spot_img
Home Blog Page 5213

ଜିଓଫୋନ୍ ନେକ୍ସଟ୍ ଅଗ୍ରଣୀ ପରୀକ୍ଷଣ ପର୍ଯ୍ୟାୟରେ, ଦୀପାବଳି ପୂର୍ବରୁ ଉତ୍ସବ ସମୟରେ ବଜାରକୁ ଆସିବ

ଭୁବନେଶ୍ୱର: ଜିଓ ଓ ଗୁଗୁଲ୍ ପକ୍ଷରୁ ଯୁଗ୍ମ ଭାବେ ଭାରତ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସ୍ମାର୍ଟଫୋନ୍‌, ବହୁ ପ୍ରତିକ୍ଷୀତ ଜିଓଫୋନ୍ ନେକ୍ସଟ୍ ଉନ୍ମୋଚନ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଜିଓଫୋନ୍ ନେକ୍ସଟ୍ ହେଉଛି ପ୍ରଥମ ଧରଣର ଏଭଳି ଏକ ଉପକରଣ ବା ମୋବାଇଲ୍ ଫୋନ୍ ଯେଉଁଥିରେ ଆଣ୍ଡ୍ରଏଡ୍ ଓ ପ୍ଲେ-ଷ୍ଟୋର୍ ଭିତିକ ଏକ ଉନ୍ନତ ଅପରେଟିଂ ସିଷ୍ଟମ୍ ରହିଛି । ଏହି ଡିଭାଇସ୍ ଓ ଅପରେଟିଂ ସିଷ୍ଟମ୍ ପ୍ରିମିୟମ୍ ଦକ୍ଷତା ପ୍ରଦାନ କରିବ ଯାହା ବର୍ତମାନ ସୁଦ୍ଧା ଅଧିକ ଶକ୍ତିଶାଳୀ ସ୍ମାର୍ଟଫୋନ୍‌ଗୁଡ଼ିକରେ ହିଁ ରହିଛି ।

ଏସବୁ ବିଶେଷ ସୁବିଧା ଓ ଦକ୍ଷତା ମଧ୍ୟରେ ରହିଛି ଭଏସ୍‌-ଫାଷ୍ଟ୍ ସୁବିଧା ଯାହା ଲୋକମାନଙ୍କୁ କନ୍‌ଟେଂଟ୍ (ବିଷୟବସ୍ତୁ) ବ୍ୟବହାର କରିବା ଏବଂ ନିଜ ଭାଷାରେ ଫୋନ୍‌ରେ ଖୋଜିବାରେ ସହାୟକ ହେଉଛି, ଶ୍ରେଷ୍ଠ କ୍ୟାମେରା ଅନୁଭୂତି ଏବଂ ସଦ୍ୟତମ ଆଣ୍ଡ୍ରଏଡ୍ ସୁବିଧା ଓ ସୁରକ୍ଷା ଅପ୍‌ଡେଟ୍ । ଅଧିକ ମାର୍ଜିତ ଓ ଉନ୍ନତ କରିବା ଲାଗି ଉଭୟ କଂପାନି ପକ୍ଷରୁ ସୀମିତ ସଂଖ୍ୟକ ବ୍ୟବହାରକାରୀଙ୍କୁ ନେଇ ଜିଓଫୋନ୍ ନେକ୍ସଟ୍‌ର ଅଗ୍ରଣୀ ପରୀକ୍ଷଣ ଆରମ୍ଭ କରାଯାଇଛି ଏବଂ ଦୀପାବଳି ଉତ୍ସବ ସମୟରେ ବ୍ୟାପକ ଭାବେ ଉପଲବ୍ଧ କରାଇବା ନିମନ୍ତେ ଉଭୟ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।

