ଅପରାଜିତାଙ୍କୁ ସମର୍ଥନ କରି ଦଳୀୟ ଦାୟିତ୍ୱରୁ ବିଦା ହେଲେ ବିଜେପି ନେତା

Two BJP Leader Of Rayagada Remove From Party Responsibility For Supporting To Aparajita

ରାୟଗଡ଼ା: ମହଙ୍ଗା ପଡ଼ିଲା ଅପରାଜିତାଙ୍କୁ ସମର୍ଥନ । ରାୟଗଡ଼ା ଜିଲ୍ଲାର ଦୁଇ ବିଜେପି ପଦାଧିକାରୀ ହେଲେ ପଦଚ୍ୟୁତ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ ପରେ ରାୟଗଡ଼ା ଜିଲ୍ଲା ବିଜେପିରେ ସୃଷ୍ଟି ହୋଇଛି ଅଭାବନୀୟ ପରସ୍ଥିତି । ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଓ କୃଷକ ମୋର୍ଚ୍ଚା ସଭାପତି ପ୍ରେମପ୍ରସାଦ ପଣ୍ଡାଙ୍କୁ ଦାୟିତ୍ୱରୁ ହଟାଇବା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ଅପରାଜିତାଙ୍କ କାର୍ଯ୍ୟକ୍ରମରେ ଏମାନେ ଯୋଗଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥିବା ଚର୍ଚ୍ଚା ହେଉଛି ।

Two BJP Leader Of Rayagada Remove From Party Responsibility For Supporting To Aparajita

ଅପରାଜିତା ସମାନ୍ତରାଳ ଭାବେ ସଂଗଠନ ଓ ସଭା କରୁଥିବାରୁ ବିଜେପି ରାଜ୍ୟ ନେତୃତ୍ୱ ମଧ୍ୟ ଅଡୁଆରେ ପଡୁଛନ୍ତି । ଏଭଳି କ୍ଷେତ୍ରରେ ଅପରାଜିତା ରାୟଗଡ଼ା ଗସ୍ତରେ ଯାଇଥିବା ବେଳେ କେହି ବିଜେପି କର୍ମୀ ତାଙ୍କ ସଭାରେ ଯୋଗ ନଦେବାପାଇଁ ଅଲିଖିତ ହ୍ୱିପ୍ ମଧ୍ୟ ଜାରି କରାଯାଇଥିଲା । କିନ୍ତୁ ହ୍ବିପକୁ ନମାନି କିଛି କର୍ମୀ ଅପରାଜିତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରଦିନ ଅର୍ଥାତ ୮ତାରିଖରେ ରାୟଗଡ଼ା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଓ କୃଷକ ମୋର୍ଚ୍ଚା ସଭାପତି ପ୍ରେମପ୍ରସାଦ ପଣ୍ଡାଙ୍କୁ ଦାୟିତ୍ୱରୁ ଅନ୍ତର କରାଯାଇଛି ।

Two BJP Leader Of Rayagada Remove From Party Responsibility For Supporting To Aparajita

ଫଳରେ ଏବେ ରାୟଗଡ଼ା ଜିଲ୍ଲାରେ ବିଜେପି ଭାଗଭାଗ ହେବାରେ ଲାଗିଛି । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ଗତକାଲି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଏହି ଦୁଇ ଜଣଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ ପାଇଁ ଦାୟିତ୍ୱରୁ ହଟା ଯାଇଛି । ଅପରାଜିତା ଷଡ଼ଙ୍ଗୀଙ୍କ ଗସ୍ତ ସହିତ ଏହାର କୌଣସି ସମ୍ପର୍କ ନାହିଁ । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାୟଗଡ଼ାରେ ପହଞ୍ଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ କୌଣସି ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇନଥିଲା । ଅପରପକ୍ଷେ ବିଶ୍ୱ ହିନ୍ଦୁ ପରିଷଦର ରାୟଗଡ଼ା ଶାଖା ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲା ।

Leave a Reply