spot_img
Home Blog Page 5207

୨୦ ବର୍ଷ ଭିତରେ ଆମେରିକା ଏମିତି ପାକିସ୍ତାନୀ ଜାଲରେ ଫସି ହାରିଗଲା ଆତଙ୍କ ବିରୋଧରେ ଯୁଦ୍ଧ

ଇସଲାମାବାଦ: ୨୦ ବର୍ଷ ତଳେ ଆମେରିକା ଆତଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା । ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ଅଲକାଏଦାର ଆତ୍ମଘାତୀ ବିମାନ ଆକ୍ରମଣରେ ୩ ହଜାର ଲୋକ ପ୍ରାଣ ହରାଇଥିଲେ । ଏହାର ପ୍ରତିଶୋଧ ନେବାକୁ ଆମେରିକା ଆଫଗାନିସ୍ତାନର ପାହାଡି ଭୁଇଁକୁ ବୋମା ମାଡ କରି ଧ୍ୱଂସବିଧ୍ୱସ୍ତ କରିଥିଲା । ପ୍ରଥମ ତାଲିବାନ ଶାସନର ପତନ ଘଟିଥିଲା । ଆମେରିକାର ତୁମେ ଶତ ପ୍ରତିଶତ ଆମ ପଟେ ନହେଲେ ସେପଟେ,ଏହି ଧମକ ପାକିସ୍ତାନକୁ ଆତଙ୍କ ବିରୋଧୀ ଯୁଦ୍ଧରେ ଅଙ୍କଲ ସାମଙ୍କୁ ସାହାଯ୍ୟ କରିବାକୁ ବାଧ୍ୟ କରିଥିଲା । ପାକିସ୍ତାନ ଆତଙ୍କ ବିରୋଧୀ ଯୁଦ୍ଧ ପାଇଁ ଆମେରିକାଠାରୁ ଆର୍ଥିକ ଓ ସାମରିକ ସାହାଯ୍ୟ ନେଇଥିଲା । ଆମେରିକା ୨୦ ବର୍ଷର ଲମ୍ବା ଯୁଦ୍ଧରେ ୫୮୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଯାହା ମଧ୍ୟରୁ 33 ବିଲିୟନ ଡଲାର ପାକିସ୍ତାନକୁ ଯାଇଥିଲା । କିନ୍ତୁ ପାକିସ୍ତାନ ଆମେରିକା ସହିତ ଡବଲ ଗେମ୍ ଖେଳୁଥିଲା । ଯାହା ୨୦୨୧ରେ ତାଲିବାନର ଆଫଗାନିସ୍ତାନ ଉପରେ କବଜାରୁ ପ୍ରମାଣିତ ହୋଇଛି ।

୨୦୧୫ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଯାହା ଟ୍ୱିଟ୍ କରିଥିଲେ ତାହା ପାକିସ୍ତାନର ଅସଲ ମୁଖା ଖୋଲିବା ପାଇଁ ଯଥେଷ୍ଟ । ଟ୍ରମ୍ପ ସେତେବେଳେ ଟ୍ୱିଟ୍ କରିଥିଲେ, ‘‘ ପାକିସ୍ତାନ ଆତଙ୍କ ବିରୋଧରେ ଯୁଦ୍ଧ ନାଁରେ ଆମକୁ ମୁର୍ଖ ବନେଇଛି । ଆମେ ଯେଉଁ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ଖୋଜୁଥିଲୁ ସେମାନ ପାକିସ୍ତାନରେ ରହୁଥିଲେ । ସେମାନେ ଆମକୁ କେବଳ ମିଛ କହିବା ଓ ଠକିବା ଛଡା ଆଉ କିଛି ଦେଇ ନାହାନ୍ତି ।’’

ଟ୍ରମ୍ପଙ୍କ ଅନୁସାରେ ପାକିସ୍ତାନ ଆମେରିକା ନେତାଙ୍କୁ ମୁର୍ଖ ବୋଲି ଭାବିଥିଲା । ଟ୍ରମ୍ପଙ୍କ କଥାରେ ସତ ଥିଲା । କାରଣ ଆମେରିକା ଯେଉଁ ଲାଡେନକୁ ଆଫଗାନିସ୍ତାନର ପାହାଡି ଗୁମ୍ଫାରେ ଖୋଜୁଥିଲା ସିଏ ଆବଟାବାଦରେ ସେନା ମୁଖ୍ୟାଳୟଠାରୁ ମାତ୍ର କେଇ ମିଟର ଦୁରରେ ରହୁଥିଲା । ତାଲିବାନ ମୁଖ୍ୟ ମୁଲ୍ଲା ଓମାର ମଧ୍ୟ ପାକିସ୍ତାନୀ ଆତିଥେୟତାର ଆନନ୍ଦ ନେଉଥିଲା ।

