spot_img
Home Blog Page 5271

ଏକମୋ ଚିକିତ୍ସା ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ପୂର୍ବ ଭାରତର ପ୍ରଥମ ଏକମୋ ହବ୍ ହୋଇଛି କଟକ ଏସସିବି ମେଡିକାଲ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବଡ଼ ମେଡ଼ିକାଲରେ ଏକମୋ ସେବା ଉଦଘାଟନ କରିଛନ୍ତି । ରାଜ୍ୟର ସମସ୍ତ ଜନତାଙ୍କୁ ଏହି ବ୍ୟୟ ବହୁଳ ଚିକିତ୍ସା ସେବା ଏସସିବିରେ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ।

ପୂର୍ବ ଭାରତର ପ୍ରଥମ ଏକମୋ ଚିକିତ୍ସା ହେଉଥିବା ରାଜ୍ୟ ଭାବରେ ଓଡ଼ିଶାକୁ ପରିଚିତ କରାଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏକମୋ ଅନେକ ଲୋକଙ୍କ ପାଇଁ ବରଦାନ ପ୍ରମାଣିତ ହେବ ଏବଂ ଅନେକ ଲୋକ ଉପକୃତ ହୋଇପାରିବେ ବୋଲି କହିଛନ୍ତି ତାରା ।

କାର୍ ପାର୍କିଂକୁ ନେଇ ଅଭିନେତା ବବି ମିଶ୍ରଙ୍କ ନାଁରେ ଏତଲା

ଭୁବନେଶ୍ୱର: କାର୍‌ ପାର୍କିଂକୁ ନେଇ ଅଭିନେତାଙ୍କ ନାଁରେ ଏତଲା । ଅଭିନେତା ବବି ମିଶ୍ରଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ପଡ଼ୋଶୀ । ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ପାର୍କିଂକୁ ନେଇ ନିଶାସକ୍ତ ଅବସ୍ଥାରେ ଅଭିନେତା ବବି ମିଶ୍ର ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ କରିଛନ୍ତି ପଡ଼ୋଶୀ ତପି ମିଶ୍ର ।

FIR Against Ollywood Actor Bobby Mishra Over Car Parking

ଏନେଇ ଅଭିନେତା ବବି ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଗତକାଲି ସନ୍ଧ୍ୟାରେ ଗାଡ଼ି ରଖିବାକୁ ନେଇ ମୋ ସାନ ଭାଇ ସହ ତପି ମିଶ୍ରର ଝଗଡ଼ା ହୋଇଥିଲା । ମୁଁ ଅଟକାଇବା ବେଳେ ତପି ମିଶ୍ର ମୋତେ ତଣ୍ଟିଆ ମାରିଛି । ଏଭଳି ଅଭିଯୋଗ କରି ତପି ମିଶ୍ର ହାଇଲାଇଟ୍ ହେବାକୁ ଚେଷ୍ଟା କରୁଥିବା କହିଛନ୍ତି ଅଭିନେତା ବବି ମିଶ୍ର ।

ଗୁଜୁରାଟ ଉପ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ,ଯେପର୍ଯ୍ୟନ୍ତ ହିନ୍ଦୁ ଅଛନ୍ତି ସେପର୍ଯ୍ୟନ୍ତ ଗଣତନ୍ତ୍ର ଅଛି