ଏହି ଅତିରିକ୍ତ ସମୟ ସଂପ୍ରତି ଶିଳ୍ପ ଜଗତରେ ବିଶ୍ୱସ୍ତରରେ ଦେଖାଦେଇଥିବା ସେମିକଣ୍ଡକ୍ଟର ଅଭାବର ମୁକାବିଲା କରିବାରେ ମଧ୍ୟ ସହାୟକ ହେବ । ଆକର୍ଷଣୀୟ ସୁବିଧା ସୁଯୋଗ ଯଥା ଗୁଗୁଲ୍ ଆସିଷ୍ଟାଂଟ୍‌, ଅନ୍‌-ସ୍କ୍ରିନ୍ ଟେକ୍ସଟ୍ ପରୀକ୍ଷଣ ପାଇଁ ଅଟୋମେଟିକ୍ ରିଡ୍‌-ଆଲାଉଡ୍ (ସ୍ୱଂୟକ୍ରିୟ ଉଚ୍ ସ୍ୱରରେ କହିବା) ଓ ଭାଷା ଅନୁବାଦ ତଥା ଭାରତ କୈନ୍ଦ୍ରୀକ ଫିଲ୍‌ଟର୍ ସହିତ ଏକ ସ୍ମାର୍ଟ କ୍ୟାମେରା ଓ ଆହୁରି ବହୁତ କିଛିକୁ ନେଇ ଜିଓଫୋନ୍ ନେକ୍ସଟ୍‌କୁ ଗଠନ କରାଯାଇଛି । ନିୟୁତାଧିକ ଭାରତୀୟ, ବିଶେଷ କରି ଯେଉଁମାନେ ପ୍ରଥମ ଥର ଇଟଂରନେଟ୍‌ର ଅନୁଭୂତି ହାସଲ କରିବେ ସେମାନଙ୍କ ପାଇଁ ନୂଆ ସମ୍ଭାବନା ଉଜାଗର କରିବାକୁ ରହିଥିବା ଲକ୍ଷ୍ୟ ପ୍ରତି ଉଭୟ କଂପାନୀ ପ୍ରତିବଦ୍ଧ ରହିଛନ୍ତି ।

ନକଲି RT-PCRରେ ଦେଖାଇ ଜଗା ଦର୍ଶନ, ବନ୍ଧା ହେଲେ ୧୨ ଅଭିଯୁକ୍ତ

ପୁରୀ: କଡ଼ାକଡ଼ି ହେବ ଶ୍ରୀମନ୍ଦିର ପ୍ରବେଶ କଟକଣା । ନକଲି ଆରଟିପିସିଆର ରିପୋର୍ଟ ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ଭକ୍ତଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଭୁଲ ରିପୋର୍ଟ ଦେଖାଇବା ନେଇ ସିଂହଦ୍ବାର ଓ କୁମ୍ଭାରପଡା ଥାନାରେ 3 ଟି ମାମଲା ରୁଜୁ କରାଯାଇଥିବା ବେଳେ 12ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ 4ଜଣ ଭକ୍ତ ରହିଛନ୍ତି ।

ସେପଟେ ପୋଲିସ କୁମ୍ଭାରପଡା ଥାନାରେ ଗୋଟିଏ ମାମଲା ଓ ସିଂହଦ୍ୱାର ଥାନାରେ ଦୁଇଟି ମାମଲା ଦାୟର କରିଥିବାବେଳେ ଆଗାମୀ ଦିନରେ ଯଦି ଏଭଳି ଘଟଣା ଘଟେ ତେବେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି । ତେଣୁ ଭକ୍ତ ମାନେ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ପୁରୀ ପୋଲିସ ଅପିଲ କରିଛି ।

ପିପିଲିରେ ପ୍ରସ୍ତୁତ ହେଉଛି ବିଜେଡ଼ି, କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନେତା

ପିପିଲି: ଉପନିର୍ବାଚନ ନେଇ ସାନି ତାରଖ ଘୋଷଣା ହୋଇଛି  ।  ତୃଣମୂଳ ସ୍ତରରେ ପ୍ରସ୍ତୁତ ହେଉଛି ବିଜେଡି । ସଙ୍ଗଠନକୁ ମଜବୁତ କରିବାକୁ କର୍ମୀଙ୍କୁ ବରିଷ୍ଠ ନେତା ଦେଉଛନ୍ତି ଗୁରୁମନ୍ତ୍ର । ଏନେଇ ଶୁକ୍ରବାର ପିପିଲି ବ୍ଲକରେ ବିଜେଡିର ଜିଲ୍ଲା ପରିଷଦ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ବୈଠକ ।

ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ସମୀର ଦାଶ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି ଓ ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ ଉପସ୍ଥିତ ଥିଲେ । ଦଳକୁ କିଭଳି ଅଧିକ ମଜବୁତ କରାଯିବ, ସେନେଇ କର୍ମୀଙ୍କ ସହ ଆଲୋଚନା କରାଯାଇଛି । ନିର୍ଵାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ ନେତା କହିଛନ୍ତି ।

ମୃତ ଦୁଷ୍ମନ୍ତ ଦାସଙ୍କ ପରିବାର କଥା ବୁଝିବେ ବିଧାୟକ, ପ୍ରତିଶ୍ରୁତି ଦେଲେ ସମ୍ବିତ

ଜଗତସିଂହପୁର: ମୃତ ଦୁଷ୍ମନ୍ତ ଦାସଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲେ ବିଜେଡି ବିଧାୟକ ସମ୍ବିତ ରାଉତରାୟ । ଦୁଷ୍ମନ୍ତଙ୍କ ପରିବାରର ସମସ୍ତ ଭଲ ମନ୍ଦ ବୁଝିବେ ବୋଲି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରତିଶ୍ରୁତି ଦେଇଛନ୍ତି । ଦୁଷ୍ମନ୍ତ ଦାସଙ୍କ ଦୁର୍ଭାଗ୍ୟଜନକ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି । ଦୁଃଖ ସମୟରେ ପରିବାର ସହ ଅଛନ୍ତି ଓ ତାଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା କହିଛନ୍ତି ସମ୍ବିତ ।

ତେବେ ଦ୍ମଷ୍ମତଙ୍କୁ କିଏ ଘରୁ ଡାକି ନେଇଥିଲା ଓ କିଏ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲା ସେନେଇ ବିଧାୟକ ସମ୍ବିତ ରାଉତରାୟ ତଦନ୍ତ ଦାବି କରିଛନ୍ତି । ବିଧାନସଭା ସାମ୍ନାରେ ଆତ୍ମହତ୍ୟା କରିଥିବା ଉଦ୍ୟମ କରିଥିଲେ କୁଜଙ୍ଗର ଦୁଷ୍ମନ୍ତ ଦାସ  । ପରବର୍ତ୍ତୀ ସମୟରେ ଦୁଷ୍ମନ୍ତଙ୍କର ମୃତ୍ୟୁ ଘଟିଥିଲା  । ତେବେ ଦୁଷ୍ମନ୍ତ ଚାଲିବା ପାଇଁ ସକ୍ଷମ ହୋଇନଥିବାବେଳେ ତାଙ୍କୁ ଭୁବନେଶ୍ୱର ଆଣିବାରେ କିଏ ସହଯୋଗ କରିଥିଲେ, ତାଙ୍କୁ ଖୋଜୁଛି ପୋଲିସ  । ଅନ୍ୟପଟେ ଦୁଷ୍ମନ୍ତଙ୍କ ପରିବାରର ଅସହାୟତା ଦେଖି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ତାଙ୍କ ଘରେ ପହଁଛିଥିଲେ  ।

