spot_img
Home Blog Page 5255

ଜିଲ୍ଲା ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜାକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜାକୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଉଦ୍ଧାର କରିବାକୁ ଯାଇ ଅଗ୍ନିଶମ ବିଭାଗ ଓ ଡାକ୍ତରଖାନା କର୍ମଚାରୀ ନକେଦମ୍‌ । ପ୍ରାୟ ଦେଢ଼ ଘଣ୍ଟାର ଉଦ୍ୟମ ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ସକାଳ ପ୍ରାୟ ୧୦ଟା ବେଳେ ହଠାତ ଜଣେ ଯୁବକ ପ୍ରସ୍ତାବିତ ଆଇସିୟୁ ବିଲ୍ଡିଂର ତୃତୀୟ ମହଲା ଉପରେ ଚଢ଼ି ସେଠାରେ ଥିବା ଝରକା ତାଜା ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ।

Mental Ill Patient Attempt To Suicide From District Hospital Third Floor Window 

ଚିକିତ୍ସାଳୟ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀକୁ ଡାକିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତଳେ ଏକ ଜାଲ ବିଛାଯିବା ସହ ଉପରକୁ ସିଡ଼ି ପକାଇ ଉଦ୍ଧାର କାର୍ଯ୍ୟ ହୋଇଥିଲା । ଅନ୍ୟ ଏକ ଟିମ ସମ୍ପୃକ୍ତ ଯୁବକଙ୍କୁ ବୁଝାସୁଝା ଉଦ୍ୟମ କରିଥିଲେ । ଶେଷରେ ଏକ ରଶି ସାହାଯ୍ୟରେ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି ।

Mental Ill Patient Attempt To Suicide From District Hospital Third Floor Window 

ଉଦ୍ଧାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡର ଭଜମନ ଗୋଛାୟତ । ସେ ଦୁଇ ବର୍ଷ ପୂର୍ବେ ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ମାନସିକ ବିକାରଗ୍ରସ୍ତ ହୋଇ ଦୁଇଦିନ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଉଦ୍ଧାର ପରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଅନୁସନ୍ଧାନରେ ଉତ୍କର୍ଷତା ପାଇଁ ୬୪ ପୋଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ମେଡାଲ

ଭୁବନେଶ୍ୱର: ୬୪ ପୋଲିସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ମେଡାଲ । 5T ଅଧିନରେ ଅନୁସନ୍ଧାନରେ ଉତ୍କର୍ଷତା ପାଇଁ ମିଳିବ ଏହି ମେଡାଲ । ରାଜ୍ୟରେ ପ୍ରଥମ ଥର ପାଇଁ ଏହି ମେଡାଲ ଦିଆଯିବ । ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ନାମ ପ୍ରକାଶ ପାଇଛି । କ୍ରାଇମବ୍ରାଞ୍ଚ, ଏସଟିଏଫ୍, ଇଓଡବ୍ଲୁ, ଭିଜିଲାନ୍ସ ଓ ବିଭିନ୍ନ ଜିଲ୍ଲା ପୋଲିସ ଅଫିସର ମେଡାଲ ପାଇବେ ।

64 Officers Selected For Chief Minister's Police Medal In Odisha

ଏଏସଆଇ, ଏସଆଇ, ଇନ୍ସପେକ୍ଟର, ଡିଏସପି, ଅତିରିକ୍ତ ଏସପି ରାଙ୍କର ଅଧିକାରୀଙ୍କୁ ମେଡାଲ ମିଳିବ । ୨୦୨୦ ଫେବ୍ରୁଆରୀ ୪ ରିଜୋଲ୍ୟୁସନ ଅନୁସାରେ ମେଡାଲ ଦିଆଯିବ । କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଅନୀଲା ଆନନ୍ଦଙ୍କୁ ମିଳିବ ମେଡାଲ । ସେହିପରି ଏସଟିଏଫ୍ ଏଏସପି ତେଜରାଜ ପଟେଲ୍ , ଇଓଡବ୍ଲୁ ଏଏସପି ଶିବରାମ ସାହୁ ଓ ଭିଜିଲାନ୍ସ ଇନସ୍ପେକ୍ଟର ପୁଲସତି ଛତ୍ରିଆଙ୍କୁ ମିଳିବ ସମ୍ମାନ ଜନକ ମେଡାଲ ।

