କ୍ରିକେଟ୍ ଦୁନିଆରେ ପାଦ ରଖିବେ ଦୀପିକା-ରଣବୀର, କିଣିବେ IPL ଟିମ୍

1 min read

ନୂଆଦିଲ୍ଲୀ: ଚଳିତ ଥର ଆଇପିଏଲରେ ଆଉ ଦୁଇଟି ନୂଆ ଟିମ୍ ଦେଖିବାକୁ ମିଳିବ । ଯାହାର ବିଡିଂ କରିବେ ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ରଣବୀର ସିଂହ । ଶାହରୁଖ ଖାନ୍ ଓ ପ୍ରୀତି ଜିଣ୍ଟାଙ୍କ ବ୍ୟତୀତ ଏହି ଦୁଇ ଜଣଙ୍କର ମଧ୍ୟ IPL ଟିମ୍ ହେବ ।

ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୫ରୁ ଟିମ୍ ବିଡିଂ ହୋଇପାରେ । ସବୁଠୁ ବଡ଼ ଦୁଇ ବିଡର୍ସଙ୍କୁ ଟିମର ରାଇଟ୍ସ ମିଳିବ । ଦୀପିକା ଓ ରଣବୀର ଖେଳ ପ୍ରେମୀ ହୋଇଥିବା ବେଳେ ବାପା ପ୍ରକାଶ ପାଦୁକୋନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ରହିସାରିଛନ୍ତି । ସେହିପରି ରଣବୀର ସିଂହ ଏନବିଏ ଓ ଇଂଲିସ ପ୍ରିମିୟର ଲିଗ୍ ଭଳି ଦୁଇ ବଡ଼ ସ୍ପୋର୍ଟିଂ ଟୁର୍ଣ୍ଣାମେଣ୍ଟର ଅଂଶ ରହିଛନ୍ତି ।

କେବଳ ଦୀପିକା ଓ ରଣବୀର ନୁହଁନ୍ତି, ଏହି ଦୁଇ ନୂଆ ଟିମ୍ ପାଇଁ ଆହୁରି ଅନେକ ଲୋକ ବିଡ଼ିଂରେ ଅଂଶ ଗ୍ରହଣ କରିବା ନେଇ ଜଣାପଡିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଅଦାନୀ ଗ୍ରୁପ୍, ଗ୍ଲେଜର ଫ୍ୟାମିଲି, ଅରୋବିନ୍ଦୋ  ଫାର୍ମା, ଟରେଣ୍ଟ୍ ଫାର୍ମା, ଆରପି-ସଞ୍ଜୀବ ଗୋୟଙ୍କା ଗ୍ରୁପ୍, ଜିନ୍ଦଲ୍ ଷ୍ଟିଲ୍ (ନବୀନ ଜିନ୍ଦଲ୍), ହିନ୍ଦୁସ୍ଥାନ ଟାଇମ୍ସ ମିଡିଆ, ରନି ସ୍କୃବାଲା, କୋଟାକ ଗ୍ରୁପ୍, ସିଙ୍ଗାପୁରର ପିଇ ଫାର୍ମ, ସିବିସି ପାର୍ଟନର୍ସ ସମେତ ବ୍ରଡକାଷ୍ଟ ଆଣ୍ଡ୍ ସ୍ପୋର୍ଟ କନସଲ୍ଟିଂ ଏଜେନ୍ସି  ଆଇଟିଡବ୍ଲ୍ୟୁ ଓ ଗ୍ରୁପ୍ ଏମ୍ ।

ଗଣମାଧ୍ୟମର ସୂଚନା ଅନୁଯାୟୀ BCCI ପାଖାପାଖି ୭ ହଜାର କୋଟିରୁ ୧୦ ହଜାର କୋଟି ଟଙ୍କା ମଧ୍ୟରେ ବିଡିଂ ଟଙ୍କା ରଖିପାରେ । ଯାହାର ବେସ୍ ପ୍ରାଇସ୍ ରହିଛି ଦୁଇ ହଜାର ଟଙ୍କା । ଯେଉଁ ଗ୍ରୁପ୍ ମିଶିକି ବିଡ୍ କରିଥାଏ, ତାହା ପ୍ରତିବର୍ଷ ୩ ହଜାର କୋଟି ଟଙ୍କାର ଲାଭ ପାଇଥିବା ନଜର ରହିଛି ।

Leave a Reply