spot_img
Home Blog Page 5161

ରୁଷରେ ବିମାନ ନିଖୋଜ, ୬ ଯାତ୍ରୀଙ୍କ ମିଳୁନି ସନ୍ଧାନ

ମସ୍କୋ: ରୁଷର ଖାବରୋଭସ୍କରେ ବିମାନ ନିଖୋଜ । ୬ ଜଣ ଯାତ୍ରୀ ଥିବା ଏହି ବିମାନ ରାଡାର ପରଦାରୁ ଉଭେଇ ଯାଇଛି । ୬ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟୋନୋଭ-୨୬ ନାମକ ଏହି ବିମାନ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ହଠାତ୍ ରାଡାର ପରଦାରୁ ଉଭେଇ ଯାଇଥିଲା । ବିମାନର ସନ୍ଧାନ ଲାଗି ଏକ ଏମଆଇ- ୮ ହେଲିକପ୍ଟର ମୁତୟନ କରାଯାଇଛି ।

ମିଳିଥିବା ସୂଚନା ମୁତାବକ ଖାବରୋଭସ୍କର ଦକ୍ଷିଣ ପଶ୍ଚିମରେ ଏହି ବିମାନ ନିଖୋଜ ହୋଇଯାଥିଲା । ରୁଷର ଫେଡରାଲ ଏୟାର ଟ୍ରାନ୍ସପୋର୍ଟ ଏଜେନ୍ସିର ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି କି ନାହିଁ ତାହାର କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ ।

IPL 2021: ହାଇଦ୍ରାବାଦକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଆଇପିଏଲର ୩୩ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟରେ ହରାଇଛି । ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୧୧ ବଲ୍ ବାକି ଥାଇ ୨ ୱିକେଟ୍ ବିନିମୟରେ ମ୍ୟାଚକୁ ଜିତି ନେଇଛି । ଚଳିତ ସିଜିନରେ ଏହା ଦିଲ୍ଲୀ କ୍ୟାପିଟାଲ୍ସର ସପ୍ତମ ବିଜୟ । ଏଥିସହ ଦିଲ୍ଲୀ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉଠିଛି ।

IPL 2021 Delhi Capitals won by 8 wickets Sunrisers Hyderabad

୧୩୫ ରନର ପିଛା କରି ବ୍ୟାଟିଂ କରୁଥିବା ଦିଲ୍ଲୀ ତୃତୀୟ ଓଭରରେ ୨୦ ରନ୍ କରିଥିବା ବେଳେ ପ୍ରଥମ ୱିକେଟ୍ ଖସିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଶିଖର ଧୱନ ୪୨ ରନ୍ କରିଥିବା ବେଳେ ଶ୍ରେୟସ ଆୟର ଅପରାଜିତ ୪୭ ରନ୍ ଓ ଋଷଭ ପନ୍ତ ଅପରାଜିତ ୩୫ ରନ୍ କରିଥିଲେ । ଦଳ ପକ୍ଷରୁ କାଗିସୋ ରାବାଡା ୩ଟି ୱିକେଟ୍ ନେଇଥିବା ବେଳେ ଅନରିଚ ଓ ଅକ୍ସର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ରାଜକୁନ୍ଦ୍ରା ପର୍ଣ୍ଣ ଫିଲ୍ମ ମାମଲା: ଭିନେତ୍ରୀ ଗେହନା ବଶିଷ୍ଠଙ୍କୁ ଆଗୁଆ ଜାମିନ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପର୍ଣ୍ଣ ଫିଲ୍ମ ମାମଲାରେ ଅଭିନେତ୍ରୀ ଗେହନା ବଶିଷ୍ଠଙ୍କୁ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ । ପର୍ଣ୍ଣ ଫିଲ୍ନ ରାକେଟରେ ତାଙ୍କ ନାଁ ଥିବାରୁ ତାଙ୍କୁ ଗିରଫ କରାଯିବାର ଆଶଙ୍କା ଥିଲା । ତାଙ୍କର ଆଗୁଆ ଜାମିନ ଆବେଦନକୁ ଜଷ୍ଟିସ ସଞ୍ଜୟ କିଶାନ କୌଲଙ୍କୁ ନେଇ ଗଠିତ ବମ୍ବେ ହାଇକୋର୍ଟ ଖଣ୍ଡପୀଠ ଅଗ୍ରାହ୍ୟ କରିବା ପରେ ଗେହନା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ଏଫଆଇଆରରେ ତାଙ୍କ ନାମ ଥିବା ସତ୍ତ୍ବେ ଗେହନାଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ ତଦନ୍ତ ପ୍ରକ୍ରିୟାର ସହଯୋଗ କରିବା ଲାଗି ଗେହନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏସଂକ୍ରାନ୍ତ ଏଫଆଇଆର ଅନୁସାରେ ରାଜ କୁନ୍ଦ୍ରା ଗିରଫ ହୋଇଥିଲେ । ପର୍ଣ୍ଣୋଗ୍ରାଫିକ ଭିଡିଓରେ ସାମିଲ ହେବା ଲାଗି ଗେହନା ପ୍ରୋତ୍ସାହନ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

