T20 World Cup: ଭାରତ ଖେଳିପାରେ ସେମି ଫାଇନାଲ, ଆବଶ୍ୟକ ଆଫଗାନିସ୍ତାନର ବିଜୟ

1 min read

ନନ୍ଦିଘୋଷ ବ୍ୟୁରୋ: ଟି ୨୦ ୱାଲ୍ଡକପରେ ଭାରତ ପୁଣି ହାସଲ କରିଛି ବୃହତ ବିଜୟ । ଆଫଗାନିସ୍ତାନ ପରେ ସ୍କଟଲ୍ୟାଣ୍ଡକୁ ଧୁଳି ଚଟାଇଛି ଟିମ୍ ଇଣ୍ଡିଆ  । ବିଦେଶରେ ପ୍ରଥମରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବିରାଟ ବାହିନୀ ଏବେ ପୂର୍ବ ପ୍ରଦର୍ଶନକୁ କମବ୍ୟାକ କରିଛି  । ତେବେ ଶେଷ ଦୁଇଟି ମ୍ୟାଚ ଭାରତର ସେମିଫାଇନାଲ ଆଶା ଉଜ୍ଜୀବିତ କରିଛି  । ଶୁକ୍ରବାର ସ୍କଟଲ୍ୟାଣ୍ଡକୁ ୮୫ ରନରେ ଅଲଆଉଟ କରିବା ଏବଂ ୭ ଓଭର ମଧ୍ୟରେ ମ୍ୟାଚକୁ ନିଜ ହାତକୁ ନେବାରେ ସକ୍ଷମ ହୋଇଥିଲା ଭାରତ  । ତେବେ ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନ ପରେ ଗ୍ରୁପ Bରେ NRR ଏମିତି ରହିଛି  । ଯାହା ଆଗାମୀ ଦିନରେ ଭାରତକୁ ସେମି ଫାଇନାଲ ପର୍ଯ୍ୟନ୍ତ ନେବାର ରାସ୍ତା ଦେଖାଇଛି  ।

ଆବଶ୍ୟକ ବଡ଼ ବ୍ୟବଧାନ

ସ୍କଟଲାଣ୍ଡକୁ ୮୫ ରନ କରିଥିବାବେଳେ ୧୭ ଓଭରରେ ଅଟକାଇ ଦେଇଥିଲା ଭାରତ ।  ସେପଟେ ଭାରତ ଯଦି ୫୩ ବଲରେ ମ୍ୟାଚ ବିଜୟ କରେ ତେବେ ନ୍ୟୁଜିଲ୍ୟାଣ୍ଡ ଠାରୁ ନେଟ ରନରେଟରେ ଉପରକୁ ଉଠିବାକୁ ଥିବାବେଳେ ୪୩ ବଲରେ ଜିତିବାର ଟାର୍ଗେଟ ଥିଲା ଆଫଗାନିସ୍ତାନ ଠାରୁ ରନରେଟରେ ଉପରକୁ ଯିବା  । ତେବେ ଭାରତ ୩୯ ବଲରେ  ହିଁ ସ୍କଟଲ୍ୟାଣ୍ଡ ଠାରୁ ମ୍ୟାଚ ଛଡ଼ାଇନେବା ସହିତ ଗ୍ରୁପ ବିରେ ସର୍ବାଧିକ ରନରେଟ ହାସଲ କରିଛି  ।

ଆଫଗାନିସ୍ତାର ବିଜୟ ଜରୁରୀ

ଏହି ରେକର୍ଡ ବିଜୟ ସହ ଗ୍ରୁପରେ ଅନ୍ୟ ଟିମକୁ ନେଟ ରନରେଟରେ ପଛରେ ପକାଇଛି । କିନ୍ତୁ ଏବେ ବି ଟିମ୍ ଇଣ୍ଡିଆ ପାଖରେ ସେମିଫାଇନାଲ ସୁଯୋଗ ରହିଛି । ହେଲେ ଏଥିପାଇଁ ଭାରତ ନୁହେଁ ବଂର ଆଫଗାନିସ୍ତାନର ଆବଶ୍ୟକତା ରହିଛି ।  ଏଥିପାଇଁ ଆଗାମୀ ଆଫଗାନିସ୍ତାନ-ନ୍ୟୁଜିଲ୍ୟାଣ୍ଡ ମ୍ଯାଚରେ ଆଫଗାନିସ୍ତାନକୁ ହିଁ  ବିଜୟ ହାସଲ କରିବା ଜରୁରୀ ହୋଇପଡିଛି । ଆସନ୍ତା ୭ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ବିଜୟୀ ହେଲେ ହିଁ ଭାରତ ପଏଣ୍ଟ ଟେବୁଲରେ ନ୍ୟୁଜିଲ୍ୟାଣ୍ଡକୁ ଅତିକ୍ରମ କରିବ  । ଏଥିସହିତ ଭାରତ ଆଗାମୀ ମ୍ୟାଚରେ ମଧ୍ୟ ନିମିବିଆକୁ ଏକ ବଡ଼ ବ୍ୟବଧାନରେ ପରାଜିତ କରିବାର ଆବଶ୍ୟକତା ରହିଛି  ।

ରନରେଟରେ ଶୀର୍ଷରେ ଭାରତ

ଯଦି ଦେଖାଯାଏ, ଭାରତ ଏବେ ପଏଣ୍ଟ ଟେବୁଲରେ ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି  । ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ୬ ପଏଣ୍ଟରେ ରହିଛି  । ଯଦି  ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ପରାଜିତ ହୁଏ ତେବେ ପଏଣ୍ଟ ଟେବୁଲରେ ତୃତୀୟକୁ ଖସି ଆସିବ ଏବଂ ଭାରତ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିବା ସହିତ ପାକିସ୍ତାନ ସହିତ ସେମି ଫାଇନାଲ ଖେଳିବାକୁ ଫିଟ ହେବ  । ଆଉ ଯଦି ୭ ତାରିଖ ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହୁଏ, ଭାରତର ସେମି ଫାଇନାଲ ଆଶାରେ ପୂର୍ଣ୍ଣଛେଦ ପଡ଼ିବ । ଏମିତିକି କେବଳ ଭାରତୀୟ କ୍ରିକେଟ ପ୍ରେମୀ ନୁହଁନ୍ତି , ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ୭ ତାରିଖର ମ୍ୟାଚ୍ ଉପରେ ଭାରତର ସେମିଫାଇନାଲ ଭବିଷ୍ୟତ ନିର୍ଭର କରୁଥିବା ସ୍ପଷ୍ଟ କରିଛନ୍ତି  ।

Leave a Reply