ଅହମ୍ମଦାବାଦ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ଏକ ବିବାଦୀୟ ବୟାନକୁ ନେଇ ଦେଶ ବ୍ୟାପି ଚର୍ଚ୍ଚା ଆରମ୍ଭ ହୋଇଛି । ପଟେଲ ଗାନ୍ଧିନଗରରେ ଭାରତ ମାତା ମନ୍ଦିରର ଉଦଘାଟନ କରି କହିଛନ୍ତି ଯେ, ହିନ୍ଦୁ ସଂଖ୍ୟାଗରିଷ୍ଠ ତେଣୁ ଦେଶରେ ଗଣତନ୍ତ୍ର,ଆଇନ କାନୁନ ଅଛି । ଯେଉଁଦିନ ହିନ୍ଦୁ ସଂଖ୍ୟାଲଘୁ ହେବେ ସେହିଦିନଠାରୁ ଦେଶରେ ଗଣତନ୍ତ୍ର ରହିବ ନାହିଁ କି ଆଇନ କାନୁନ । ପଟେଲଙ୍କ ଏହି ବୟାନକୁ ନେଇ ବିରୋଧ ଆରମ୍ଭ ହେଲାଣି ।
ଗାନ୍ଧିନଗରେ ରାଜ୍ୟର ପ୍ରଥମ ଭାରତ ମାତା ମନ୍ଦିର ଉଦଘାଟନ କରି ପଟେଲ କହିଥିଲେ ଯେ, ଦେଶରେ ସେପର୍ଯ୍ୟନ୍ତ ଗଣତନ୍ତ୍ର,କୋର୍ଟ କଚେରି ଅଛି ଯେପର୍ଯ୍ୟନ୍ତ ହିନ୍ଦୁ ସଂଖ୍ୟା ଗରିଷ୍ଠ । ଯେଉଁଦିନ ହିନ୍ଦୁଙ୍କ ସଂଖ୍ୟା କମିଯିବ ସେହି ଦିନ ଆଇନ କାନୁନ,ସମ୍ବିଧାନ ସବୁକିଛି ହାୱାରେ ମିଳେଇ ଯିବ । ପଟେଲ ଏଭଳି ବୟାନ ଦେବା ବେଳେ ପାଖରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ପ୍ରଦୀପ ସିହଂ ଜାଡେଜା ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତଥା ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ପଟେଲ କହିଥିଲେ ଯେ, ଆମ ଦେଶରେ କିଛି ବ୍ୟକ୍ତି ସମ୍ବିଧାନ ଓ ଧର୍ମନିରପେକ୍ଷତା କଥା କହୁଛନ୍ତି କିନ୍ତୁ ଆପଣଙ୍କୁ କହୁଛି ଓ ଯଦି ଆପଣ ଏହାର ଭିଡିଓ ରେକର୍ଡିଂ କରିବାକୁ ଚାହୁଁଛନ୍ତି ତେବେ କରନ୍ତୁ,ମୋ ଶବ୍ଦକୁ ଲେଖି ରଖନ୍ତୁ । ସମ୍ବିଧାନା,ଧର୍ମନିରପେକ୍ଷତା ଓ ଆଇନ ଆଦିର କଥା କହୁଥିବା ଲୋକ ଏମିତି ସେପର୍ଯ୍ୟନ୍ତ କହିବେ ଯେପର୍ଯ୍ୟନ୍ତ ହିନ୍ଦୁ ସଂଖ୍ୟାଗରିଷ୍ଠ ଅଛନ୍ତି । ଯେଉଁଦିନ ହିନ୍ଦୁ ସଂଖ୍ୟାଲଘୁ ହେବେ,ଅନ୍ୟମାନଙ୍କର ସଂଖ୍ୟାରେ ବୃଦ୍ଧି ଘଟିବ ସେତେବେଳେ ନା ଧର୍ମନିରପେକ୍ଷାତ,ନା ଲୋକସଭା ଓ ନା ସମ୍ବିଧାନ ସବୁକିଛି ହାୱାରେ ଉଡାଇ ଦିଆଯିବ । କିଛି ମଧ୍ୟ ରହିବ ନାହିଁ ।
ତେବେ ସେ ଏହା ମଧ୍ୟ କହିଥିଲେ ଯେ, ସମସ୍ତଙ୍କ ବାବଦରେ କହୁନାହିଁ । ଗୁଜୁରାଟରେ ଲକ୍ଷାଧିକ ମୁସଲମାନ ଦେଶଭକ୍ତ ଅଟନ୍ତି,ଲକ୍ଷାଧିକ ଖ୍ରୀଷ୍ଟିଆନ ଦେଶ ଭକ୍ତ ଅଟନ୍ତି । ଗୁଜୁରାଟ ପୋଲିସରେ ଥିବା ସବୁ ମୁସଲିମ ଅଧିକାରୀ ଦେଶଭକ୍ତ । ତେବେ ପଟେଲଙ୍କ ଏହି ବୟାନକୁ ନେଇ ବିବାଦ ଆରମ୍ଭ ହେଲାଣି ।