ବଶିଷ୍ଠଙ୍କ ଫିଲ୍ମରେ ଉକ୍ତ ଅଭିଯୋଗକାରୀ ଅଙ୍ଗପ୍ରଦର୍ଶନ କରିଥିଲେ ଯାହାକୁ କୁନ୍ଦ୍ରାଙ୍କ ମାଲିକାନରେ ଥିବା ଆପରେ ଅପଲୋଡ ହୋଇଥିଲା । କୁନ୍ଦ୍ରାଙ୍କୁ ଗତ ସୋମବାର ମୁମ୍ବାଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଜାମିନ ପ୍ରଦାନ କରିଥିଲେ । ବଶିଷ୍ଠଙ୍କ ବିରୋଧରେ ଆଇପିସିର ଧାରା ୨୯୨, ୨୯୩, ଆଇଟି ଆକ୍ଟର ଧାର ୬୬-ଇ, ୬୭ ଓ ୬୭-କ ଧାରା ଅନୁସାରେ ମାମଲା ରୁଜୁ ହୋଇଛି ।

ଆଖି ପିଛୁଳାକେ ଲୁଟି ନେଲେ ସାଢ଼େ ୩ ଲକ୍ଷ

ଉଦଳା: ସ୍ପଷ୍ଟ ଦିବା ଲୋକରେ ଲୁଟ୍ । ସାଢ଼େ ୩ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ଉଦଳା ଷ୍ଟେଟ ବ୍ୟାଙ୍କରୁ ସକାଳ ପ୍ରାୟ ୧୧ଟା ୪୦ରେ ଧାନଘେରା ଗାଁର ରତିକାନ୍ତ ବେହେରା ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଇଥିଲେ । ଦିନ ୧୨ଟା ୧୫ରେ ବ୍ୟାଙ୍କରୁ ଘର ଅଭିମୁଖେ ବାହାରି ଥିଲେ । ଆଉ ପଛେ ପଛେ ପିଛା କରିଥିଲେ ଲୁଟେରା ।

ବିସିପୁର ଛକ ନିକଟରେ ଲୁଟେରା ରତିକାନ୍ତ ଆଗରେ ଗାଡ଼ି ଅଟକାଇ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ପଳାଇଥିଲେ । ଅଭିଯୋଗ ପରେ ପୋଲିସ ଉଦଳା ଷ୍ଟେଟ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଆଧାରରେ ଯାଞ୍ଚ ଆରମ୍ଭ କରିଛି । ଉଦଳା ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଭାରତର ଆଭିମୁଖ୍ୟ ପରେ ନରମିଲା ବ୍ରିଟେନ୍, କୋହଳ କଲା ଟ୍ରାଭେଲ ଗାଇଡଲାଇନ

ନୂଆଦିଲ୍ଲୀ: ଭାରତ ସରକାର କଡ଼ା ଆଭିମୁଖ୍ୟ ପରେ ମୁଣ୍ଡ ନୁଆଇଲା ବ୍ରିଟେନ । ଟ୍ରାଭେଲ ଗାଇଡଲାଇନରେ ସାମାନ୍ୟ କିଛି ପରିବର୍ତ୍ତନ ଆଣିଛନ୍ତି ବ୍ରିଟେନ ସରକାର । ନୂଆ ନୀତିରେ କୋଭିସିଲ୍‌ଡକୁ ମାନ୍ୟତା ଦେଇଛି ବ୍ରିଟେନ । କୋଭିସିଲଡର ଦୁଇଟି ଡୋଜ୍ ନେଇସାରିଥିବା ଯାତ୍ରୀଙ୍କୁ ବ୍ରିଟେନ ଯାତ୍ରା ପାଇଁ ଅନୁମତି ଦେଇଛି । ହେଲେ ଏବେ ବି ୟୁକେ ଯାଉଥିବା ଭାରତୀୟ ଯାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ବ୍ରିଟେନ ସରକାର ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି ।