ପୁଣି ଫେଲ୍ ମାରିଲା ପଞ୍ଜଶୀରରେ ପ୍ରବେଶ ଉଦ୍ୟମ: ୩୫୦ ଜଣ ତାଲିବାନୀ ନିପାତ

କାବୁଲ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଅଲବିଦା କହିଛି ଆମେରିକା । ଆଉ ଏହା ପରେ ଆଶ୍ୱସ୍ତ ହୋଇଛି ତାଲିବାନ । ଆଫଗାନିସ୍ତାନରେ ତାଲିବାନୀ ସରକାର ଗଠନର ସ୍ୱପ୍ନ ସାକାର ହେଲା ଭଳ ମନେ ହେଉଛି ।  ହେଲେ ଏବେ ପଞ୍ଜଶୀରରେ ପ୍ରବେଶ ତାଲିବାନ ପାଇଁ ସ୍ୱପ୍ନ ହୋଇ ରହିଛି । ବାରମ୍ୱାର ଅନୁପ୍ରବେଶ ଉଦ୍ୟମ ପରେ ବି ବିଫଳ ହୋଇଛନ୍ତି । ହେଲେ ନଛୋଡ଼ବନ୍ଧା ତାଲିବାନୀ ସୈନିକ । ମଙ୍ଗଳବାର ରାତିରେ ପୁଣି ପଞ୍ଜଶୀରରେ ପ୍ରବେଶ ପାଇଁ ଉଦ୍ୟମ କରିଛନ୍ତି । ଏଣୁ ପଞ୍ଜଶୀରର ନର୍ଦନ ଏଲାଏନ୍ସ ସହ ମୁହାଁମୁହିଁ ହୋଇଛନ୍ତି ତାଲିବାନୀ  ।

ସେଠକାର ସାମ୍ୱାଦିକ ନାତିକ ମାଲିକଜାଦା ଦ୍ୱାରା କରାଯାଇଥିବା ଟ୍ୱିଟ୍ ଅନୁଯାୟୀ ଆଫଗାନିସ୍ତାନର ପଞ୍ଜଶୀରର ପ୍ରବେଶ ପଥ ଗୁଲବାହାର ଅଞ୍ଚଳରେ ତାଲିବାନ ସୈନିକ ଏବଂ ନର୍ଦନ ଏଲାଏନ୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । କେବେଳେ ସେତିକି ନୁହେଁ ଏଠାରେ ତାଲିବାନୀ ଦ୍ୱାରା ପୋଲ ଉଡ଼ାଯାଇଥିବା ନେଇ ମଧ୍ୟ ଖବର ମିଳିଛି । ଏହା ପୂର୍ବରୁ ସୋମବାର ରାତିରେ ମଧ୍ୟ ତାଲିବାନୀ ଏବଂ ନର୍ଦନ ଏଲାଏନ୍ସର ସୈନିକଙ୍କ ମଧ୍ୟରେ ଗୁଳି ବିନମୟ ହୋଇଥିଲା । ତେବେ ମଙ୍ଗଳବାର ହୋଇଥିବା ସଂଘର୍ଷରେ ୩୫୦ ଜଣ ତାଲିବାନୀ ନିପାତ ହୋଇଥିବା ବେଳେ ୪୦ ଜଣଙ୍କୁ କଏଦ କରିନେଇଛି ନର୍ଦନ ଏଲାଏନ୍ସ ।

ଅହମ୍ମଦ ମସୁଦଙ୍କ ପ୍ରବକ୍ତା ଫହିମ୍ ଦସ୍ତି ଦ୍ୱାରା ମଧ୍ୟ ତାଲିବାନଙ୍କ ସହିତ ହୋଇଥିବା ଯୁଦ୍ଧ ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ସୋମବାର ରାତିରେ ପଞ୍ଜଶୀରରେ ତାଲିବାନ ଆକ୍ରମଣ କରିଥିଲା । ଏବଂ ଅନୁପ୍ରବେଶ ନେଇ ଉଦ୍ୟମ କରିଥିଲା । କିନ୍ତୁ ତାଙ୍କୁ ସଫଳତା ମିଳିପାରିନଥିଲା । ତାଲିବାନୀ ପୂର୍ବରୁ ମଧ୍ୟ ପଞ୍ଜଶୀର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରିଦେଇଛି । କିନ୍ତୁ ପରେ ଏହାକୁ ଖୋଲି ଦିଆଯାଇଥିଲା ।

