ମନ୍ନତ ଆଗରେ ଆର୍ଯ୍ୟନଙ୍କୁ ଭବ୍ୟ ସ୍ବାଗତ, ଢୋଲ ବଜାଇ ନାଚିଲେ ପ୍ରଶଂସକ

1 min read

ମୁମ୍ବାଇ: ଜଲର ବନ୍ଦ କୋଠରୀରେ ୨୮ ଦିନ ବିତାଇବା ପରେ ଆଜି ଜାମିନରେ ବାହାରିଛନ୍ତି । ଯେଉଁ ଦିନକୁ ଶାହରୁଖଙ୍କ ପରିବାର, ତାଙ୍କ ପ୍ରଶଂସକ ଓ ପୂରା ବିଗ୍ ଟାଉନ୍ ଅପେକ୍ଷା କରିଥିଲା ଶେଷରେ ସେହି ସମୟ ଆସି ପହଞ୍ଚି ଥିଲା । ଆର୍ଯ୍ୟନଙ୍କୁ ମନ୍ନତ ବାହାରେ ଦେଖି ଖୁସିରେ ଆତ୍ମହରା ଯାଇଥିଲେ ଖାନ୍ ଫ୍ୟାମିଲିର ପ୍ରଶଂସକ । ଢୋଲ ବଜାଇ, ନାଚି ନାଚି ଆର୍ଯ୍ୟନଙ୍କୁ ପାଛୋଟି ନେଇଥିଲେ ।

ଆର୍ଯ୍ୟନଙ୍କ ମୁକ୍ତି ପରେ ବି-ଟାଉନରେ ମଧ୍ୟ ଖୁସି ଖେଳି ଯାଇଛି । ମନ୍ନତ ଲାଡ଼ଲା ଘରକୁ ଫେରିବା ପରେ ଶାହରୁଖଙ୍କ ପାଖକୁ ଶୁଭେଚ୍ଛା ପରେ ଶୁଭେଚ୍ଛା ଆସିବାରେ ଲାଗିଛି ।

ଆଜି ସକାଳ ୫.୩୦ରେ ଜେଲ ବକ୍ସ ଖୋଲା ଯାଇଥିଲା । ଏହାପରେ ଆର୍ଯ୍ୟନଙ୍କ ବେଲ ପେପର୍ ଜେଲ କର୍ତ୍ତୃପକ୍ଷ ପାଇଥିଲେ । କିଛି ସମୟର ପ୍ରକ୍ରିୟା ପରେ ଆର୍ଯ୍ୟନଙ୍କୁ ଜେଲରୁ ମୁକ୍ତି ମିଳିଥିଲା ।

ଆର୍ଯ୍ୟନଙ୍କୁ ନେବାକୁ ଜେଲ ବାହାରେ ଲାଗିଥିଲା ଶାହରୁଖଙ୍କ ଗାଡ଼ିର ଲମ୍ବା ଲାଇନ୍ । ଶାହରୁଖଙ୍କ ବଡ଼ିଗାର୍ଡ ରବି, ଆର୍ଯ୍ୟନଙ୍କ ଅପେକ୍ଷାରେ ଜେଲ୍ ବାହାରେ ଛିଡ଼ା ହୋଇଥିଲେ । ଆର୍ଯ୍ୟନ ଜେଲ ପରିଷରରୁ ବାହାରିବା ପରେ ତାଙ୍କୁ ଶାହରୁଖଙ୍କ ପର୍ସନାଲ ଗାଡ଼ିରେ ବସାଇ ରବି ‘ମନ୍ନତ’କୁ ନେଇ ଯାଇଥିଲେ ।

ଶୁକ୍ରବାର ଶାହରୁଖଙ୍କ ବାନ୍ଧବୀ ଜୁହି ଚାୱଲା ଆର୍ୟନଙ୍କ ଜାମିନ୍ ପ୍ରକ୍ରିୟା ପୂରା କରିଥିଲେ । ଆର୍ୟନଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ।

Leave a Reply