ତାଲିବାନ ବିରୋଧୀ ମେଣ୍ଟର ଶେଷ ଠିକଣା ପଂଜଶୀର ଉପତ୍ୟକାରେ ଯେଉଁଦିନ ପାକିସ୍ତାନୀ ଲଢୁଆ ବିମାନ ଆକ୍ରମଣ କରିଥିଲେ ତାହା ଥିଲା ଆମେରିକା ଇତିହାସର ସବୁଠାରୁ ଲଜ୍ଜାଜନକ ଦିନ । କାରଣ ସେଦିନ ପାକିସ୍ତାନ ଆମେରିକା ମୁହଁକୁ ଛେପ ପକାଇଥିଲା । ଗଲା ୨୦ ବର୍ଷ ଧରି ଯେଉଁ ତାଲିବାନର ମୁଳପୋଛ ପାଇଁ ଆମେରିକାଠାରୁ ପାକିସ୍ତାନ ଟଙ୍କା ନେଉଥିଲା ସେହି ତାଲିବାନ ସପକ୍ଷରେ ପାକ୍ ବାୟୁସେନା ଯୁଦ୍ଧକୁ ଓହ୍ଲାଇ ଥିଲା ।

 

୨୦ ବର୍ଷ ତଳେ ଆଫଗାନିସ୍ତାନ ଯେଉଁଠି ଥିଲା ଏବେ ୨୦ ବର୍ଷ ପରେ ବି ସେଇଠି ଅଛି । ୨୦ ବର୍ଷ ତଳେ ଆମେରିକା ଯେଉଁ ତାଲିବାନକୁ ଗାଦିଚ୍ୟୁତ କରି ଯୁଦ୍ଧ ଯିତିଥିଲା ବୋଲି ଭାବୁଥିଲା ଏବେ ସେଇ ତାଲିବାନ ଆଫଗାନିସ୍ତାନର ଭାଗ୍ୟବିଧାତା । ଯାହାର ଅର୍ଥ ହେଉଛି ପାକିସ୍ତାନର ଚକ୍ରବ୍ୟୁହରେ ଆମେରିକା ହାରିଛି ।

ଇତିହାସର ସବୁଠାରୁ ଲମ୍ବ ଯୁଦ୍ଧ ଲଢିବାକୁ ଆମେରିକା ୫୮୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ କିଛି ପାଇନାହିଁ । ଏହି ୨୦ ବର୍ଷ ମଧ୍ୟରେ ୯ ଲକ୍ଷ ୨୯ ହଜାର ପ୍ରାଣ ହରାଇଛନ୍ତି । ଯାହାଙ୍କ ମଧ୍ୟରେ ଅଛନ୍ତି ୮୪ ହଜାର ଆତଙ୍କବାଦୀ । ଆମେରିକାର ପ୍ରାଇମ୍ ଟାର୍ଗେଟ୍ ଅଲକାଏଦା ଶେଷ ହୋଇନି । ବରଂ ଅଲକାଏଦରୁ ଅଲଗା ହୋଇ ସୃଷ୍ଟି ହୋଇଛନ୍ତି ଆଉ ୧୦ ଆତଙ୍କବାଦୀ ସଂଗଠନ । ୨୦ ବର୍ଷ ମଧ୍ୟରେ ଏହି ଆତଙ୍କବାଦୀ ସଂଗଠନ କରିଛନ୍ତି ୩୪ ହଜାର ଆକ୍ରମଣ । ଯେଉଁଥିରେ ମରିଛନ୍ତି ୭୦ ହଜାର ସାଧାରଣ ନାଗରିକ । ନାଇଜେରିଆରୁ ସିରିଆ ସବୁଠି ଏବେ ଇସଲାମିକ ଆତଙ୍କବାଦୀ ସକ୍ରୀୟ । ଗତ ୨୦ ବର୍ଷର ଇତିହାସ କହୁଛି ଆମେରିକା କେମିତି ପାକିସ୍ତାନ ଦ୍ୱାରା ବ୍ୟବହୃତ ହୋଇ ଆତଙ୍କ ବିରୋଧରେ ଯୁଦ୍ଧକୁ ହାରିଛି ।

 

ରବି ଫସଲ ପାଇଁ ୩୭ ଲକ୍ଷ ଚାଷୀ ପରିବାରକୁ ୭୪୩ କୋଟି ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରବି ଫସଲ ପାଇଁ ନୂଆଁଖାଇରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯାଇଛି । ପବିତ୍ର ନୂଆଁଖାଇ ଅବସରରେ ଚାଷୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀର ସମସ୍ୟା ହେଉଛି- ଆମ ସମସ୍ତଙ୍କ ସମସ୍ୟା । ସାରା ରାଜ୍ୟର ସମସ୍ୟା ।

 CM Naveen Patnaik Grants Rs742.58 Crs Under KALIA Assistance to 37,12,941 Small And Marginal Farmers

ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ । ସାର ସମ୍ପର୍କରେ ଦେଖା ଦେଇଥିବା ଅସୁବିଧାର ସମାଧାନ ପାଇଁ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । MSP ଓ ଫସଲ ବୀମା ସମ୍ପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ସେ କହିଛନ୍ତି ।

 CM Naveen Patnaik Grants Rs742.58 Crs Under KALIA Assistance to 37,12,941 Small And Marginal Farmers