ଏବେ ଭାରତ ସରକାର ଦେଉଥିବା ଟିକାକରଣ ପ୍ରମାଣପତ୍ରକୁ ନେଇ କିଛି ସମସ୍ୟା ରହିଛି ବୋଲି ବ୍ରିଟେନ ସରକାର କହିଛନ୍ତି । ପୂର୍ବରୁ ୟୁକେ ଟ୍ରାଭେଲ ଆଡଭାଇଜରୀ ଜାରି କରାଯାଇଥିଲା । ଯାହା ୪ ଅକ୍ଟୋବରରୁ ଲାଗୁ ହେବ । ମାତ୍ର ଏଥିରେ ଭାରତୀୟ ଭ୍ୟାକସିନକୁ ଅନୂମତି ଦିଆଯାଇଥିବାରୁ ଭାରତ ଆସୁଥିବା ବ୍ରିଟେନ ଯାତ୍ରୀଙ୍କ ପାଇଁ ସମାନ କଟକଣା ଲାଗୁ କରାଯିବ ବୋଲି ଚେତାବନୀ ଦେଇଥିଲେ ଭାରତ ସରକାର । ଯାହାପରେ ୟୁକେ ଟ୍ରାଭେଲ ଗାଇଡଲାଇନରେ ସାମାନ୍ୟ କିଛି ପରିବର୍ତ୍ତନ ଆଣିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଯେଉଁ ୟୁକେ କମ୍ପାନୀ ଭାରତରେ କୋଭିଡ ଟିକା କୋଭିସିଲ୍ଡ ନିର୍ମାଣ କରୁଛି, ସେହି ଦେଶ କୋଭିସିଲ୍ଡ ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରବେଶ ଅନୁମତି ଦେଇନଥିଲା  । ବର୍ତ୍ତମାନ ଭାରତର ଆଭିମୁଖ୍ୟ ପରେ ନରମିଛି ବ୍ରିଟେନ  । ଏବେ ଆଉ ଭ୍ୟାକ୍ସିନ ସହ ବ୍ରିଟେନର ସମସ୍ୟା ନାହିଁ  । ବଂର ଯେଉଁ ଭାରତୀୟ ବ୍ରିଟେନ ଗସ୍ତ କରିବେ ସେମାନେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ ବୋଲି କହିଛନ୍ତି ବ୍ରିଟେନ ସରକାର  ।

ଭୋଜିକୁ ନ ଡାକିବାକୁ ନେଇ ସଂଘର୍ଷ, ୨ ଆହତ

ନୀଳଗିରି: ଭୋଜିଭାତ ବେଳେ ଗୋଷ୍ଠୀ ସଂଘର୍ଷ । ବିଶ୍ୱକର୍ମା ପୂଜା ଉପଲକ୍ଷେ ନୀଳଗିରି ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏକ ହୋଟେଲରେ ଭୋଜିଭାତର ଆୟୋଜନ କରାଯାଇଥିଲେ । ଭୋଜିଭାତ ବେଳେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଟ୍ରକ୍ ମାଲିକ ସଂଘର ପୂର୍ବତନ ସଭାପତିଙ୍କୁ ଭୋଜିକୁ ଡକା ଯାଇ ନଥିଲା । ଏହାକୁ କେନ୍ଦ୍ର କରି ଟ୍ରକ୍ ମାଲିକ ସଂଘର ସମ୍ପାଦକ ସାନ୍ତୁନୁ ବିଶ୍ଵାଳ ଏବଂ ଜଗବନ୍ଧୁ ବେହେରା ହାତାହାତି ହୋଇଥିଲେ । ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରି ତଦନ୍ତ ଚଳାଇଛି ।

ଦେଶରେ ରହିଛି କେତୋଟି ‘ଆଖଡ଼ା’, କାହିଁକି ସନ୍ଥ ଚଳାଇଥିଲେ ଆଖଡ଼ାଶାଳ ?

ନନ୍ଦିଘୋଷ ବ୍ୟୁରୋ: ଆପଣ ‘ଆଖଡ଼ା’ ଶବ୍ଦ ଶୁଣିଥିବେ  । ଗାଁ ମାନଙ୍କରେ ସେବେ ଆଖଡ଼ା ଶାଳ ଦେଖିଥିବେ ।  ଏହି ଶବ୍ଦ ଶୁଣିବା ମାତ୍ରେ ମଲ୍ଲ ଯୋଦ୍ଧା, କୁସ୍ତି ଯୋଦ୍ଧା ଅର୍ଥାତ ପେହଲବାନ କଥା ମନକୁ ଆପେ ଚାଲିଆସେ  । କିନ୍ତୁ କେବେ ବାବା ମାନଙ୍କର ଆଖଡ଼ା ଥିବା କଥା ଶୁଣିଛନ୍ତି କି ? ହଁ ସାଧି ସନ୍ଥଙ୍କର ମଧ୍ୟ ଆଖଡ଼ା ରହିଛି  । କାରଣ କୁମ୍ଭରେ ସର୍ବୋଚ୍ଚତା ପାଇଁ ଲାଗି ରହେ କଳହ, ଶୀର୍ଷ ହେବା ପାଇଁ ବିବାଦ ବି ସଂଘର୍ଷର ରୂପ ଧାରଣ କରେ  । ଆଉ ଏଇଥି ପାଇଁ ହିଁ ଏମାନେ ପ୍ରସ୍ତୁତ ହୋଇଥାନ୍ତି  ।