କଳିଙ୍ଗ ଷ୍ଟାଡ଼ିୟମରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ  । କଳିଙ୍ଗ ଷ୍ଟାଡିୟମରେ ଏକ ଵିଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ଭେଟି ତାଙ୍କ ସଫଳତା ପାଇଁ ସମ୍ବର୍ଦ୍ଧନା ଦେବାସହ ପ୍ରଶଂସା ମଧ୍ୟ କରିଛନ୍ତି। ଏହି ଅବସରରେ ପୂର୍ବ ଘୋଷଣ ମୁତାବକ ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀ ୬ କୋଟି ଟଙ୍କାର ଚେକ୍ ଓ କ୍ଲାସ 1 ଚାକିରୀରେ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ଟୋକିଓ ପାରା ଅଲମ୍ପିକରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ବ୍ୟାଡମିଣ୍ଟନ ଏକକରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି  । ପାରା ଅଲିମ୍ପିକ୍ସରେ ପ୍ରମୋଦଙ୍କ ସଫଳତାକୁ ନେଇ ଗୌରବାନ୍ୱିତ ଓଡ଼ିଶା  । ପ୍ରମୋଦଙ୍କୁ ସାରା ବିଶ୍ୱରୁ ମିଳୁଛି ଶୁଭେଛା  । ପ୍ରମୋଦ ଭଗତଙ୍କ ସଫଳତା ରେ ମୁଖ୍ୟମନ୍ତ୍ରୀ ମଧ୍ୟ ପୁରସ୍କାର ରାଶି ଘୋଷଣା କରିଥିଲେ  । ଆଜି ପ୍ରମୋଦ ଦିଲ୍ଲୀରୁ ଫେରି ଭୁବନେଶ୍ୱରରେ ପହଁଚିବା ପରେ ତାଙ୍କୁ ବିମାନବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା  ।

ଏକ ସୁସଜ୍ଜିତ ଜିପରେ ପ୍ରମୋଦଙ୍କୁ କଳିଙ୍ଗ ଷ୍ଟାଡ଼ିୟମ ଅଣାଯାଇଥିଲା  ।  ନିର୍ଦ୍ଧାରିତ ସମୟ ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡ଼ିୟମରେ ପହଁଚିବା ପରେ ସମ୍ବର୍ଦ୍ଧିତ କରିଥିଲେ  । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହିଥିଲେ  । ଏଥି ସହିତ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ ଏବଂ ଉତ୍ସାହିତ କରିଥିଲେ  ।

ପାର୍ବଣ ପାଇଁ SRCଙ୍କ ସତର୍କବାଣୀ: ବଢିବନି ମୂର୍ତ୍ତି ଉଚ୍ଚତା, ନିରାଡମ୍ବର ପାଳିବା ପର୍ବ

ଭୁବନେଶ୍ୱର: ପାର୍ବଣ ଋତୁରେ ସତର୍କ ରହିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ SRC ପ୍ରଦୀପ ଜେନା  । ପାର୍ବଣର ଋତୁ ଚାଲିଥିଲା ବେଳେ କୋଭିଡର ଭୟବହତା ଯାଇନାହିଁ  ।  ତେଣୁ ଏଭଳି ସ୍ଥିତିରେ କିପରି ସତର୍କ ରହିବା ଏବଂ ଏଥିପାଇଁ ରାଜ୍ୟ ସରକାର କେଉଁ କେଉଁ ନୂଆ ଗାଇଡଲାଇନ ଜାରି କରିବାକୁ ଯାଉଛନ୍ତି ସେନେଇ ସୂଚନା ଦେଇଛନ୍ତି ପ୍ରଦୀପ ଜେନା  । ଆଜି ଗଣେଶ ଚତୁର୍ଥୀ ଥିବାବେଳେ ଆଗକୁ ନୂଆଖାଇ ଏବଂ ଦୂର୍ଗା ପୂଜା ହେବାକୁ ଯାଉଛି  । ତେଣୁ ଏଭଳି ସ୍ଥିତିରେ ସତର୍କ ଏବଂ ସୁରକ୍ଷିତ ରହିବା ପାଇଁ ଘରେ ବସି ପର୍ବ ପାଳିବାକୁ ପରାମର୍ଶ ଦେଇଛନ୍ତି ଏସଆରସି  ।