ସରକାର ସବୁବେଳେ ଚାଷୀ ମାନଙ୍କ ସାଥିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ କମ୍‌ ବର୍ଷା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟରେ କମ୍‌ ବର୍ଷା ହୋଇଛି । ବର୍ତ୍ତମାନ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି ବିଭାଗର କ୍ଷେତ୍ର ଅଧିକାରୀ ମାନଙ୍କୁ ଚାଷୀ ମାନଙ୍କ ସହ ସବୁବେଳେ ସମ୍ପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୃଷି ବିଭାଗର ପରାମର୍ଶ ଅନୁଯାୟୀ ଚାଷୀ ଭାଇମାନେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

 CM Naveen Patnaik Grants Rs742.58 Crs Under KALIA Assistance to 37,12,941 Small And Marginal Farmers

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇ କହିଥିଲେ ଯେ ନୂଆଁଖାଇ ହେଉଛି ମାଟି ମାର ପର୍ବ । ଆଉ କୃଷକ ମାନେ ହେଉଛନ୍ତି ମାଟି ମାର ସବୁଠାରୁ ବଡ଼ ପୂଜାରୀ। ଏଭଳି ପବିତ୍ର ଦିନରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ସେ ଖୁସି ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନା ଚାଷୀର କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା । ଭୂମିହୀନ ଚାଷୀ ମାନଙ୍କୁ ସହାୟତା ଦେବାରେ ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ । ଲକ୍ଷ ଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠାରୁ ଅଧିକ ଉପକାର ପାଉଛନ୍ତି । କୋଭିଡ ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀ ମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

 CM Naveen Patnaik Grants Rs742.58 Crs Under KALIA Assistance to 37,12,941 Small And Marginal Farmers

ନୟାଗଡ଼ରୁ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ କାଳିଆ କାର୍ଯ୍ୟକ୍ରମ ଚାଷୀ କୁଳ ପାଇଁ ସାହାରା ହୋଇଛି ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମ ରେ ସେମାନଙ୍କ ମତ ରଖି ସମ୍ଵଲପୁରର ମକରଧ୍ୱଜ ମେଣ୍ଡଳି ବରଗଡ଼ର ଲାସିମା ବିଶ୍ୱାଳ, ରାଧାକାନ୍ତ ବଲାଙ୍ଗୀରର ରାଜକୁମାର ପ୍ରଧାନ ଓ ପରମାନନ୍ଦ ମାଝୀ କାଳିଆ ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଏହି ଯୋଜନାରେ ଠିକ ସମୟରେ ସହାୟତା ମିଳୁଥବାରୁ ଆଉ ଧାର କରଜ କରିବା କୁ ପଡୁନାହିଁ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ 5T କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୃଷି ସଚିବ ଏସ୍.କେ ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

9/11 Terror Attack: ସେଦିନ ଆମେରିକା ରାଷ୍ଟ୍ରପତି ଆକାଶରେ ହିଁ ଥିଲେ…

ବର୍ଷ ୨୦୦୧ । ବିଶ୍ୱ ନୂଆ ଏକ ବର୍ଷରେ ପାଦ ରଖିଥାଏ । ଏହାର ଠିକ୍ ୧୦ ବର୍ଷ ପୂର୍ବରୁ ୨୬ ଡିସେମ୍ବର ୧୯୯୧ରେ ସୋଭିଏତ ସଂଘ ଭାଙ୍ଗିବା ପରେ ଆନୁଷ୍ଠାନିକ ଘୋଷଣା ସହିତ ଆମେରିକା ଶୀତଳ ଯୁଦ୍ଧକୁ ଜିତି ଦୁନିଆର ଏକମାତ୍ର ମହାଶକ୍ତି ହୋଇ ସାରିଥିଲା । ଏହି ସମୟରେ ରାଜ୍ କରୁଥିଲା ଆମେରିକା । ୧୯୯୧ରେ ପ୍ରଥମ ଗଲ୍ଫ ଯୁଦ୍ଧ ହେଉ ବା ୟୁଗୋସ୍ଲାଭିଆରେ ହୋଇଥିବା ଯୁଦ୍ଧ । ଆମେରିକା ତା’ର ସୈନ୍ୟଙ୍କୁ ଏକାଠି କରି ନୂଆ ବିଶ୍ୱ ତିଆରି କରିବାକୁ ଉଦ୍ୟମ କରୁଥାଏ ।

୧୧ ସେପ୍ଟେମ୍ବର ୨୦୦୧ । ଆମେରିକା ଉପରେ ସବୁଠାରୁ ବଡ଼ ଆତଙ୍କୀ ଆକ୍ରମଣ କଲା ଓସାମା ବିନ୍ ଲାଡେନ । ଯେଉଁ ଆକ୍ରମଣ ଦୁନିଆର ଇତିହାସକୁ ବଦଳାଇ ଦେଇଥିଲା । ଏହା ଏମିତି ଗୋଟିଏ ଆକ୍ରମଣ ଥିଲା ଯାହା ବିଶ୍ୱ ଆଗରୁ କେବେ ମଧ୍ୟ ଦେଖିନଥିଲା । ଏହି ଆକ୍ରମଣ ଆମେରିକାର ଭ୍ରମକୁ ଭାଙ୍ଗି ଦେଇଥିଲା । ଅଲ-କାଏଦା ଭଳି ଆତଙ୍କବାଦୀ ସଂଗଠନ ବିଶ୍ୱର ଏକ ନମ୍ବର ଶକ୍ତିକୁ ମଧ୍ୟ ଟାର୍ଗେଟ୍ କରି ପାରନ୍ତି ସେଦିନ ଦୁନିଆ ଜାଣିଲା ।