ହାତୀ-ହତିଆର, ଘଣ୍ଟ-ଘଣ୍ଟା, ସାଜ-ସଜ୍ଜା, ନାଗା-ଆଖଡ଼ାର ପ୍ରଦର୍ଶନ  । ଏମିତିକି ହାତରେ ମାରଣାସ୍ତ୍ର ଏବଂ ବନ୍ଧୁକ ଧରି ପ୍ରଦର୍ଶନ ହୋଇଥାଏ  । ଏକପ୍ରକାର ବାବା ମାନଙ୍କର ଏହି ଆଖଡ଼ାକୁ ହିନ୍ଦୁ ଧର୍ମର ମଠ କୁହାଯାଇଥାଏ  । ଆରମ୍ଭରୁ କେବଳ ଭାରତରେ ୪ଟି ଆଖଡା ଥିବା ଉଲ୍ଲେଖ ରହିଛି  । କିନ୍ତୁ ବୈଚାରିକ ମତଭେଦ ଯୋଗୁଁ ଏହି ଆଖଡ଼ା ପରବର୍ତ୍ତୀ ସମୟରେ ଭାଗ ଭାଗ ହେବାକୁ ଲାଗିଲା  । ୪ରୁ ୧୩ରେ ପହଁଚିଲା । ଅର୍ଥାତ ଏବେ ଭାରତରେ ରହିଛି ୧୩ଟି ପ୍ରମୁଖ ଆଖଡ଼ା  ।  ଏବଂ ଏହି ଆଖଡ଼ା ମାନ ନିଜ ନିଜର ପରମ୍ପରା ଅନୁଯାୟୀ ଶିଷ୍ୟ ଆପଣାଇବା ସହ ଉତ୍ପାଧି ବାଣ୍ଟି ଚାଲିଲେ  । ଆଉ ଏଇଠୁ ହିଁ ଆରମ୍ଭ ହେଲା ବାବାଙ୍କ ବରାବର ରାଜନୀତି   ।

ତେବେ ଯଦି ଇତିହାସ ପୂଷ୍ଠାକୁ ଓଲଟାଇବେ, ଏକଥା ମଧ୍ୟ କୁହାଯାଏ ଯେ ଶତାଦ୍ଦୀ ଶତାଦ୍ଦୀ ପୂର୍ବରୁ ଆଦି ଶଙ୍କରାଚାର୍ଯ୍ୟ ହିନ୍ଦୁ ଧର୍ମର ରକ୍ଷା ପାଇଁ ଆଖଡ଼ାର ଉତ୍ଥାପନ କରିଥିଲେ  । ସେହି ସମୟରେ ବୌଦ୍ଧ ଧର୍ମର ବ୍ୟାପକ ପ୍ରଚାର ପ୍ରସାର କରାଯାଉଥିଲା  । ହିନ୍ଦୁ ଧର୍ମ ପରିତ୍ୟାଗ କରି ଅଧିକାଂଶ ଲୋକେ ବୌଦ୍ଧ ଧର୍ମ ଗ୍ରହଣ କରୁଥିଲେ  । ଏବଂ ହିନ୍ଦୁ ଧର୍ମକୁ ରୋକିବା ପାଇଁ ଆଦି ଶଙ୍କରାଚାର୍ଯ୍ୟ ଆଖଡାରେ ଶିଶ୍ୟ ମାନଙ୍କୁ ଶାସ୍ତ୍ର ସହ ଶତ୍ସ ଶିକ୍ଷା ମଧ୍ୟ ପ୍ରଦାନ କରୁଥିଲେ  । କିନ୍ତୁ ଆଦି ଶଙ୍କରାଚାର୍ଯ୍ୟ ଯେ ଆଖଡ଼ାର ଆରମ୍ଭ କରିଥିଲେ ଏନେଇ କୌଣସି ସ୍ପଷ୍ଟ ଇତିହାସ ଉଲ୍ଲେଖ ନାହିଁ  । କାରଣ ଶଙ୍କରାଚାର୍ଯ୍ୟଙ୍କ ଆବିର୍ଭାବ ଅଷ୍ଟମ କିମ୍ବା ନବମ ଶତାଦ୍ଦୀରୁ  । ତେଣୁ ଏହା ପୂର୍ବରୁ ଯେ ଆଖ଼ଡା ଶାଳ ମାନ ନଥିବ ଏନେଇ ବିଶେଷ ତଥ୍ୟ କୌଣସି ସ୍ଥାନରେ ପ୍ରଦତ୍ତ ନାହିଁ  ।

