ରେକର୍ଡ ବ୍ରେକର୍ ବୁମରା: T20 ଇଣ୍ଟରନ୍ୟାସନାଲରେ ଦୁଇ ରେକର୍ଡ

1 min read

ମୁମ୍ବାଇ: ଜସପ୍ରିତ ବୁମରା ଯେତେବେଳେ ରନିଂ ଟ୍ରାକରୁ ବୋଲିଂ ପାଇଁ ଆଗକୁ ବଢ଼ନ୍ତି ପୂରା ଷ୍ଟାଡିମୟରେ କେବଳ ଗୋଟିଏ ସ୍ବର ଶୁଣିବାକୁ ମିଳିଥାଏ । ତାହା ହେଲା ବୁମ୍ ବୁମ୍ ବୁମରା…, ବୁମ୍ ବୁମ୍ ବୁମରା… । ଆଉ ତା’ପରେ ବ୍ୟାଟ୍ସମ୍ୟାନଙ୍କ ଅବସ୍ଥା ଯାହା ହୁଏ ଆପଣ ତ ଦେଖିଛନ୍ତି । ବୋଲିଂ ହେଉ କି ଫିଲ୍ଡିଂ ସବୁଥିରେ ବୁମରା ନମ୍ବର ଓ୍ବାନ । ସେ କାହିଁକି ଭାରତର ନମ୍ବର ଓ୍ବାନ୍ ବୋଲର ତାହା ତାଙ୍କ ରେକର୍ଡ କହିଥାଏ । T20 World Cupରେ ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବୁମରା କରିଛନ୍ତି ଦୁଇଟି ଦୁଇଟି ରେକର୍ଡ ।

ଗତକାଲି ଖେଳାଯାଇଥିବା ମ୍ୟାଚରେ ଭାରତ ଆଗରେ ସ୍କଟଲ୍ୟାଣ୍ଡ ଆତ୍ମସମର୍ପଣ କରି ଦେଇଥିଲା । ମାତ୍ର ୮୫ ରନରେ ପୂରା ଟିମ୍ ବ୍ୟାଭିଲିୟନର ରାସ୍ତା ଦେଖିଥିଲେ । ଭାରତ ୬.୩ ଓଭରରେ ଦୁଇ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଭାରତ ତରଫରୁ ମହମ୍ମଦ ଶାମି ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ୩ଟି ଲେଖାଏଁ ଓ୍ବିକେଟ୍ ମିଳିଥିଲା । ରବୀଚନ୍ଦ୍ରନ ଅଶ୍ବିନୀଙ୍କ ଝୁଲାରେ ଗୋଟିଏ ଓ୍ବିକେଟ ପଡ଼ିଥିବା ବେଳେ ବୁମରା ୨ଟି ଓ୍ବିକେଟ ନେଇଥିଲେ । ହେଲେ ମ୍ୟାଚ ଶେଷ ବେଳକୁ ବୁମରା ଦୁଇଟି ରେକର୍ଡ କରିସାରିଥିଲେ । ଆସନ୍ତୁ ଜାଣିବା କ’ଣ ସେହି ରେକର୍ଡ ?

ଓ୍ବିକେଟ ନେବାରେ ନମ୍ବର ଓ୍ବାନ୍

ସ୍କଟଲ୍ୟାଣ୍ଡ ବିପକ୍ଷରେ ୩.୪ ଓଭରରେ ୧୦ ରନ୍ ଦେଇ ୨ଟି ଓ୍ବିକେଟ ନେଇ ବୁମରା ଭାରତୀୟ ବୋଲରଙ୍କ ମଧ୍ୟରେ ସବୁଠାରୁ ଅଧିକ ଇଣ୍ଟରନ୍ୟାସନାଲ ଓ୍ବିକେଟ ଟେକର ହୋଇଯାଇଛନ୍ତି । ୟୁଜବେନ୍ଦ୍ର ଚହଲଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ଏବେ ବୁମରା ୬୪ ୱିକେଟ ନେଇ ଭାରତୀୟ ବୋଲରଙ୍କ ମଧ୍ୟରେ ଇଣ୍ଟରନ୍ୟାସନାଲ ଓ୍ବିକେଟ ନେବାରେ ପ୍ରଥମ ସ୍ଥାନରେ ରହିଛନ୍ତି । ୟୁଜବେନ୍ଦ୍ର ଚହଲ ୬୩ ଓ୍ବିକେଟ ସହ ଦ୍ବିତୀୟ ନମ୍ବରରେ ଥିବା ବେଳେ ଅଶ୍ବିନୀ (୫୫), ଭୁବନେଶ୍ବର କୁମାର (୫୦) ଏବଂ ରବୀନ୍ଦ୍ର ଜାଡେଜା (୪୩) ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।

ମେଡେନ ଓଭରରେ ବି ନମ୍ବାର ଓ୍ବାନ୍

କେବଳ ଓ୍ବିକେଟ ନେବାରେ ନୁହେଁ ମେଡେନ୍ ଓଭର ଫିଙ୍ଗିବାରେ ବି ବୁମରାଙ୍କ ସହ କେହି ସମକକ୍ଷ ନୁହଁନ୍ତି । T20 ଇଣ୍ଟରନ୍ୟାସନାଲ୍ ମ୍ୟାଚରେ ମେଡେନ ନେବାରେ ବୁମରା ନମ୍ବର ଓ୍ବାନ  । ଶ୍ରୀଲଙ୍କାର ଏନ କୁଲଶେଖରାଙ୍କୁ ପଛରେ ପକାଇ ବୁମରା ଏହି କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ୫୪ ମ୍ୟାଚ ଖେଳି ବୁମରା ୮ଟି ମେଡେନ୍ ଓଭର ପକାଇଛନ୍ତି । ଦ୍ବିତୀୟରେ କୁଲଶେଖରା ରହିଛନ୍ତି । ସେ ୫୮ ମ୍ୟାଚରେ ୬ଟି ମେଡେନ ଓଭର୍ ପକାଇଛନ୍ତି । ସେହିପରି ବାଂଲାଦେଶର ଏମ୍ ରେହମାନ ୫୯ ଚ୍ୟାଚରେ ୬ଟି ମେଡେନ୍ ଓଭର ଫିଙ୍ଗି ତୃତୀୟ ସ୍ଥାନରେ ରହିଛନ୍ତି ।

Leave a Reply