ଅସହ୍ୟ ହେଉଥିଲା ଅସ୍ଥିକର୍କଟ ଯନ୍ତ୍ରଣା, ବିଷ ଦେଇ ମାରିଦେଲେ ବାପା

ଚେନ୍ନାଇ: ଅସ୍ଥିକର୍କଟରେ ପୀଡିତ ପୁଅକୁ ମାରିଦେଲେ ବାପା। ଏହି କାର୍ଯ୍ୟରେ ପିତାଙ୍କୁ ସହଯୋଗ କରିବା ଅଭିଯୋଗରେ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଛି ଏହି ଛାତିଥରା ଘଟଣା।

ସୂଚନା ଅନୁଯାୟୀ, ସାଲେମର ପେରିୟାସାମୀ ନାମକ ଜଣେ ବ୍ୟକ୍ତିର ପୁଅ ବନ୍ନଥମିଝାନ ଗୁରୁତର ଅସ୍ଥିକର୍କଟରେ ପୀଡିତ ଥିଲେ । ପ୍ରତିଦିନ ଯନ୍ତ୍ରଣାରେ ସେ ଛଟପଟ ହେଉଥିଲା । ଏହି ସମସ୍ୟାର ସ୍ଥାୟୀ ସମାଧନ ଲାଗି ପେରିୟାମାମୀ ତାଙ୍କ ସାଙ୍ଗ ତଥା ଏକ ଲାବରେଟୋରୀର ମାଲିକ ଭେଙ୍କଟସନକୁ ସାକ୍ଷାତ କରିଥିଲା । ପରେ ପେରିୟାସାମୀ ଓ ଭେଙ୍କଟସନ ସ୍ଥାନୀୟ ଜଣେ ମେଡିକାଲ ପ୍ରଫେସନାଲ ପ୍ରଭୁଙ୍କ ନିକଟକୁ ଯାଇଥିଲେ ।

ଯୋଜନା ଥିଲା ପିଲାଟିକୁ ବିଷାକ୍ତ ଇଞ୍ଜେକସନ ଦେଇ ମାରିବା । ଶେଷରେ ସେମାନେ ବନ୍ନଥମିଝାନକୁ ବିଷାକ୍ତ ଇଞ୍ଜେକସନ ଦେଇଥିଲେ । ଫଳରେ ପିଲାଟି ମରିଯାଇଥିଲା । ପ୍ରଭୁ ତିନି ପ୍ରକାର ଔଷଧକୁ ମିଶାଇ ଏକ ବିଷାକ୍ତ ଇଞ୍ଜେକସନ ତିଆରି କରିବା ସହ ବନ୍ନଥମିଝାନକୁ ଓଭରଡୋଜ ଦେଇଥିଲା । ଏହି ନାରକୀୟ କାଣ୍ଡ ପଦାକୁ ଆସିବା ପରେ ପୋଲିସ ପେରିୟାସାମୀ, ଭେଙ୍କଟସନ ଓ ପ୍ରଭୁଙ୍କୁ ଗିରଫ କରିଛି ।

Leave a Reply