ନୂଆଖାଇରେ କେବଳ ଘରେ ବସି ପରିବାର ସହ ନୂଆ ଖାଇବାକୁ ପରାମର୍ଶ ଦିଆଯାଇଛି  । ମନ୍ଦିର ନଯିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି  । ରାଜ୍ୟ ସରକାର ସମସ୍ତ ପର୍ବ ପର୍ବାଣୀକୁ ଅନୁପାଳନ କରିବାକୁ ଅନୁମତି ଦେଇଥିବାବେଳେ ସମସ୍ତ କାର୍ଯ୍ୟକୁ କୋଭିଡ କଟକଣାର ପରିଧି ମଧ୍ୟରେ ପାଳନ କରିଛନ୍ତି  । ଯେଉଁଥିପାଇଁ ରାଜ୍ୟ ଆଜି କୋଭିଡ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି  । ଓଡିଶାରେ ସଂକ୍ରମିତ ସଂଖ୍ୟା ସବୁବେଳେ ସର୍ବନିମ୍ନ ରହିଛି  । ଓଡିଶା ଅନ୍ୟରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ପ୍ରଦାନ କରିଛି  । ରାଜ୍ୟ କୋଭିଡ ପରିଚାଳନାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛନ୍ତି  । ଏସବୁର ଶ୍ରେୟ କେବଳ ଓଡ଼ିଶା ବାସୀଙ୍କ ଶୃଙ୍ଖଳିତ ଅନୁପାଳନ ପାଇଁ ସମ୍ଭବବୋଲି କହିଛନ୍ତି ଏସଆରସି  ।

ଯେହେତୁ ପବିତ୍ର ଗଣେଶ ଚତୁର୍ଥୀରୁ ପାର୍ବଣ ଋତୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୁଏ  । ଏହି ପାର୍ବଣ ସମୟରେ ଆମେ ସତର୍କ ରହିଲେ ହିଁ ଓଡିଶା ପୁନର୍ବାର କୋଭିଡ ମୁକାବିଲାରେ ସଫଳ ହେବ  । କେରଳର ଓନାମ କଥାକୁ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଛନ୍ତି ଏସଆରସି  । ସେ କହିଛନ୍ତି କେରଳ ସରକାର ଓନାମ ପର୍ବ ପାଳି ଭୁଲ କରିଛନ୍ତି  । ତୃତୀୟ ଲହରକୁ ସ୍ୱାଗତ କରିଛନ୍ତି  । ସାଧାରଣ ଲୋକେ ଅମାନିଆ ହେଲେ , ସରକାର ରୋକ ଲଗାଇପାରିଲେ ନାହିଁ  । ଯାହା ବିପଦକୁ ଡାକି ଆଣିଛି ବୋଲି କହିଛନ୍ତି  । ତେଣୁ ଓଡିଶାରେ ଏଭଳି ସ୍ଥିତି ସୃଷ୍ଟି ନହେଉ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା  ।

ସରକାରଙ୍କ ନିଷ୍ପତ୍ତି ମୁତାବକ ସାଧାରଣ ଲୋକେ ପାଳନ କରନ୍ତୁ  । ପୂର୍ବ ନିଷ୍ପତ୍ତି ମୁତାବକ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ  । ଅଗଷ୍ଟ ୯ରେ ଜାରି ହୋଇଥିବା ଗାଇଡଲାଇନ ଅପରିବର୍ତ୍ତିତ ରହିବ  ।  ତେଣୁ ଗହଳି ନକରି ନିରାଡମ୍ବର ଭାବେ ଧୈର୍ଯ୍ୟର ସହ ପାଳନ  କରିବାକୁ ଅନୁରୋଧ କରିଛନ୍ତି  । ସରକାର ସମସ୍ତଙ୍କ ଆବେଗ ବୁଝିଥିଲେ ମଧ୍ୟ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେବାକୁ ବାଧ୍ୟ ହୋଇଛନ୍ତି  । ସରକାର କ୍ଷମାପ୍ରାର୍ଥୀ ହେଲେ ମଧ୍ୟ ସାଧାରଣ ଲୋକେ ଅକୁଣ୍ଠଚିତରେ ଅଗଷ୍ଟ ଗାଇଡଲାଇନକୁ ଅନୁପାଳନ କରବାକୁ ଆହ୍ୱାନ ଦେଇଛନ୍ତି  । ଏଥି ସହିତ ସମସ୍ତ ପୂଜା କମିଟିକୁ ଭୂୟଶୀ ପ୍ରଶଂସା କରିଛନ୍ତି  । କମିଟିର ସଦସ୍ୟ ମାନେ ଏହି ସ୍ଥିତିକୁ ଭଲ ଭାବରେ ବୁଝିଛନ୍ତି  । ସରକାରଙ୍କ ପ୍ରତିଟି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି  । ଯାହା ଆମକୁ ବିପଦରୁ ଅଟକାଇବା ପାଇଁ ଯଥେଷ୍ଟ ସହଯୋଗ କରିଛନ୍ତି  ବୋଲି ଉଲ୍ଲେଖ କରିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା  ।