ଏଥିସହିତ ପଢ଼ନ୍ତୁ: ରେଳ ଧାରଣା କଡ଼ରେ ପଡ଼ିଛି ବିଡ଼ା ବିଡ଼ା ୫ଶହ ଓ ୨ହଜାର ଟଙ୍କିଆ ନୋଟ୍

ଆହାର କେନ୍ଦ୍ରକୁ ଆଚାର ଯୋଗାଇବେ ସ୍ୱୟଂ ସହାୟକ ଗୋଷ୍ଠୀ: ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ବ୍ରହ୍ମପୁର: ଏଣିକି ଆହାର କେନ୍ଦ୍ରରେ ମିଳିବ ପ୍ରସିଦ୍ଧ ବ୍ରହ୍ମପୁର ଆଚାର । ୧୦ ଜିଲ୍ଲାକୁ ବ୍ରହ୍ମପୁରରୁ ଯୋଗାଣ ହେବ ଆଚାର । ଏହାର ପ୍ରସ୍ତୁତି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ମହିଶୂରରେ ତାଲିମ ନେବା ପରେ ଏଥିପାଇଁ କାମ ଆରମ୍ଭ କରିଦେଇଛନ୍ତି ବିଘ୍ନେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଏହା ଦ୍ୱାରା ମହିଳାମାନେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ଯୋଗାଇବେ ରୋଜଗାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା ।

୧୦ ଜିଲ୍ଲାରେ ମହକିବ ବ୍ରହ୍ମପୁର ଆଚାର । ଆହାର କେନ୍ଦ୍ରରେ ମିଳିବ ସ୍ୱାଦିଷ୍ଟ ଆଚାର । ମହିଶୂରରେ ତାଲିମ ନେଲେ ମହିଳା ଗୋଷ୍ଠୀ । ବର୍ଷରେ ତିଆରି ହେବ ୨୦ ଟନ୍ ଆଚାର । ଦକ୍ଷିଣାଞ୍ଚଳର ୧୦ଟି ଜିଲ୍ଲାରେ ଥିବା ଆହାର କେନ୍ଦ୍ରକୁ ବ୍ରହ୍ମପୁର ସ୍ୱୟଂ ସହାୟକ ଗୋଷ୍ଠୀ ଆଚାର ଯୋଗାଣ କରିବେ । ଏଥିପାଇଁ ବିଇଏମସିରେ ନିର୍ମାଣ ହେବ ଆଚାର ଉତ୍ପାଦନ କେନ୍ଦ୍ର । ଆମ୍ବ, ଲେମ୍ବୁ ଓ ମିକ୍ସ ଆଚାର ପ୍ରସ୍ତୁତି ନେଇ ମହିଶୂରରେ ସଂଗଠନର ମହିଳାମାନଙ୍କୁ ଟ୍ରେନିଂ ପ୍ରଦାନ କରାଯାଇଛି ।

ସହରର ମୀନାକ୍ଷୀ ନଗରଠାରେ ଆଚାର ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯିବ ଆଚାର ପାଇଁ ଗଜପତିରୁ ଆମ୍ବ ଆସୁଥିବା ବେଳେ ଫୁଲବାଣୀରୁ ହଳଦି ଓ କୋରୋପୁଟରୁ ଅଦା ଆସୁଛି । ପୂର୍ବରୁ ଏହି ମହିଳା ମାନେ ଆଚାର, ପାମ୍ପଡ଼ ପ୍ରସ୍ତୁତ କରି ସହରରେ ବିକ୍ରିବଟା କରୁଥିଲେ । ଏବେ ସରକାର ଏହି ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମହିଳା ଗୋଷ୍ଠୀ ।

ଏଥିସହିତ ପଢ଼ନ୍ତୁ: କାବୁଲ ବ୍ଳାଷ୍ଟର ପ୍ରତିଶୋଧ ନେଲା ଆମେରିକା: ୪୮ ଘଣ୍ଟା ମଧ୍ୟରେ କଲା ପ୍ରତିଆକ୍ରମଣ

