୟ ରାଜ୍ୟରେ ଚୋରି କରି ଜେଲ ଯାଇଥିଲେ ହେମନ୍ତ ପୂର୍ବରୁ ୨୦୧୮ରେ ତାଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ୨୦୨୦ରେ ମଧ୍ୟ ପୁରୀ ପୋଲିସ ଗିରଫ କରିଥିଲା ।

ଏଥିସହିତ ପଢ଼ନ୍ତୁ: ବିଏମ୍‌ସିର ନୂଆ ଗାଇଡଲାଇନ୍: ୫୦ ଜଣଙ୍କ ମଧ୍ୟରେ ହେବ ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା

Leave a Reply