spot_img
Home Blog Page 5171

ପାକିସ୍ତାନରେ ମସଜିଦ୍‌ରୁ ପାଣି ପିଇବାରୁ ବନ୍ଦୀ ହେଲେ ହିନ୍ଦୁ ପରିବାର

ନୂଆଦିଲ୍ଲୀ: ଏଠି ପାଣି ପାଇଁ ମଧ୍ୟ ସଜା ଭୋଗିବାକୁ ପଡ଼େ। ଏହି ଦେଶରେ ଟ୍ୟାପ୍‌ରୁ ପାଣି ନେଲେ ବନ୍ଦୀ ଭଳି ନିର୍ଯାତନାର ଶିକାର ହେବାକୁ ପଡ଼େ। ହଁ ଆମେ ଆମର ପଡ଼ୋଶି ଶତ୍ରୁ ଦେଶ ପାକିସ୍ତାନ କଥା କହୁଛୁ। ପାକିସ୍ତାନର ପଞ୍ଜାବରେ ଜଣେ ଗରିବ କୃଷକକୁ ଏଭଳି ପରିସ୍ଥିତିର ସାମ୍ନା ହେବାକୁ ପଡ଼ିଛି। ମସଜିର ଟ୍ୟାପ୍‌ରୁ କୃଷକ ଜଣକ ପିଇବା ପାଇଁ ପାଣି ନେବାରୁ କୃଷକ ଜଣକୁ ବହୁ ଅସୁବିଧାର ସାମ୍ନା ହେବାକୁ ପଡ଼ିଥିଲା। ସେମାନଙ୍କୁ ମାଡ଼ ମାରିବା ସହ ବନ୍ଦୀ ମଧ୍ୟ କରିଦେଇଥିଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନ ପଞ୍ଜାପର ରହମିୟାର ଖାନ ସହରରେ।

ସୂଳଚନା ମୁତାବକ, ଆଲାମ ରାମ ଭିଲ ତାଙ୍କ ପତ୍ନୀଙ୍କ ସହ ପୁରା ପରିବାର ବିଲରେ କପା ଚାଷ କରନ୍ତି। ଶୋଷ ଲାଗିବାରୁ ପରିବାରର କିଛି ଲୋକ ପାଖରେ ଥିବା ଏକ ମସଜିଦକୁ ପାଣିପାଇଁ ଯାଇଥିଲେ। ତେବେ ପାଣି ଆଣିବା ସମୟରେ ମସଜିଦର ପବିତ୍ରତା ନିୟମକୁ ଭାଙ୍ଗିଥିବାରୁ ସ୍ଥାନୀୟ ଜମିଦାର ଏବଂ ଲୋକ ମିଶି ଉକ୍ତ ପରିବାରକୁ ମାଡ଼ ମାରିଥିଲେ। ସେତିକିରେ ସରିନଥିଲା ବର୍ବରତାର କାହାଣୀ। କପା କାମ ସାରି ଘରକୁ ଫେରୁଥିବା ବେଳେ ସେମାନଙ୍କୁ ବନ୍ଦୀରକି ନିର୍ଯାତନା ଦେଇଥିଲେ ଲୋକେ।

ନିର୍ଯାତନାର ଶିକାର ହୋଇଥିବା ପିଡ଼ିତ ମାନେ ପୋଲିସ୍‌କୁ କହିଥିଲେ ମଧ୍ୟ ପୋଲିସ କୌଣସି ଏତଲା ରୁଜୁ କରିନଥିଲା। କାରଣ ଆକ୍ରମଣକାରୀମାନେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତେହେରିକ-ଇ-ଇନସାଫ ଦଳର ସ୍ଥାନୀୟ ସାଂସଦଙ୍କ ସହ ଜଡିତ ଥିଲେ। ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ପୀଡ଼ିତ ମାନେ ପୋଲିସ ଷ୍ଟସନ ସାମ୍ନାରେ ବିରୋଧ କରିଥିଲେ।

