ଚା’ ଦୋକାନରେ ଟ୍ରକ ଚଢ଼ି ୬ ମୃତ୍ୟୁ, ଚାଳକକୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଗାଜିପୁର ମୁହମ୍ମୁଦାବାଦ କୋତବାଲିସ୍ଥିତ ଅହିରୋଲି ଗ୍ରାମ ନିକଟସ୍ଥ ଆଜି ସକାଳେ ଏକ ଟ୍ରକ୍ ନିଜ ଭାରସାମ୍ୟ ହରାଇ ଚା’ ଦୋକାନରେ ଉପରେ ଚଢ଼ିଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି  । ଘଟଣାସ୍ଥଳରେ ଡିଏମ୍ ଓ ଏସପି ପହଞ୍ଚି ମାମଲାର ଯାଞ୍ଚ କରୁଛନ୍ତି  । ଏହି ଘଟଣା ପରେ ଏଠାକାର ଗ୍ରାମବାସୀ ଉତ୍ୟକ୍ତ ହୋଇ ଚାଳକକୁ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ  । ଗ୍ରାମବାସୀ ମିଶି ଚାଳକଙ୍କୁ ମାଡ଼ ମାରିଥିବାରୁ ସ୍ଥାନୀୟ ପୋଲିସ ତାକୁ ଡାକ୍ତରଖାନା ପଠାଇଥିଲା  । ଅନ୍ୟ ଗୁରୁତର ଆହତ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଡାକ୍ତରଖାନା ପହଁଚାଇବାରେ ସାହାଯ୍ୟ କରିଥିଲା  । ଗ୍ରାମବାସୀ ୪ ଜଣ ମୃତ ବ୍ୟକ୍ତିଙ୍କ ମର ଶରୀରକୁ ରାସ୍ତା ମଝିରେ ରଖି ରାସ୍ତାରୋକ କରିଥିଲେ  । ଡିଏମ୍ ଓ ଏସପି ଘଟଣାସ୍ଥଳରେ ପହଁଚି ଗ୍ରାମବାସୀଙ୍କୁ ବୁଢାସୁଢା କରିଥିଲେ ବୋଲି ସୂଚନା ମିଳୁଛି  ।

ଗ୍ରାମବାସୀଙ୍କ ସୂଚନାନୁଯାୟୀ ଆଜି ସକାଳ ୮ଟା ସମୟରେ ଅହୋରେଲି ଗ୍ରାମ ନିକଟରେ ଥିବା ଚା’ ଦୋକାନରେ କେତେଜଣ ଲୋକ ବସିଥିବା ବେଳେ ହଠାତ୍ ଏକ ଟ୍ରକ୍ ଦ୍ରୁତ ବେଗରେ ଆସି ଲୋକଙ୍କୁ ଉପରେ ଚଢ଼ାଇ ଦେଇଥିଲା  । ଏହି ଦୁର୍ଘଟଣାରେ ଜିୟନଦାସପୁର ଗ୍ରାମର ଉମାଶଙ୍କର ଯାଦବ(୫୦), ଗୋଲୁ ଯାଦବ(୧୫), ବିରେନ୍ଦ୍ର ରାମ(୪୫), ସତ୍ୟେନ୍ଦ୍ର ଠାକୁର(୨୮)ଙ୍କ ମୃତ୍ୟୁ ହୋଇଥିଲା  । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଥିଲେ  । ଅନ୍ୟ ତିନି ଜଣ ଗୁରୁତର ଆହତ ଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଚନ୍ଦ୍ର ମୋହନ ରାୟ(୪୫), ଶ୍ୟାମ ବିହାରୀ କୁଶୱାହ(୩୫)ଙ୍କ ଏହିଠାରେ ମୃତ୍ୟୁ ହୋଇଥିଲା  ।

Leave a Reply