ଅପରପକ୍ଷରେ ୩୦ ଅଗଷ୍ଟରେ ଆମେରିକା ସେନା କାବୁଲ ଏୟାରପୋର୍ଟ ଖାଲି କରିଦେଇଛି । ଏବେ ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ ଭାବେ ତାଲିବାନର କବଜା ରହିଛି । ତାଲିବାନ ଦ୍ୱାରା ଖୁବଶୀଘ୍ର ଆଫଗାନିସ୍ତାନରେ ନୂଆ ସରକାର ଗଠନ କରାଯିବ । ତାଲିବାନର ବଡ଼ ନେତା କାନ୍ଧାହରରେ ଉପସ୍ଥିତ ଅଛନ୍ତି । ଯିଏ ଖୁବଶୀଘ୍ର କାବୁଲ ଆସିବେ ।

କ୍ଲିନିକରେ ବେଆଇନ୍ ଗର୍ଭପାତ ଅଭିଯୋଗରେ ମାଲିକ ଗିରଫ

ନୟାଗଡ଼: କ୍ଲିନିକରେ ବେଆଇନ ଗର୍ଭପାତ ଅଭିଯୋଗ । ମାଲିକଙ୍କୁ ବାନ୍ଧିଲା ପୋଲିସ । ନୟାଗଡ଼ ଟାଉନ ଥାନା ଅଞ୍ଚଳର ଆନନ୍ଦ ଭବନ କ୍ଲିନିକରେ ସ୍ପେସିଆଲ ସ୍କ୍ୱାଡ୍ ଏବଂ ଟାଉନ ଥାନା ପୋଲିସ ମିଳିତ ଚଢ଼ାଉ କରିଥିଲା । ସେଠାରେ ଗର୍ଭପାତ ହେଉଥିବା ପ୍ରମାଣ ମିଳିବା ପରେ ନୟାଗଡ଼ ତହସିଲଦାର କ୍ଲିନିକକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରି ଦେଇଛନ୍ତି ।

 Nayagarh Clinic Owner Arrested For Illegal Abortion

ପୋଲିସ କ୍ଲିନିକ ମାଲିକ ସତ୍ୟପ୍ରିୟ ସ୍ୱାଇଁ ଏବଂ ଗର୍ଭପାତ କରାଇବାକୁ ଆସିଥିବା ମହିଳାଙ୍କ ସମେତ ୫ଜଣ ଷ୍ଟାଫଙ୍କୁ ଅଟକ ରଖି ଅଧିକ ପଚାରାଉଚରା ଜାରି ରଖିଛି l ଗତ କିଛି ଦିନ ତଳେ ଏଭଳି ଏକ କ୍ଲିନିକକୁ ପ୍ରଶାସନ ସିଲ୍‌ କରିଥିବା ବେଳେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଅଭାବ କାରଣରୁ କ୍ଲିନିକ ମାଲିକ ମାନେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରି ଚାଲିଛନ୍ତି । ଏ ଦିଗରେ ଅଧିକ ତଦନ୍ତ ସହ ପଦକ୍ଷେପ ନିଆଯିବ ବୋଲି ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି ।

ଆବଶ୍ୟକ ସାର ଦେଉନି କେନ୍ଦ୍ର, ଭୁବନେଶ୍ୱରରୁ ସମ୍ବଲପୁର ସବୁଠି ପ୍ରତିବାଦ

ଭୁବନେଶ୍ୱର/ସମ୍ବଲପୁର: ରାଜ୍ୟରେ ସାରର ଘୋର ଅଭାବ ରହିଛି । କେନ୍ଦ୍ରରୁ ଆବଶ୍ୟକ ସାର ଆସୁନଥିବାରୁ ରାଜ୍ୟରେ ସାରର ଅଭାବ ଦେଖା ଦେଇଛି । ଯାହା ଫଳରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆବଶ୍ୟକ ସାର ପାଇଁ ଦାବି କରି ଆସୁଛନ୍ତି ଓଡ଼ିଶା ସରକାର । ଏନେଇ କେନ୍ଦ୍ରକୁ କୃଷି ମନ୍ତ୍ରୀ ମଧ୍ୟ ଚିଠି ଲେଖିଛନ୍ତି । ମରୁଡ଼ି ସମୟରେ ଚାଷୀ ହତାଶ ହେଉଥିବା ବେଳେ କେନ୍ଦ୍ରର ଏହି ଅବହେଳାକୁ ତୀବ୍ର ବିରୋଧ କରିଛି ବିଜେଡି । ଏନେଇ ରାଜଭବନ ନିକଟରେ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଇଛି । ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛି ବିଜେଡି ।