BCCI ଜାରି କଲା ଘରୋଇ ସୂଚୀ; କେଉଁ କେଉଁ ଟିମ୍ ସହ ଲଢିବ ଭାରତ, ଜାଣନ୍ତୁ…

ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ସୋମବାର ଦିନ ୨୦୨୧-୨୨ ଅନ୍ତର୍ଜାତୀୟ ଘରୋଇ ସିଜନର ସୂଚୀ ଘୋଷଣା କରିଛି। ତଦନୁଯାୟୀ, ଜୁନ୍ ୨୦୨୨ ସୁଦ୍ଧା ଚାରୋଟି ଦେଶ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା T-20 ବିଶ୍ୱକପ ପରେ ଏହି ମ୍ୟାଚ୍ ସବୁ ଆରମ୍ଭ ହେବ । ଭାରତରେ ନ୍ୟୁଜିଲ୍ୟାଣ୍ଡ ୩ଟି T-20 ଏବଂ ଦୁଇଟି ଟେଷ୍ଟ ସିରିଜ ଖେଳିବ। ଟିମ୍ ନଭେମ୍ବର ୨୦୨୧ରୁ ଜୁନ୍ ୨୦୨୨ ମଧ୍ୟରେ ଘରୋଇ ମାଟିରେ ୪ଟି ଟେଷ୍ଟ, ୧୪ T20  ଓ ୩ଟି ଏକଦିବସୀୟ ମ୍ୟାଚ୍ ଖେଳିବ ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ T-20 ସିରିଜର ମ୍ୟାଚ୍ ଗୁଡିକ ଜୟପୁର, ରାଞ୍ଚି ଏବଂ କୋଲକାତାରେ ଖେଳାଯିବ । ସେହିପରି ଟେଷ୍ଟ ସିରିଜର ମ୍ୟାଚ କାନପୁର ଏବଂ ମୁମ୍ବାଇରେ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡ ପରେ ୱେଷ୍ଟଇଣ୍ଡିଜ୍ ଟିମ୍ ଭାରତ ଗସ୍ତ ପାଇଁ ପ୍ରସ୍ତାବ ଦିଆଯାଇଛି, ଯେଉଁଠାରେ ଫେବୃଆରୀ ୨୦୨୨ରେ କାରିବିଆନ୍ ଦଳ ତିନି ମ୍ୟାଚ୍ ବିଶିଷ୍ଟ T-20 ଏବଂ ଏକଦିବସୀୟ  ସିରିଜ୍ ଖେଳିବ।

ତେବେ ODI ସିରିଜର ମ୍ୟାଚ୍ ଅହମ୍ମଦାବାଦ, ଜୟପୁର ଏବଂ କୋଲକାତାରେ ଅନୁଷ୍ଠିତ ହେବାକୁ ଥିବାବେଳେ T20 ସିରିଜ କଟକ, ଭାଇଜାଗ ଏବଂ ତ୍ରିଭେନ୍ଦ୍ରମରେ ଖେଳିବାର କାର୍ଯ୍ୟକ୍ରମ ରହିଛି ।

ମାନହାନୀ ମାମଲା: କଙ୍ଗନା କହିଲେ ‘କୋର୍ଟ ଉପରେ ଆଉ ଭରସା ନାହିଁ’

ମୁମ୍ବାଇ: ମାନହାନୀ ମାମଲାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସଙ୍ଗୀତକାର ଜାଭେଦ ଅଖତରଙ୍କ ବିରୋଧରେ କାଉଣ୍ଟର କେସ୍ କରିଛନ୍ତି। କଙ୍ଗନାଙ୍କ ବିରୋଧରେ ଜାଭେଦ ଅଖତର ମାନହାନୀ କେସ୍ ଦାଏର କରିଥିବା ବେଳେ ଆଜି ବମ୍ବେର ଅନ୍ଧେରୀ କୋର୍ଟରେ ହାଜର ହୋଇଥିଲେ ।