ସେପଟେ ୧୩ଟି ପ୍ରମୁଖ ଆଖଡ଼ା ଯଥାକ୍ରମେ ଆବାହନ ଆଖଡ଼ା, ଅଟଳ ଆଖଡ଼ା, ମହାନିର୍ମାଣୀ ଆଖଡ଼ା. ଆନନ୍ଦ ଆଖଡ଼ା, ନିର୍ମାହି ଆଖଡ଼ା, ଦଶନାମୀ ଆଖଡ଼ା, ନିରଞ୍ଜରୀ ଏବଂ ଜୁନା ଆଖଡ଼ାର ମଧ୍ୟ ଅନେକ ଇତିହାସ ରହିଛି  । ଭିନ୍ନ ଭିନ୍ନ ପରମ୍ପରା ଏବଂ ନିଜସ୍ୱ ନିତୀ, ନିୟମ, ବିଧି – ବିଧାନ ରହିଛି  । କିନ୍ତୁ ସମସ୍ତ ଆଖଡ଼ାକୁ ନେଇ ତିନୋଟି ଭାଗରେ ବିଭକ୍ତ କରାଯାଇଛି  । ପ୍ରଥମରେ ରହିଛି ଶୈବ ଆଖଡ଼ା- ଅର୍ଥାତ ଯେଉଁମାନେ ମହାଦେବ ଶିବଙ୍କ ପ୍ରତି ସମର୍ପିତ  । ଦ୍ୱିତୀୟରେ ରହିଛି- ବୌଷ୍ଣବ ଆଖଡ଼ା,  ଭଗବାନ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରୁଥିବା ସାଧି ସନ୍ଥ ଗଣ ଏହି ଆଖଡ଼ାରେ ସାମିଲ ହୋଇଥାନ୍ତି  । ସେହିପରି ତୃତୀୟରେ ଅର୍ଥାତ ଅନ୍ତିମ ଆଖଡ଼ାକୁ କୁହାଯାଏ ସଂପ୍ରଦାୟ ଉଦାସୀନ ପନ୍ଥ  । ଉଦାସୀନ ପନ୍ଥକୁ ଅନୁସରଣ କରୁଥିବା ସାଧୁ ମାନେ ଗୁରୁ ନାନକଙ୍କ ବାଣୀରେ ପ୍ରେରିତ ହୋଇଥାନ୍ତି  । ପଞ୍ଚତତ୍ୱ ଯଥା ଅଗ୍ନି, ବାୟୁ, ଆକାଶ, ଧରିତ୍ରୀ ଏବଂ ଆକାଶକୁ ଉପାସନା କରିଥାନ୍ତି  ।

ପ୍ରେରଣା ଦେଉଛି ‘ପ୍ରେରଣା ସମ୍ମାନ’, ୭୩୩ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମ୍ମାନିତ

0

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ଭିନ୍ନକ୍ଷମ ପିଲାମାନଙ୍କର ସଫଳତାକୁ ପାଳନ କରିବା ଉଦ୍ଦେଶ୍ୟରେ ବୁଧବାର ଅପରାହ୍ଣରେ ସପ୍ତମ ପ୍ରେରଣା ସମ୍ମାନ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଯାଇଛି । ୨୦୧୫ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରାଜ୍ୟର ୧୦ମ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଉଦେଶ୍ୟରେ ଡକ୍ଟର ଶ୍ରୁତି ମହାପାତ୍ରଙ୍କ ଦ୍ୱାରା ସଂକଳ୍ପିତ ହୋଇଥିଲା । ଓଡିଶାରେ ଭିନ୍ନକ୍ଷମ ଛାତ୍ରମାନଙ୍କ ଭବିଷ୍ୟତ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏକକାଳୀନ ଛାତ୍ରମାନଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତାକୁ ଉନ୍ନତ କରିବା ପାଇଁ ଏହା ଏକ ପ୍ରୟାସ ।

୧୦ମ ଶ୍ରେଣୀରେ ଭଲ ମାର୍କ ରଖି ଆଜି ସେମାନେ ହଜାର ହଜାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆଶା ଏବଂ ପ୍ରେରଣା ପାଲଟିଛନ୍ତି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୧ହଜାର ୬୭ଜଣ ଭିନ୍ନକ୍ଷମ ଛାତ୍ରଙ୍କୁ ପ୍ରେରଣା ସମ୍ମାନ ଏବଂ ୫୨୬ଜଣ ଜଣଙ୍କୁ ଛାତ୍ରବୃତ୍ତି ଏବଂ ସାଧାରଣ ସଚେତନତା ଶ୍ରେଣୀରେ ସମ୍ମାନିତ କରାଯାଇଛି।
ମୋ ସ୍କୁଲ୍ ଅଭିଯାନ ଅଧ୍ୟକ୍ଷା  ସୁସ୍ମିତା ବାଗଚି,  ଅନୁପମ ସାହା( ଆଇଏଏସ୍), ପଦ୍ମ ମହାନ୍ତି (ଆଇଏଫଏସ୍) ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ସ୍ୱାଭିମାନର ସିଇଓ ଡକ୍ଟର ଶ୍ରୁତି ମହାପାତ୍ର ଉପସ୍ଥିତ ରହି ମେଧାବୀ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ ।
ଏହି ଅବସରରେ ପାରା ଅଲିମ୍ପିଆନଙ୍କ ପ୍ରଦର୍ଶନକୁ ସୁସ୍ମିତା ବାଗଚି ଏହି ଉଚ୍ଚପ୍ରଶଂସା କରିଥିଲେ।ସେ ସଦ୍ୟସମାପ୍ତ ପାରା ଅଲମ୍ପିକ୍ର ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦ ଭାଗବତଙ୍କ କାହାଣୀ ବର୍ଣ୍ଣନା କରିଥିଲେ ।