Fertilizer Shortage In Odisha, BJD Protest Against Centre

ଅନ୍ୟପଟେ ସାରକୁ ନେଇ ସମ୍ବଲପୁରରେ ସମାନ ସ୍ଥିତି । ସାରର ଅଭାବୀ ବିକ୍ରିକୁ ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେଡି କୃଷକ ଜନତା ଦଳ ଧାରଣା ଦେଇଛି । ଏବେ ରାଜ୍ୟରେ ୪ ଲକ୍ଷ ମେଟ୍ରିକ ଟନ୍‌ ସାର ଦରକାର ଥିବା ବେଳେ ମାତ୍ର ୨ ଲକ୍ଷ ମେଟ୍ରିକ ଟନ୍ କେନ୍ଦ୍ର ଦେଇଛି । ଚାଷ କାର୍ଯ୍ୟ ସରି ଆସୁଥିବା ବେଳେ କେନ୍ଦ୍ର ସରକାର ୟୁରିଆ ସାର ଯୋଗାଉନଥିବା ବିଜେଡି ଅଭିଯୋଗ କରିଛି । ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଗୃହର ମଧ୍ୟଭାଗରେ କଂଗ୍ରେସର ହଟ୍ଟଗୋଳ, ବିଧାନସଭା ମୁଲତବି

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗରେ କଂଗ୍ରେସ ନାରାବାଜି କରିଛି । ପ୍ରଶ୍ନକାଳ ବାତିଲ୍ କରି ରାଜ୍ୟର ମରୁଡ଼ି ସ୍ଥିତି ନେଇ ଆଲୋଚନା କରିବାକୁ ପୋଡିୟମ୍ ଉପରେ ଚଢ଼ି ଦାବି କରିଛନ୍ତି କଂଗ୍ରେସ ସଦସ୍ୟ । ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Odisha Assembly Adjourned After Congress Rocks Over Drought Situation

ମୂଲତବୀ ପ୍ରସ୍ତାବରେ ସମାନ ପ୍ରସଙ୍ଗ ଆସିଥିବାରୁ ଏହାକୁ ଆଗ୍ରହ୍ୟ କରିଥିଲେ ବାଚସ୍ପତି । ଗୃହରେ କଂଗ୍ରେସର ହଟ୍ଟଗୋଳ ପରେ ବାଚସ୍ପତି ବିଧାନସଭାକୁ ୧୨ଟା ୩୪ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଯୋଡ଼ି ହୋଇଥିବା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏମ୍ସ ଅତିଥି ଭବନରୁ ଯୋଡ଼ି ହୋଇଛନ୍ତି । ଏବଂ ଅନ୍ୟ ମାନେ ଚାହିଁଲେ ବି ଭିସି ଜରିଆରେ ଯୋଡି ହୋଇପାରିବ ବୋଲି କହିଛନ୍ତି ବାଚସ୍ପତି ।

Odisha Assembly Adjourned After Congress Rocks Over Drought Situation

ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ନେତା ଓ କୋଭିଡ୍ ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏମ୍ସ ଅତିଥି ଭବନରୁ ଭିସିରେ ଦିବଙ୍ଗତଙ୍କ ସ୍ମୃତି ଚାରଣ କରିଥିଲେ । ପରେ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୋକ ବ୍ୟକ୍ତ କରିଥିଲେ । ବିଧାନସଭା ଅଧିବେଶନ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସ୍ୱଳ୍ପ କାଳୀନ ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୧୨ଟି ବିଲ୍‌ ଆସିବ ।

ଆଫଗାନିସ୍ତାନରେ ଥିବା ଆଇଏସ୍‌କେପି ଆତଙ୍କବାଦୀ ସଂଗଠନରେ ୨୦୦ ଭାରତୀୟ

କାବୁଲ: ଇସ୍‌ଲାମିକ୍ ଷ୍ଟେଟ୍ ଅଫ୍ ଖୁରାସିନ୍‌ରେ ସକ୍ରିୟ ଅଛନ୍ତି ୨୦୦ ଭାରତୀୟ ଆତଙ୍କବାଦୀ । ଏହି ଏହି ଆତଙ୍କବାଦୀମାନେ ଦେଶର ସୁରକ୍ଷା ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଗୁଇନ୍ଦା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଫଗାନିସ୍ତାନରେ ଆଇଏସକେପିର ପ୍ରାୟ ୨୦୦ ସଦସ୍ୟ ଭାରତୀୟ ଆତଙ୍କବାଦୀ ରହଛନ୍ତି । ତାଙ୍କ ଭିତରେ ବହୁ ମହିଳା ମଧ୍ୟ ରହିଛନ୍ତି।  ବୋଧହୁଏ ଏହି କାରଣରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଜାତିସଂଘରେ ଆଫଗାନିସ୍ତାନରେ ଆଇଏସର ସକ୍ରିୟତାର ବିପଦ ବୋଲି ଜଣାଇଥିଲେ।