ସେହି ଦିନ ଥିଲା ଆମେରିକା ଓ ଦୁନିଆ ପାଇଁ ଭୟ ଓ ଆଶଙ୍କାର ଦିନ । ଏମିତି ଗୋଟିଏ ଦିନ ଯାହା ଆମେରିକାକୁ ମଧ୍ୟ ନିଜ ଶକ୍ତି ଉପରେ ସନ୍ଦେହ କରିବାକୁ ବାଧ୍ୟ କରିଥିଲା । ଆକ୍ରମଣ ଆମେରିକାକୁ କେତେ ଡରାଇ ଥିଲା ତାହା ସେଦିନର ଗୋଟିଏ ଘଟଣାରୁ ଜଣା ପଡେ । ପ୍ରଥମ ପ୍ଲେନ୍ ୱାଲ୍ଡ୍ ଟ୍ରେଡ୍ ସେଣ୍ଟର ସହ ଧକ୍କା ଖାଇବା ବେଳେ ରାଷ୍ଟ୍ରପତି ଜର୍ଜ୍ ବୁଶ ଜୁନିଅର ଗୋଟିଏ ଏଲିମେଣ୍ଟାରି ସ୍କୁଲରେ ପିଲାଙ୍କ ଗହଣରେ ଥିଲେ । ପ୍ରଥମ ଆକ୍ରମଣ ଖବର ତାଙ୍କୁ ଦିଆଯିବା ସମୟରେ ଏହା ଆକ୍ରମଣ ନୁହେଁ ଦୁର୍ଘଟଣା ବୋଲି ଧାରଣା ଥିଲା । କିନ୍ତୁ ଦ୍ୱିତୀୟ ପ୍ଲେନ୍ ଧକ୍କା ଖାଇବା ଖବର ଆସିବା ସହିତ ବୁଶ ଜାଣି ସାରିଥିଲେ ଆମେରିକା ଉପରେ ଆକ୍ରମଣ ହୋଇ ସାରିଛି ।

ତୃତୀୟ ବିମାନ ପେଣ୍ଟାଗନ ସହିତ ଧକ୍କା ଖାଇଥିଲା । ଚତୁର୍ଥ ବିମାନର ଯାତ୍ରୀ କିନ୍ତୁ ଆତଙ୍କବାଦୀଙ୍କ ପ୍ଲାନ୍ କୁ ସଫଳ ହେବାକୁ ଦେଇନଥିଲେ । ଚତୁର୍ଥ ବିମାନର ଟାର୍ଗେଟ୍ ଥିଲା ହ୍ୱାଇଟ୍ ହାଉସ । କିନ୍ତୁ ଯାତ୍ରୀଙ୍କ ସହିତ ସଂଘର୍ଷ କାରଣରୁ ପେନ୍ସିବ୍ଲେନିୟାର ନିକଟସ୍ଥ ଗ୍ରାଉଣ୍ଡରେ କ୍ରାଶ୍ ହୋଇଗଲା
ଆମେରିକା ଏହି ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲା । ଚାରି ଚାରିଟି ବିମାନ ଯେତେବେଳେ ଆକାଶରେ କ୍ଷପଣାସ୍ତ୍ର ପାଲଟି ଗଲେ,ସେତେବେଳେ ସୁରକ୍ଷା ଏଜେନ୍ସିଙ୍କ ଭୟ ଥିଲା ଯେ, ରାଷ୍ଟ୍ରପତିଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇ ପାରେ । ରାଷ୍ଟ୍ରପତି ସ୍କୁଲରୁ ବାହାରିବା ପରେ ତାଙ୍କୁ ଏୟାରଫୋର୍ସ ୱାନରେ ନିଆଯାଇଥିଲା ।

ଏୟାର ଫୋର୍ସ ୱାନ୍ ସେ ପର୍ଯ୍ୟନ୍ତ ଆକାଶରେ ରହିଥିଲା ଯେପର୍ଯ୍ୟନ୍ତ ଏହା ସୁନିଶ୍ଚିତ ହୋଇନଥିଲା ଯେ, ଆଉ କୌଣସି ଆକ୍ରମଣର ଆଶଙ୍କା ନାହିଁ । ଏୟାର ଫୋର୍ସ ୱାନ୍ ସହ ସେତେବେଳେ ଉଡୁଥିଲେ ଫାଇଟର ଜେଟ୍ । ସେଦିନ ରାଷ୍ଟ୍ରପତି ବୁଶ ଅନେକ ସମୟ ଧରି ମାଟିକୁ ଓହ୍ଲାଇ ନଥିଲେ । କାରଣ ଆମେରିକା ପାଇଁ ସେଦିନ ଥିଲା ଆତଙ୍କର ଦିନ । ସେପ୍ଟମ୍ବର ୧୧କୁ ସେହି ଆକ୍ରମଣକୁ ୨୦ ବର୍ଷ ପୁରିଛି । ଆମେରିକା ସିକ୍ରେଟ୍ ସର୍ଭିସ ସୋସିଆଲ ମିଡିଆ ଆକାଉଣ୍ଟରେ ଆକ୍ରମଣର କିଛି ଏଭଳି ଫଟୋ ଶେୟାର କରିଛନ୍ତି ଯାହା ପୂର୍ବରୁ କେବେ ମଧ୍ୟ ଦେଖିବାକୁ ମିଳିନାହିଁ ।

