ଆଫଗାନିସ୍ତାନର ଗୁରୁଦ୍ବାରରେ ଭଙ୍ଗାରୁଜା କଲା ତାଲିବାନ

କାବୁଲ: ଆଫଗାନିସ୍ତାନ କାବୁଲରେ ପୁଣି ତାଲିବାନର ହିଂସାରାଜ୍। ଏକ ଗୁରୁଦ୍ବାରରେ ଭଙ୍ଗାରୁଜା କରିଛି ତାଲିବାନ । କିଛି ଲୋକଙ୍କୁ ବି ନିଜ ହେପାଜତକୁ ନେଇଛନ୍ତି ଆତଙ୍କବାଦୀ । ଉତ୍ତରପଶ୍ଚିମ କାବୁଲର କାରଟେ ପରଓ୍ବାନ ଗୁରୁଦ୍ବାରରେ କିଛି ସଶସ୍ତ୍ର ଆତଙ୍କବାଦୀ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ଭିତରେ ଥିବା ଲୋକଙ୍କୁ ନିଜ କବଜାକୁ ନେଇଯାଇଥିଲେ । ସେମାନଙ୍କ ଆକ୍ରମଣରେ କିଛି ଲୋକ ଆହତ ହୋଇଛନ୍ତି ।

ଏହି ଗୁରୁଦ୍ବାରକୁ ଅତୀତରେ ଗୁରୁ ନାନକ ପରିଦର୍ଶନ କରିଥିଲେ । ପାକଟିଆର ଚମକାନି ଇଲାକାରେ ଥିବା ଏହି ଗୁରୁଦ୍ବାରକୁ ଆତଙ୍କବାଦୀମାନେ ଟାର୍ଗେଟ କରିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଫଗାନିସ୍ତାନରେ ତାଲିବାନ ନିଜର ଶାସନ ପ୍ରତିଷ୍ଠା କରିବା ପରଠାରୁ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିପଦରେ ରହିଛନ୍ତି ।

Leave a Reply