କିଛି ଦିନ ପୂର୍ବେ କେରଳର ପ୍ରାୟ ୧୪ ଜଣ ଭାରତୀୟ ଏହି ଆତଙ୍କବାଦୀ ସଂଗଠନରେ ଜଡ଼ିତ ଥିବା ଜଣାପଡ଼ିଥିଲା । ୨୦୧୪ ମସିହାରେ ମୋସୁଲରେ ନିଜକୁ ଇସ୍‌ଲାମିକ୍ ଷ୍ଟେଟ୍‌ର କହୁଥିବା ଆତଙ୍କବାଦୀ ସଂଗଠନର କବ୍‌ଜା ହେବା ପରେ ମଲ୍ଲପୁରମ୍, କାସରଗୋଡ ଏବଂ କନ୍ନରୁ ଜିଲ୍ଲାରେ ଏକ ଗୋଷ୍ଠୀ ଜିହାଦିଙ୍କ ସହିତ ସାମିଲ ହୋଇ ଭାରତ ଛାଡ଼ି ପଳାଇଯାଇଥିଲେ । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କ ପରିବାର ଆଫଗାନିସ୍ତାନର ନଙ୍ଗରହାର ପ୍ରାନ୍ତରେ ରହୁଛନ୍ତି ।

ଅନ୍ୟ ପକ୍ଷରେ ଗୁଇନ୍ଦା ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଆଫଗାନିସ୍ତାନରେ ISKPରେ ସକ୍ରିୟ ଭାରତୀୟ ଆତଙ୍କବାଦୀ ଲଗାତାର ଭାରତରେ ଆତଙ୍କୀ ମଡ୍ୟୁଲ ସୃଷ୍ଟି କରିବାର ଚେଷ୍ଟାରେ ଅଛନ୍ତି। ଗତ ୫ ବର୍ଷରେ ଏନଆଇଏ ଆଇଏସ ସମ୍ପର୍କିତ ପ୍ରାୟ ୧୨ଟି କେସ୍ ରୁଜୁ କରିସାରିଛି। ଏହି ମାମଲାର ତଦନ୍ତ ବେଳେ ଆଇଏସକେପିର ସକ୍ରିୟ ଭାରତୀୟ ଆତଙ୍କବାଦୀଙ୍କ ବିଷୟରେ ଲଗାତାର ସୂଚନା ମିଳିଛି।

ଏଥିସହିତ ପଢ଼ନ୍ତୁ: କାବୁଲ ବିସ୍ଫୋରଣକାରୀ ଆତଙ୍କୀଙ୍କ ସଂଗଠନରେ ସାମିଲ ହୋଇଛନ୍ତି ୧୪ କେରଳ ନାଗରିକ

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ବିଦ୍ୟାଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍

ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଆଜି ପୋଲିସ ଖଇରା ବାସଭବନରେ ବିଦ୍ୟାଙ୍କ ବାପା, ମାଆଙ୍କୁ ପଚରାଉଚରା କରୁଛି । ଆସନ୍ତାକାଲି ବିଦ୍ୟାଭାରତୀଙ୍କ ବୟାନ ରେକର୍ଡ କରାଯିବ । ଏଥିରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚର ୨ ଜଣ ଅଫିସର ଡିଏସପିଙ୍କ ନେତୃତ୍ୱରେ ସହଯୋଗ କରିବେ ।

ACF Soumya Death Case, Two Member Team Of Crime Branch To Interrogate Bidya Bharati

ଜେରା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପ୍ରଶ୍ନ ତିଆରି କରିଛି । ଗଜପତି ସାଇଣ୍ଟିଫିକ୍ ଟିମର ତଦନ୍ତ ରିପୋର୍ଟ ପାଇଁ ଆରଏସଏଫଏଲକୁ ବ୍ରହ୍ମପୁର ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଏଡିଜି । ସୌମ୍ୟଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗରେ ପୂରା ଘଟଣା ପାଇଁ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରାଯାଇଥିଲା । ପୋଲିସ ପକ୍ଷରୁ କ୍ଲିନ୍‌ ଚିଟ୍‌ ଦିଆଯାଇଥିଲେ ମଧ୍ୟ ରୋଷେୟା ଓ ଡିଏଫଓଙ୍କୁ ମାରାଥନ୍‌ ଜେରା କରିଛି କ୍ରାଇମବ୍ରାଞ୍ଚ ।