କିଏ ହେବେ ଗୁଜରାଟର ଆଗାମୀ ମୁଖ୍ୟମନ୍ତ୍ରୀ? ରେସରେ ଅଛନ୍ତି ଏହି ନେତା…

ଅହମ୍ମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଶନିବାର ଦିନ ବିଜୟ ରୁପାଣୀ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ସହ ସାକ୍ଷାତ କରି ରୁପାଣୀ ନିଜ ଇସ୍ତଫା ହସ୍ତାନ୍ତର କରିଛନ୍ତି । ହେଲେ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଯାଇଛି । ରୂପାଣୀଙ୍କ ପରେ କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇଗଲାଣି ।

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ରେସରେ ବିଜେପିର ଅନେକ ମନ୍ତ୍ରୀଙ୍କ ନାମ ସାମିଲ ରହିଛି । ସେଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡେଭିୟଙ୍କ ନାମ ମଧ୍ୟ ସାମିଲ ରହିଛି । ଏହା ବ୍ୟତୀତ କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ମନ୍ତ୍ରୀ ପୁରୁଷାେତ୍ତମ ରୁପାଲା, ସିଆର ପାଟିଲ ଓ ଗୋରଧନ ଜଦାଫିୟାଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ  ରେସରେ ରହିଛି । ଗତ ଜୁଲାଇ ମାସରେ ମୋଦି ସରକାରର କ୍ୟାବିନେଟ୍ ବିସ୍ତାର ସମୟରେ ଡ. ହର୍ଷବର୍ଦ୍ଧନଙ୍କୁ ହଟାଇ ମନସୁଖ ମାଣ୍ଡେଭିୟଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡେଭିୟ ଓ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ପୁରୁଷାେତ୍ତମ ରୁପାଲାଙ୍କ ନାମ ଏହି ମୁଖ୍ୟମନ୍ତ୍ରୀ ପଦ ରେସରେ ଆଗରେ ରହିବା ପଛରେ ମଧ୍ୟ କାରଣ ରହିଛି । କାରଣ ସେ ପଟେଲ୍ ସମୁଦାୟରୁ ଆସୁଛନ୍ତି । ଗୁଜରାଟରେ ପଟେଲ୍ ସମ୍ପ୍ରଦାୟର ପ୍ରମୁଖ ଭୂମିକା ରହିଛି । ପଟେଲ୍ ସମୁଦାୟରେ କଦବା ଓ ଲେଓବା ପଟେଲ୍ ରହିଥାନ୍ତି । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟ୍ ଏହି ଦୁଇ ପାଟିଦାର ସମୁଦାୟଙ୍କୁ ରଖିଛନ୍ତି ।  ପୁରୁଷୋତ୍ତମ ରୁପାଲା କଦବା ପାଟିଦାର ଓ ମନସୁଖ ମାଣ୍ଡବିୟ ଲେଓବା ପାଟିଦାରର ଅଟନ୍ତି। ଆଉ ଏବେ ସେମାନେ ମୁଖ୍ୟମନ୍ତ୍ରୀ ରେସରେ ରହିଛନ୍ତି ।

ଜନ୍ମ ହେବା ପରେ କମୁଛି ଓଜନ, ଅପପୁଷ୍ଟି ଯୋଗୁଁ ଯାଉଛି ଛୁଆଙ୍କ ଜୀବନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବଢୁଛି ଶିଶୁ ମୃତ୍ୟୁହାର । ଚାଲିଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ଜିଲ୍ଲାରେ ୭୭୮ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଜନ୍ମ ହେବା ପରେ ଓଜନ କମିବା, ଅପପୁଷ୍ଟି ଓ ଗର୍ଭାବସ୍ଥାରେ ଅଧିକାଂଶ ଶିଶୁଙ୍କ ମୃତ୍ୟୁ ହେଉଛି । ମାଆ ଓ ଶିଶୁଙ୍କ ପାଇଁ ବହୁ ଯୋଜନା ଥିବା ସତ୍ତ୍ୱେ ମୃତ୍ୟୁହାର ରୋକିବାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବିଫଳ ହେଉଥିବା ଅଭିଯୋଗ ହୋଇଛି ।

