ଜାମ୍ମୁ କାଶ୍ମୀରର ୧୬ ସ୍ଥାନରେ NIAର ରେଡ୍, ୬୦୦ ଜଣଙ୍କୁ ଜେରା

1 min read
NIA Continues Raids In 16 Places OF J&K In Terror Link

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ଜାରି ରହିଥିବା ବେଳେ ଆଜି ୧୬ଟି ସ୍ଥାନରେ ଚଢ଼ାଉ କରିଛି NIA । ଟେରର୍ ଫଣ୍ଡିଂ ଓ ଦୁଇଟି ଆତଙ୍କୀ ହମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ NIA  ଚଢ଼ାଉ କରିଛି । ଶ୍ରୀନଗର, ଅନନ୍ତନାଗ, କୁଲଗାମ, ବାରମୂଳାର ବିଭିନ୍ନ ଅଞ୍ଚଳରେ ରେଡ୍ ଜାରି ରହିଛି ।

NIA Continues Raids In 16 Places OF J&K In Terror Link

ଗତକିଛି ଦିନ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ଗତ ୧୦ ଦିନ ମଧ୍ୟରେ ୧୦ରୁ ଊର୍ଦ୍ଧ୍ବ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଛି । ପାକିସ୍ତାନ ଆତଙ୍କୀ ସଂଗଠନ ଲିଙ୍କ୍ ଓ ଟେରର ଫଣ୍ଡିକୁ ନେଇ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରହିଛି । ଘଟଣାରେ ସମ୍ପୃକ୍ତି ସନ୍ଦେହରେ ତଦନ୍ତକାରୀ ସଂସ୍ଥା ଶ୍ରୀନଗରର ପ୍ରାୟ ୭୦ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଗତ ଦୁଇ ତିନି ମଧ୍ୟରେ NIA ପାଖାପାଖି ୬୦୦ ଲୋକଙ୍କୁ ଉଠାଇ ଆଣି ଜେରା କରୁଛି । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା, ହିଜବୁଲ ମୁଜାହିଦ୍ଦିନ, ଜୈଶ-ଏ-ମହମ୍ମଦ ସହ ଲିଙ୍କ ନେଇ ଏମାନଙ୍କୁ ପଚରାଉଚରା କରାଯାଉଛି । ଏହାସହ ଅନେକ ମୋବାଇଲ ଫୋନ୍, ହାର୍ଡଡିସ୍କ  ଓ SD କାର୍ଡ ଜବତ କରିଛି NIA ।

Leave a Reply