ମହିଳା ବେଶରେ ଆସି ମାଆ-ଝିଅକୁ ମରଣାନ୍ତକ ଆକ୍ରମଣ କଲେ ଯୁବକ

ଭୁବନେଶ୍ୱର: ମହିଳା ବେଶରେ ଆସି ମରଣାନ୍ତକ ଆକ୍ରମଣ । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଘଟିଛି ଜଘନ୍ୟ କାଣ୍ଡ  । ଘରେ ପଶି ଛୁରାମାଡ଼ କରିଛନ୍ତି ଜଣେ ଯୁବକ । ଏଥିରେ ୩ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଜଣେ ମହିଳା, ଜଣେ ଯୁବତୀ ଓ ଜଣେ ଯୁବକ ଆହତ ହୋଇଛନ୍ତି । ତିନି ଜଣଙ୍କୁ ଉଦ୍ଧାର କରି  କ୍ୟାପିଟାଲ୍‌ ହସପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ତେବେ କେଉଁ କାରଣରୁ ଛୁରାମାଡ଼ ହୋଇଛି, ତାହା ଜଣାପଡ଼ିନି । ଘଟଣାସ୍ଥଳରେ ଛୁରି ପଡିଥିବା ବେଳେ ଘର ଭିତରେ ବନ୍ଧୁକ ପଡିଛି । ଯୁବକ ଜଣକ ମହିଳା ପୋଷାକ ଓ ହେଲମିଟ୍ ପିନ୍ଧି ଘରେ ପଶି ମାଆ, ଝିଅଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ କରିଥିବା ଯୁବକ ନିଜେ ମଧ୍ୟ ଘଟଣାରେ ଆହତ ହୋଇଛନ୍ତି  । ସେପଟେ  ଘଟଣା ବିଷୟରେ ଖବର ପାଇ  ଚନ୍ଦ୍ରଶେଖପରପୁର ପୋଲିସ ପହଁଚି ଛାନବିନ୍ ଆରମ୍ଭ କରିଛି  ।

Leave a Reply