Child Death Percentage Increased In Dhenkanal Districts

ଦୁନିଆ ଦେଖିବା ଆଗରୁ ଚାଲିଯାଉଛି ଗୋଟିଏ ଗୋଟିଏ ପରେ ଜୀବନ । ଜନ୍ମ ହେବାର କିଏ ୨୮ ଦିନ ଭିତରେ ତ, ଆଉ କିଏ ଦୁଇ ବର୍ଷ ମଧ୍ୟରେ ଆଖି ବୁଜୁଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୭୭୮ ଜଣ ଶିଶୁଙ୍କର ଜୀବନ ଯାଇଛି । ଏଥିମଧ୍ୟରୁ ଜନ୍ମରୁ ୨୮ ଦିନ ମଧ୍ୟରେ ୫୧୪ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଗଁନ୍ଦିଆ ବ୍ଲକରେ ଏପ୍ରିଲ୍ ୨୦୧୯ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ୧୬୫ ଶିଶୁଙ୍କର ମୃତ୍ୟୁ ହୋଇଛି । ସେହିପରି ସଦର ବ୍ଲକରେ ୧୨୧ ଜଣ, କାମାକ୍ଷାନଗରରେ ୧୧୦ଜଣ, ହିନ୍ଦୋଳରେ ୧୦୭, ଓଡ଼ାପଡ଼ାରେ ୮୫,  ଭୁବନରେ ୭୧, ପରଜଙ୍ଗରେ ୬୨ ଏବଂ କଙ୍କଡ଼ାହାଡ଼ ବ୍ଲକରେ ୫୭ଜଣ ଶିଶୁ ପ୍ରାଣ ହରାଇଛନ୍ତି ।

Child Death Percentage Increased In Dhenkanal Districts

ନବଜାତଙ୍କ ମୃତ୍ୟୁହାର ରୋକିବାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟରେ ମାଆ ଓ ଶିଶୁଙ୍କ ପାଇଁ ବହୁ ଯୋଜନା ଥିଲେ ମଧ୍ୟ ଏହାର ସଫଳ ରୂପାୟନ ହୋଇ ପାରୁନାହିଁ । ଅପହଞ୍ଚ ଇଲାକାରେ ସଚେତନତା ଅଭାବରୁ ବଢୁଛି ମୃତ୍ୟୁ ସଂଖ୍ୟା । ସେହିପରି ଜନ୍ମ ହେବା ପରେ ଓଜନ କମିବା, ଅପପୁଷ୍ଟି ଓ ଗର୍ଭାବସ୍ଥାରେ ମାଆର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ମୃତ୍ୟୁହାର ବୃଦ୍ଧିପାଉଥିବା ବୁଦ୍ଧିଜୀବୀ କହିଛନ୍ତି । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ସଠିକ୍ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇ ହେଉନଥିବା ଏହାର ଅନ୍ୟ ଏକ କାରଣ ବୋଲି କହିଛନ୍ତି ଢେଙ୍କାନାଳ ସିଡିଏମଓ ।

ଲଘୁଚାପ ପ୍ରଭାବରେ ୧୪ ତାରିଖ ଯାଏଁ କାଚିବ ବର୍ଷା

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ୧୨ ଓ ୧୩ ତାରିଖରେ ଅତି ପ୍ରବଳ ବର୍ଷା ହେବ ।

୧୨ ତାରିଖରେ ଅତି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ସେହିଭଳି ପ୍ରବଳ ବର୍ଷା ନେଇ ଗଞ୍ଜାମ, ବାଲେଶ୍ୱର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବଲାଙ୍ଗିର ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

୧୩ ତାରିଖରେ ଅତି ପ୍ରବଳ ବର୍ଷା ନେଇ ଅନୁଗୁଳ, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର ଓ ସୋନପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତଳିଆ ଅଞ୍ଚଳର ଚାଷ ଜମି ଜଳମଗ୍ନ ହେବା ସହ ମାଟି ରାସ୍ତା କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଦିଆଯାଇଛି ।

୧୪ ତାରିଖରେ ପ୍ରବଳ ବର୍ଷା ନେଇ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଘୁଚାପ ପାଇଁ ୧୨ରୁ ୧୪ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ । ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ୧୧ ତାରିଖ ସନ୍ଧ୍ୟା ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି । ଉତ୍ତର ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ସହ ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି ।

ସ୍ୱାମୀଙ୍କ ୱାର୍କଫ୍ରମ୍ ହୋମକୁ ନେଇ ଚିନ୍ତାରେ ପତ୍ନୀ, ବସଙ୍କୁ କହିଲେ କେବେ ଆରମ୍ଭ ହେବ Work From Office

ମହାମାରୀ ସମୟରେ ଅନେକ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ଲାଗି ‘ୱାର୍କଫ୍ରମ୍ ହୋମ’ ବ୍ୟବସ୍ଥା କରିଛନ୍ତି । ହେଲେ ସୁବିଧା ଅନେକଙ୍କ ପାଇଁ ଚିନ୍ତାର କାରଣ ବି ପାଲଟିଛି। ନିକଟରେ ଏହିଭଳି ଏକ ଖବର ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ୱାର୍କଫ୍ରମ୍ ହୋମକୁ ନେଇ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ବସଙ୍କୁ ଅଭିଯୋଗ କରିଛନ୍ତି। ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ପତ୍ନୀ ଜଣଙ୍କ ବସଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ଅଫିସକୁ ଯାଇ କାମ କରିବା ଲାଗି ତାଙ୍କ ସ୍ୱାମୀଙ୍କୁ ଡକାଯାଉ। ଶୀଘ୍ର Work From Office ବ୍ୟବସ୍ଥା ଆରମ୍ଭ ନହେଲେ ତାଙ୍କ ବୈବାହିକ ଜୀବନ ଅଧିକ ଦିନ ତିଷ୍ଠି ରହିବ ନାହିଁ । ଏବେ କିନ୍ତୁ ଏହି ଘଟଣା ଭାଇରାଲ୍ ହେବା ପରେ ଚର୍ଚ୍ଚାକୁ ଆସିଛି ।

