୮ ମାସ ହେଲା ଇଟା ଭାଟିରେ ବନ୍ଧକ ଥିଲେ ଦାଦନ ଶ୍ରମିକ, ମୁକୁଳାଇଲା ପ୍ରଶାସନ

1 min read
Nabarangpur Administration Rescued Stranded Labour From Telangana

ନବରଙ୍ଗପୁର: ପେଟ ପାଇଁ ଦାଦନ ଖଟିବାକୁ ଯାଇ ବନ୍ଧା ପଡ଼ି ଯାଇଥିଲେ ଶ୍ରମିକ । ସୂଚନା ପାଇ ତେଲଙ୍ଗାନାର ରାଙ୍ଗାରେଡ୍ଡୀ ଜିଲ୍ଲାରୁ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ । କରୋନା ଯୋଗୁଁ ଆର୍ଥିକ ପରିସ୍ଥିତ ଖରାପ ହେବା ପରେ ଡାବୁଗାଁ ବ୍ଲକ ଓ ଉମରକୋଟ ବ୍ଲକର ୧୧ ଜଣ ଯୁବକ ତେଲଙ୍ଗାନା ଯାଇଥିଲେ । ସେମାନଙ୍କୁ ମାଲକାନଗିରି ଜିଲ୍ଲାର ଏମଭି-୭୯ର ଛୋଟୁ ମଣ୍ଡଳ ନାମକ    ଦଲାଲ ତେଲଙ୍ଗାନା କାମ ଦେବ ବୋଲି ନେଇ ଯାଇଥିଲା ।

Nabarangpur Administration Rescued Stranded Labour From Telangana

ସେଠାରେ ରାଙ୍ଗାରେଡ୍ଡୀ ଜିଲ୍ଲା ହିମାଏଚ ସାଗର ଗାଁର ଏକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରିରେ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଯୁବକ ଯୁବତୀଙ୍କ ଅସହାୟତର ସୁଯୋଗ ନେଇ ସମ୍ପୃକ୍ତ ଇଟା ଭାଟି ମାଲିକ କାମ କରାଇ ୮ ମାସ ହେଲା ପାରିଶ୍ରମିକ ନଦେଇ ବନ୍ଧକ ରଖିଥିଲା । କୌଶଳକ୍ରମେ ୩ ଜଣ ଖିସ ଆସି ପ୍ରଶାସନକୁ ଏନେଇ ସୂଚନା ଦେଇଥିଲେ ।

Nabarangpur Administration Rescued Stranded Labour From Telangana

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ଏକ ଟିମ ତେଲଙ୍ଗାନା ଯାଇ ସେଠାକାର ପ୍ରଶାସନ ସହାୟତାରେ ବନ୍ଧକ ୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଫେରିଛି । ଏଥିସହ ଇଟା ଫ୍ୟାକ୍ଟ୍ରି ମାଲିକ ଠାରୁ ଶ୍ରମିକଙ୍କ ବକେୟା ବାବଦ ୫ଲକ୍ଷ ଟଙ୍କା ଆଣିଛି ପ୍ରଶାସନ । ଏନେଇ ଶ୍ରମ ବିଭାଗ ଆନ୍ତଃ ରାଜ୍ୟ ଶ୍ରମିକ ଚାଲାଣ ଅଭିଯୋଗରେ ମାମଲା ରୁଜୁ କରିଛି ।

Leave a Reply