ଅଭିନେତ୍ରୀ କଙ୍ଗନା କୋର୍ଟରେ ହାଜର ହେବା ପରେ ଏହି ମାମଲାର ଶୁଣାଣିକୁ ନଭେମ୍ବର ୧୫ ଯାଏଁ  ସ୍ଥଗିତ କରିଛନ୍ତି ।ତେବେ କଙ୍ଗନା ମଧ୍ୟ ଜାଭେଦ ଅଖତରଙ୍କ ବିରୋଧରେ କାଉଣ୍ଟର କେସ୍ କରିବା ସହ କୋର୍ଟ ଉପରେ ଆଉ ତାଙ୍କର ଭରସା ନଥିବା କହିଛନ୍ତି । ତାଙ୍କୁ କାହିଁକି ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ପାଇଁ କୁହାଯାଇଛି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି । ତାଙ୍କ ଓକିଲ ଏହି ପ୍ରସଙ୍ଗକୁ ସିଏମଏମ କୋର୍ଟକୁ ଟ୍ରାନ୍ସଫର ପାଇଁ ଆବେଦନ କରିଛନ୍ତି। ତେବେ ପୂର୍ବ ଶୁଣାଣିରେ  କଙ୍ଗନା କୋର୍ଟରେ ହାଜର ନହୋଇଥିବା ବେଳେ କୋର୍ଟ ତାଙ୍କୁ ପ୍ରଶ୍ନ କରିଥିଲେ । ଆଉ କହିଥିଲେ, ଯଦି କଙ୍ଗନା ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର ନ ହୁଅନ୍ତି, ତା’ହେଲେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ।

ସୋମବାର ଦିନ କୋର୍ଟରେ ତାଙ୍କର ଆଟେଣ୍ଡାସ୍ ମାର୍କ କରାଯାଇଥିଲା। ଏଥିସହିତ କଙ୍ଗନାଙ୍କ ଟ୍ରାନ୍ସଫର୍ ଆବେଦନ ଶୁଣାଣୀ ଆଗାମୀ ନଭେମ୍ବର ୧୫ରେ କରାଯିବ ବୋଲି ସୂଚନା ମିଳିଛି ।  ତେବେ କଙ୍ଗନାଙ୍କ ଓକିଲ ଯୁକ୍ତି କରିଛନ୍ତି ଯେ ମାମଲାରେ ଜାମିନ ପାଇବା ପରେ ମଧ୍ୟ ତାଙ୍କ ମହକିଲଙ୍କୁ ବାରମ୍ବାର କୋର୍ଟରେ ହାଜର ହେବାକୁ ବାଧ୍ୟ କରାଯାଉଛି ।

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ୨୬ରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୨୬ରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୨୫ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟର ପ୍ରଭାବ ବଢିବ । ଘନିଭୂତ ହୋଇ ୪୮ ଘଣ୍ଟା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ଉପକୂଳ ଓଡିଶା ଆଡ଼କୁ ମୁହାଁଇବ ।

୨୬ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୫ ସେପ୍ଟେମ୍ବର ବେଳକୁ ପୂର୍ବ-କେନ୍ଦ୍ରୀୟ ତତ-ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା। ସୃଷ୍ଟି ହେବାର ୪୮ ଘଣ୍ଟା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା । ୨୬ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସହ ବୃଦ୍ଧି ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ ।

ଏଥିସହିତ ପଢ଼ନ୍ତୁ: ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ୫୦ ପ୍ରଶ୍ନ: ପରକୀୟାପ୍ରୀତି ନେଇ ମଧ୍ୟ କରିଛି ପ୍ରଶ୍ନ

ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

ମୁମ୍ବାଇ: ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଜନେସମ୍ୟାନ୍ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ପକ୍ଷରୁ ତାଙ୍କୁ ୫୦ ହଜାର ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ପର୍ଣ୍ଣୋଗ୍ରାଫିକ ଫିଲ୍ମ ସୁଟିଂ କରି ଅର୍ଥ ଲାଭ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ କୁନ୍ଦ୍ରା।

ବିଭିନ୍ନ ଆପରେ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମର ବ୍ୟବସାୟ ଚଳାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଚଢାଉ ବେଳେ କୁନ୍ଦ୍ରାଙ୍କ ଘରୁ ପୁଳାପୁଳା ଟଙ୍କାର ସନ୍ଧାନ କରି ତରାଟି ହୋଇଯାଇଥିଲା କ୍ରାଇମ ବ୍ରାଞ୍ଚ ଆଖି । ଗତ ଫେବ୍ରୁଆରୀ ୪ ତାରିଖରୁ ପର୍ଣ୍ଣ ଫିଲ୍ମ ରାକେଟର ଗୁମୁର ଫିଟିବା ଆରମ୍ଭ ହୋଇଥିଲା । କୁନ୍ଦ୍ରାଙ୍କୁ ନାଁରେ ଆଇପିସିର ଧାରା ୪୨୦, ୩୪, ୨୯୨, ୨୯୩ ଓ ଆଇଟି ଆକ୍ଟର ୬୭, ୬୭-କ ଧାରାରେ କରାଯାଇଥିଲା ଗିରଫ।