ବିଜନେସମ୍ୟାନ୍ ହର୍ଷ ଗୋଏଙ୍କା ଗତ ସେପ୍ଟମ୍ବର ୯ ତାରିଖରେ ଏନେଇ ଟ୍ୱିଟ୍ କରିଥିଲେ । ଆଉ କ୍ୟାପସନରେ ଲେଖିଥିଲେ, ‘ବୁଝି ପାରୁନି କ’ଣ ଉତ୍ତର ଦେବି’ ।

ମହିଳା ଜଣଙ୍କ ଆହୁରି ମଧ୍ୟ ଲେଖିଛନ୍ତି, ମୋ ସ୍ୱାମୀ ଦିନକୁ ଦଶ ଥର କଫି ମାଗୁଛନ୍ତି । କାମ କରିବା ବେଳେ ଘରର ଭିନ୍ନ ଭିନ୍ନ ସ୍ଥାନରେ ବସି ମଇଳା କରୁଛନ୍ତି । ଆଉ ସ୍ୱଳ୍ପ ବ୍ୟବଧାନରେ ବାରମ୍ବାର କିଛି ନାକିଛି ଖାଇବାକୁ ମାଗୁଛନ୍ତି । ମୋର ପୂର୍ବରୁ ଦୁଇ ଛୁଆ ଅଛନ୍ତି, ସେମାନଙ୍କ ଯତ୍ନ ନେବାକୁ ପଡେ । ଏଭଳି ସମୟରେ ଆପଣଙ୍କ ସର୍ପୋଟ୍ ଚାହୁଁଛି, ଫଳରେ ମୋତେ ଟିକେ ମାନସିକ ଶାନ୍ତି ମିଳିପାରିବ।

ତୃତୀୟ ଲହର ଆସିଲେ ବି ବଡ଼ ଧରଣର ପ୍ରଭାବ ରହିବନି: ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା କମିଛି । ତଥାପି ଆମକୁ ଆଉ ତିନି ଚାରି ମାସ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଆସନ୍ତା ଏପ୍ରିଲ ମାସ ସୁଦ୍ଧା କରୋନା କମିଯାଇଥିବ । ତୄତୀୟ ଲହର ଆସିଲେ ବି ବଡ଼ ଧରଣର ପ୍ରଭାବ ରହିବନି । ଆଇଆଇଟି କାନପୁରର ସଦ୍ୟତମ ଅଧ୍ୟୟନ କହୁଛି, ଭାଇରସର ମ୍ୟୁଟେସନ ନହେଲେ ତୄତୀୟ ଲହର ଆସିବ ନାହିଁ ।

Corona Third Wave Health Expert Opinion

ତେବେ ପାର୍ବଣ ସମୟରେ ଭିଡ଼ ଜମୁଥିବାରୁ ସଂକ୍ରମଣ ସଂଖ୍ୟା ଟିକେ ଅଧିକ ରହିବ । ବୁଷ୍ଟର ଡୋଜର ଆବଶ୍ୟକତା ରହିଛି । ଟିକା ନେବାପ ରେ ଯେଉଁମାନଙ୍କ ଇମ୍ୟୁନିଟି ବଢୁନାହିଁ, ସେମାନଙ୍କ ପାଇଁ ବୁଷ୍ଟର ଡୋଜର ଆବଶ୍ୟକତା ରହିଛି । ୧୮ ବର୍ଷରୁ ଅଧିକ ବୟସ୍କ ଜନସଂଖ୍ୟାର ମୋଟ ୧୦ ପ୍ରତିଶତ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ପାକିସ୍ତାନକୁ ନେଇ ଅସନ୍ତୁଷ୍ଟ ତାଲିବାନ !

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ ମଧ୍ୟରେ ପାକିସ୍ତାନ ଓ ତାଲିବାନ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିକଟରେ ସୋସିଆଲ୍ ମିଡିଆରେ ଭାଇରାଲ୍  ହୋଇଥିବା ଏକ ଅଡିଓ କ୍ଲିପକୁ ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ସେମାନଙ୍କ ଛବି ବିଗାଡି ଦେଇଥିବା ଏବଂ ରାଷ୍ଟ୍ରପତି ଭବନରେ ଗୁଳିମାଡ ଭଳି କିଛି କଥା ସମ୍ପର୍କରେ ଭାଇରାଲ୍ ଅଡିଓରେ ତାଲିବାନ କମାଣ୍ଡର କହୁଥିବା ଶୁଣିବାକୁ ମିଳିଛି । ଆଉ ଏସବୁର କାରଣ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ISIର ମୁଖ୍ୟ ଫେଜ୍ ହମିଦ ବୋଲି କହିଛି।