ଜଳାଶୟର କିସମ ବଦଳାଇ ବନ୍ଧା ହେଲେ ଅତିରିକ୍ତ ତହସିଲଦାର

ଢେଙ୍କାନାଳ: ଜମିର କିସମ ବଦଳାଇ ବନ୍ଧା ହେଲେ ଅତିରିକ୍ତ ତହସିଲଦାର । ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳାଇଙ୍କ ସମେତ ଜଣେ ଜମି ଦଲାଲକୁ ଗିରଫ କରିଛି ପୋଲିସ୍ । ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ଭଗବାନପୁର ନିକଟସ୍ଥ ସାନ ଷାଠିଏ ବାଟିଆରେ ଏକ ଜଳାଶୟକୁ ଶାରଦ କିସମକୁ ପରିବର୍ତ୍ତନ କରି ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ଭୂ-ଲେଖ ଓ୍ବେବସାଇଟରେ ମଧ୍ୟ ଚଞ୍ଚକତା କରି ଅପଲୋଡ କରି ଦିଆଯାଇଥିଲା ।

ଜମି ବିକ୍ରି କରି ପ୍ରାୟ ୨ କୋଟିରୁ ଅଧିକ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଘଟଣାରେ ତଦନ୍ତ କରି ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳାଇଙ୍କ ସହିତ ଆଉ ଜଣେ ଅଭିଯୁକ୍ତ ନରେନ୍ଦ୍ର ବେହେରାଙ୍କୁ ପୋଲିସ ଗିରଫ କରିଛି । ମାମଲାରେ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପୂର୍ବରୁ ମଧ୍ୟ ଅତିରିକ୍ତ ତହସିଲଦାରଙ୍କ ନାଁରେ ଅଭିଯୋଗ ଥିଲା । ଏକ ପଥର ଟ୍ରକରୁ 30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରାପଡିଥିଲେ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳାଇ ।

ଏଥିସହିତ ପଢ଼ନ୍ତୁ: କୋଭିଡ ଶବଦାହ କରୁଥିବା କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେ ଦବଙ୍ଗ ସମାଜସେବୀ

କୋଭିଡ ଶବଦାହ କରୁଥିବା କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେ ଦବଙ୍ଗ ସମାଜସେବୀ

କଟକ: ମହଙ୍ଗା ପଡ଼ିଲା ଦବଙ୍ଗଗିରି । ଗିରଫ ହେଲେ ସମାଜସେବୀ ଓ ତାଙ୍କ ସହଯୋଗୀ । ଗତ ବୁଧବାର କଟକ କାଳିଆ ବୋଦା ଶ୍ମଶାନରେ କୋଭିଡ ଶବଦାହ କରୁଥିବା କର୍ମଚାରୀଙ୍କୁ ସମାଜସେବୀ ବିଭୁତି ରାୟ ହଠାତ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏନେଇ ଶବ ସତ୍କାର କରୁଥିବା ଲୋକେ ପୋଲିସ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ । ହେଲେ ଥାନା ବାହାରେ ଛକିଥିବା ସମାଜସେବୀଙ୍କ ସହଯୋଗୀ ପୁଣି ସେମାନଙ୍କୁ ଆକ୍ରମଣ କରିଥିଲେ । ଏନେଇ ଚଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି ଶ୍ମଶାନର ପରିଚାଳକ ବିଶ୍ୱ ବିଜେତା ପାତ୍ର । ଘଟଣାର ତଦନ୍ତ କରି ବିଭୁତି ଓ ତା’ର ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ମାମଲାରେ ଆଉ ଯେଉଁମାନେ ବି ସମ୍ପୃକ୍ତ ଥିବେ ସେମାନଙ୍କୁ ବି ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଚାଉଳିଆଗଞ୍ଜ ଥାନା ଅଧିକାରୀ ।

