ମନୀଷ ଅନୁରାଗ ହତ୍ୟା ମାମଲା: ବଦଳିଲେ ତମାଣ୍ଡୋ ଥାନା ଅଧିକାରୀ

1 min read

ଭୁବନେଶ୍ୱର:  ମନୀଷ ଅନୁରାଗ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ ତମାଣ୍ଡୋ ଥାନାଧିକାରୀ ପ୍ରମୋଦ ପଟ୍ଟନାୟକ । ଡିସିପି ମୁଖ୍ୟାଳୟକୁ ବଦଳି ହେଲେ ପ୍ରମୋଦ ପଟ୍ଟନାୟକ । ବଦଳି ନିର୍ଦ୍ଦେଶ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଚନ୍ଦକା ଥାନା SI ଶୁଭ୍ରାଂଶୁ ଜେନାଙ୍କୁ ତମାଣ୍ଡୋ ଥାନା ଦାୟିତ୍ୱ ଦିଆଗଲା । ପୂର୍ବରୁ ଏହି ମାମଲାରେ  କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ୱିତ କରାଯିବ ସହ ଅଟକ ରଖାଯାଇଛି । ‘ସାଉଥ ସିଟି’ର ବାର ଲିଜରେ ନେଇ ଚଳାଉଥିଲେ ପ୍ରସନ୍ନ । ବିନା ଲାଇସେନ୍ସରେ ବାର ଚାଲିଥିଲା । ବାରରେ ଚଢାଉ ବେଳେ ବିପୁଳ ପରିମାଣର ମଦ ଜବତ ହୋଇଛି । ପ୍ରସନ୍ନ ବେହେରାଙ୍କ ସହ ହୋଟେଲ ମାଲିକ ମଧ୍ୟ ଅଟକ ରଖାଯାଇଛି ।

ବିଳମ୍ବିତ ରାତି ଯାଏଁ କର୍ଫ୍ୟୁ ନିୟମ ଉଲ୍ଲଘଂନ କରି ବାର ଓ ଡ୍ୟାନ୍ସ ବାର ଚଳାଇବା ଅଭିଯୋଗ ଆସିଥିଲା ପ୍ରସନ୍ନଙ୍କ ବିରୋଧରେ। ପ୍ରସନ୍ନ ସାଉଥ ସିଟି ବାର୍ ଲିଜରେ ନେଇ ବିନା ଲାଇସେନ୍ସରେ ଚଳାଉଥିଲେ । ମନୀଷ ଓ ତାଙ୍କ ସାଙ୍ଗମାନେ ଏହି ହୋଟେଲରେ ମଉଜ କରିବା ପରେ ୩୫ ହଜାର ଟଙ୍କାର ବିଲକୁ ନେଇ ବଚସା ଏବଂ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ କରୋନା କଟକଣା ଥିବା ବେଳେ, ରାତି ୪ଟା ଯାଏଁ କିଭଳି ହୋଟେଲ ଖୋଲିଥିଲା ? କିଏ ଦେଉଥିଲା ଏହି ହୋଟେଲକୁ ସୁରକ୍ଷା ? ଏ ନେଇ ଉଠିଛି ପ୍ରଶ୍ନ ।

Leave a Reply