ଡିଏଫଓଙ୍କ ଉତ୍ତରକୁ ବିଦ୍ୟାଭାରତୀଙ୍କୁ ଜେରା ବେଳେ କ୍ରସ ଚେକ୍‌ କରିପାରେ କ୍ରାଇମବ୍ରାଞ୍ଚ । ପାରଳା ପୋଲିସ ଦୁଇ ଥର ବିଦ୍ୟାଭାରତୀଙ୍କୁ ଜେରା କରିଥିଲେ ବି ସନ୍ତୁଷ୍ଟ ହୋଇନି । ଆଉ ଏଥର କପ୍ତିପଦାରେ ସୌମ୍ୟ ମୃତ୍ୟୁର ସୁରାକ୍‌ ଖୋଜିବ କ୍ରାଇମବ୍ରାଞ୍ଚ । ଗୋଟିଏ ଘରେ ଥାଇ ସ୍ୱାମୀ ପୋଡ଼ି ହେବା କଥା କେମିତି ଜାଣିପାରିଲେନି ବିଦ୍ୟା ? ପାରିବାରିକ କଳହ ମୃତ୍ୟୁର କାରଣ କି ? ଅନୈତିକ ସମ୍ପର୍କର ସତ କଣ ? ବିଦ୍ୟାଭାରତୀଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚ ହାତରେ ପ୍ରଶ୍ନର ଲମ୍ବା ତାଲିକା ରହିଛି ।

ବିଳମ୍ବିତ ରାତିରେ ଗ୍ରାମରକ୍ଷୀଙ୍କୁ ହତ୍ୟା କଲେ ସଶସ୍ତ୍ର ମାଓବାଦୀ

ଗୁଣୁପୁର: ରାୟଗଡ଼ା ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବରତା । ଆମ୍ବଦଳା ଥାନା ଟିକରପଡ଼ା ଗ୍ରାମରକ୍ଷୀଙ୍କୁ ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ । ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ଜଣାପଡ଼ିଛି । ବିଳମ୍ବିତ ରାତ୍ରିରେ ୮ରୁ ୧୦ ମାଓବାଦୀ ସନ୍ତୋଷ ଦଣ୍ଡସେନାଙ୍କୁ ଘରୁ ଡାକି ନେଇ ଗାଁ ନିକଟ ଅଙ୍ଗନୱାଡି କେନ୍ଦ୍ର ନିକଟ ମୁଖ୍ୟ ରାସ୍ତା ଉପରେ ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ମାଓବାଦୀ ଏକ ଚିଠି ଛାଡ଼ି ଯାଇଛନ୍ତି ।

Maoist Killed Grama Rakhi In Gunpur

ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ହାତ ଲେଖା ଚିଠି ଛଡ଼ାଯିବା ସହ ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା କୁହାଯାଇଛି । ପୂର୍ବରୁ ମାଓବାଦୀ ସନ୍ତୋଷ ଦଣ୍ଡସେନାକୁ ଅନେକ ଥର ପୋଲିସ୍ ଇନଫର୍ମର କାମରୁ ନିବୃତ୍ତ ରହିବା ପାଇିଁ ଚେତାବନୀ ଦେଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ମୌସୁମୀ ଅଧିବେଶନ ଆରମ୍ଭ, ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାର ମୌସୁମୀ ଅଧିବେଶନ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସ୍ୱଳ୍ପ କାଳୀନ ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୧୨ଟି ବିଲ୍ ଆସିବ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଯୋଡ଼ି ହୋଇଛନ୍ତି । ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏମ୍ସର ଅତିଥି ଭବନରୁ ଯୋଡ଼ି ହୋଇଛନ୍ତି ।

ଅନ୍ୟ ମାନେ ଚାହିଁଲେ ବି ଭିସି ଜରିଆରେ ଯୋଡି ହୋଇପାରିବ ବୋଲି ଗୃହରେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ନେତା ଓ କୋଭିଡ ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାଵ ଆଗତ କରିଛନ୍ତି ।

https://www.youtube.com/watch?v=Yyp2e0daDrU