ନିଖୋଜ ମତ୍ସଜୀବୀଙ୍କ ମୃତଦେହ ଉଦ୍ଧାର: ଡଙ୍ଗା ଓଲଟି ପଡ଼ିବାରୁ ମୃତ୍ୟୁ ସନ୍ଦେହ

କୋଣାର୍କ: ମିଳିଲା ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ । ଗତକାଲି ଚନ୍ଦ୍ରଭାଗାରେ ମାଛ ଧରିବାକୁ ଯାଇ ନିଖୋଜ ଥିବା ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନୋଳିଆ ସାହିର ରାଜୁ ନାମକ ଜଣେ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ମାଛଧରିବା ସମୟରେ ଡଙ୍ଗାଟି ଓଲଟିପଡ଼ିଥିଲା  । ଆଜି ଭୋରରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଚନ୍ଦ୍ରଭାଗା ଠାରୁ ୩ କିଲୋମିଟର ଦୂରରେ ରାତ୍ରୀ ୩ଟାରେ ପି କେ ଆପଲ ରାଜୁଙ୍କ ମୃତଦେହ ସମୁଦ୍ର କୁଳରେ ଭାସୁଥିବା ଦେଖିବାକୁ ମିଳିଥିଲା । ଫଳରେ ମତ୍ସ୍ୟଜୀବୀ ମାନେ ତାଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ  ପୁରୀ ପଠାଯିବ ବୋଲି ସାମୁଦ୍ରିକ ପୁଲିସ ପକ୍ଷରୁ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: କାବୁଲ ବ୍ଳାଷ୍ଟର ପ୍ରତିଶୋଧ ନେଲା ଆମେରିକା: ୪୮ ଘଣ୍ଟା ମଧ୍ୟରେ କଲା ପ୍ରତିଆକ୍ରମଣ

ରେଳ ଧାରଣା କଡ଼ରେ ପଡ଼ିଛି ବିଡ଼ା ବିଡ଼ା ୫ଶହ ଓ ୨ହଜାର ଟଙ୍କିଆ ନୋଟ୍

ତାମିଲନାଡ଼ୁ: ରେଳ ଧାରଣା କଡ଼ରେ ପଡ଼ିଛି ବିଡ଼ା ବିଡ଼ା ନୋଟ । ତାମିଲନାଡ଼ୁର ଧର୍ମପୁରୀରେ ରେଳ ଧାରଣା କଡ଼ରେ ୫ଶହ ଓ ୨ହଜାର ଟଙ୍କିଆ ନୋଟ୍ ବିଛେଇ ହୋଇପଡ଼ିଛି । ଏ ନେଇ ପୋଲିସ ଖବର ପାଇବା ପରେ ସବ୍ ଇନ୍ସପେକ୍ଟର ଭେଙ୍କେଟଚଲମଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।

ଘଟଣାନୁଯାୟୀ, ରେଳ ଅଧିକାରୀ ରାମକୁମାର ସଲେମ୍ ରେଳ ଲାଇନ୍ ଉପରେ ଥୋପପୁର ନିକଟରେ ଟ୍ରେନ୍ ଟ୍ରାକ୍ ଯାଞ୍ଚ କରୁଥିଲେ । ଏହି ସମୟରେ ଠିକ୍ ରେଳ ଧାରଣା କଡ଼ରେ ୨ହଜାର ଏବଂ ୫ଶହ ଟଙ୍କିଆ ନୋଟ୍ ବିଛେଇ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ । ଏତେ ଗୁଡ଼ିଏ ଟଙ୍କା ଦେଖି ସେ ପ୍ରଥମେ ଚମକି ପଡ଼ିଥିଲେ । ତେବେ ଟିକେ ନିରିଖେଇ ଦେଖିବା ପରେ ଏହି ନୋଟ୍ ମଧ୍ୟରେ କାର୍ଟୁନ ଛବି ଥିବା ଜାଣିବାକୁ ପାଇଥିଲେ ।