ତେବେ ଅନେକ ନବାଗତାଙ୍କୁ ସିନେମା ଓ ଟିଭିରେ ଅଭିନୟ କରିବା ଲୋଭ ଦେଖାଇ କୁନ୍ଦ୍ରାଙ୍କ ନେଟଓ୍ବାର୍କରେ ଚାଲିଥିଲା ବ୍ଲାକମେଲିଂ । ହ୍ବାଟସଆପ, ଇନଷ୍ଟାଗ୍ରାମ, ଟ୍ବିଟର ଆଦି ସାଇଟରେ ଏହାର ଟ୍ରେଲର ପ୍ରସାରଣ କରିବା ପରେ ବିଭିନ୍ନ ପର୍ଣ୍ଣ ସାଇଟ, ମୋବାଇଲ ଆପରେ ଏହି ଭିଡିଓ ଲୋଡ କରୁଥିଲେ ଗ୍ୟାଙ୍ଗ । ପର୍ଣ୍ଣ ଇଣ୍ଡଷ୍ଟ୍ରିରେ କୁନ୍ଦ୍ରା ନିବେଶ କରିଥିଲେ ପ୍ରାୟ ୧୦ କୋଟି ଟଙ୍କା ।

ଅଧିକ ପଢନ୍ତୁ- ଇନ୍‌ସାଇଡର ଟ୍ରେଡିଂ ଅଭିଯୋଗରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କୁ ୩ଲକ୍ଷ ଟଙ୍କାର ଜରିମାନା ଲଗାଇଲେ SEBI   

ତେବେ ତଳ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିବାବେଳେ ପରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ରାଜ କୁନ୍ଦ୍ରା ।  ୨୦୨୦ ମସିହାରେ ପର୍ଣ୍ଣ ଫିଲ୍ମ ରାକେଟରେ ସାଇବର ପୁଲିସ ଦ୍ୱାରା ପଞ୍ଜୀକୃତ ମାମଲାରେ ଜାମିନ ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ କୁନ୍ଦ୍ରା । ସେ ତାଙ୍କ ଆବେଦନରେ କହିଥିଲେ ଯେ ଗତ ବର୍ଷ ସାଇବର ପୋଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏତଲାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇନାହିଁ। ପୂର୍ବରୁ ପୋଲିସକୁ ନିଜର ବିବୃତ୍ତି ଦେଇଛନ୍ତି ଏବଂ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ସେ ଆବେଦନରେ ଦର୍ଶାଇଥିଲେ।

ବାରବାଟୀକୁ ଫେରିବ ଅନ୍ତର୍ଜାତୀୟ ମ୍ୟାଚ୍: ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ

କଟକ: ଓଡ଼ିଶାକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ ପ୍ରତିଯୋଗିତା । ଦୀର୍ଘଦିନର ବ୍ୟବଧାନ ପରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଆନ୍ତର୍ଜାତିକ ମ୍ୟାଚ୍ । ନିକଟରେ ଭାରତୀୟ କ୍ରିକେଟ୍ ଦଳର ଘରୋଇ ଶୃଙ୍ଖଳାର ଖେଳସୂଚୀ ପ୍ରସ୍ତୁତ ହୋଇଛି । ମିଳିଥିବା ସୂଚନା ମୁତାବିକ ଫେବ୍ରୁଆରୀ ୧୫ରେ ବାରବାଟୀରେ ଖେଳାଯିବ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ୍। ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ୨୦୨୨ ଫେବ୍ରୁଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। ବାରବାଟୀ ମ୍ୟାଚ ନେଇ ସୂଚନା ଦେଲେ ଓସିଏ ସମ୍ପାଦକ ସଂଜୟ ବେହେରା।

