ଭାରତ ପାଇଁ ଅଡ଼ୁଆ ନ୍ୟୁଜିଲାଣ୍ଡ

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାଜିତ ପରେ ଆସନ୍ତାକାଲି ଅର୍ଥାତ ରବିବାର ଦ୍ବିତୀୟ ମ୍ୟାଚ ଖେଳିବାକୁ ଯାଉଛି । ଆସନ୍ତାକାଲି ଟି-୨୦ ବିଶ୍ବକପର ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ବିରାଟ ବାହିନୀ । ତେବେ ଏହି ମ୍ୟାଚ ଭାରତ ପାଇଁ ବେଶ୍ ଗୁରୁତ୍ବ ବହନ କରିବ । କାହିଁକି ନା ଭାରତକୁ ଚଳିତ ଟି-୨୦ ବିଶ୍ବକପରେ ସେମିଫାଇନାଲ ରେସରେ ରହିବା ପାଇଁ ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ଆବଶ୍ୟକ । ଅନ୍ୟପଟେ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଭାରତ ପାଇଁ ଏକ ବଡ଼ ବିପଦ । କାହିଁକି ନା ୨୦୦୩ଠାରୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ ଜିତିପାରି ନାହିଁ ଟିମ୍ ଇଣ୍ଡିଆ । ୨୦୧୯ ଦିନିକିଆ ବିଶ୍ବକପ ସେମିଫାଇନାଲ ହେଉ କି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ । ଆଇସିସି ଇଭେଣ୍ଟର ବଡ଼ ମ୍ୟାଚରେ ଭାରତକୁ ଧୂଳି ଚଟାଇଛି ନ୍ୟୁଜିଲାଣ୍ଡ । ତେଣୁ ଆସନ୍ତାକାଲି ହେବାକୁ ଥିବା ଏହି ମ୍ୟାଚରେ ଭାରତ ବିଜୟ ଲାଭ କରି ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ଧାରା ଭାଙ୍ଗିବାକୁ ଚେଷ୍ଟା କରିବ ବ୍ଲୁ ବ୍ରିଗେଡ ।

ଅନ୍ୟପକ୍ଷରେ ଯଦି ଟି-୨୦ କଥା କହିବା ତାହାଲେ ଏଥିରେ ବି ଭାରତ ଉପରେ ଭାରି ପଡ଼ିଛି ନ୍ୟୁଜିଲାଣ୍ଡ । ଉଭୟ ଦଳ ଟି-୨୦ରେ ୧୬ ଥର ମୁହାଁମୁହିଁ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ୮ ଥର ବିଜୟ ଲାଭ କରିଥିବାବେଳେ ଭାରତ ୬ ଥର ବିଜୟ ଲାଭ କରିଛି । ତେବେ ଯଦି ଭାରତ ଚଳିତ ଟି-୨୦ ବିଶ୍ବକପର ସେମିଫାଇନାଲରେ ରେସ୍ ରହିବାକୁ ହେଲେ ବିରାଟ ବାହିନୀଙ୍କୁ ଆସନ୍ତା କାଲି ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ଲାଭ କରିବା ନିହାତି ଆବଶ୍ୟକ ।

Leave a Reply