ତେବେ ଏ ନେଇ ପରେ ସେ ସ୍ଥାନୀୟ ପୋଲିସକୁ ଅବଗତ କରାଇଥିଲେ । ତେବେ ନୋଟ୍ ବଣ୍ଡଲକୁ ଏକ ବଡ଼ ବକ୍ସ ମଧ୍ୟରେ ରଖାଯାଇ ଫୋପାଡ଼ାଯାଇଥିବାରୁ ସନ୍ଦେହ ଉପୁଜୁଛି । ଏଣୁ ପୋଲିସ ଏହାକୁ ନେଇ ତଦନ୍ତ ଜୋରଧାର କରିଛି । ଏହା କେଉଁ ଉଦ୍ଦେଶ୍ୟରେ ନିଆଯାଉଥିଲା ଏବଂ କାହିଁକି ଏହାକୁ ଫୋପାଡ଼ା ଗଲା ଏନେଇ ପୋଲିସ ପଚରାଉଚରା ମଧ୍ୟ ଆରମ୍ଭ କରିଦେଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ନିମ୍ନଗାମୀ କରୋନା ସଂକ୍ରମଣ: ଆଉ ୭୭୯ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ନିମ୍ନଗାମୀ କରୋନା ସଂକ୍ରମଣ: ଆଉ ୭୭୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସି ଆସୁଛି କରୋନା ସଂକ୍ରମଣ । ଦିନକରେ ୭୭୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଶୂନରୁ ୧୮ବର୍ଷ ବୟସର ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୪୫୪, ଲୋକାଲ କେସ୍ ୩୨୫ ଚିହ୍ନଟ । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯୮୬ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୨୫୯, କଟକରୁ ୮୪, ବାଲେଶ୍ୱରରୁ ୫୯, ଷ୍ଟେଟପୁଲରୁ ୫୭ ପଜିଟିଭ ଚିହ୍ନଟ । ପୁରୀରୁ ୩୯, ଯାଜପୁରରୁ ୩୪, ଜଗତସିଂହପୁରରୁ ୩୧, ମୟୂରଭଞ୍ଜରୁ ୨୭, କେନ୍ଦ୍ରାପଡାରୁ ୨୧, ଅନୁଗୁଳ ଓ ସୁନ୍ଦରଗଡ଼ରୁ ୨୦ଜଣ ଲେଖାଏଁ, ନୟାଗଡ଼ରୁ ୧୮, ଭଦ୍ରକ ଓ କେନ୍ଦୁଝରରୁ ୧୫ଜଣ ଲେଖାଏଁ, ସମ୍ବଲପୁରରୁ ୧୩, ଦେବଗଡ଼ ଓ ଢେଙ୍କାନାଳରୁ ୯ଜଣ ଲେଖାଏଁ, ଗଞ୍ଜାମରୁ ୮, ଝାରସୁଗୁଡାରୁ ୭, ମାଲକାନଗିରିରୁ ୬, ବରଗଡ଼ ଓ କନ୍ଧମାଳରୁ ୫ଜଣ ଲେଖାଏଁ, ରାୟଗଡ଼ାରୁ ୪, ବଲାଙ୍ଗୀର ଓ କୋରାପୁଟରୁ ୩ଜଣ ଲେଖାଏଁ, ବୌଦ୍ଧ, ନୂଆପଡା, ଓ ସୋନପୁରରୁ ୨ଜଣ ଲେଖାଏଁ, ଗଜପତି ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ।

https://twitter.com/IPR_Odisha/status/1431457052342185984

ଏଥିସହିତ ପଢ଼ନ୍ତୁ: କାବୁଲ ବ୍ଳାଷ୍ଟର ପ୍ରତିଶୋଧ ନେଲା ଆମେରିକା: ୪୮ ଘଣ୍ଟା ମଧ୍ୟରେ କଲା ପ୍ରତିଆକ୍ରମଣ

 

ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ: ମହିଳା ସାମ୍ୱାଦିକାଙ୍କ ସମେତ ୪ ଗିରଫ

ଭୁବନେଶ୍ୱର: ଖଣି ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ଏକ ଓ୍ୱେବ୍ ଚାନେଲର ମହିଳା ସାମ୍ବାଦିକାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ନନ୍ଦନ କାନନ ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ସୂଚନା ଅନୁଯାୟୀ, ଖଣି ଲିଜ କରାଇ ଦେବାକୁ କହି ବ୍ୟବସାୟୀଙ୍କୁ ଡାକି ଅପହରଣ କରିଥିଲେ ଅଭିଯୁକ୍ତ ।

ରଘୁନାଥପୁର ଅଫିସରେ ବ୍ୟବସାୟୀଙ୍କୁ ୨ଦିନ ଧରି ରଖି ଅକଥନୀୟ ନିର୍ଯାତନା ଦେଇଥିଲେ ଅପହରଣକାରୀ । ଗତ ୫ ତାରିଖରେ ବଡ଼ବିଲରୁ ବ୍ୟବସାୟୀ ଓ ସହଯୋଗୀଙ୍କୁ ଅପହରଣ କରାଯାଇଥିବା ନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ବ୍ୟବସାୟୀଙ୍କୁ ଛାଡିବା ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲେ ଅଭିଯୁକ୍ତ । ବ୍ୟବସାୟୀଙ୍କ ପରିବାର ଲୋକ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ । ଟଙ୍କା ଦେବା ପରେ ବ୍ୟବସାୟୀଙ୍କୁ ଛାଡିଥିଲେ ଅଭିଯୁକ୍ତ ।