୨୦୨୧-୨୦୨୨ ଘରୋଇ କ୍ରିକେଟ୍ ସିଜିନ୍ ଲାଗି ବିସିସିଆଇ ଆନ୍ତର୍ଜାତିକ ଖେଳସୂଚୀ ପ୍ରସ୍ତୁତ କରିଛି। କ୍ରିକେଟ କ୍ୟାଲେଣ୍ଡରରେ ୪ଟି ଦଳ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ। ଏହି ୪ଟି ଗସ୍ତ ପାଇଁ ବିସିସିଆଇ ଖେଳସୂଚୀ ପ୍ରସ୍ତୁତ କରିଛି। ପୂରା ଖେଳସୂଚୀ ସହ କେଉଁଦିନ କେଉଁ ମ୍ୟାଚ୍ କେଉଁ ସହରରେ ଖେଳାଯିବ ସେନେଇ ବିସିସିଆଇ ତାହାର ନିଷ୍ପତ୍ତି ନେଇସାରିଛି ବୋଲି ଜଣାପଡିଛି। ହେଲେ ଫାଇନାଲ ମୋହରକୁ ଅପେକ୍ଷା।

ନିର୍ବାଚନ ପୂର୍ବରୁ ପିପିଲିରେ ‘ଉଜ୍ଜଳା’ ଲାଞ୍ଚ ଅଭିଯୋଗ: ଅଟୋ ସହ ଧରାପଡ଼ିଲେ ୨ଜଣ

ପିପିଲି: ପୋପରଙ୍ଗା ପଞ୍ଚାୟତରେ ବିଜେପି କର୍ମୀ ଗ୍ୟାସ୍‌ ବାଣ୍ଟୁଥିବା ଅଭିଯୋଗ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ‘ଉଜ୍ଜଳା’ ଯୋଜନାରେ ଗ୍ୟାସ ସିଲିଣ୍ଡର ବଣ୍ଟାଯାଉଥିବା ସନ୍ଦେହ । ବାଣ୍ଟୁଥିବାବେଳେ ଲୋକଙ୍କ ଦୃଷ୍ଟିକୁ ଆସିଥିଲା । ଗ୍ରାମବାସୀ ସିଲିଣ୍ଡର ବୋଝେଇ ଅଟୋକୁ ଜବତ କରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ନିର୍ବାଚନ ପାଟ୍ରୋଲିଂ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରି ସମସ୍ତ ଦସ୍ତାବିଜ ମାଗିଥିଲା । ହେଲେ ସିଲିଣ୍ଡର ବାଣ୍ଟୁଥିବା ଦୁଇ ଯୁବକ କିଛି କାଗଜପତ୍ର ଦେଖାଇ ପାରିନଥିଲେ । ଯାହାକୁ ନେଇ ସନ୍ଦେହ ବଢିଥିଲା । ପୁରୀ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାବେଳେ କେନ୍ଦ୍ରୀୟ ଯୋଜନାକୁ ଚଞ୍ଚକତା କରି ଭୋଟରଙ୍କୁ ପ୍ରଭାବିତ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଦୁଇ ଯୁବକଙ୍କୁ ପିପିଲି ଥାନାରେ ଅଟକ ରଖାଯାଇ ପଚାରାଉଚରା କରାଯାଉଛି । ଗତକାଲି ନୂଆଶାସନରେ ବି ସମାନ ଢଙ୍ଗରେ ସିଲିଣ୍ଡର ବଣ୍ଟାଯାଉଥିଲା । ହେଲେ ସେମାନେ ବର୍ତ୍ତି ଯାଇଥିବା ଅଭିଯୋଗ ହୋଇଛି ।

 

ତକିଆରେ ଚାପି ହୋଇ ୨୩ ଦିନର ଶିଶୁ ମୃତ, ଶୋଇଥିଲା ମାଆ ପାଖରେ….