ଉତ୍ସବରେ ୩୦ଟି ଜିଲ୍ଲାର ୭୩୩ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଯେଉଁମାନେ ୫୫ପ୍ରତିଶତ ରୁଅଧିକ ସ୍କୋର କରିଛନ୍ତି ସେମାନଙ୍କୁ ପ୍ରେରଣା ସମ୍ମାନ, ଯେଉଁ ଛାତ୍ରମାନେ ୬୫ପ୍ରତିଶତ ମାର୍କରୁ ଅଧିକ ସ୍କୋର କରିଛନ୍ତି ସେମାନଙ୍କୁ ମାସିକ ୧ହଜାର ଟଙ୍କା ବୃତ୍ତି ପାଇବେ। ଏହା ବ୍ୟତୀତ ଯେଉଁମାନେ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ସେମାନଙ୍କୁ ସ୍ୱର୍ଣ୍ଣପଦକ ଏବଂ ୩୦୦୦ଟଙ୍କାର ପୁସ୍ତକ, ଯେଉଁମାନେ ୮୦-୮୯ପ୍ରତିଶତ ନମ୍ବର ରଖିଛନ୍ତି ସେମାନଙ୍କୁ ରୌପ୍ୟପଦକ ଏବଂ ୫୦୦ ଟଙ୍କା ମୂଲ୍ୟର ପୁସ୍ତକ ଏବଂ ୭୫-୭୯ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ବ୍ରୋଞ୍ଜପଦକ ସହ ୫ଶହ ଟଙ୍କା ମୂଲ୍ୟର ପୁସ୍ତକ ପ୍ରଦାନ କରାଯିବ ।

ଅଣ୍ଡର-୧୮ ଭାରତୀୟ ମହିଳା ରଗବୀ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ୧୮ ବର୍ଷରୁ କମ୍ ଭାରତୀୟ ମହିଳା ରଗବୀ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଲୋକସେବା ଭବନଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧୪ ଜଣିଆ ରାଗବୀ ଟିମକୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରଯାଇଛି । ଏହାସହ ପ୍ରତ୍ୟେକ ଖେଳାଳିଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ରଗବୀ ଇଣ୍ଡିଆ ପକ୍ଷରୁ ମଧ୍ୟ ପ୍ରଦାନ କରାଯାଇଛି ।

U-18 Indian Women's Rugby Team Felicitated By Govt. Of Odisha

କେବଳ ଏତିକି ନୁହେଁ ବ୍ଲେଡ଼ ଅର୍ବାନ ଏୟାର ମୋବିଲିଟି ପକ୍ଷରୁ ମଧ୍ୟ ପ୍ରତ୍ୟେକ ଖେଳାଳିଙ୍କୁ ୨୫ ହଜାର ଟଙ୍କା ଲେଖାଏଁ  ପୁରସ୍କାର ରାଶି ପ୍ରଦାନ କରାଯାଇଛି । ତାସକେଣ୍ଟରେ ଖେଳାଯାଇଥିବା ଏସିଆ ରଗବୀ ଅଣ୍ଡର-୧୮ ସେଭେନ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ପାଇ ଓଡ଼ିଶା ଫେରିଲା ପରେ ମହିଳା ରଗବୀ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ସହ ପୁରସ୍କାର ପ୍ରଦାନ କରାଯାଇଛି ।

U-18 Indian Women's Rugby Team Felicitated By Govt. Of Odisha

ଅଣ୍ଡର-୧୮ ଭାରତୀୟ ମହିଳା ରଗବୀ ଦଳରେ ୩ ଓଡ଼ିଆ ତରୁଲତା ନାୟକ, ମାମା ନାୟକ ଓ ନିର୍ମାଲ୍ୟ ରାଉତ ସାମିଲ ଅଛନ୍ତି । ହକି ପରେ ରଗବୀର ପ୍ରାୟୋଜକ ଦାୟିତ୍ୱ ନେଇଛି ଓଡ଼ିଶା । ଆଗକୁ ମଧ୍ୟ ପ୍ରୋତ୍ସାହନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଖେଳାଳି ମାନେ ଯୁବପିଢିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆକାଶରେ ନୁହେଁ, ଗଭୀର ସମୁଦ୍ରରେ ଏଲିୟନ୍…

ନନ୍ଦିଘୋଷ ବ୍ୟୁରୋ: ମହାକାଶ ନୁହେଁ, ମହି ତଳେ ଏଲିୟନ  । ଆକାଶରେ ନୁହେଁ, ଗଭୀର ସମୁଦ୍ରରେ ଦେଖିବାକୁ ମିଳିଛି ଏଲିଅନ୍  । ପୃଥିବୀ ପୃଷ୍ଠକୁ ବିଭିନ୍ନ ସମୟରେ ଏଲିୟନ ପ୍ରବେଶ କରୁଥିବା ଖବର ଆମେ ଶୁଣିବାକୁ ପାଇଛେ  । ମଣିଷ ଭଳି ଦେଖାଯାଉଥିବା ଆଉ ଏକ ଜୀବ ପୃଥିବୀ ବାହାରେ ବଞ୍ଚିଥିବା ଖବର ବିଭିନ୍ନ ସମୟରେ ପ୍ରକାଶ ପାଇଥାଏ  । ଉଡ଼ନ୍ତା ଥାଳିଆ ଅର୍ଥାତ UFO ସାହାର୍ଯ୍ୟରେ ଏମାନେ ମାହାକାଶରେ ବିଚରଣ କରିଥାନ୍ତି  । କିନ୍ତୁ ଆଜି ଆପଣ ଦେଖିବାକୁ ଯାଉଥିବା ଏଲିୟନ ମହାକାଶରେ ନୁହେଁ ବଂର ଗଭୀର ସମୁଦ୍ରରେ ରହିଛି….

