ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ କାରାଦଣ୍ଡ ରାୟ ଶୁଣାଇଲେ ସୁନ୍ଦରଗଡ଼ ପୋକ୍ସୋ କୋର୍ଟ

ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ ପୋକ୍‌ସୋ କୋର୍ଟଙ୍କ ଐତିହାସିକ ରାୟ । ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା । ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ତାଲୁକ ଆଇନ୍ ସେବା ସଂସ୍ଥାକୁ ସୁପାରିଶ । ୨୦୧୪ ରେ ବଣାଇଁ ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି ସୁନ୍ଦରଗଡ଼ ପୋକସୋ କୋର୍ଟ ବିଚାରପତି ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି ।

ବଣାଇଁ ଥାନା ଅନ୍ତର୍ଗତ ବାରତେଙ୍ଗଡ଼ା ଅଞ୍ଚଳରେ ସଂଘଟିତ ଏହି ଘଟଣାରେ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ମାନ୍ୟବର ଅଦାଲତ ଆଜି ଅଭିଯୁକ୍ତ ଟୁନୁ ଓରଫ ହରେ କିଷାନ ଓ ପ୍ରହଲ୍ଲାଦ କିଷାନ ଦୁଇଜଣଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଏହାସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି କୋର୍ଟ । ଅପରପକ୍ଷେ ପୀଡିତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ତାଲୁକ ଆଇନ୍ ସେବା ସଂସ୍ଥା ପକ୍ଷରୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସୁପାରିଶ କରିଥିବା ଜଣାପଡ଼ିଛି ।

Leave a Reply