0

କୋଲକାତା: ମାଆ ପାଖରେ ଶୋଇଥିବା ବେଳେ ତକିଆରେ ଚାପି ହୋଇ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି । ଏହି ଘଟଣାଟି ଶନିବାର ଦିନ ପୂର୍ବ କୋଲକାତାର ପ୍ରଗତି ମୈଦାନ ଥାନା ଅଞ୍ଚଳରେ ଘଟିଥିଲା ।

ମଧ୍ୟମଗ୍ରାମ ବାସିନ୍ଦା ଦିବାକର ମଣ୍ଡଳଙ୍କ ପତ୍ନୀ ଅପର୍ଣ୍ଣା ଦାସ ଗତ ୨୩ ଦିନ ପୂର୍ବେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଶିଶୁ ଜନ୍ମ ପରଠାରୁ ସେ  ନିଜ ବାପ ଘରେ ରହିଆସୁଥିଲେ । ଶନିବାର ଦିନ ସେ ଖାଇସାରି ଛୁଆ ସହ ଶୋଇପଡିଥିଲେ । ହେଲେ ତାଙ୍କ ନିଦ ଭାଙ୍ଗିବା ବେଳକୁ ସବୁ କିଛି ଶେଷ ହୋଇଯାଇଥିଲା।

ସୂଚନା ଅନୁଯାୟୀ, ଶିଶୁଟି ଖଟରୁ ତଳକୁ ଯେପରି ନପଡେ ସେଥିପାଇଁ ସେ ତା’ ନିକଟରେ ତକିଆ ରଖିଥିଲେ । କିନ୍ତୁ ସେ ଶୋଇକି ଉଠିଲା ବେଳକୁ ଛୁଆଟି ତକିଆ ତଳେ ଚାପି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ସେ ସାଙ୍ଗେସାଙ୍ଗେ ଛୁଆ ମୁହଁରୁ ତକିଆ ହଟାଇ ଦେଇଥିଲେ ମଧ୍ୟ ଶରୀରରେ କିଛି ହଲଚଲ ନଥିଲା । ଯାହା ପରେ ତାକୁ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ତେବେ ଶିଶୁ କନ୍ୟାର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

 

ଭ୍ୟାକ୍ସିନ ନେଲା ବେଳେ ଭାଙ୍ଗିଲା ଛୁଞ୍ଚି, ଅକାମୀ ହେଲା ହାତ ଓ ଗୋଡ଼

ଲଲିତପୁର: ଉତ୍ତରପ୍ରଦେଶର ଲଲିତପୁରରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଜଣେ ଯୁବକର ଗୋଟିଏ ଗୋଡ ଓ ହାତ ଅକାମୀ ହୋଇପଡିଛି ।

ସୂଚନା ଅନୁଯାୟୀ, ଜଣେ ଯୁବକ କରୋନା ଟିକା ନେଉଥିବାବେଳେ ତାଙ୍କ ହାତରେ ଛୁଞ୍ଚି ଭାଙ୍ଗି ରହିଯାଇଥିଲା। ଯାହା ଫଳରେ ଯୁବକଙ୍କର ଅବସ୍ଥା ବିଗିଡି ଯାଇଥିଲା। ତେବେ ଅସହ୍ୟ ଯନ୍ତ୍ରଣା ହେବାରୁ ପ୍ରାୟ ନଅ ଦିନ ପରେ ଜିଲ୍ଲା ଡାକ୍ତରଖାନାର ଅସ୍ତ୍ରୋପଚାର କରି ଡାକ୍ତର ତାଙ୍କ ହାତରୁ ଛୁଞ୍ଚିକୁ ବାହାର କରିଥିଲେ ।  କିନ୍ତୁ ଦୁର୍ଭାଗ୍ୟବଶତଃ ରୋଗୀର ଡାହାଣ ହାତ ଏବଂ ଗୋଡ ଅଚଳ ହୋଇପଡିଛି । ଯାହା ପରେ ତାଙ୍କୁ ମେଡିକାଲ କଲେଜ ଝାନ୍ସୀକୁ ରେଫର୍ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ବନାଉନି ଗାଁର ବାସିନ୍ଦା ୨୨ ବର୍ଷୀୟ ଇନ୍ଦ୍ରେଶ ଅହିରୱାର ଗତ ସେପ୍ଟେମ୍ବର୯ ତାରିଖରେ ଗାଁର ବିଦ୍ୟାଳୟରେ ଆୟୋଜିତ ଏକ କ୍ୟାମ୍ପରେ କୋଭିଡ ଟିକା ନେଇଥିଲେ।