ଏଥିସହିତ ପଢ଼ନ୍ତୁ: ଦୁଷ୍ମନ୍ତକୁ ଭୁବନେଶ୍ୱର ଡାକି ଆତ୍ମହତ୍ୟା ନେଇ ପ୍ରବର୍ତ୍ତାଇଥିବା ଲୋକଙ୍କୁ ଧରିବାକୁ ପରିବାର ଲୋକଙ୍କ ଦାବି

ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରମୋଦ ଭଗତଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରମୋଦ ଭଗତ । ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯିବା ପରେ ତାଙ୍କୁ ଶୋଭାଯାତ୍ରାରେ ନିଆଯାଉଛି । ବିରାଟ ଶୋଭାଯାତ୍ରାରେ ସେ ସହର ପରିକ୍ରମା କରିବେ । ପାରା- ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରମୋଦ ଭଗତଙ୍କୁ ଆଜି ପୁରସ୍କୃତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆଜି ସନ୍ଧ୍ୟା ୫ଟାରେ ଏକ ଉତ୍ସବରେ ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ରାଶି ପ୍ରଦାନ କରିବେ ।

ଏଥିସହିତ ପଢ଼ନ୍ତୁ: ସ୍ୱର୍ଣ୍ଣ ପଦକ ବିଜେତା ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ୬କୋଟି ଟଙ୍କାର ଆର୍ଥିକ ପୁରସ୍କାର

 

କରୋନା କାରଣରୁ ବାତିଲ ହେଲା ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ

ମାଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ । କରୋନା କାରଣରୁ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ବାତିଲ ହୋଇଛି ।  ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଆଜି ମଞ୍ଚେଷ୍ଟର୍‌ରେ ଖେଳାଯାଇଥାନ୍ତା ୫ମ ତଥା ଚୂଡ଼ାନ୍ତ ଟେଷ୍ଟ୍‌  ।

ଭାରତୀୟ ଦଳର ସହକାରୀ ‘ଫିଜିଓଥେରାପିଷ୍ଟ୍‌’ ଯୋଗେଶ ପରମର ଗୁରୁବାର ଦିନ କୋଭିଡ୍‌-୧୯ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିବା ପରେ ‘ବୋର୍ଡ ଅଫ୍ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇଣ୍ଡିଆ’ ଏବଂ ‘‘ଇଂଲଣ୍ଡ୍‌ କ୍ରିକେଟ୍‌ ବୋର୍ଡ’ ମଧ୍ୟରେ ଗଭୀର ଆଲୋଚନା ‌ହୋଇଥିଲା। ତା’ପରେ ମ୍ୟାଚ୍ ବାତିଲ ନେଇ ନିଷ୍ପତ୍ତି ହୋଇଛି ।

 ‘ବିସିସିଆଇ’ ସହ ଆଲୋଚନା ପରେ ଆଜି ଏମିରେଟ୍‌ସ୍‌ର ଓଲଡ୍‌ ଟ୍ରାଫୋର୍ଡରେ ଆଜି ଇଂଲଣ୍ଡ୍‌ ଏବଂ ଭାରତର ଖେଳାଳିମାନଙ୍କ ମଧ୍ୟରେ ଆରମ୍ଭ ହେବାକୁ ଥିବା ପଞ୍ଚମ ‘ଏଲ୍‌ଭି= ଇନ୍‌ସ୍ୟୁରାନ୍ସ୍‌ ଟେଷ୍ଟ୍‌’କୁ ବାତିଲ କରାଯାଇଥିବା ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି । ଆଗକୁ କରୋନା ମାମଲା ବଢ଼ିବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଆଫଗାନିସ୍ତାନରେ ନିଷିଦ୍ଧ ହୋଇପାରେ ମହିଳା କ୍ରୀଡ଼ା: ସମଗ୍ର ଶରୀର ଆବୃତ ହୋଇପାରୁନଥିବାରୁ ନିଆଯାଇପାରେ ନିଷ୍ପତ୍ତି