କୁକୁଡ଼ା ଓ ହାଣ୍ଡିଆ ନ ଦେବାରୁ ପରିବାରକୁ ବାସନ୍ଦ କଲେ ଗ୍ରାମବାସୀ

Villager Restricted A Family In Anandpur

ଆନନ୍ଦପୁର: ଠାକୁରାଣୀଙ୍କ ମାର୍ଜନା ପାଇଁ କୁକୁଡା ଓ ହାଣ୍ଡିଆ ନଦେବାରୁ ଏକ ପରିବାରକୁ ବାସନ୍ଦ କଲେ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଯୁଗଳକିଶୋରପୁର ଗାଁର ପୁରୁଣାପାଣି ସାହିରେ ଏଭଳି ଘଟଣା ଘଟିଛି । ଗୁନାରାମ ମୁର୍ମୁଙ୍କ ସ୍ତ୍ରୀଙ୍କର କନ୍ୟା ସନ୍ତାନ ଜନ୍ମ ହେବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା । ଏହି ସମୟରେ ଗାଁ ଦାଣ୍ଡରେ କିଛି ଜିନିଷ ପଡ଼ି ଯାଇଥିବାରୁ ଠାକୁରାଣୀଙ୍କ ମାର୍ଜନା ପାଇଁ ପୂଜା ସାମଗ୍ରୀ ଦେବାକୁ ଗାଁ ମୁଖିଆ ନିର୍ଦ୍ଦେଶ ଦେଇଥିଲେ ।

Villager Restricted A Family In Anandpur

ଏଥିପାଇଁ ୩ଟି କୁକୁଡ଼ା ସହିତ ଗୋଟିଏ ହାଣ୍ଡି ହାଣ୍ଡିଆ ଦେବାକୁ ଗୁନାରାମଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ଅରାଜି ହେବାରୁ ଗୁନାରାମ ମୁର୍ମୁଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଗୁନାରାମ । ପୋଲିସ ପହଞ୍ଚି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ କହିବା କଥା, ଗାଁର କାହାର ସନ୍ତାନ ଜନ୍ମ ହେଲେ ସେ ଠାକୁରାଣୀଙ୍କୁ ମାର୍ଜନା କରିବାର ନିୟମ ରହିଛି ।

Leave a Reply