ଆଜିବି ଅନେକ ବୃହତକାୟ ଏବଂ ସନ୍ଦିଗ୍ଧ ଜୀବ ଗଭୀର ସମୁଦ୍ରର  ଭିତରେ ରହୁଛନ୍ତି । ଯାହା ସହ ମଣିଷ ସମାଜ ଅପରିଚିତ  ।  ନା କେବେ ଏହି ଜୀବମାନଙ୍କ ସମ୍ବନ୍ଧରେ ମଣିଷ ଶୁଣିଛି, ନା ଏମାନଙ୍କୁ ଦେଖିଛି । ଆଉ ଯଦି କେବେ ଏପରି ଜୀବ ଉପକୂଳକୁ ଚାଲି ଆସନ୍ତି, ତେବେ ଆଶ୍ଚର୍ଯ୍ୟ ହେବା ଅବଶ୍ୟମ୍ଭାବୀ   । ଏପରି ଏକ ଅଦ୍ଭୁତ ଜୀବର ସନ୍ଧାନ ଏବେ କାର୍ଲିଫନିଆରେ ଦେଖିବାକୁ ମିଳିଛି  । ଜଣେ ମତ୍ସ୍ୟଜୀବୀ ପ୍ରତିଦିନ ଭଳି ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ  । କିନ୍ତୁ ସେ ଫେରିବା ବେଳେ ଯାହା ଦେଖିଥିଲେ, ତାହା କହିବା ତାଙ୍କ ପକ୍ଷେ ମୁସ୍କିଲ ଥିଲା  । ଅର୍ଥାତ ଏମିତି କିଛି ଅଦ୍ଭୁତ ସାମୁଦ୍ରିକ ଜୀବ ଦେଖିଥିଲେ ସେହି ମତ୍ସ୍ୟଜୀବୀ ଜଣଙ୍କ, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା  ।

କାର୍ଲିଫର୍ଣ୍ଣିଆ କ୍ରିଷ୍ଟାଲ୍ କୋଭ୍ ଷ୍ଟେଟ୍ ପାର୍କରେ ଏକ ବିଶାଳକାୟ ଜୀବକୁ ଦେଖିବାକୁ ପାଇଥିଲେ । ଲୋକେ ଏଲିଅନ ବୋଲି କହିବାକୁ ଲାଗିଥିଲେ  । ଏହି ଜୀବ ଜୀବିତ କିମ୍ବା ମୃତ ତାହା ମଧ୍ୟ ଅଞ୍ଚଳବାସୀଙ୍କୁ ଜଣା ନଥିଲା  । କିନ୍ତୁ ସଭିଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଥିଲା  । ଏଲିଅନ ଆକାଶରେ ନୁହେଁ ସମୁଦ୍ରରେ ରହୁଥିବା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଗୁଜବ ଖେଳି ଯାଇଥିଲା  । କିନ୍ତୁ ପରବର୍ତ୍ତୀ ସମୟରେ ଜଣା ପଡିଥିଲା ଯେ ଏହି, ବିଶାଳକାୟ ଜୀବର  ନାମ ହେଉଛି  ଆଙ୍ଗଲରଫିସ  । ଏହା ପାଖାପାଖି ୩୦୦୦ ଫୁଟ ଗଭୀର ସମୁଦ୍ରରେ ବିଚରଣ କରୁଥିବା ଜଣାପଡିଛି  । ଆଙ୍ଗଲରଫିସ ଦେଖିବାକୁ ଖୁବ୍ ଭୟାନକ ହୋଇଥିବା ବେଳେ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଜୀବିତ ରହିପାରେ । କେବଳ ଗଭୀର ପାଣିରେ  ନୁହେଁ ବରଂ ବରଫ ଭଳି ମାଇନସ ତାପମାତ୍ରାରେ ମଧ୍ୟ ଏହି ଅଦ୍ଭୁତ ଜୀବ ବଞ୍ଚିପାରେ  ।

ସେହିପରି, ୨୦୧୩ ମସିହା ଅକ୍ଟୋବର ମାସରେ ସ୍ପେନର ସମୁଦ୍ର ତଟରେ ଦେଖିବାକୁ ମିଳିଥିଲା ଏହିଭଳି କିଛି ଅଜବ ସାମୁଦ୍ରିକ ଜୀବ  । ଏହା ଦଶନ୍ଧୀ ଦଶନ୍ଧୀ ଧରି ଜଳରେ ଭାସୁଥିବା କୁହାଯାଇଛି  । ସେପଟେ ବହୁ ଶତାବ୍ଦୀ ଧରି ବିଶାଳ ସ୍କ୍ୱିଡ୍ ବିଷୟରେ ବିଭିନ୍ନ କାଳ୍ପନିକ କଥା ଦାବି କରାଯାଉଛି । ପ୍ରାଣୀ ଜଗତରେ ସବୁଠାରୁ ବଡ଼ ଆଖି ହେଉଛି ସ୍କ୍ୱିଡର । ସେମାନେ ଗଭୀର ପାଣିରେ ରହୁଥିବା ବେଳେ ଖୁବ୍ କମ୍ ସମୟରେ ବାହାରକୁ ଚାଲି ଆସନ୍ତି । ଲାଇଭ ସାଇନ୍ସର ରିପୋର୍ଟ ଅନୁଯାୟୀ ଅକ୍ଟୋବର ୨୦୧୩ରେ ଦେଖାଯାଇଥିବା ଏହି ସ୍କ୍ୱିଡର ଲମ୍ବ ୧୩ ଫୁଟରୁ ଅଧିକ ଏବଂ ଓଜନ ୬୬୦ ପାଉଣ୍ଡ ଅର୍ଥାତ୍ ୩୩୦ କିଲୋଗ୍ରାମରୁ ଅଧିକ ରହିଥିଲା ।

