ରୋଗରୁ ଭଲ ହେବା ପରେ ସୋସିଆଲ ମିଡିଆରୁ ପାଇଥିବା ଆର୍ଥିକ ସାହାଯ୍ୟକୁ ଫେରସ୍ତ କଲେ ଯୁବକ

କେନ୍ଦୁଝର: ଅନେକ ସମୟରେ ଆମେ ଦେଖିଛେ ପାଖରେ ଚିକିତ୍ସା ପାଇଁ ଅର୍ଥ ନଥିଲେ ଏକମାତ୍ର ସାହାରା ପାଲଟେ ସୋସିଆଲ ମିଡିଆ। ଅର୍ଥ ଅଭାବରୁ ହନ୍ତସନ୍ତ ହେଉଥିବା ଲୋକେ ସେମାନଙ୍କର ଦୁଃଖ ଜଣାଇ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆରେ ଦୁଃଖ ଦେଖି ସହାୟତା ପାଇଁ ହାତ ବଢ଼ାନ୍ତି ହୃଦୟବାନ ବ୍ୟକ୍ତି। କିନ୍ତୁ ପୀଡ଼ିତ ଜଣକ ଭଲ ହେବା ପରେ ସେହି ସାହାଯ୍ୟର ଅର୍ଥକୁ ସୋସିଆଲ ମିଡିଆରେ ଦେଇଥିବା ବ୍ୟକ୍ତିଙ୍କୁ ଫେରାଇବା ଆମେ କେବେ ବି ଦେଖିନଥିବା। କିନ୍ତୁ ଏମିତି ଏକ ଖବର କେନ୍ଦୁଝର ଜିଲ୍ଲା ଚମ୍ପୁଆ ବଲ୍ଲ ଗମ୍ଭାରିଆ ଗାଁରେ ଦେଖିବାକୁ ମିଳିଛି। ଯିଏ ସହାୟତା ଟଙ୍କାରେ ଭଲ ହୋଇସାରିବା ପରେ କାମ କରି ସମସ୍ତ ଅର୍ଥକୁ ଫେରାଇ ଦେଇଛନ୍ତି।

ଚମ୍ପୁଆ ବ୍ଲକ ଗମ୍ଭାରିଆ ଗାଁର ସୁନାସିନ୍ଦୂର ମହାନ୍ତ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୂଚନା ଅନୁସାରେ ସୁନାସିନ୍ଦୂର ନିଜ ଆଣ୍ଠୁରେ ସମସ୍ୟା ଯୋଗୁ ଲକ୍ଷାଧିକ ଟଙ୍କାରେ ଅସ୍ତ୍ରୋପଚାର କରିଥିଲେ। ପରେ ଆପେଣ୍ଡିସାଇଟିସ୍ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଟଙ୍କା ଆବଶ୍ୟକ ପଡ଼ିଥିଲା। ଟଙ୍କା ନଥିବାରୁ ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକଙ୍କ ସାହାଯ୍ୟ ଲୋଡିଥିଲେ। ଫୋନ୍ ପେ ଯୋଗେ ୧ଲକ୍ଷ ଟଙ୍କାର ସାହାଯ୍ୟ ପାଇଥିଲେ ସୁନାସିନ୍ଦୂର। ତେବେ ସବୁଠୁ ବଡ଼ କଥା ହେଉଛି, ସୁସ୍ଥ ହେବା ପରେ ଫୋନ୍ ପେ ହିଷ୍ଟ୍ରି ଯାଞ୍ଚ କରି  ସହାୟତା କରିଥିବା ଲୋକଙ୍କ ୧ ଲକ୍ଷ ଟଙ୍କା ଫେରାଇଦେଇଛନ୍ତି।

Leave a Reply