ବନ୍ଦ ଡାକରା ଦେଇ ଲୋକଙ୍କୁ ହଇରାଣ କରୁଛି ବିଜେପି, ରୋଗୀଙ୍କୁ ବି ରାସ୍ତା ଛାଡ଼ୁନି

BJP Not Allowing Patient Vehicle To Hospital During Strike In Mohana

ମୋହନା: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ଏବେବି ଥମୁନି ବିଜେପିର ହୀନ ରାଜନୀତି । ବିଭିନ୍ନ ସ୍ଥାନରେ ବନ୍ଦ ଡାକରା ଦେଇ ସାଧାରଣ ଲୋକଙ୍କୁ ହଇରାଣ ହରକତ କରୁଛନ୍ତି ଆନ୍ଦୋଳନକାରୀ । ଗଜପତି ଜିଲ୍ଲା ମୋହନାରେ ବିଜେପିର ବନ୍ଦ ଯୋଗୁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଏପରିକି ଗୁରୁତର ରୋଗୀଙ୍କୁ ମଧ୍ୟ ବାଟ ଛାଡ଼ୁ ନାହାଁନ୍ତି । ଗୁରୁତର ମହିଳା ଜଣଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ଆସୁଛନ୍ତି, ନାକରେ ପାଇପ୍ ଲାଗିଛି । ଚେକଅପ୍ ପରେ ଅପରେସନ ହେବାର ଅଛି । ହେଲେ ବନ୍ଦ ଯୋଗୁ ସେ ନାଚାର, ଅଧାରେ ଅଟକି ରହିଛନ୍ତି ।

BJP Not Allowing Patient Vehicle To Hospital During Strike In Mohana

ସେହିଭଳି ଭୁବନେଶ୍ୱରରେ ଝିଅର ପରୀକ୍ଷା ଫର୍ମ ଫିଲଅପ୍ ପାଇଁ ଡେଡଲାଇନ ଥିବାରୁ ଆସୁଥିବା ବେଳେ ବାଟରେ ଅଟକି ରହିଛନ୍ତି ଛାତ୍ରୀଙ୍କ ବାପା । ହେଲେ ଆନ୍ଦୋଳନ ପାଇଁ ସମୟ ପୂର୍ବରୁ ପହଞ୍ଚି ପାରିବେ କି ନାହିଁ ଆଶା ଆଶଙ୍କାରେ ପ଼ଡ଼ିଛନ୍ତି । ଝିଅର ଭବିଷ୍ୟତ କଥା ଚିନ୍ତା କରି ଆନ୍ଦୋଳନକାରୀଙ୍କୁ ନେହୁରା ହୋଇଛନ୍ତି । ହେଲେ ସେମାନେ ଛାଡ଼ିବାକୁ ନାରାଜ ।

BJP Not Allowing Patient Vehicle To Hospital During Strike In Mohana

ଏମିତିକି ଆମେ ଛାଡ଼ିବୁନି ତୁମ ପିଲାର ଭବିଷ୍ୟତ ଯାହା ହେଉଛି ହେଉ ବୋଲି ରୋକଠୋକ୍ କହିଛନ୍ତି ଆନ୍ଦୋଳନକାରୀ । ତେବେ ପ୍ରଶ୍ନ ଉଠୁଛି, ମମିତାଙ୍କୁ ନ୍ୟାୟ ଦେବା ଆଳରେ ଡ୍ରାମା ଚଲାଇଥିବା ବିଜେପିର ଏ ଆନ୍ଦୋଳନକାରୀ କାହା ସ୍ୱାର୍ଥ ପାଇଁ ଆନ୍ଦୋଳନ କରୁଛନ୍ତି ?

Leave a Reply