https://www.facebook.com/NandighoshaTV/videos/516744423015797

ସେହିଭଳି ଆଉ ଏକ ଘଟଣା ଘଟିଥିଲା ଫିଲିପାଇନ୍ସର ଓରିଏଣ୍ଟାଲ ମିଣ୍ଡୋରୋ ପ୍ରଦେଶରେ। ୨୦୧୮ ମସିହା ମେ ମାସରେ ସ୍ଥାନୀୟ ବାସିନ୍ଦା ଦେଖିଥିଲେ କିଛି ଏଭଳି ଦୃଶ୍ୟ, ଯାହାକୁ ଦେଖି ସମସ୍ତେ ଚକିତ ହୋଇପଡିଥିଲେ।  ବିଶେଷଜ୍ଞ ମାନେ ଏହି ଜୀବକୁ ନେଇ ତଦନ୍ତ କରିଥିଲେ  । ଏବଂ ୨୦ ଫୁଟ ଲମ୍ଭର ଏହି ବିଶାଳକାୟ ଜୀବର ନାମ ‘The Globster’   ରଖାଯାଇଥିଲା  । ଯେତେବେଳେ ଏହି ଜୀବକୁ ମାଟିରେ ପୋତା ଯାଇଥିଲା, ସେତେବେଳେ ସ୍ଥାନୀୟ ଅଞ୍ଚଳରେ ବସ ବାସ କରୁଥିବା ଲୋକେ ଅସ୍ତବ୍ୟସ୍ତ ହୋଇପଡିଥିଲେ  । ଅର୍ଥାତ ଏହି ବିଶାଳକାୟ ଜୀବ ଖୁବ ଦୁର୍ଗନ୍ଧ ହୋଇଥିଲା  । ଏବଂ ‘The Globster’ର ଉପର ଅଂଶ ଏକ ଜାଲ ଭଳି ରହିଥିଲା  ।

କିନ୍ତୁ ୨୦୧୭ ମସିହାରେ ମଧ୍ୟ ଦକ୍ଷିଣ ଆଫ୍ରିକା ଉପକୂଳରେ  ଦେଖିବାକୁ ମିଳିଥିଲା କିଛି ଅଜବ ଘଟଣା  । ଅର୍ଥାତ ତିନୋଟି ବିଶାଳକାୟ ଧଳା ସାର୍କ ସମୁଦ୍ର କୂଳରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଆଶ୍ଚର୍ଯ୍ୟକର କଥା ହେଉଛି ଏହି ତିନୋଟି ସାର୍କଙ୍କର ଲିଭର ଓ ଗୋଟିଏ ହାର୍ଟ ନଥିଲା । ମୃତ୍ୟୁର କାରଣ ଜାଣିବା ପାଇଁ ଜୀବ ବିଜ୍ଞାନୀମାନେ ଯାଞ୍ଚ ଚଳାଇଥିଲେ  । ସମୁଦ୍ରର ସବୁଠୁ ବିଶାଳ ଜୀବ କହୁଯାଉଥିବା ତିମିଙ୍କୁ ପୁଣି କିଏ ଶିକାର କରିଛି ? ତିମିଙ୍କ ମୃତ୍ୟୁର କାରଣ ଖୋଜୁଥିବା ଟିମ ବି ହତବାକ ହୋଇଯାଇଥିଲେ  । ଅର୍ଥାତ ଏହି ହ୍ୱାଇଟ ସାର୍କକୁ ଓରକାସ ବା କିଲର ହ୍ୱିଲ ନାମଙ୍କ ଆଉ ଏକ ସାମୁଦ୍ରିକ ଜୀବ ଶିକାର କରିଛି  । ବୃହତକାୟ କିଲର ହ୍ୱିଲ  ସାର୍କ କିମ୍ବା ସାର୍କ ଭଳି ଅନ୍ୟ ପ୍ରଜାତି ଉପରେ ଆକ୍ରମଣ କରିଥାନ୍ତି  । ଏହି କିଲର ହ୍ୱିଲ, ହ୍ୱାଇଟ ସାର୍କର ଲିଭରକୁ ଖାଇବାକୁ ବେଶ ପସନ୍ଦ କରିଥାନ୍ତି  ।