https://www.youtube.com/watch?v=BBo9aP69kKI

ଆଉ ୧୦ଟି ସ୍ମାର୍ଟ ସ୍କୁଲର ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରୂପାନ୍ତର ହେଉଛି ସ୍କୁଲ । ସ୍ମାର୍ଟ ବ୍ୟବସ୍ଥାରେ ପାଠ ପଢୁଛନ୍ତି ପିଲା । ଆଜି ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ୧୦ଟି ରୂପାନ୍ତର ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଉଦଘାଟନ କରିବେ । କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ ଓ ବିଧାୟକ ସାମିଲ ହେବେ । ଶ୍ରେଣୀ ଗୃହ ସାଙ୍ଗକୁ ଇ-ଲାଇବ୍ରେରୀ ନିର୍ମାଣ ହୋଇଛି । ଯେଉଁଥିରେ ଛାତ୍ର ଛାତ୍ରୀମାନେ ଅନଲାଇନରେ ପାଠ ପଢିବାର ସୁଯୋଗ ପାଇବେ । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ସ୍କୁଲ ରୂପାନ୍ତର କାର୍ଯ୍ୟ ଆରମ୍ଭ ହୋଇଥିଲା । ଫାଇଭ୍‌-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ପାଞ୍ଚଟି ପର୍ଯ୍ୟାୟରେ ୫୦ଟି ସ୍କୁଲ ଲୋକାର୍ପଣ କରାଯିବ । ତିନୋଟି ପର୍ଯ୍ୟାୟରେ ୩୦ଟି ସ୍କୁଲ ଲୋକାର୍ପିତ ହୋଇସାରିଛି ।

ଏଥିସହିତ ପଢ଼ନ୍ତୁ: ଆଗଉଛି ‘ମୋ ସ୍କୁଲ୍ ଅଭିଯାନ’, ୨୧ କୋଟି ୯୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

କାବୁଲ ବ୍ଳାଷ୍ଟର ପ୍ରତିଶୋଧ ନେଲା ଆମେରିକା: ୪୮ ଘଣ୍ଟା ମଧ୍ୟରେ କଲା ପ୍ରତିଆକ୍ରମଣ

କାବୁଲ: ଆଫଗାନିସ୍ତାନ କାବୁଲ ବିସ୍ଫୋରଣର ଜବାବ ଦେଲା ଆମେରିକା । ଆଫଗାନିସ୍ତାନ ନାଙ୍ଗରହାରରେ ଥିବା ISIS-K ଉପରେ ଆକ୍ରମଣ କରିଛି ଆମେରିକା । ଡ୍ରୋନଦ୍ୱାରା ISIS-K ଉପରେ ଆମେରିକା ଆକ୍ରମଣ କରିଛି । ଆକ୍ରମଣରେ କାବୁଲ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ସହ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

କାବୁଲ ବିସ୍ଫୋରଣର ୪୮ ଘଣ୍ଟା ଭିତରେ ISIS-Kକୁ ଜବାବ ଦେଇଛି ଆମେରିକା । ତେବେ କାବୁଲ ବିମାନବନ୍ଦରରେ ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିବାର ଯୋଜନା ରହିଛି ବୋଲି କହିଛି ଆମେରିକା । ତେଣୁ କାବୁଲ ବିମାନବନ୍ଦର ନଯିବା ସହ ବିମାନ ବନ୍ଦର ଗେଟ୍ ଆଗରୁ ହଟିଯିବାକୁ ଅପିଲ କରିଛି ଆମେରିକା । ଗୁରୁବାର କାବୁଲରେ ହୋଇଥିବା ବିସ୍ଫୋରଣରେ ଆମେରିକାର ୧୩ଜଣ ସୌନ୍ୟଙ୍କ ସହିଦ ହୋଇଥିଲେ । ଏଥିସହ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଜେ ବିଡେନ୍ ଉଦବେଗ ପ୍ରକାଶ କରିବା ସହ ଆକ୍ରମଣକାରୀଙ୍କୁ କଡ଼ା ଜବାବ ଦେବାକୁ ଚେତାବନୀ ଦେଇଥିଲେ । ଏପରିକି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଥିଲେ ବାଇଡେନ୍ ।

ଏଥିସହିତ ପଢ଼ନ୍ତୁ: କାବୁଲ ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟଣା: ‘ଆମେ ଖୋଜିବୁ ଆଉ ଶାସ୍ତି ଦେବୁ’