ବିଜେଡିରେ ସାମିଲ ହେଲେ ୪୨ଟି ସଂଗଠନର କର୍ମକର୍ତ୍ତା

ଭୁବନେଶ୍ବର: ଶ୍ରମିକ ନେତା ତଥା ସିପିଆଇ ସଦସ୍ୟ ନବ ମହାନ୍ତି ବିଜେଡିରେ ହେଲେ ସାମିଲ । ଏହାସହ ୪୨ଟି ସଂଗଠନର କର୍ମକର୍ତ୍ତା ମଧ୍ୟ ବିଜେଡିରେ ମିଶିଲେ । ବିଜେଡି ସାଂସଦ ସୁବାସ ସିଂଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏଥିରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସୁବାସ ସିଂ ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ସାନମଙ୍ଗ ପଞ୍ଚାୟତ ସରପଞ୍ଚ ପ୍ରୀତିରଞ୍ଜନ ରାୟ ବିଜେଡିରେ ସାମିଲ ହୋଇଛନ୍ତି । ପ୍ରୀତିରଞ୍ଜନ ତାଙ୍କ ୭୦ ସମର୍ଥକଙ୍କ ସହ ଦଳରେ ଯୋଗ ଦେଇଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏମାନେ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶିଛନ୍ତି । ଭୁବନେଶ୍ବରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ନିଜ ପଞ୍ଚାୟତର ଉନ୍ନତି ଲାଗି ବିଜେଡିରେ ସାମିଲ ହୋଇଥିବା ପ୍ରୀତିରଞ୍ଜନ କହିଛନ୍ତି ।

Leave a Reply