ରାଜ୍ୟରେ ୫୫ଟି ଜଳଉତ୍ସ ପ୍ରଦୂଷିତ

ଭୁବନେଶ୍ୱର: ରାଜ୍ୟର ୨୩ ଜିଲ୍ଲାରେ ୫୫ଟି ଜଳଉତ୍ସ ପ୍ରଦୂଷିତ । ଏସବୁ ଜଳଉତ୍ସ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ । ଏନେଇ ଜଳସମ୍ପଦ ବିଭାଗ ଉଦବେଗ ପ୍ରକାଶ କରିଛନ୍ତି । ୫୫ଟି ଜଳଉତ୍ସ ମଧ୍ୟରୁ ୧୪ଟି ଜଳସମ୍ପଦ ବିଭାଗ ଦ୍ୱାରା ପରିଚାଳିତ । ଏହି ୧୪ଟି ଜଳଉତ୍ସର ପାଣିକୁ ପ୍ରଦୂଷଣମୁକ୍ତ କରିବାକୁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ସହ ନିୟମିତ ପାଣିର ମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଏନଜିଟି ରାୟ ଆଧାରରେ ଅନ୍ୟ ୪୧ଟି ଜଳଉତ୍ସ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ସବୁ ଜଳଉତ୍ସର ସୁରକ୍ଷା ଓ ପ୍ରଦୂଷଣମୁକ୍ତ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଏନେଇ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ୨୩ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

Leave a Reply