ଅଭିଯୋଗ ଅନୁଯାୟୀ, ଟିକା ନେବା ପରେ ଜ୍ୱର ହେବା ସଙ୍ଗେସଙ୍ଗେ ହାତ ଫୁଲିଯାଇଥିଲା । ଡାକ୍ତରଙ୍କ ଚିକିତ୍ସା ପରେ ମଧ୍ୟ ସ୍ଥିତିରେ ସୁଧାର ଆସି ନଥିଲା ବେଳେ ଧୀରେ ଧୀରେ ହାତ ଅକାମୀ ହେବାକୁ ଲାଗିଥିଲା । ଯାହା ପରେ ସେପ୍ଟେମ୍ବର ୧୩ ତାରିଖରେ ସେ ଜିଲ୍ଲା ଚିିକିତ୍ସାଳୟର ବରିଷ୍ଠ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ରୋଗୀକୁ ପରୀକ୍ଷା କଲା ବେଳେ ତାଙ୍କ ହାତରେ ଛୁଞ୍ଚି ଫୋଡିହେବା ଭଳି ଅନୁଭବ ହୋଇଥିଲା ।

କେବଳ ଏତିକି ନୁହେଁ ସିଟି ସ୍କାନରେ ମଧ୍ୟ  ହାତରେ ଛୁଞ୍ଚି ରହିଥିବା ଦେଖିବାକୁ ମିଳିଥିଲା। ସିଟି ସ୍କାନ୍ ଏବଂ ଏକ୍ସ-ରେ ରିପୋର୍ଟ ପରେ ଗତ ସେପ୍ଟେମ୍ବର ୧୮ରେ ଅସ୍ତ୍ରୋପଚାର କରି ରୋଗୀର ହାତରୁ ଛୁଞ୍ଚିକୁ ବାହାର କରାଯାଇଥିଲା। ପ୍ରାୟ ଏକ ଘଣ୍ଟା ଅପରେସନ୍ ପରେ ରୋଗୀଙ୍କୁ ଆଶ୍ୱସ୍ତୀ ମିଳିଥିଲେ ମଧ୍ୟ ତାଙ୍କର ଡାହାଣ ହାତ ଏବଂ ଗୋଟିଏ ଗୋଡ କାମ କରୁନଥିବା ସୂଚନା ମିଳିଥିଲା ।

ଖୋର୍ଦ୍ଧାରେ ଡିଜେ ସାଉଣ୍ଡକୁ ନେଇ ହତ୍ୟାକାଣ୍ଡ: ୪ଜଣଙ୍କୁ ଅଟକ ରଖିଛି ପୋଲିସ

ଖୋର୍ଦ୍ଧା: ଖୁଦୁରୁକୁଣିରେ ଡିଜେ ସାଉଣ୍ଡକୁ ନେଇ ବିବାଦ ପରେ ଜଣକୁ ହତ୍ୟା । ଏମତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଟାଙ୍ଗିସାହିରେ । ପଡ଼ୋଶୀଙ୍କ କଟୁରି ଚୋଟରେ ଗାଁର ବୈକୁଣ୍ଠ ବେହେରାଙ୍କ ମୃତ୍ୟୁ ହୋଇଛି । ଖୁଦୁରୁକୁଣୀ ପାଳନବେଳେ ଡିଜେ ସାଉଣ୍ଡକୁ ନେଇ ବୈକୁଣ୍ଠ ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ବିବାଦ ଉଗ୍ର ରୂପ ନେବାପରେ ବୈକୁଣ୍ଠକୁ କଟୁରିରେ ଆକ୍ରମଣ କରିଥିଲେ ପଡ଼ୋଶୀ ।

ଗୁରୁତର ଅବସ୍ଥାରେ ବୈକୁଣ୍ଠକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଉଭୟ ପକ୍ଷର ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସାଇଣ୍ଟିଫିକ ଟିମ ପହଞ୍ଚି ହତ୍ୟାରେ ବ୍ୟବହୃତ ସାମଗ୍ରୀ ସହିତ ରକ୍ତ ଭିଜା ଲୁଗା ଜବତ କରିଛି ।

ଏଥିସହିତ ପଢ଼ନ୍ତୁ: ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ୫୦ ପ୍ରଶ୍ନ: ପରକୀୟାପ୍ରୀତି ନେଇ ମଧ୍ୟ କରିଛି ପ୍ରଶ୍ନ