କ୍ୟାବିନେଟ୍ ପଦ ଓ ISI ମୁଖ୍ୟଙ୍କ ଦଖଲକୁ ନେଇ ତାଲିବାନ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେଇଥିବା ଏହି ଅଡିଓ କ୍ଲିପରୁ ସ୍ପଷ୍ଟ ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ,  ପଞ୍ଜାବୀ ଜେନେରାଲ୍ ଫେଜ୍ ହମିଦ ତାଙ୍କ ପାଇଁ ବଡ ଚିନ୍ତାର କାରଣ ପାଲଟିଛନ୍ତି । ନିକଟରେ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ହମିଦ କାବୁଲରେ ପହଞ୍ଚିଥିଲେ । ISI ମୁଖ୍ୟ ଆସିବା ପରେ କେବଳ ହକ୍କାନୀ ଓ କ୍ୱେଟା ସୁରାଙ୍କ ଦ୍ୱାରା କ୍ୟାବିନେଟ୍ ସଦସ୍ୟ ବନାଇବା ଳାଗି ସେ ବାଧ୍ୟ କରିଥିଲେ ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ମାନ୍ୟତା ପାଇବା ଲାଗି ତାଲିବାନ କିଛି ପୁରୁଣା ରାଜନେତାଙ୍କୁ କ୍ୟାବିନେଟରେ ସାମିଲ କରିବାକୁ ଯୋଜନା ବନାଇଥିଲା । ତେବେ ଉକ୍ତ ଅଡିଓରୁ ରାଷ୍ଟ୍ରପତି ଭବନରେ ତାଲିବାନ କମାଣ୍ଡର ଓ ISI ମୁଖ୍ୟଙ୍କ ବଡିଗାର୍ଡଙ୍କ ମଧ୍ୟରେ ହୋଇଥିବା ଗୁଳିମାଡ ହମିଦଙ୍କ ଲାଗି ହୋଇଥିବା ଆଶଙ୍କା କରାଯାଉଛି ।

ସିରାଜୁଦ୍ଦିନ ହକ୍କାନୀଙ୍କ ନୂଆ ଆନ୍ତରିକ ମନ୍ତ୍ରୀ କରାଯାଇଛି । ସେ ହକ୍କାନୀ ନେଟୱର୍କର ସଂସ୍ଥାପକର ପୁଅ, ଯାହାକୁ ୱାଶିଂଟନ୍ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷିତ କରିଥିଲା । କେବଳ ଏତିକି ନୁହେଁ, ଅଲ-କାଏଦା ସହ ଲିଙ୍କ୍ ଓ ଆତ୍ମଘାତୀ ଆକ୍ରମଣରେ ସାମିଲ ନେଇ FBIର ମୋଷ୍ଟ ୱାଣ୍ଟେଡ୍ ସୂଚୀରେ ମଧ୍ୟ ରହିଛି ।

ସତ ହେଲା ପ୍ରମୋଦ ଭଗତଙ୍କ ପିଲାଦିନର ସ୍ୱପ୍ନ

ଭୁବନେଶ୍ୱର: ଟୋକିଓ ପାରା ଅଲମ୍ପିକରେ ସ୍ୱର୍ଣ୍ଣପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ଜନ୍ମମାଟିକୁ ଫେରିଛନ୍ତି । ଭାରତ ଫେରିବା ପରେ ପ୍ରମୋଦଙ୍କ ସହ ଭେଟ ହୋଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ତେନ୍ଦୁଲକରଙ୍କୁ, ପ୍ରମୋଦ ଗତ ୮ ତାରିଖରେ ଭେଟିଥିଲେ । ସଚିନଙ୍କୁ ଭେଟିବା ତାଙ୍କର ପିଲାଦିନର ସ୍ୱପ୍ନ ଥିଲା ବୋଲି ପ୍ରମୋଦ ଭଗତ କହିଛନ୍ତି ।

ତେନ୍ଦୁଲକରଙ୍କୁ ଭେଟିବା ପରେ ନିଜକୁ ବିଶ୍ୱାସ କରିପାରିନଥିବା କହିଛନ୍ତି । ଛୁଆ ହିସାବରେ ମୁଁ ତାଙ୍କଠାରୁ ପ୍ରେରଣା ପାଇଛି । ସଚିନଙ୍କ ସହ ହୋଇଥିବା କଥା ବାର୍ତ୍ତାକୁ କେବେ ଭୁଲି ହେବନି । ତେନ୍ଦୁଲକର ଦେଇଥିବା ଉପଦେଶ ଜୀବନ ସାରା ମନେ ରହିବ । ଟୋକିଓ ମିକ୍ସ ଡବଲ୍ସରେ ପଲକ କୋହଲି ଭଲ ଖେଳିଥିଲେ ମଧ୍ୟ ତାଙ୍କ ଅଭିଜ୍ଞତା କମ ଯୋଗୁଁ ମ୍ୟାଚ ହାରିଲୁ । ଆଗାମୀ ଦିନରେ ଯୋଡ଼ି ଭଲ କରିବ ବୋଲି ଆଶା ରଖିଛନ୍ତି ପ୍ରମୋଦ ।