ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ଦାୟୀ କଲା ବ୍ୟବସାୟୀ ସଂଘ

Traders Association Alleged Price Hiked For Corporate House

ଭୁବନେଶ୍ୱର: ହୁ ହୁ ହୋଇ ରାଜ୍ୟରେ ବଢ଼ି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର । ଏନେଇ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ଦାୟୀ କରିଛି ବ୍ୟବସାୟୀ ସଂଘ । କେନ୍ଦ୍ର ସରକାର କର୍ପୋରେଟ ସଂସ୍ଥାଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି ସଂଘର ମହାସଚିବ ସୁଧାକର ପଣ୍ଡା । ମାର୍କେଟରେ କମ୍ ଗଚ୍ଛିତ ଥିବା ସାମଗ୍ରୀକୁ କର୍ପୋରେଟ୍ ସଂସ୍ଥା ନେଇ ଯାଇ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ।

Traders Association Alleged Price Hiked For Corporate House

ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଧିକ ଆବଶ୍ୟକତା ରହୁଛି, ତାକୁ ସେମାନେ ଅଧିକ ପରିମାଣରେ ଗଚ୍ଛିତ କରିବାରୁ ଦରଦାମ ବୃଦ୍ଧି ହେବାରେ ସହାୟକ ହେଉଛି । ତେଣୁ କେନ୍ଦ୍ର ସରକାର ନିଜ ଆର୍ଥିକ ନୀତି ସୁଧାରିବା ପାଇଁ ଅନୁରୋଧ କରିଛନ୍ତି ସଂଘର ମହାସଚିବ । ନ ହେଲେ ଆଗକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି କହିଛନ୍ତି ସୁଧାକର ପଣ୍ଡା ।

ରାଜ୍ୟରେ ଏବେ ଯଥେଷ୍ଟ ଖାଦ୍ୟ ସାମଗ୍ରୀ ମହଜୁଦ୍ ରହିଛି । ବାତ୍ୟା ପାଇଁ କେହି ଭୟଭୀତ ହୁଅନ୍ତୁ ନାହିଁ । ଆବଶ୍ୟକତା ଅନୁସାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବା ନେଇ ବ୍ୟବସାୟୀ ସଂଘ ଆଶ୍ୱସନା ଦେଇଛି ।

Leave a Reply